ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଛି ୩ ବର୍ଷର ଧଳା କୁମ୍ଭୀର

ରାଜନଗର, ୨୯ା୧୧(ଡି.ଏନ୍‌.ଏ.): ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳଠାରେ ଥିବା ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ୩ ବର୍ଷର ଧଳା କୁମ୍ଭୀର ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଭିତରକନିକାକୁ ବୁଲିବାକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ପାଇଁ ଏହି ଛୁଆ ଧଳା କୁମ୍ଭୀର ଏବେ ଆକର୍ଷଣ ସାଜିଛି। ଛୁଆ ଧଳା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଥିବା ଆବଦ୍ଧ କୁଣ୍ଡରେ ପହଞ୍ଚତ୍ ଓ ଖରା ପୋଇଁବାର ଦୃଶ୍ୟ ଦେଖିବାକୁ ମିଳିଛି। ଭିତରକନିକାର ଡାଙ୍ଗମାଳଠାରେ ପୂର୍ବରୁ ଗୋରୀ ଓ ମଲ୍ଲୀ ୨ଟି ଧଳା କୁମ୍ଭୀର ଥିବାବେଳେ ଏବେ ଧଳା କୁମ୍ଭୀର ସଂଖ୍ୟା ୩ରେ ପହଞ୍ଚତ୍ଛି।
୧୯୭୫ରେ ୧୧୫ ବର୍ଗ କିମି ଅଞ୍ଚଳରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଗଢ଼ି ଉଠିଥିଲା। ସେହିବର୍ଷ କାଳିଭଡି ଅସଂରକ୍ଷିତ ଜଙ୍ଗଲରୁ ୨୫ଟି ଅଣ୍ଡା ସଂଗ୍ରହ କରାଯାଇ ଗବେଷଣା କେନ୍ଦ୍ରରେ କୃତ୍ରିମ ଉପାୟରେ ଛୁଆ ଫୁଟା ଯାଇଥିଲା। ସେଥିରୁ ଗୋଟିଏ ଛୁଆ ଧଳା ରଙ୍ଗର ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଶରୀର ଧଳା ହୋଇଥିବାରୁ ତା’ର ନାମ ଗୋରୀ ରଖାଯାଇଥିଲା। ଗୋରୀ ଜନ୍ମ ହେବାର ଦୀର୍ଘବର୍ଷ ଯାଏଁ ଭିତରକନିକାରେ ଧଳା କୁମ୍ଭୀର ଦେଖିବାକୁ ମିଳି ନ ଥିଲା। ୨୦୦୩ରେ ବାଙ୍କୁଆଳ ଗଁା ପଛ ଜଙ୍ଗଲରୁ ୨ଟି ଧଳା କୁମ୍ଭୀର ଛୁଆଙ୍କୁ ଦେଖିବାକୁ ମିଳିଥିଲା। ଗୋଟିଏ ସବୁଠୁ ସଫା ଦିଶୁଥିବା ଧଳା କୁମ୍ଭୀର ମଲ୍ଲୀକୁ ଆଣି ଏକ ଆବଦ୍ଧ ପୋଖରୀରେ ରଖାଯାଇଥିଲା। ଗୋରୀ ବୟସାଧିକ ହେତୁ ରଙ୍ଗ କମି ଆସୁଛି। ମଲ୍ଲୀ ଏବେ ଦେଶ ବିଦେଶର ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି। ମାତ୍ର ଚଳିତବର୍ଷ ଭିତରକନିକାର ଡାଙ୍ଗମାଳଠାରେ ଥିବା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ଧଳା କୁମ୍ଭୀର ଛୁଆ ଖରା ପୋଇଁବା ଓ ଆବଦ୍ଧ କୁଣ୍ଡରେ ପହଁରିବାର ଦୃଶ୍ୟ ଦେଖିବାକୁ ମିଳୁଛି। ୨୦୧୮ରେ ଭିତରକନିକା ଗରେଖିଆଠାରେ ଏକ କୁମ୍ଭୀର ବସା ଜୁଆର ମାଡ଼ରେ ନଷ୍ଟ ହୋଇ ଯାଇଥିଲା। ସେହି ବସାରୁ ୫୮ଟି ଅଣ୍ଡା ସଂଗ୍ରହ କରାଯାଇ ପ୍ରଜନନ କେନ୍ଦ୍ରରେ କୃତ୍ରିମ ଉପାୟରେ ଛୁଆ ଫୁଟା ଯାଇଥିଲା। ସେହି ଅଣ୍ଡାରୁ ୩୨ଟି ଛୁଆ ବାହାରିଥିଲା। ଛୁଆ ବାହାରିବା ବେଳେ ଛୋଟ ହୋଇଥିବାରୁ ସେମାନଙ୍କ ରଙ୍ଗ ଜାଣି ହେଉ ନ ଥିଲା। ପରେ ପ୍ରଜନନ କେନ୍ଦ୍ରର କୁଣ୍ଡ ମଧ୍ୟରେ ଧଳା କୁମ୍ଭୀର ଛୁଆ ପହଁରୁଥିବା ଦେଖିବାକୁ ମିଳିଥିଲା। ମାତ୍ର ଧଳା କୁମ୍ଭୀର ଛୁଆ ଦେଖିବାକୁ ଭିଡ ହେବା ଆଶଙ୍କା ରଖି ବନ ବିଭାଗ ପକ୍ଷରୁ ଏଭଳି ଛୁଆ ନ ଥିବା ନେଇ କୁହାଯାଇଥିଲା। ମାତ୍ର ଚଳିତବର୍ଷ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଧଳା କୁମ୍ଭୀର ଛୁଆକୁ ଦେଖିବାକୁ ମିଳିଛି। ବନ ବିଭାଗ ସୂଚନା ମୁତାବକ, ଧଳା କୁମ୍ଭୀର ଛୁଆକୁ ବର୍ତ୍ତମାନ ୩ ବର୍ଷ ୪ ମାସ ଚାଲିଛି। ଏହା ପାଖାପାଖି ୨ ଫୁଟ ଲମ୍ବ ହୋଇଗଲାଣି। ପ୍ରତିଦିନ ଏହି ଛୁଆକୁ ୧୫୦ ଗ୍ରାମର ଜୀବନ୍ତ ଚିଙ୍ଗୁଡି ଖାଇବାକୁ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri