ନିଶ୍ଚିହ୍ନ ଅବସ୍ଥାରେ କଳିଙ୍ଗ ଇଞ୍ଜିନିୟରିଂ

ପାରାଦୀପ,୨୯ା୧୧(ସ୍ବ.ପ୍ର.): ପାରାଦୀପ ବନ୍ଦରାଞ୍ଚଳର ଅଠରବାଙ୍କିଠାରେ ହୋଇଥିବା ଘରୋଇ କମ୍ପାନୀ କଳିଙ୍ଗ ଇଞ୍ଜିନିୟରିଂ ଏବେ ନିଶ୍ଚିହ୍ନ ଅବସ୍ଥାରେ ପହଞ୍ଚିଯାଇଛି। କମ୍ପାନୀର କୋଠାକୁ ଭାଙ୍ଗିବା ପାଇଁ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ନୋଟିସ ଲଗାଯାଇଛି। ଏନେଇ କମ୍ପାନୀ ପରିସରରେ ଥିବା ୨ଟି ପରିବାରକୁ ଖାଲି କରିଦିଆଯାଇଛି। ଏହାପରେ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି।
୩ ଜାନୁୟାରୀ ୧୯୬୨ରେ ପାରାଦୀପ ବନ୍ଦର ପ୍ରତିଷ୍ଠା ହୋଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଏହି ବନ୍ଦର ଆରମ୍ଭ କରାଯାଇଥିଲା। ତେବେ ଆର୍ଥିକ ଦୁରବସ୍ଥା ଯୋଗୁ ୧୯୬୬ରେ କେନ୍ଦ୍ର ସରକାର ଏହି ବନ୍ଦରକୁ ନିଜ ଅଧୀନକୁ ନେଇ ବୃହତ୍‌ ବନ୍ଦର ଘୋଷଣା କରିଥିଲେ। ସେତେବେଳେ ବନ୍ଦରର ବିଭିନ୍ନ କାମ ପାଇଁ ସେପରି ଭିତ୍ତିଭୂମି ନ ଥିଲା। ଏସବୁ ଯାନ୍ତ୍ରିକ କାମ ପାଇଁ ବିଜୁ ବାବୁଙ୍କ ଭଣଜା ଅଜିତ ମହାପାତ୍ର କଳିଙ୍ଗ ଇଞ୍ଜିନିୟରିଂ କମ୍ପାନୀ ଆରମ୍ଭ କରିଥିଲେ। ୧୯୭୮ରେ ବନ୍ଦର ପ୍ରଶାସନ ପାଖରୁ ଅଠରବାଙ୍କି ଓଭରବ୍ରିଜ୍‌ ନିକଟରେ ୨ ଏକର ଜାଗା ନେଇ କମ୍ପାନୀକୁ ଆରମ୍ଭ କରାଯାଇଥିଲା ବୋଲି ଅବସରପ୍ରାପ୍ତ କର୍ମଚାରୀ ଶରତ ସାହୁ କୁହନ୍ତି। ୧୯୭୯ରୁ ଏହା ପୂର୍ଣ୍ଣଭାବେ କାର୍ଯ୍ୟକ୍ଷମ ହୋଇଥିଲା। ଏଠାରେ ୧୬୫ ଜଣ କର୍ମଚାରୀ ନିଯୁକ୍ତି ପାଇଥିଲେ। କମ୍ପାନୀ ପରିସରରେ ଷ୍ଟାଫ୍‌ କ୍ବାଟର୍ସ, ଗେଷ୍ଟ ହାଉସ, ମନ୍ଦିର ଆଦି ନିର୍ମାଣ କରାଯାଇଥିଲା। ପାରାଦୀପ ବନ୍ଦର ସମେତ ପିପିଏଲ କମ୍ପାନୀର ସମସ୍ତ ଯାନ୍ତ୍ରିକୀକରଣ କାମ ଏହି କଳିଙ୍ଗ ଇଞ୍ଜିନିୟରିଂ କରିଥିଲା। ୨୦୧୩ରେ ଅଜିତଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ପ୍ରୀତି ମହାପାତ୍ର କମ୍ପାନୀକୁ କିଛିଦିନ ପାଇଁ ଚଳାଇଥିଲେ। ମାତ୍ର ସେବେଠାରୁ କମ୍ପାନୀର ଆର୍ଥିକ ଅବସ୍ଥା ବିଗିଡି ଯାଇଥିଲା। ଶେଷରେ ଜୁନ୍‌ ୨୦୧୮ରେ କମ୍ପାନୀକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା। ଚଳିତବର୍ଷ ପ୍ରୀତିଙ୍କର ଦେହାନ୍ତ ହୋଇଛି। ତାଙ୍କର ଏକମାତ୍ର ଉତ୍ତରାଧିକାରୀ ଝିଅ ବିବାହ ପରଠୁ ରୋଗାକ୍ରାନ୍ତ ଥିବାରୁ ସେ ଏଥିରେ ମୁଣ୍ଡ ପୂରେଇ ନାହାନ୍ତି।
ଅପରପକ୍ଷେ ବନ୍ଦରର ଜାଗା ଭଡ଼ା, ବିଦ୍ୟୁତ ଓ ପାଣି ବିଲ୍‌ ଆଦି ଦିଆଯାଇନାହିଁ। ଏସବୁର ବକେୟା ପ୍ରାୟ ୭ କୋଟି ଟଙ୍କା ହେଲାଣି। ଏଥିସହ ୩୦ ବର୍ଷିଆ ଅବଧି ଶେଷ ହେବା ପରେ ସାନି ଏଗ୍ରିମେଣ୍ଟ ହୋଇନାହିଁ। ଅନେକ କର୍ମଚାରୀଙ୍କ ଦରମା ଓ ଭତ୍ତା ଆଦି ବାକି ରହିଛି। ଏନେଇ କେତେଜଣ କର୍ମଚାରୀ ଲେବର କୋର୍ଟରେ ଅଭିଯୋଗ କରିଛନ୍ତି। ଏହାବାଦ୍‌ କଳିଙ୍ଗ ଇଞ୍ଜିନିୟରିଂ ପାଇଁ ଏକ ଘରୋଇ ଫାଇନାନ୍ସ କମ୍ପାନୀ ପୁଞ୍ଜି ନିବେଶ କରିଥିଲେ। ତାଙ୍କର ମଧ୍ୟ କୋଟିଏରୁ ଊଦ୍ଧର୍‌ବ ଟଙ୍କା ବାକି ରହିଛି। ଏଭଳି ଅନେକ ସମସ୍ୟା ଉକ୍ତ କମ୍ପାନୀରେ ରହିଛି। ଏହାଭିତରେ ଥିବା ବିଭିନ୍ନ ମେଶିନ ଇତିମଧ୍ୟରେ ଅଚଳ ହୋଇଗଲାଣି। ବହୁ ଲୁହା ଯନ୍ତ୍ରାଂଶ ଚୋରି ହୋଇଗଲାଣି। କମ୍ପାନୀ ପାଖକୁ ଲାଗି ବନ୍ଦରର ପ୍ଲଟ ରହିଛି। ଏନେଇ ବନ୍ଦର ପ୍ରଶାସନ ଏବେ ସେହି ଜାଗା ଓ ସମସ୍ତ ସାମଗ୍ରୀକୁ ନିଜ ଅଧୀନକୁ ନେବାପାଇଁ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି।
ଏ ସମ୍ପର୍କରେ ବନ୍ଦର ସମ୍ପଦ ବିଭାଗର ବରିଷ୍ଠ ସହକାରୀ ପରିଚାଳକ ବିଶ୍ବଜିତ୍‌ ମିଶ୍ର କୁହନ୍ତି, କଳିଙ୍ଗ ଇଞ୍ଜିନିୟରିଂ ପାଖରୁ ବକେୟା ଅର୍ଥ ମିଳିବାର ସମ୍ଭାବନା କ୍ଷୀଣ ଥିବାରୁ କମ୍ପାନୀର ସମ୍ପତ୍ତିକୁ ଜବତ କରିବାକୁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ନିରୀକ୍ଷକଙ୍କୁ ଠେଲାପେଲା ଅଭିଯୋଗ: ଇଟା ବୋଝେଇ ଟ୍ରକ ଛଡ଼ାଇ ନେଲେ ମାଲିକ

ପାତ୍ରପୁର, ୨୧ା୧୨(ଡି.ଏନ୍‌.ଏ.): ପାତ୍ରପୁର ତହସିଲ ଅଧୀନ ଶରଧାପୁରଠାରେ ଜୟନ୍ତୀପୁର ରାଜସ୍ବ ନିରୀକ୍ଷକଙ୍କୁ ଠେଲାପେଲା କରି ବେଆଇନ୍‌ ଇଟାଗାଡ଼ିକୁ ଛଡ଼ାଇ ନେଇଥିବା ଗୁରୁବାର ଜରଡ଼ା ଥାନାରେ ଅଭିଯୋଗ...

ଗଞ୍ଜାମ ପ୍ରଶାସନର ଅଭିନବ ପଦକ୍ଷେପ: ‘କରୋନା ଯୋଦ୍ଧା ଆମର ହିରୋ’ ପେଣ୍ଟିଂ ପ୍ରତିଯୋଗିତା, ଭାଗନେଇ ଜିତିପାରିବେ ଆର୍ଥିକ ପୁରସ୍କାର

ଛତ୍ରପୁର, ୧୧।୪(ଡି.ଏନ୍‌.ଏ.)- କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଞ୍ଜାମରେ ଲକ୍‌ ଡାଉନ୍‌ ଓ ଆଂଶିକ ସଟ୍‌ ଡାଉନ୍‌ ଜାରି ରହିଛି। ଏହାକୁ ନେଇ...

କଥାରେ ଆଦିବାସୀ ଅଂଚଲର ବିକାଶ: ମଉଲିକ୍‌ ସୁବିଧାରୁ ବଁଚିତ୍‌ କୋଲପଡ଼ାବାସୀ

  ଲାଠୋର, ୧।୨ (ଡି.ଏନ୍‌.ଏ.)- ସରକାର ଆଦିବାସୀ ଅଧୁଷିତ ଅଂଚଲର ବିକାଶ ଲାଗି ଅନେକ ଯୋଜନା କାଯ୍‌କାରୀ କରି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌।...

ରାତି ପାହିଲେ ଭୋଟ୍‌ ଗଣତି

ଭୁବନେଶ୍ୱର,୨୫।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଶନିବାର ପ୍ରତି ବ୍ଲକ ମୁଖ୍ୟାଳୟରେ ସକାଳ ୮ଟା ବେଳେ ଭୋଟ୍‌ ଗଣତି ଆରମ୍ଭ ହେବା ।...

ଭିଜିଲାନ୍ସ ଜାଲରେ କେଲେଙ୍ଗାପାଲି ପିଇଓ

ବରଗଡ଼ ଅଫିସ,୨୫।୧- ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ କେଲେଙ୍ଗାପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ( ପିଇଓ) ଉମେଶ କୁମାର ସେଠଙ୍କ ବାସଭବନରେ ସୋମବାର ସକାଳେ ଭିଜିଲାନ୍ସ...

ଚମକିଲେ ଇ-ଟେକ୍‌ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ,୧୭।୪: ଢେଙ୍କାନାଳ ଇ-ଟେକ୍‌ ଯୁକ୍ତ ୩ ମହାବିଦ୍ୟାଳୟରେ ମେଧାବୀ ଛାତ୍ରୀଛାତ୍ରମାନେ ଶିକ୍ଷାନୁଷ୍ଠାନର ଗୌରବ ବଢ଼ାଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ପରୀକ୍ଷା ଦେଇଥିବା ପ୍ରଥମ ବ୍ୟାଚର ଉଦ୍ଭିଦ...

ଯାତକ ମେଳ ନ ଖାଇବାରୁ ବିବାହ ଭାଙ୍ଗିଦେଲେ ପରିବାର ଲୋକେ, ଏମିତି ଚରମ ପଦକ୍ଷେପ ନେଲେ ପ୍ରେମୀଯୁଗଳ

ଝାରସୁଗୁଡା ଅଫିସ,୧୩।୪: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅନ୍ତର୍ଗତ ରେଙ୍ଗାଲି କିଷାନପଡ଼ା ଏକ ବନ୍ଦ କୋଠରୀ ଭିତରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ପୋଲିସ...

ରୋଗ ପ୍ରତିରୋଧ ପାଇଁ ପିଲାଙ୍କୁ ମଦ ଦିଆଯିବା ଚର୍ଚ୍ଚା

ମାଲକାନଗିରି,୨୨ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ପଡ଼ିଆ ବ୍ଲକ ପରସନପାଲି...

Advertisement
Archives

Model This Week