୬୫ ଟଙ୍କାରେ ୭ ଘଣ୍ଟା କାମ

କେନ୍ଦ୍ରାପଡ଼ା ଅଫିସ, ୨୯ା୧୧: କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେଇଛନ୍ତି। ଆସନ୍ତା ୨୦୨୩ ସୁଦ୍ଧା ପ୍ରତି ଘରକୁ ଟ୍ୟାପ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ଯୋଜନା ପ୍ରଣୟନ କରିଛନ୍ତି। ତେବେ ତୃଣମୂଳରେ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଥିବା ସେଲ୍‌ଫ ଏମ୍ପ୍ଲଏଡ୍‌ ମେକାନିକ୍‌ (ଏସ୍‌ଇଏମ୍‌)ଙ୍କ ଦୁଃଖ ଶୁଣିବାକୁ କେହି ରାଜି ନୁହନ୍ତି। ମାସିକ ୨୦୦୦ ଟଙ୍କା ଅର୍ଥାତ୍‌ ଦିନକୁ ମାତ୍ର ୬୫ ଟଙ୍କା ୬୬ ପଇସାରେ ଦୈନିକ ୭ ଘଣ୍ଟା କାମ କରିବାକୁ ପଡୁଛି। କରୋନା ସଂକ୍ରମଣ ସମୟରେ ଏହି କାର୍ଯ୍ୟ ବନ୍ଦ ହୋଇନାହିଁ। ଆର୍ଥିକ ଓ ମାନସିକ ଦୁଃସ୍ଥିତିରେ ଥିବା ଏହି କର୍ମଚାରୀମାନେ ଦୀର୍ଘ ୬୪ ଦିନ ହେବ ଭୁବନେଶ୍ୱରରେ ୮ଟି ଦାବି ଉପସ୍ଥାପନ କରି ଗଣଧାରଣାରେ ବସିଛନ୍ତି। ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରି ନିଜର ଦାବି ଉପସ୍ଥାପନ ପାଇଁ କେନ୍ଦ୍ରାପଡ଼ା ବ୍ଲକ ଏସ୍‌ଇଏମ୍‌ ଓ ଗ୍ରାମ୍ୟ ଜଳଯୋଗାଣ କର୍ମଚାରୀ ସଂଘ ପକ୍ଷରୁ କପାଳେଶ୍ୱରଠାରେ ସଭାପତି ପ୍ରଫୁଲ୍ଲ ପଲେଇଙ୍କ ଅଧ୍ୟକ୍ଷତାରେ ରବିବାର ଏକ ବୈଠକ କରିଛନ୍ତି।
ଏ ସମ୍ପର୍କରେ ସମ୍ପାଦକ ଗଣେଶ ଚନ୍ଦ୍ର ରାଉତ କହିଛନ୍ତି, ଜଳ ବିନା ଜୀବନ ଅସମ୍ଭବ। କେନ୍ଦ୍ରାପଡ଼ା ଜିଲା ଓଡ଼ିଶାର ଏକମାତ୍ର ଜଳ ସଙ୍କଟ ଜିଲା ଭାବେ କେନ୍ଦ୍ର ସରକାର ଚିହ୍ନଟ କରି ଜଳଶକ୍ତି ସଂରକ୍ଷଣ ଅଭିଯାନ କାର୍ଯ୍ୟକାରୀ କରୁଛନ୍ତି। ଜଳ ସଞ୍ଚୟ ସଚେତନତାଠାରୁ ଆରମ୍ଭ କରି ନିୟମିତ ଜଳ ଯୋଗାଣ ଓ ପରୀକ୍ଷଣ ଆଦି କାର୍ଯ୍ୟ ପ୍ରକ୍ରିୟାରେ ଏସ୍‌ଇଏମ୍‌ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରୁଛି। ତେବେ ପଞ୍ଚାୟତ ଅଧୀନରେ କାର୍ଯ୍ୟ କରୁଥିବା ଏହି କର୍ମଚାରୀ ନିଜର ପରିବାରକୁ ପ୍ରତିପୋଷଣ କରିପାରୁନାହିଁ। ଏହାସହ କର୍ମକୁଶଳୀ କର୍ମଚାରୀଙ୍କ ଏହି କର୍ମ ନିଯୁକ୍ତିରେ କୌଣସି ସ୍ଥାୟିତ୍ୱ ନାହିଁ। ଜିଲାରେ ୫୦୦ରୁ ଅଧିକ ଏସ୍‌ଇଏମ୍‌ ଥିବା ବେଳେ ରାଜ୍ୟରେ ୨୫ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ଗ୍ରାମଗୁଡିକରେ ପାନୀୟ ଜଳ ଯୋଗାଣକୁ ନିୟମିତ ଧାରାରେ ଚଳାଇ ଆସୁଛନ୍ତି। ଢୋଲ ପଞ୍ଚାୟତ ଜମରା ଗ୍ରାମର ବୀରେନ ସ୍ବାଇଁ କହିଛନ୍ତି, ଦୀର୍ଘ ଦୁଇ ଦଶନ୍ଧି ଧରି ତାଲିମପ୍ରାପ୍ତ ହୋଇ ପଞ୍ଚାୟତରେ ଏସ୍‌ଇଏମ୍‌ ଭାବେ କାର୍ଯ୍ୟ କରୁଛି। ତେବେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ଓ ବିଭାଗୀୟ ସଚିବମାନେ ଆମମାନଙ୍କୁ ସ୍ବେଚ୍ଛାସେବୀ କହି ଆମର ମାନସିକ ଓ ଆର୍ଥିକ ଦୁଃସ୍ଥିତିକୁ ଅଣଦେଖା କରୁଛନ୍ତି। ତାଲିମ ନେଇ ଆମେ କାର୍ଯ୍ୟ କରୁଛୁ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୁଶଳୀ, ଅତିକୁଶଳୀ, ଅର୍ଦ୍ଧକୁଶଳୀ ଓ ଅଣକୁଶଳୀ ସଂଜ୍ଞା ଆମ କର୍ମଚାରୀଙ୍କ ପ୍ରତି ଲାଗୁ ହେଉ। ଏସ୍‌ଇଏମ୍‌ ପରିବର୍ତ୍ତେ ଗ୍ରାମ୍ୟ ଜଳଯୋଗାଣ କର୍ମଚାରୀ କରାଯାଉ। ସେହିପରି ସମାନ କାମକୁ ସମାନ ଦରମା, ଚାକିରି ବୟସକୁ ୫ ବର୍ଷ କୋହଳ କରିବା, କାର୍ଯ୍ୟରତ ସମୟରେ ମୃତ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା, ବକେୟା ରାଶି ପ୍ରଦାନ, ମେଗା ପ୍ରୋଜେକ୍ଟରେ ଜଳ ଯୋଗାଣ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ ଆଦି ଦାବି ଉପସ୍ଥାପନା କରାଯାଇଛି। କପାଳେଶ୍ୱରର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ କହିଛନ୍ତି, ଏସ୍‌ଇଏମ୍‌ଙ୍କ ଆର୍ଥିକ ଦୁର୍ଗତିର ସେ ଏକ ଉଦାହରଣ। ଦୁଇବର୍ଷ ଧରି ତାଙ୍କ ବାପାଙ୍କ ଦେହ ଖରାପ ହେଲା। ସରକାରୀ ଡାକ୍ତରଖାନାରେ ଚିକିତ୍ସା ସମ୍ଭବ ହୋଇପାରୁ ନ ଥିବା ବେଳେ ବାଧ୍ୟ ହୋଇ ବେସରକାରୀ ଡାକ୍ତରଖାନାକୁ ଗଲେ। ତେବେ ଅର୍ଥ ଅଭାବ ଯୋଗୁ ବାପାଙ୍କ ଚିକିତ୍ସା ହୋଇ ପାରିଲା ନାହିଁ। ଘରେ ଏବେ ୪ ଜଣିଆ ପରିବାର। ସ୍ବଳ୍ପ ଅର୍ଥ ପରିବାର ପ୍ରତିପୋଷଣରେ ବାଧା ସୃଷ୍ଟି କରିଛି। ଚାରିଗଁାର ପ୍ରତାପ କୁମାର ଜେନା କହିଛନ୍ତି, ସକାଳେ ଓ ସନ୍ଧ୍ୟାରେ ୨ ଘଣ୍ଟା ପାଣି ଚଳାଇବା କଥା। ତେବେ ସ୍ଥାନୀୟ ସରପଞ୍ଚଙ୍କ ନିର୍ଦ୍ଦେଶ ଅନୁଯାୟୀ ଅନୂ୍ୟନ ୬ରୁ ୭ ଘଣ୍ଟା ପାଣି ଚଳାଇବାକୁ ପଡୁଛି। ନ ହେଲେ ଗ୍ରାମବାସୀ ପାନୀୟ ଜଳ ସଙ୍କଟରେ ରହିବେ। ଏଥିସହ ଟ୍ୟୁବ୍‌ୱେଲ ମରାମତି ଆମର ଦାୟିତ୍ୱ ରହିଛି। ଏହାକୁ ରାଜ୍ୟ ସରକାର ନଜର ଦେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଜିତ ଦୀପକେଙ୍କର ବଡ ଘୋଷଣା, ‘ଆମେ ଜନ୍ତର ମନ୍ତ୍ରରେ ବସିବୁ ଏବଂ …’

ନୂଆଦିଲ୍ଲୀ,୧।୨୬: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ଏବଂ SIR କୁ ନେଇ ଚାଲିଥିବା ବିବାଦ ମଧ୍ୟରେ, Cockroach Janata Party (CJP) ଶୁକ୍ରବାର ମୁମ୍ବାଇରେ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?