୬୫ ଟଙ୍କାରେ ୭ ଘଣ୍ଟା କାମ

କେନ୍ଦ୍ରାପଡ଼ା ଅଫିସ, ୨୯ା୧୧: କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେଇଛନ୍ତି। ଆସନ୍ତା ୨୦୨୩ ସୁଦ୍ଧା ପ୍ରତି ଘରକୁ ଟ୍ୟାପ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ଯୋଜନା ପ୍ରଣୟନ କରିଛନ୍ତି। ତେବେ ତୃଣମୂଳରେ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଥିବା ସେଲ୍‌ଫ ଏମ୍ପ୍ଲଏଡ୍‌ ମେକାନିକ୍‌ (ଏସ୍‌ଇଏମ୍‌)ଙ୍କ ଦୁଃଖ ଶୁଣିବାକୁ କେହି ରାଜି ନୁହନ୍ତି। ମାସିକ ୨୦୦୦ ଟଙ୍କା ଅର୍ଥାତ୍‌ ଦିନକୁ ମାତ୍ର ୬୫ ଟଙ୍କା ୬୬ ପଇସାରେ ଦୈନିକ ୭ ଘଣ୍ଟା କାମ କରିବାକୁ ପଡୁଛି। କରୋନା ସଂକ୍ରମଣ ସମୟରେ ଏହି କାର୍ଯ୍ୟ ବନ୍ଦ ହୋଇନାହିଁ। ଆର୍ଥିକ ଓ ମାନସିକ ଦୁଃସ୍ଥିତିରେ ଥିବା ଏହି କର୍ମଚାରୀମାନେ ଦୀର୍ଘ ୬୪ ଦିନ ହେବ ଭୁବନେଶ୍ୱରରେ ୮ଟି ଦାବି ଉପସ୍ଥାପନ କରି ଗଣଧାରଣାରେ ବସିଛନ୍ତି। ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରି ନିଜର ଦାବି ଉପସ୍ଥାପନ ପାଇଁ କେନ୍ଦ୍ରାପଡ଼ା ବ୍ଲକ ଏସ୍‌ଇଏମ୍‌ ଓ ଗ୍ରାମ୍ୟ ଜଳଯୋଗାଣ କର୍ମଚାରୀ ସଂଘ ପକ୍ଷରୁ କପାଳେଶ୍ୱରଠାରେ ସଭାପତି ପ୍ରଫୁଲ୍ଲ ପଲେଇଙ୍କ ଅଧ୍ୟକ୍ଷତାରେ ରବିବାର ଏକ ବୈଠକ କରିଛନ୍ତି।
ଏ ସମ୍ପର୍କରେ ସମ୍ପାଦକ ଗଣେଶ ଚନ୍ଦ୍ର ରାଉତ କହିଛନ୍ତି, ଜଳ ବିନା ଜୀବନ ଅସମ୍ଭବ। କେନ୍ଦ୍ରାପଡ଼ା ଜିଲା ଓଡ଼ିଶାର ଏକମାତ୍ର ଜଳ ସଙ୍କଟ ଜିଲା ଭାବେ କେନ୍ଦ୍ର ସରକାର ଚିହ୍ନଟ କରି ଜଳଶକ୍ତି ସଂରକ୍ଷଣ ଅଭିଯାନ କାର୍ଯ୍ୟକାରୀ କରୁଛନ୍ତି। ଜଳ ସଞ୍ଚୟ ସଚେତନତାଠାରୁ ଆରମ୍ଭ କରି ନିୟମିତ ଜଳ ଯୋଗାଣ ଓ ପରୀକ୍ଷଣ ଆଦି କାର୍ଯ୍ୟ ପ୍ରକ୍ରିୟାରେ ଏସ୍‌ଇଏମ୍‌ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରୁଛି। ତେବେ ପଞ୍ଚାୟତ ଅଧୀନରେ କାର୍ଯ୍ୟ କରୁଥିବା ଏହି କର୍ମଚାରୀ ନିଜର ପରିବାରକୁ ପ୍ରତିପୋଷଣ କରିପାରୁନାହିଁ। ଏହାସହ କର୍ମକୁଶଳୀ କର୍ମଚାରୀଙ୍କ ଏହି କର୍ମ ନିଯୁକ୍ତିରେ କୌଣସି ସ୍ଥାୟିତ୍ୱ ନାହିଁ। ଜିଲାରେ ୫୦୦ରୁ ଅଧିକ ଏସ୍‌ଇଏମ୍‌ ଥିବା ବେଳେ ରାଜ୍ୟରେ ୨୫ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ଗ୍ରାମଗୁଡିକରେ ପାନୀୟ ଜଳ ଯୋଗାଣକୁ ନିୟମିତ ଧାରାରେ ଚଳାଇ ଆସୁଛନ୍ତି। ଢୋଲ ପଞ୍ଚାୟତ ଜମରା ଗ୍ରାମର ବୀରେନ ସ୍ବାଇଁ କହିଛନ୍ତି, ଦୀର୍ଘ ଦୁଇ ଦଶନ୍ଧି ଧରି ତାଲିମପ୍ରାପ୍ତ ହୋଇ ପଞ୍ଚାୟତରେ ଏସ୍‌ଇଏମ୍‌ ଭାବେ କାର୍ଯ୍ୟ କରୁଛି। ତେବେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ଓ ବିଭାଗୀୟ ସଚିବମାନେ ଆମମାନଙ୍କୁ ସ୍ବେଚ୍ଛାସେବୀ କହି ଆମର ମାନସିକ ଓ ଆର୍ଥିକ ଦୁଃସ୍ଥିତିକୁ ଅଣଦେଖା କରୁଛନ୍ତି। ତାଲିମ ନେଇ ଆମେ କାର୍ଯ୍ୟ କରୁଛୁ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୁଶଳୀ, ଅତିକୁଶଳୀ, ଅର୍ଦ୍ଧକୁଶଳୀ ଓ ଅଣକୁଶଳୀ ସଂଜ୍ଞା ଆମ କର୍ମଚାରୀଙ୍କ ପ୍ରତି ଲାଗୁ ହେଉ। ଏସ୍‌ଇଏମ୍‌ ପରିବର୍ତ୍ତେ ଗ୍ରାମ୍ୟ ଜଳଯୋଗାଣ କର୍ମଚାରୀ କରାଯାଉ। ସେହିପରି ସମାନ କାମକୁ ସମାନ ଦରମା, ଚାକିରି ବୟସକୁ ୫ ବର୍ଷ କୋହଳ କରିବା, କାର୍ଯ୍ୟରତ ସମୟରେ ମୃତ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା, ବକେୟା ରାଶି ପ୍ରଦାନ, ମେଗା ପ୍ରୋଜେକ୍ଟରେ ଜଳ ଯୋଗାଣ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ ଆଦି ଦାବି ଉପସ୍ଥାପନା କରାଯାଇଛି। କପାଳେଶ୍ୱରର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ କହିଛନ୍ତି, ଏସ୍‌ଇଏମ୍‌ଙ୍କ ଆର୍ଥିକ ଦୁର୍ଗତିର ସେ ଏକ ଉଦାହରଣ। ଦୁଇବର୍ଷ ଧରି ତାଙ୍କ ବାପାଙ୍କ ଦେହ ଖରାପ ହେଲା। ସରକାରୀ ଡାକ୍ତରଖାନାରେ ଚିକିତ୍ସା ସମ୍ଭବ ହୋଇପାରୁ ନ ଥିବା ବେଳେ ବାଧ୍ୟ ହୋଇ ବେସରକାରୀ ଡାକ୍ତରଖାନାକୁ ଗଲେ। ତେବେ ଅର୍ଥ ଅଭାବ ଯୋଗୁ ବାପାଙ୍କ ଚିକିତ୍ସା ହୋଇ ପାରିଲା ନାହିଁ। ଘରେ ଏବେ ୪ ଜଣିଆ ପରିବାର। ସ୍ବଳ୍ପ ଅର୍ଥ ପରିବାର ପ୍ରତିପୋଷଣରେ ବାଧା ସୃଷ୍ଟି କରିଛି। ଚାରିଗଁାର ପ୍ରତାପ କୁମାର ଜେନା କହିଛନ୍ତି, ସକାଳେ ଓ ସନ୍ଧ୍ୟାରେ ୨ ଘଣ୍ଟା ପାଣି ଚଳାଇବା କଥା। ତେବେ ସ୍ଥାନୀୟ ସରପଞ୍ଚଙ୍କ ନିର୍ଦ୍ଦେଶ ଅନୁଯାୟୀ ଅନୂ୍ୟନ ୬ରୁ ୭ ଘଣ୍ଟା ପାଣି ଚଳାଇବାକୁ ପଡୁଛି। ନ ହେଲେ ଗ୍ରାମବାସୀ ପାନୀୟ ଜଳ ସଙ୍କଟରେ ରହିବେ। ଏଥିସହ ଟ୍ୟୁବ୍‌ୱେଲ ମରାମତି ଆମର ଦାୟିତ୍ୱ ରହିଛି। ଏହାକୁ ରାଜ୍ୟ ସରକାର ନଜର ଦେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାକୃତିକ ବିପତ୍ତିକୁ ବଳିଯାଉଛି ସଡ଼କ ଦୁର୍ଘଟଣା: ୧୦ବର୍ଷରେ ଗଲାଣି ୪୩ ହଜାର ଜୀବନ

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ବିଭିନ୍ନ ସମୟରେ ରାଜ୍ୟରେ ହେଉଥିବା ପ୍ରାକୃତିକ ବିପତ୍ତି ଯୋଗୁ ବହୁମୂଲ୍ୟ ଜୀବନ ଚାଲିଯାଉଛି। ଗତ ୧୦ ବର୍ଷ ମଧ୍ୟରେ ବଜ୍ରପାତ, ଅଂଶୁଘାତ, ଅଗ୍ନିକାଣ୍ଡ, ବାତ୍ୟା,...

ବିଭାଗୀୟ ତଦନ୍ତ ଆରମ୍ଭ

ବଇଣ୍ଡା,୧୪।୩(ଡି.ଏନ.ଏ.) ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ପିତାବଳୀବାହାଳ ଛକ(କନ୍ତପଡ଼ା)ଠାରୁ ବିପ୍ରଡିହ ପର୍ଯ୍ୟନ୍ତ ଦୀର୍ଘ ୧୨ କିମି ମାଟି ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା...

ଚଢ଼ାଉ, ଗିରଫଦାରି, ଠିକ୍‌ ତଦନ୍ତକୁ ଗୁରୁତ୍ୱ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ଅବକାରୀ ଆଇନ ଏବଂ ବଟଲିଂ ପ୍ଲାଣ୍ଟ ଅପରେଶନ ଉପରେ ଏକ ଦିନିକିଆ କର୍ମଶାଳା ଶୁକ୍ରବାର ଭର୍ଚୁଆଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ବ୍ରହ୍ମପୁର ପୌର ପରିଷଦରୁ ମହାନଗର ନିଗମ

ବ୍ରିଟିଶ ଶାସନରେ ଗଞ୍ଜାମ ଜିଲା ମାଡ୍ରାସ ପ୍ରେସିଡେନ୍‌ସି ଅଧିନ ଥିଲା। ୧୮୬୭ରେ ଗଠନ ହୋଇଥିଲା ବ୍ରହ୍ମପୁର ପୌର ପରିଷଦ। ୨୦୦୯ରେ ରାଜ୍ୟ ସରକାର ଏହି ପୌର...

ଡୁଙ୍ଗୁରୁଗୁଡା ଗ୍ରାମରେ ତିନି ଭାଇଙ୍କୁ ବାସନ୍ଦ ଘଟଣା: ବିଇଓଙ୍କ ସହ ଆଲୋଚନା କଲେ ବାସନ୍ଦ ପରିବାର

ପାତ୍ରପୁର,୧୭ା୯(ଡି.ଏନ୍‌.ଏ.)- ଜରଡ଼ା ଥାନା ପାତ୍ରପୁର ବ୍ଲକ ଡୁଙ୍ଗୁରୁଗୁଡା ଗ୍ରାମରେ ସାମାନ୍ୟ କଥାକୁ ନେଇ ୩ଭାଇଙ୍କୁ ଗ୍ରାମରୁ ବାସନ୍ଦ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ମଙ୍ଗଳବାର...

ଜନନୀ ଏକ୍ସପ୍ରେସ ଡ୍ରାଇଭରଙ୍କ ଦୁର୍ବ୍ୟବହାର ନେଇ ଉତ୍ତେଜନା: ଘରୋଇ ଭ୍ୟାନ୍‌ରେ ଗଲେ ଆସନ୍ନ ପ୍ରସବା

ରୂପ୍‌ସା, ୨୨।୮(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ଉତ୍ତେଜନା ଦେଖାଦେଇଛି। ଜଣେ ଆସନ୍ନ ପ୍ରସବାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ଆସିଥିବା...

ଖନ୍ତାପଡାରେ ଦେଶୀ ମଦର ଅବାଧ କାରବାର

ବାହାନଗା, ୪ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡା ଅଞ୍ଚଳରେ ଚୋରା ଦେଶୀମଦ କାରବାର ବଢିଚାଲିଛି। ଚିତ୍ତାପଦା ଛକରେ ଏକ ପରିତ୍ୟକ୍ତ ଘରୁ ସୋର ଅବକାରୀ ବିଭାଗ...

ଯୁବତୀଙ୍କୁ ହତ୍ୟା କରି ଫିଙ୍ଗିଦେଲେ

ବରପାଲି, ୮।୫(ଡି.ଏନ୍‌.ଏ.): ବରଗଡ଼ ଜିଲା ବରପାଲି ଥାନା ଭଟିଗାଁ ଗ୍ରାମ ନିକଟ ରାନିଯୋର ବ୍ରିଜ୍‌ ତଳୁ ରବିବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ ମୃତଦେହକୁ ପୋଲିସ ଜବତ...

Advertisement
Archives

Model This Week