ଆମ ଜିଲା ଖବର

ପୋଲିସ ଗୁଳିରେ ୩ ମାଓବାଦୀ ନିହତ

ମାଲକାନଗିରି,୧୨।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ପାହାଡ଼ରେ ପୋଲିସ ଓ ମାଓବାଦୀ ମଧ୍ୟରେ ମଙ୍ଗଳବାର ଗୁଳି ବିନିମୟ ହୋଇଛି। ଏଥିରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ତୁଳସୀ ପାହାଡ଼ ଜଙ୍ଗଲରେ ଏକ ମାଓବାଦୀ ଶିବିର ଥିବା…

ସିସିଟିଭି ଫୁଟେଜ୍‌ ଜାରି କଲା ପୋଲିସ, ଧରାଇଦେଲେ ମିଳିବ ପୁରସ୍କାର

କେନ୍ଦୁଝର,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବିଧାୟକ ମୋହନ ମାଝିଙ୍କୁ ଆକ୍ରମଣ ଘଟଣାରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜ୍‌ ଜାରି କରିଛି। ଆକ୍ରମଣ ପରେ ବାଇକ୍‌ରେ ଖସି ପଳାଇବା ସମୟରେ ସିସିଟିଭିରେ କଏଦ୍‌ ହୋଇଥିବା ଏହି ବ୍ୟକ୍ତି ଜଣଙ୍କୁ ଧରାଇ ଦେଲେ…

ବିଧାୟକ ମୋହନ ମାଝିଙ୍କ ଉପରେ ଆକ୍ରମଣ ଘଟଣା: ପ୍ରତିବାଦରେ ଏନ୍‌ଏଚ୍‌ ୪୯ ଅବରୋଧ

କେନ୍ଦୁଝର,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବିଧାୟକ ମୋହନ ମାଝିଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଭାଜପା ପକ୍ଷରୁ ମଙ୍ଗଳବାର ବିକ୍ଷୋଭ କରାଯାଇଛି। ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନେତୃତ୍ୱରେ ସ୍ଥାନୀୟ ଗାନ୍ଧୀଛକଠାରେ ଭାଜପା କର୍ମୀ ରାସ୍ତାରେ ବସି ଆନ୍ଦୋଳନ କରିବା…

ମା’ଙ୍କ ଆବାହନରେ ଉତ୍ସବମୁଖର ଶ୍ରୀକ୍ଷେତ୍ର

ପୁରୀ ଅଫିସ, ୧୨।୧୦: ଦଶହରା ପାଇଁ ଉତ୍ସବମୁଖର ହୋଇଉଠିଛି ଶ୍ରୀକ୍ଷେତ୍ର। ଗାଁଠୁ ସହର ସବୁଠି ମହକୁଛି ପାର୍ବଣର ମହକ। ମା’ ଦଶଭୁଜାଙ୍କ ଆବାହନ ମନ୍ତ୍ରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଶାରଦୀୟ ଦୁର୍ଗାତ୍ସୋବର ସ୍ବତନ୍ତ୍ରତା ବହନ କରୁଥିବା ଶ୍ରୀକ୍ଷେତ୍ର ଏବେ ନବବଧୂ…

ପତ୍ର ବିନିମୟ ପାଠ୍ୟକ୍ରମ ଫି’ କମିଲା

କଟକ ଅଫିସ,୧୨।୧୦: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପତ୍ର ବିନିମୟ ପାଠ୍ୟକ୍ରମର ଛାତ୍ରୀଛାତ୍ରଙ୍କ ନାମଲେଖା ଏବଂ ପରୀକ୍ଷା ଫି’ ହ୍ରାସ କରାଯାଇଛି। ୨୦୨୧-୨୨ ଶିକ୍ଷାବର୍ଷରେ ନାମଲେଖାଉଥିବା ଛାତ୍ରୀଛାତ୍ରଙ୍କୁ ୧୫ଶହ ଟଙ୍କା ଫି’ ଦେବାକୁ ପଡ଼ିବ। ପୂର୍ବରୁ ଏ ବାବଦରେ…

କ୍ଷତିପୂରଣ ମିଳୁନି: ଅଧାରେ ଏନ୍‌ଏଚ୍‌ କାମ

ଯାଜପୁର ଅଫିସ,୧୨।୧୦: ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ ୨୦୧୭ରୁ ରାଜ୍ୟରେ ୧୧୬୨ କିମି ଦୂରତା ବିଶିଷ୍ଟ ୨୨ଟି ଜାତୀୟ ରାଜପଥ (ଏନ୍‌ଏଚ୍‌) ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଏଥିପାଇଁ ଯାଜପୁର, ଅନୁଗୋଳ, ବାଲେଶ୍ୱର, କଟକ, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, କୋରାପୁଟ,…

ରାଇସୁଆଁ, ଟଣ୍ଟୋ ଏୟାରଷ୍ଟ୍ରିପ୍‌କୁ ଅଣଦେଖା

କେନ୍ଦୁଝର,୧୨।୧୦(ସ୍ବ.ପ୍ର.)-ଖଣିଖାଦାନ ସମୃଦ୍ଧ କେନ୍ଦୁଝର ଜିଲାରେ ଥିବା ବହୁ ପୁରୁଣା ଦୁଇ ଏୟାରଷ୍ଟ୍ରିପ୍‌ ରକ୍ଷଣାବେକ୍ଷଣ ଅଭାବରୁ ଅବହେଳିତ ହୋଇରହିଛି। କେନ୍ଦ୍ର ସରକାର ଉଡାନ ଯୋଜନାରେ ରାଜ୍ୟର ବିଭିନ୍ନ ଏୟାରଷ୍ଟ୍ରିପ୍‌ର ବିକାଶ ଓ ସମ୍ପ୍ରସାରଣ କରୁଥିବା ବେଳେ ଏହି ଜିଲାର ଏୟାରଷ୍ଟ୍ରିପ୍‌କୁ ଅଣଦେଖା କରାଯାଇଛି।…

ଶ୍ରୀହୀନ ଶିଶୁ ଉଦ୍ୟାନ

ବାଲିଆପାଳ,୧୨।୧୦(ସ୍ବ.ପ୍ର.)- ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସମ୍ମୁଖରେ ପ୍ରତିଷ୍ଠା ହୋଇଥିବା ଇନ୍ଦିରା ଶିଶୁ ଉଦ୍ୟାନ ଏବେ ସୌନ୍ଦର୍ଯ୍ୟ ହରାଇ ବସିଛି। ପୂର୍ବଭଳି ଆଉ ସେଠାରେ ଗହଳି ଲାଗି ରହୁନି। ରକ୍ଷଣାବେକ୍ଷଣ ଅଭାବରୁ ଏହା ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଶିଶୁଙ୍କ ଖେଳକୁଦ…

ଛାତ୍ରୀଙ୍କୁ ବଳାତ୍କାର କଲେ ଶିକ୍ଷକ

ରାଉରକେଲା ଅଫିସ୍‌, ୧୨।୧୦: ଜଲଦା ଫାଣ୍ଡି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଛି। ଏ ନେଇ ପୀଡିତାଙ୍କ ପରିବାର ଲୋକେ ଜଲଦା ଫାଣ୍ଡିରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଗାଁରେ ପର୍ବ ଥିବାରୁ ନାବାଳିକା ଜଣଙ୍କ ଗ୍ରାମର…

ସମୁଦ୍ରରେ ଭାସିଗଲା ହରିଣ

କୋଣାର୍କ,୧୧।୧୦(ଡି.ଏନ୍‌.ଏ.): କୋଣାର୍କସ୍ଥିତ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲରୁ ସୋମବାର ଅପରାହ୍ନରେ ଏକ ହରିଣ ପାଣି ପିଇବା ପାଇଁ ସମୁଦ୍ରକୁ ଯାଇ ଭାସି ଯାଇଥିଲା। ସେଠାରେ ଉପସ୍ଥିତ ଲାଇଫ ଗାର୍ଡ ଏହା ଦେଖି ହରିଣଟିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ବନ…

କୋଭିଡ୍‌ ମୃତକଙ୍କ ପରିବାର ପାଇଁ ଖୁସି ଖବର

ଝାରସୁଗୁଡ଼ା ଅଫିସ,୧୧ା୧୦: ଝାରସୁଗୁଡ଼ା ଜିଲାରେ କୋଭିଡ୍‌ରେ ଦୁଇ କରୋନା ଯୋଦ୍ଧା ଖବରଦାତା ଅମଜଦ୍‌ ବାଦଶାହା ଓ ଆଦିତ୍ୟ ସାହୁଙ୍କ ମୃତ୍ୟୁ ଘଟିଥିଲା। ସରକାରଙ୍କ ଘୋଷଣା ଅନୁଯାୟୀ ଉଭୟ ଖବରଦାତାଙ୍କ ପରିବାରକୁ ସହାୟତା ବାବଦରେ ୧୫ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଏହି…

ଫେସବୁକରେ ପ୍ରେମିକାଙ୍କ ଫଟୋ ଛାଡ଼ି ଗିରଫ ହେଲେ ବିବାହିତ

କୋକସରା,୧୧।୧୦(ଡି.ଏନ.ଏ): ନିଜ ଫେସବୁକ ଆକାଉଣ୍ଟରେ ଜଣେ ନାବାଳିକାଙ୍କ ସହ ନିଜ ଫଟୋକୁ ଏଡିଟ୍‌ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଜଣେ ବିବାହିତ ଯୁବକ। ପୋଷ୍ଟରେ ଯୁବକ ଜଣଙ୍କ ନାବାଳିକାଙ୍କୁ ପ୍ରେମିକା ବୋଲି କ୍ୟାପସନରେ ଲେଖିଛନ୍ତି। ଏହି ଫଟୋଟି ଭାଇରାଲ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?