ଜଳିଗଲା ୫ ଦୋକାନ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଭଣ୍ଡାରିପୋଖରୀ,୨୪ା୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମାଳଦା ଜଗନ୍ନାଥ ବଜାରରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୫ଟି ଦୋକାନ ଗୃହ ଓ ସାମଗ୍ରୀ ପୋଡ଼ି ଲକ୍ଷାଧିକ ଟଙ୍କାର ସମ୍ପତ୍ତି  ଭସ୍ମୀଭୂତ ହୋଇଯାଇଛି। ଅଗ୍ନିକାଣ୍ଡରେ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ତେଜରାତି ଦୋକାନ, ନିରାକାର ଦାସଙ୍କ ଫଳ ଦୋକାନ, କୁନା ସାହୁଙ୍କ ବାଇକ୍‌ ଓ ସାଇକେଲ ପାର୍ଟସ ଓ ମରାମତି ଦୋକାନ, ପରେଶ ବେହେରାଙ୍କ ଜଳଖିଆ ଦୋକାନ, ସୁଦାମ ଦାସଙ୍କ ସାର ଦୋକାନର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ପରେଶଙ୍କ ଜଳଖିଆ ଦୋକାନରେ ଥିବା ଗ୍ୟାସ ଟାଙ୍କି ଅଗ୍ନିକାଣ୍ଡରେ ଫାଟି ଯାଇ ଘର ଛପରର ଏକ ସର୍କିଟ୍‌ ସିଟ୍‌କୁ ପ୍ରାୟ ୪୦ ମିଟର ଉଡ଼ାଇ ଏକ ନିମ୍ବ ଗଛରେ ଲଗାଇଛି। ଖବରପାଇ ଭଣ୍ଡାରିପୋଖରୀ ଦମକଳ ଅଧିକାରୀ ରମାକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିଲେ ମଧ୍ୟ କେହି ଅଜଣା ବ୍ୟକ୍ତି ନିଆଁ ଲଗାଇ ଦେଇଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଜମାରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଛି ଟିକା

କଟକ ଅଫିସ, ୨୯ା୪: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଅଧିକ ସଂକ୍ରାମକ ରହିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏପରି କି ମୃତ୍ୟୁସଂଖ୍ୟା...

ଭଦ୍ରକରେ ୧୮୬ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୨୦।୬: ଭଦ୍ରକ ଜିଲାରେ ଶନିବାର ପୁଣି ୫ କରୋନା ପଜିଟଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୬ରେ...

ଭାରସାମ୍ୟ ହରାଇ ଓଲଟିଲା ଧାନ ବୋଝେଇ ଟ୍ରକ୍‌

କୋକସରା, ୩୧ା୫,(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ଫାଣ୍ଡି ଅନ୍ତର୍ଗତ ଡଙ୍ଗରୀଗୁଡା ବୁଲାଣି ୨୬ ନମ୍ବର ଜାତୀୟ ରାଜପଥ ନିକଟରେ ଶନିବାର ବିଳମ୍ବିତ ରାତିରେ...

ବେଗ ରୋକିପାରୁନି ଇଣ୍ଟରସେପ୍ଟର:ରାଜପଥରେ ବଢ଼ୁଛି ଦୁର୍ଘଟଣା

ଅନୁଗୋଳ ଅଫିସ, ୨।୯ ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ପ୍ରତିଦିନ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ବିଶେଷକରି ବଅଁରପାଳ ଛକରୁ...

ଗୋଲାପ ଦର ଆକାଶଛୁଆଁ

ବ୍ରହ୍ମପୁର ଅଫିସ, ୭ା୨: ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଦିନ ସୋମବାରଠାର ରୋଜ୍‌ ଡେ ପାଳନ ହେବ। ପଶ୍ଚାତ୍ୟ ସଂସ୍କୃତି ଅନୁସାରେ ଏହି...

୫୦ବର୍ଷ ପାଇଁ ସହର ନବୀକରଣ ଯୋଜନା

ଜଗତ୍‌ସିଂହପୁର ଅଫିସ,୧୩ା୫: ଜଗତ୍‌ସିଂହପୁର ଏକ ମଧ୍ୟମ ଶ୍ରେଣୀର ସହର। ୧୯୮୫ ମସିହା ପରଠାରୁ ସହର ସମେତ ଜିଲାରେ ମାଷ୍ଟର ପ୍ଲାନ ହୋଇନାହିଁ, ଯେଉଁଥିପାଇଁ ସହରଟି ଦିନକୁଦିନ...

ମାଛଧରା ବନ୍ଦର ନିର୍ମାଣ ନେଇ ବିଧାନସଭାରେ ପ୍ରଶ୍ନ କଲେ ଛତ୍ରପୁର ବିଧାୟକ

ଛତ୍ରପୁର,୨ା୧୨(ଡି.ଏନ୍‌.ଏ.): ପ୍ରସ୍ତାବିତ ମାଛଧରା ବନ୍ଦର ଓ ଛତ୍ରପୁର କଲେଜରେ ବିଭିନ୍ନ ପଦବୀ ପୂରଣ ସମ୍ପର୍କରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ବିଧାନସଭାରେ ପ୍ରଶ୍ନ କରିଛନ୍ତି...

ଶତାଧିକ ଲୋକଙ୍କ ଇନ୍ଦିରାଆବାସ ଅର୍ଥ ହଡ଼ପ

ମହାକାଳପଡ଼ା,୧୧।୬ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ୧୯୯୯ ମହାବାତ୍ୟା ବହୁ ଧନଜୀବନ ନଷ୍ଟ କରିଥିଲା। ଗରିବ ଲୋକଙ୍କ ପାଇଁ ସରକାର ଦେଇଥିବା ଇନ୍ଦିରା ଆବାସ...

Advertisement
Archives

Model This Week