ମାଂସ ଶିକାରୀଙ୍କ ଲୋଲୁପ ଦୃଷ୍ଟିରେ ଭିତରକନିକା

କେନ୍ଦ୍ରାପଡ଼ା ଅଫିସ, ୨୫।୧୨: ଭିତରକନିକା ଜାତୀୟ ଉଦ୍ୟାନରୁ ଗତ ୯ ତାରିଖରେ ହରିଣ ଶିକାର କରି ବଗପାଟିଆ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଫକୀର ମୋହନ ନାୟକ ଧରାପଡିଥିଲେ। ଏହି ଘଟଣାରେ ଜେଲ ଯିବା ପରେ ତାଙ୍କୁ ଜିଲା ଶିକ୍ଷା ବିଭାଗ ନିଲମ୍ବିତ କରିଛନ୍ତି। ଏହା ବ୍ୟତୀତ ଚଳିତବର୍ଷ ୧୦୦ରୁ ଊର୍ଦ୍ଧ୍ୱ ଶିକାର ମାମଲା ସହ ୨୦୦ରୁ ଅଧିକ ଲୋକଙ୍କୁ ବନ ବିଭାଗ ଗିରଫ କଲାଣି। କଟକଣା ସମୟରେ ସମୁଦ୍ରରେ ମାଛ ମାରିବାଠାରୁ ଆରମ୍ଭ କରି ଜାତୀୟ ଉଦ୍ୟାନ ସଂରକ୍ଷିତ ଅଞ୍ଚଳରୁ ପଶୁ ପକ୍ଷୀଙ୍କ ଶିକାର ହୋଇଛି। ତେବେ ଆସନ୍ତା ବଡଦିନ ଓ ନୂଆବର୍ଷ ପାଇଁ ଶିକାରୀଙ୍କ ଲୋଲୁପ ଦୃଷ୍ଟି ଭିତରକନିକାରେ ପଡିଛି ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି। ରାଜନଗରର ବସନ୍ତ କୁମାର ହାତୀ କହିଛନ୍ତି, ବଡଦିନ ଓ ନୂଆବର୍ଷ ଦୁଇଦିନରେ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ହୋଇଥିବା ବେଳେ ସମସ୍ତ ଅଞ୍ଚଳରେ ଭୋଜିଭାତ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଶିକାରୀମାନେ ଶିକାର ଖୋଜିବାରେ ଲାଗି ପଡିଛନ୍ତି। ଭିତରକନିକାରେ ଶୀତ ଋତୁରେ ଦେଶୀ ବିଦେଶୀ ପକ୍ଷୀଙ୍କ ଭିଡ ଲାଗିଛି। ଭିତରକନିକା ଆଭ୍ୟନ୍ତର ଓ ବାହ୍ୟ ଅଞ୍ଚଳରେ ପକ୍ଷୀଙ୍କ ଶିକାର ଚାଲିଛି। ଏହାର ମାଂସ ନିକଟସ୍ଥ ବ୍ଲକ ଅଞ୍ଚଳ ସମେତ ପାରାଦୀପ, ଧାମରା, ଯାଜପୁର ଆଦି ଅଞ୍ଚଳକୁ ଯାଉଛି। ଏହା ନୂଆ ନୁହେଁ। ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବାର୍‌ହା, ହରିଣଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କୁ ମାଂସ ପାଇଁ ଶିକାର କରାଯାଉଛି। ଏଥିସହ ସାମୁଦ୍ରିକ ଜୀବଙ୍କୁ ଶିକାର କରାଯାଇ ଏହି ଦୁଇଦିନରେ ଶିକାରୀ ଭଲ ରୋଜଗାର କରନ୍ତି। ଦୋଳଗୋବିନ୍ଦ ଜେନା କହିଛନ୍ତି, ଯନ୍ତା ସହ କେତେଜଣ ଶିକାରୀ କୁକୁରକୁ ଶିକାର କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ସେହିପରି ବିରଳ ଅଲିଭ ରିଡଲେ କଇଁଛ ଶିକାର ଚାଲିଥିବା ବେଳେ ବନ ବିଭାଗ ପକ୍ଷରୁ ଅଦ୍ୟାବଧି କୌଣସି ମାମଲାରେ ଏହାକୁ ଦର୍ଶାଇ ଯାଉନାହିଁ। ବଡଦିନ ଓ ନୂଆବର୍ଷ ପୂର୍ବରୁ ମାଂସ ପାଇଁ ଶିକାର ହେଉଥିବା ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତି କହିଛନ୍ତି, ଏ ନେଇ ବନ ବିଭାଗ ସତର୍କ ଅଛି। ବିଭିନ୍ନ ରେଞ୍ଜ ଅଫିସରଙ୍କୁ ଏ ସମ୍ପର୍କରେ ଆଲର୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହା ବିଧାନସଭାରେ ଭାଜପା ଆଗୁଆ

ଲୋଇସିଂହା,୨୩।୫: ଲୋଇସିଂହା ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ମୁକେଶ ମହାଲିଙ୍ଗ ଆଗରେ ଅଛନ୍ତି। ମୁକେଶ ୧୯୪୧୦ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ପ୍ରଦୀପ...

ପଛୁଆବର୍ଗ କମିଶନଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର,୨୨।୧(ବ୍ୟୁରୋ): ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ଛାତ୍ରୀଛାତ୍ରଙ୍କ ନାମ ଲେଖା ପାଇଁ ୨୭ ଭାଗ ସ୍ଥାନ ସଂରକ୍ଷଣ ଲାଗୁ...

ତାଲା ଭାଙ୍ଗି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡ଼ିଲେ ଚୋର

ବାସୁଦେବପୁର,୨୨ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ବଜାରରେ ଶନିବାର ବିଳମ୍ବିତ ରାତିରେ ଏକ ତେଜରାତି ଦୋକାନରୁ ଚୋରି ହୋଇଛି। ଦୋକାନୀ ପ୍ରେମ ଆନନ୍ଦ...

ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀଙ୍କ ପଟାଙ୍ଗି ଗସ୍ତ ସମୟରେ ଗଣମାଧ୍ୟମକୁ ଅଣଦେଖା

ପଟାଙ୍ଗି,୭ା୫(ଡି.ଏନ୍‌.ଏ.): ରାଜ୍ୟ ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଆନ୍ଧ୍ର ସୀମାନ୍ତ ବ୍ଲକକୁ ଗସ୍ତ କରି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମଧ୍ୟ ଏଠାରେ ଗଣମାଧ୍ୟମକୁ ବ୍ଲକ...

ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ପିଣ୍ଟୁ ନନ୍ଦଙ୍କ ଭାଇ

ଭୁବନେଶ୍ୱର,୩।୩(ବ୍ୟୁରୋ): ଅଭିନେତା ପିଣ୍ଟୁ ନନ୍ଦଙ୍କ ବିୟୋଗରେ ତାଙ୍କ ଭାଇ ଅଭିରାମ ନନ୍ଦ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ପୁରୁଷ ହକି ବିଶ୍ୱକପ୍‌ ପାଇଁ ବାହାର...

ଶିିକୁଳା ଗ୍ରାମକୁ କଣ୍ଟେଟମେଣ୍ଟ ଜୋନ୍‌ ଘୋଷଣା କଲେ ଗଞ୍ଜାମ ଜିଲାପାଳ

ପୁରୁଷୋତ୍ତମପୁର, ୩୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଶିକୁଳା ଗ୍ରାମରେ ମଙ୍ଗଳବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ପ୍ରଶାସନ ପକ୍ଷରୁ ଚିହ୍ନଟ...

ବିନା ପ୍ରମାଣପତ୍ରରେ ରୋଗୀ ସେବା; ନକଲି ଡାକ୍ତର ଗିରଫ

ବାରଙ୍ଗ,୧୦।୧୦(ଡି.ଏନ୍‌.ଏ.): ବିନା ପ୍ରମାଣପତ୍ରରେ ରୋଗୀ ସେବା କରିବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡ଼ିଛି। ଜଣେ ରୋଗୀଙ୍କ ଦେହ ସୁସ୍ଥ ହେବା ବଦଳରେ ବିଗିଡ଼ିବାରୁ ପରିବାର ଲୋକ...

କୋଭିଡ୍‌ କଟକଣା ଉଲ୍ଲଂଘନକୁ ନେଇ ପ୍ରଶାସନର ତଦନ୍ତ

କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ, ୧୮ା୧ (ଡି.ଏନ୍‌.ଏ.): କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନୀ ସହ ସାମାଜିକ କଟକଣା ଜାରି ହୋଇଛି। ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ...

Advertisement
Archives

Model This Week