ସପ୍ତଶଯ୍ୟା ମହୋତ୍ସବ ପଦ୍ମଶ୍ରୀ ପ୍ରିୟମ୍ବଦା ହେଜ୍‌ମାଦୀଙ୍କୁ ସପ୍ତଶଯ୍ୟା ସମ୍ମାନ

ଢେଙ୍କାନାଳ ଅଫିସ,୨୫।୧୨-ଢେଙ୍କାନାଳର ସାଂସ୍କୃତିକ ଅନୁଷ୍ଠାନ ‘ଦେବାଂଶୀ ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ଶୁକ୍ରବାର ଭର୍ଚୁଆଲ୍‌ ମୋଡ୍‌ରେ ସପ୍ତଶଯ୍ୟା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ମହେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ପ୍ରିୟମ୍ବଦା ହେଜମାଦୀଙ୍କୁ ‘ସପ୍ତଶଯ୍ୟା ସମ୍ମାନ-୨୦୨୧’ରେ ସମ୍ମାନିତ କରାଯାଇଥିଲା। ସେହିପରି ଜୀବନବ୍ୟାପୀ ସାଧନା ପାଇଁ ସ୍ବନାମଧନ୍ୟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର, ଚଳଚ୍ଚିତ୍ର ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଆଇସିସିଆଇ ବ୍ୟାଙ୍କ ଆଞ୍ଚଳିକ ନିର୍ଦ୍ଦେଶକ ମୀନାକ୍ଷୀ ମିଶ୍ର, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ରାଜ୍ୟ ସଂସ୍କୃତି ବିଭାଗ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ, ଆୟକର ବିଭାଗର ଅବସରପ୍ରାପ୍ତ ପ୍ରମୁଖ କମିଶନର ଶରତ ଦାସ, ଲାୟନ୍ସ କ୍ଲବ ଅଧ୍ୟକ୍ଷା ଶୁଚିସ୍ମିତା ପୃଷ୍ଟି, କ୍ୟାନ୍‌ସର ଫାଉଣ୍ଡେଶନର ମିନତୀ ବେହେରା, ସିଏଫ୍‌ଟି ନିର୍ଦ୍ଦେଶକ ଅମିୟବାଳା ପରିଡା, ଆଦିତ୍ୟବାହିନୀ ଗୋବର୍ଦ୍ଧନ ମଠର ସାଧାରଣ ସମ୍ପାଦକ ମାତୃପ୍ରସାଦ ମିଶ୍ର, ସାମାଜିକ କର୍ମୀ ସୁବ୍ରତ କୁମାର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଦେବାଂଶୀ ନିର୍ଦ୍ଦେଶକ ଗୁରୁ ଗୌରୀଶଙ୍କର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସାରା କୋହଲା ପାଗ

ଭୁବନେଶ୍ୱର,୪ା୧(ବ୍ୟୁରୋ): ଝିପି ଝିପି ବର୍ଷା, କୋହଲା ପାଗ ଯୋଗୁ ରାଜ୍ୟରେ ସୃଷ୍ଟି ହୋଇଛି ଏକ ଶୀତୁଆ ପରିବେଶ। ଆଗକୁ ବର୍ଷା ଅଧିକ ନ ଥିଲେ ମଧ୍ୟ...

ସ୍ବଳ୍ପ ବୃଷ୍ଟି: ଚାଷ କାର୍ଯ୍ୟ ପ୍ରଭାବିତ

ଚମ୍ପୁଆ, ୨୬ା୭(ଡି.ଏନ.ଏ.)- କେନ୍ଦୁଝର ଜିଲା ହେଉଛି ଏକ କୃଷିବହୁଳ ଜିଲା। ଚମ୍ପୁଆରେ ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ...

ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୪ା୨(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଉଷ୍ଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା...

ଶ୍ରୀମନ୍ଦିର ଇତିହାସରେ ନୂଆ ଅଧ୍ୟାୟ: ରଥ ପଥରେ, ବିନା ଭକ୍ତରେ

ପୁରୀ ଅଫିସ,୨୪ା୬: ମହାମାରୀ କରୋନା ପାଇଁ ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହୋଇଛି ଏକ ନୂଆ ଅଧ୍ୟାୟ। ଶେଷ ମୁହୂର୍ତ୍ତରେ ଲୀଳାମୟ ଦେଖାଇଲେ ତାଙ୍କ ଅପୂର୍ବ ଲୀଳା। ବଡ଼ଦାଣ୍ଡକୁ...

ବଢ଼ୁଛି ସାଇବର ଠକଙ୍କ ଦୌରାତ୍ମ୍ୟ

ଭୁବନେଶ୍ୱର,୬।୪ (ବ୍ୟୁରୋ): ବାରମ୍ବାର ସଚେତନତା ସତ୍ତ୍ୱେ ସାଇବର ଠକଙ୍କ ଜାଲରେ ପଡ଼ୁଛନ୍ତି ଲୋକେ। ଫଳରେ ଲକ୍ଷ ଲକ୍ଷ ଟଙ୍କା ଆଖି ପିଛୁଳାକେ ହରାଇ ବସୁଛନ୍ତି। ଗତ...

ଛେଳି ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ: ୧ ଲକ୍ଷ ଟଙ୍କା ଲୁଟିନେଲେ ରାଜପଥ ଲୁଟେରା

ଛେଣ୍ଡିପଦା,୨୭।୬(ଡି.ଏନ୍‌.ଏ.)- ଅନୁଗୋଳ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ଜରପଡ଼ା ଥାନା ଅନ୍ତର୍ଗତ ସାଆନ୍ତରାପୁର ଗ୍ରାମ ନିକଟରେ ଗୁରୁବାର ସକାଳେ ଜଣେ ଛେଳି ବ୍ୟବସାୟୀ ଲୁଟର ଶିକାର...

୩୦ ପୂର୍ବରୁ ବସିବ ବିଧାନସଭା ଅଧିବେଶନ

ଭୁବନେଶ୍ୱର,୩ା୯(ବ୍ୟୁରୋ)-ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ବିଧାନସଭା ଅଧିବେଶନ ବସିବ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ରାଜସ୍ଥାନ ବିଧାନସଭା...

ଓଆଇପିଏଲ୍‌ ଜାଲିଆତି କରି ଜମି ହାତେଇଛି : କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୬ା୧୧(ବ୍ୟୁରୋ): ଖୋର୍ଦ୍ଧା ସାରୁଅ ଜମି ବିବାଦ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଓଡ଼ିଶା ଇନ୍‌ଫ୍ରାଟେକ ପ୍ରାଇଭେଟ ଲିମିଟେଡ୍‌ (ଓଆଇପିଏଲ) କମ୍ପାନୀ ଜାଲିଆତି କରି...

Advertisement
Archives

Model This Week