୨୮୪୮ ଏକର ଜମି ଅଧିଗ୍ରହଣ ବାକି

ଯାଜପୁର ଅଫିସ,୨୫ା୧୨: ରାଜ୍ୟରେ ବର୍ତ୍ତମାନ ୧୧ଟି ରେଳପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଚାଲିଛି। କରୋନା ମହାମାରୀ ପାଇଁ ଜମି ଅଧିଗ୍ରହଣ କାମ କିଛି ମାତ୍ରାରେ ବିଳମ୍ବ ହୋଇଛି। କିନ୍ତୁ ପରବର୍ତ୍ତୀ ସମୟରେ ଜମି ଅଧିଗ୍ରହଣ କାମ ପୂର୍ଣ୍ଣମାତ୍ରାରେ ଚାଲୁ ରହିବା ସହିତ ଅଧିକୃତ ଜମିକୁ ରେଳବାଇ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଉଛି। ତେବେ ରେଳପ୍ରକଳ୍ପର ନିର୍ମାଣ କାର୍ଯ୍ୟ ରେଳବାଇ କର୍ତ୍ତୃପକ୍ଷଙ୍କ ପରିସରଭୁକ୍ତ। ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗତ ବିଧାନସଭାରେ ବିଧାୟକ ମୋହନଚରଣ ମାଝିଙ୍କ ଏକ ପ୍ରଶ୍ନ ଉପରେ ଉପରୋକ୍ତ ଉତ୍ତର ରଖିଛନ୍ତି। ଏହାସହ ପ୍ରକଳ୍ପୱାରୀ ବାକି ରହିଥିବା ଜମି ଅଧିଗ୍ରହଣ ନେଇ ମନ୍ତ୍ରୀ ବେହେରା ତଥ୍ୟ ରଖିଛନ୍ତି। ଧରିତ୍ରୀରେ ଅଧିକାରୀଙ୍କୁ ଅଧିଗ୍ରହଣ ବୋଝ, ଭାଗବଣ୍ଟା ଛିଣ୍ଡୁନି ପ୍ରକଳ୍ପ ବିଳମ୍ବିତ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଗତ ବିଧାନସଭାରେ ରେଳପ୍ରକଳ୍ପର ଅଗ୍ରଗତିରେ ଅବହେଳା ସମ୍ପର୍କରେ ପ୍ରଶ୍ନ ଉଠିଥିଲା। ମନ୍ତ୍ରୀଙ୍କ ଉତ୍ତର ଅନୁସାରେ ୨୮୪୮ ଏକର ଜମି ଅଧିଗ୍ରହଣ ବାକି ରହିଥିବା ସ୍ପଷ୍ଟ ହୋଇଛି। ତେବେ ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପଥର ୧୧୨-୨୮୯ କିମି ମଧ୍ୟରେ ଏବଂ ଜୟପୁର-ନବରଙ୍ଗପୁର ରେଳପଥର ପୂର୍ଣ୍ଣାଙ୍ଗ ନିମନ୍ତେ ରାଜ୍ୟ ସରକାର ବିନା ମୂଲ୍ୟରେ ଜମି ଯୋଗାଇବା ସହ ନିର୍ମାଣ କାର୍ଯ୍ୟରେ ୫୦ ପ୍ରତିଶତ ଅର୍ଥ ଦେବାକୁ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଏହାବାଦ୍‌ ଜୟପୁର-ମାଲକାନଗିରି ରେଳପଥ ପ୍ରକଳ୍ପ ଅଟକଳର ୨୫ ପ୍ରତିଶତ ଅର୍ଥ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ସହମତି ପ୍ରକାଶ କରିବା ସହ ରେଳ ମନ୍ତ୍ରଣାଳୟ ସହ ଚୁକ୍ତି କରିଛନ୍ତି। ତେବେ ଏଯାଏ ନିର୍ମାଣାଧୀନ ପ୍ରକଳ୍ପଗୁଡିକ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କେତେ ଅର୍ଥ ପ୍ରଦାନ କରି ସାରିଛନ୍ତି ତାହା ଉକ୍ତ ଉତ୍ତରରେ ଦର୍ଶାଯାଇ ନାହିଁ।
ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିବାର ୨୬ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ୩୯ ପ୍ରତିଶତ କାମ ସମ୍ପୂର୍ଣ୍ଣ ଏବଂ ଅନୁଦାନର ୪୩ ପ୍ରତିଶତ ଖର୍ଚ୍ଚ ହୋଇଥିବା ପୂର୍ବ ରିପୋର୍ଟରେ ଦର୍ଶାଯାଇଥିଲା। ତେବେ ଏହାର ସମାଧାନ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ବୈଠକ ବସୁଥିଲେ ହେଁ କିଛି ସୁଫଳ ମିଳି ପାରୁ ନାହିଁ। ଏହି ପ୍ରକଳ୍ପ ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ବିବାଦ ଯୋଗୁ ଅଧାରେ ଲାଖିଛି। ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାକୁ ବିଭିନ୍ନ ସମୟରେ ଲକ୍ଷ୍ୟଧାର୍ଯ୍ୟ ହେଉଥିଲେ ହେଁ ତାହା କେବଳ କାଗଜ କଲମରେ ସୀମିତ ରହୁଛି। ଉକ୍ତ ପ୍ରକଳ୍ପ ପାଇଁ ଗତ ବିଧାନସଭାର ରିପୋର୍ଟ ଅନୁସାଯାୟୀ, ବୌଦ୍ଧ ଜିଲାର ୩୧୨.୨୮ ଏକର ଏବଂ ନୟାଗଡ଼ ଜିଲାର ୨୧୨.୫୨ ଏକର ଜମି ଅଧିଗ୍ରହଣ ବାକି ରହିଛି। ଦାୟିତ୍ୱରେ ଥିବା ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ଏହି ମହତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁ ନ ଥିବା ମତପ୍ରକାଶ ପାଇଛି। ସେହିପରି ସମ୍ବଲପୁର-ଟିଟିଲାଗଡ଼ ଦୋହରୀକରଣ ପାଇଁ ବରଗଡ଼ ଜିଲାର ୫.୬୨ ଏକର ଓ ବଲାଙ୍ଗୀର ଜିଲାର ୮.୩୧୮ ଏକର, ବିଜୟନଗରମ-ସମ୍ବଲପୁର (ଟିଟିଲାଗଡ଼) ୩ୟ ଲାଇନ ପ୍ରକଳ୍ପରେ କଳାହାଣ୍ଡି ଜିଲାର ୧୧.୫୩୦ ଏକର ଓ ରାୟଗଡ଼ା ଜିଲାର ୫୦.୮୩୭ ଏକର, ବଂଶପାଣି-ଦୈତାରୀ-ଟମକା-ଯଖପୁରା ଦୋହରୀକରଣ ପ୍ରକଳ୍ପରେ କେନ୍ଦୁଝର ଜିଲାର ୬.୬୫ ଏକର ଓ ଯାଜପୁର ଜିଲାର ୮.୧୬ ଏକର, ତାଳଚେର-ବିମଳାଗଡ଼ ନୂଆ ରେଳ ସଂଯୋଗ ପ୍ରକଳ୍ପରେ ଅନୁଗୋଳ ଜିଲାର ୧୫୩.୩୯ ଏକର, ଦେବଗଡ଼ ଜିଲାର ୧୮୮.୨୪୦ ଏକର ଓ ସୁନ୍ଦରଗଡ଼ ଜିଲାର ୨୪୭.୬୪୦ ଏକର, ଜୟପୁର- ମାଲକାନଗିରି ନୂଆ ପ୍ରକଳ୍ପରେ କୋରାପୁଟ ଜିଲାର ୪୯୮.୨୯୬ ଏକର, ଜୟପୁର-ନବରଗଙ୍ଗପୁର ନୂଆ ପ୍ରକଳ୍ପରେ କୋରାପୁଟ ଜିଲାର ୬୨୩.୨୨୮ ଏକର ଓ ନବରଙ୍ଗପୁର ଜିଲାର ୪୫.୮୦୪ ଏକର, ସମ୍ବଲପୁର-ତାଳଚେର ଦୋହରୀକରଣ ପ୍ରକଳ୍ପରେ ସମ୍ବଲପୁର ଜିଲାର ୧୫.୧୯ ଏକର ଓ ଅନୁଗୋଳ ଜିଲାର ୩୧.୮୫୭ ଏକର, ଭଦ୍ରକ-ନିର୍ଗୁଣ୍ଡି ୩ୟ ଲାଇନ ପ୍ରକଳ୍ପରେ ଯାଜପୁର ଜିଲାର ୬.୫୧ ଏକର ଓ କଟକ ଜିଲାର ୨୨.୨ ଏକର ଏବଂ ଜରପଦା-ବୁଢାପଙ୍କ-ସାଲେଗାଓଁ ମଧ୍ୟରେ ୩ୟ ଓ ୪ର୍ଥ ଲାଇନ ପ୍ରକଳ୍ପରେ ଢେଙ୍କାନାଳ ଜିଲାର ୧୫୯ ଓ ଅନୁଗୋଳ ଜିଲାର ୨୪୪.୮୨୦ ଏକର ଜମି ଅଧିଗ୍ରହଣ ବାକି ରହିଛି। ଅନୁଗୋଳ-ସୁକିନ୍ଦା ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ କରାଯାଇ ରେଳବାଇ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ସମସ୍ତ ଜିଲାରେ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କୁ ଜିଲା ଜମି ଅଧିଗ୍ରହଣ ଅଧିକାରୀ (ଡିଏଲ୍‌ଓ) ଭାବେ ଅବସ୍ଥାପିତ କରାଯାଇଛି। କିନ୍ତୁ ଜମି ଅଧିଗ୍ରହଣରେ ବିଳମ୍ବ କାରଣରୁ ଅନେକ ସ୍ବପ୍ନର ରେଳପ୍ରକଳ୍ପର ଅଗ୍ରଗତି ପରାହତ ହୋଇଛି। ବିଧାନସଭାଠାରୁ ଆରମ୍ଭ କରି ପରିବହନ ବିଭାଗସ୍ତରରେ ଏକାଧିକ ସମୀକ୍ଷା ବୈଠକରେ କେବଳ କାର୍ଯ୍ୟାନୁଷ୍ଠାନରେ ସୀମିତ ରହୁଥିବାରୁ ପ୍ରକଳ୍ପଗୁଡ଼ିକ ଅଧାରେ ଅଟକିଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri