ଚୋରଙ୍କୁ ସମସ୍ତେ ଚୋର ଭଳି ଦିଶିବେ: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

କଟକ ଅଫିସ,୨୪।୧୨: ରାଜ୍ୟରେ ସୂଚାରୁ ରୂପେ ଧାନ ସଂଗ୍ରହ ଚାଲିଛି। ଏ ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରତିକ୍ରିୟା ରଖିଛନ୍ତି । ଟୋକନ ବ୍ୟବସ୍ଥା ଓ ଟେକ୍ନୋଲୋଜି ଦୃଷ୍ଟିରୁ ଧାନ ସଂଗ୍ରହ ଠିକ୍‌ ଭାବେ ଚାଲିଛି । ଚଳିତ ବର୍ଷ ଶୁକ୍ରବାର ସୁଦ୍ଧା ରାଜ୍ୟର ୧ ଲକ୍ଷ ୫୦ ହଜାର ୨୭୩ ଜଣ ଚାଷୀଙ୍କ ଠାରୁ ୭ ଲକ୍ଷ ୮୦ ହଜାର ୭୧୦ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ବର୍ଷା ଓ ପାଣିପାଗ ଅବ୍ୟବସ୍ଥା ଯୋଗୁ ଧାନ କଟାରେ ୧୫ରୁ ୨୦ ଦିନ ବିଳମ୍ବ ହୋଇଛି । ଧାନ କିଣା ସମ୍ପୂର୍ଣ୍ଣ ଭାବେ ସୂଚାରୁ ରୂପେ ହେବ । ସରକାରୀ ସ୍ତରରେ କୌଣସି ପ୍ରକାରର ତ୍ରୁଟି ହେବ ନାହିଁ । ସେଥିପାଇଁ ବିଭାଗ ସଚେତନ ଅଛି ବୋଲି ମନ୍ତ୍ରୀ କହିଛନ୍ତି। ଧାନ କିଣା ଅବ୍ୟବସ୍ଥା ଓ ଦୁର୍ନୀତି ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି, ଚୋରଙ୍କୁ ସମସ୍ତେ ଚୋର ଭଳି ଦିଶିବେ । ଯିଏ ସେଇ କାମ କରନ୍ତି ତାଙ୍କ ନଜର ମଧ୍ୟ ସେମିତି ରହିବ । ବ୍ୟବସ୍ଥାକୁ ନେଇ ଅନେକ କଥା କହୁଥିବା ଲୋକମାନେ ଜାଣି ରଖିବା ଦରକାର ପାଇଲଟ ପ୍ରକଳ୍ପ ଭାବେ ଆମେ ଏଥର ସାଟେଲାଇଟ ସର୍ଭେ କରିଛୁ । ଯାହାଦ୍ୱାରା ଏଥିରେ ୨୬ ହଜାର ଫ୍ଲସ ଏଣ୍ଟ୍ରି ବା ଭୂତ ଚାଷୀ ବାହାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ଇରାନକୁ ଶକ୍ତ ଆଘାତ: ମୋଜତାବା ଖାମେନେଇଙ୍କୁ ନେଇ ଆଶ୍ଚର୍ଯ୍ୟଜନକ ଦାବି କଲେ ଟ୍ରମ୍ପ, କହିଲେ -‘୯୦ ପ୍ରତିଶତ ଶେଷ…’

ଓ୍ବାଶିଂଟନ,୧୪।୭: ଆମେରିକା ଅନେକ ଇରାନୀ ଲକ୍ଷ୍ୟସ୍ଥଳ ଉପରେ ଘାତକ ଆକ୍ରମଣ କରି ଅନେକ କ୍ଷତି ପହଞ୍ଚାଇଛି। ଏହାର କଡ଼ା ଜବାବରେ, ଇରାନ ବିଭିନ୍ନ ଉପସାଗରୀୟ ରାଷ୍ଟ୍ର ଉପରେ…

ମାନବିକତାର ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କଲେ ଡାକ୍ତର ଶଙ୍କର ରାମଚନ୍ଦାନି: ଦୁର୍ଗମ ଗାଁରେ…

ପଦ୍ମପୁର,୧୪ା୭(ପ୍ରଦୀପ୍ତ ଦାଶ ):ଆଜିର ବ୍ୟସ୍ତବହୁଳ ସମାଜରେ ଯେଉଁଠି ଚିକିତ୍ସା ସେବା ଧୀରେ ଧୀରେ ବ୍ୟବସାୟର ରୂପ ନେଉଛି, ସେଠାରେ ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ତଥା ‘ଟଙ୍କିକିଆ ଡାକ୍ତର’…

ଖୁବ୍‌ଶୀଘ୍ର ସ୍ବାସ୍ଥ୍ୟ ବିଭାଗରେ ନୂତନ ବୈଷୟିକ ପଦବୀ ନିଯୁକ୍ତି

ଭୁବନେଶ୍ୱର,୧୪।୭(ବନ୍ଦନା ସେଠୀ): ଖୁବ୍‌ଶୀଘ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ବହୁ ସଂଖ୍ୟାରେ ନୂତନ ବୈଷୟିକ ପଦବୀ ନିଯୁକ୍ତି କରାଯିବ । ଔଷଧ ସେବନ ଓ…

ପ୍ରେମରେ ଅନ୍ଧ ହେଲେ ୯ ସନ୍ତାନର ମା’, କାଠ ଫାଳିଆରେ ଛେଚି ସ୍ବାମୀଙ୍କୁ ହତ୍ୟା

ନୂଆଦିଲ୍ଲୀ,୧୪।୭: ଗୁଜୁରାଟର ବନାସକାଣ୍ଠା ଜିଲାରୁ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ପ୍ରାରମ୍ଭରେ, ଘଟଣାଟି ପ୍ରାକୃତିକ କିମ୍ବା ସାଧାରଣ ମୃତ୍ୟୁ ମାମଲା ପରି ମନେ ହେଉଥିଲା…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

୧୮ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ହସିଲେ ସ୍ବାସ୍ଥ୍ୟମନ୍ତ୍ରୀ? ସାମ୍ବାଦିକ ସମ୍ମିଳନୀରେ କହିଲେ, ‘ବିରତି ପରେ ଦେବେ ଉତ୍ତର’

ଜୟପୁର,୧୪।୭: ରାଜସ୍ଥାନର ସ୍ବାସ୍ଥ୍ୟମନ୍ତ୍ରୀ ଗଜେନ୍ଦ୍ର ସିଂହ ଖିନଭସାରଙ୍କ ଠାରୁ ପ୍ରାୟ ଅଠର ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଏବଂ ରାଜ୍ୟର ପ୍ରାୟ ପଚାଶ ଜଣଙ୍କ ଗୁରୁତର ଅସୁସ୍ଥତା ସମ୍ପର୍କରେ…

ଆମେରିକା ସହ ବାଣିଜ୍ୟ ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛି ଭାରତ? ପ୍ରତିକ୍ରିୟା ରଖିଲେ ଟ୍ରମ୍ପଙ୍କ ପ୍ରତିନିଧି ସେର୍ଗିଓ ଗୋର୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୪।୭: ଭାରତ ଦୁଇ ଦେଶ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିଥିବା ରିପୋର୍ଟ ସମ୍ପର୍କରେ ଭାରତ ଏବଂ ଆମେରିକା ଉଭୟ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri