କରୋନା ଯୋଦ୍ଧାଙ୍କୁ କରୋନା: ବାଂଶଡା ପଞ୍ଚାୟତ ୩୬ ଘଣ୍ଟା ଶଟ୍ଡାଉନ
ଭଦ୍ରକ ଅଫିସ, ୨୨।୭: ଭଦ୍ରକ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସାଧାରଣ ଲୋକେ ଆକ୍ରାନ୍ତ ହେବା ସାଙ୍ଗକୁ ବହୁ ସରକାରୀ କର୍ମଚାରୀ ଓ କରୋନା ଯୋଦ୍ଧା ମଧ୍ୟ ଏଥିରୁ ବାଦ୍ ପଡ଼ି ନାହାନ୍ତି।...
ଭଦ୍ରକ ପୌରପାଳିକା, ଧାମନଗର ଏନ୍ଏସିରେ ଲକ୍ଡାଉନ କଟକଣା କଡ଼ାକଡ଼ି
ଭଦ୍ରକ ଅଫିସ, ୨୨।୭: ଭଦ୍ରକ ପୌରପାଳିକା ଓ ଧାମନଗର ଏନ୍ଏସି ଅଞ୍ଚଳରେ ବୁଧବାର ଠାରୁ ଲକ୍ଡାଉନ କଟକଣା କଡାକଡ଼ି କରାଯାଇଛି। ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିୟମ ମୁତାବକ ଗ୍ରୋସରୀ, ପନିପରିବା, କ୍ଷୀର, ମାଛ, ମାଂସ, ଔଷଧ ଓ ଅତ୍ୟାବଶ୍ୟକ...
କନ୍ଧମାଳରେ ୭ ଦିନ ବ୍ୟାଙ୍କ ବନ୍ଦ
ଦାରିଙ୍ଗବାଡ଼ି,୨୨।୭(ଡି.ଏନ୍.ଏ.): କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବା ସହ ଲୋକାଲ କେସ୍ ମଧ୍ୟ ବଢ଼ି ଚାଲିଛି। କନ୍ଧମାଳ ଜିଲାରେ ଏକାଧିକ ବ୍ୟାଙ୍କର ଶାଖା ପରିଚାଳକ ସମେତ ଅନ୍ୟ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ଜିଲାପ୍ରଶାସନ ପକ୍ଷରୁ ସମସ୍ତ...
ଅନ୍ଲାଇନ୍ରେ ତଥ୍ୟ ଦେବାକୁ ଡର
ଯାଜପୁର ଅଫିସ,୨୨।୭: ରାଜ୍ୟ ସରକାର ସ୍ବଚ୍ଛତା, ପ୍ରଯୁକ୍ତି ବିଦ୍ୟା, ସମୟାନୁବର୍ତ୍ତିତା, ସମ୍ମିଳିତ ଉଦ୍ୟମ ଓ ପରିବର୍ତ୍ତନ (୫-ଟି)କୁ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଯାଜପୁର ଜିଲାରେ ଏହା କେବଳ ପ୍ରଚାର ସର୍ବସ୍ବ ପାଲଟିଛି। ଅପାରଗତା ଲୁଚାଇବାକୁ ଇ-ଡେସପାଚ୍ ଓ ଜିଲା ୱେବପୋର୍ଟାଲକୁ...
ଅଭିନେତା, ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ସାହୁଙ୍କ ପରଲୋକ
ବଲାଙ୍ଗୀର ଅଫିସ, ୨୨ା୭: ଜଣାଶୁଣା ଚଳଚ୍ଚିତ୍ର ଓ ମଞ୍ଚ ଅଭିନେତା ତଥା ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ସାହୁ (୫୫)ଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ସକାଳେ ସେ ଅସୁସ୍ଥତା ଅନୁଭବ କରି ହଠାତ୍ ପଡି ଯାଇଥିଲେ। ତାଙ୍କୁ ତୁରନ୍ତ ଭୀମ...
ପ୍ରସ୍ତାବରେ ଅଟକିଛି ରୋବୋଟିକ ସର୍ଜରୀ
କଟକ ଅଫିସ,୨୨ା୭: ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ରୋବୋଟିକ ସର୍ଜରୀ ଦ୍ୱାରା ଅସ୍ତ୍ରୋପଚାର ପାଇଁ ୨୦୧୭ରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତାବ ରଖିଥିଲା। ୨୦୧୭ ଡିସେମ୍ବର ସୁଦ୍ଧା ଏହି ଚିକିତ୍ସା ପଦ୍ଧତି ଆରମ୍ଭ କରିବାକୁ ସରକାର ଟାର୍ଗେଟ୍ କରିଥିଲେ।...
ସୌରଶକ୍ତିରେ ଚାଲିବ ସାନିଟାଇଜର ମେଶିନ
ଯାଜପୁର ଅଫିସ,୨୨।୭: ଯାଜପୁର ଜିଲାରେ ଲକ୍ଡାଉନ ଓ ଶଟ୍ଡାଉନ ଚାଲିଥିବା ସମୟରେ ପାଣିକୋଇଲି ଅଞ୍ଚଳର ଜଣେ ଯୁବଛାତ୍ର ଇଞ୍ଜିନିୟର ଏକ ସ୍ବତନ୍ତ୍ର ସାନିଟାଇଜର ମେଶିନ ଉଦ୍ଭାବନ କରିଛନ୍ତି। ଏହା ସୌରଶକ୍ତି ଦ୍ୱାରା ଚାଲିପାରୁଛି। ଏହାବାଦ ବ୍ୟାଟେରୀ ଓ ବିଦ୍ୟୁତ୍ ଶକ୍ତି...
ରୋଗ ପ୍ରତିରୋଧ ପାଇଁ ପିଲାଙ୍କୁ ମଦ ଦିଆଯିବା ଚର୍ଚ୍ଚା
ମାଲକାନଗିରି,୨୨ା୭(ଡି.ଏନ୍.ଏ.): ମାଲକାନଗିରି ଜିଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ପଡ଼ିଆ ବ୍ଲକ ପରସନପାଲି ଗ୍ରାମରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ପିଲାଙ୍କୁ ମହୁଲି ମଦ ଦେବା...
ଉଦୟନାଥଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ଛତ୍ରପୁର,୨୨ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଚାକୁଣ୍ଡା ଗାଁ ସାରାବାଡ଼ିର ୯୫ ବର୍ଷୀୟ ଉଦୟନାଥ ବିଷୋୟୀ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉଦୟନାଥ କରୋନା ଯୁଦ୍ଧରେ...
୫ ବର୍ଷରେ ଲାଗିଛି ୫୦ ହଜାର ଚାରା
ବଅଁରପାଳ,୨୨ା୭(ଡି.ଏନ.ଏ.) ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅଞ୍ଚଳରେ ଥିବା ନବରତ୍ନ ମାନ୍ୟତାପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି। ସେଥିମଧ୍ୟରୁ ପାରିପାର୍ଶ୍ୱିକ ଅଞ୍ଚଳରେ ଚାରା ରୋପଣ ପରିବେଶ ସୁରକ୍ଷା ଦିଗରେ ଏକ ବଡ଼ ପଦକ୍ଷେପ।...
ନବଜାତ ଶିଶୁ ସହ ୪ ଦିନ ହାଟ ପିଣ୍ଡିରେ ଦମ୍ପତି
ଅନୁଗୋଳ ଅଫିସ, ୨୨ା୭ ମେଡିକାଲରୁ ନବଜାତ ଶିଶୁକୁ ଧରି ଭଡ଼ା ଘରକୁ ଫେରିଥିବା ଏକ ଦମ୍ପତିଙ୍କୁ ଘର ମାଲିକ ଘରେ ପୂରାଇ ନ ଦେବା ଓ ଗଁାରେ ପ୍ରବେଶ ପାଇଁ ଅନୁମତି ନ ମିଳିବାରୁ ଦୁହେଁ ହାଟ ପିଣ୍ଡିରେ ୪...
୨ ବର୍ଷର କାର୍ଯ୍ୟ ୭ ବର୍ଷରେ ସରିଲାନି
ଅନୁଗୋଳ ଅଫିସ, ୨୨ା୭ ଶିଳାନ୍ୟାସର ୭ ବର୍ଷ ପରେ ବି ଶେଷ ହୋଇପାରୁନି ଅନୁଗୋଳର ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ବସ୍ ଟର୍ମିନାଲ କାର୍ଯ୍ୟ। ଏହାର ନିର୍ମାଣ ପାଇଁ ଅନୁଗୋଳ-ତାଳଚେର-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ (ତାମଡା) ସହ ଚୁକ୍ତି କରିଥିବା ଠିକାସଂସ୍ଥା ଅନୁଗୋଳ...
Archives


