ଚିକିତ୍ସା ପରେ ଫେରିବେ ଆଣ୍ଡାମାନର ନାବିକ: ୨୬ ଦିନ ସମୁଦ୍ର ପାଣି ପିଇ ବଞ୍ଚିଥିଲେ
ବ୍ରହ୍ମଗିରି/କୃଷ୍ଣପ୍ରସାଦ, ୨୭ା୧୦(ଡି.ଏନ୍.ଏ.): ଅଥଳ ସମୁଦ୍ର ମଧ୍ୟରେ ହେଲା ସାମୁଦ୍ରିକ ଝଡ଼। ବୋଟ୍ରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଦିଗହରା ହୋଇ ପହଞ୍ଚିଲେ ମ୍ୟାନ୍ମାର ଉପକୂଳରେ। ସାଙ୍ଗରେ ଥିଲେ ସାଥୀ ନାବିକ ଦିବ୍ୟରଞ୍ଜନ ବିଶ୍ୱାସ। ସେଠାରୁ ତଟ ସୁରକ୍ଷା ବାହିନୀଙ୍କ ସହାୟତାରେ କିଛି ବାଟ…
ଦକ୍ଷିଣକାଳୀଙ୍କ ପାଖରେ ଭୋଗ ହୁଏ ପୋହଳା ମାଛ
ରବିବାର କାଳୀ ପୂଜା। ମା’ଶ୍ୟାମାକାଳୀଙ୍କ ଆଗମନକୁ ନେଇ ପୀଠ ଓ ମଣ୍ଡପଗୁଡ଼ିକ ବେଶ୍ ଚଳଚଞ୍ଚଳ। ତେବେ କଟକର ପ୍ରସିଦ୍ଧ କାଳିଆବୁଦା ମଶାଣି କାଳୀଙ୍କ ଉପରେ ଏହି ସ୍ବତନ୍ତ୍ର ଉପସ୍ଥାପନା… କଟକର ମହାନଦୀ କୂଳରେ ରହିଛି କାଳିଆବୁଦା ମଶାଣି। ସେଠାରେ ଶ୍ୟାମାକାଳୀ ଓ…
ଆଜି ଦୀପାବଳି: କଟକରେ ଆଲୋକ ସୃଷ୍ଟିକାରୀ ବାଣର ଚାହିଦା ବେଶି
କଟକ ଅଫିସ, ୨୭ା୧୦: ଲଘୁଚାପଜନିତ ବର୍ଷା ପରେ ଗତ ଦୁଇଦିନ ହେଲା କଟକ ସହରର ବାଣ ଷ୍ଟଲ୍ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି। ତେବେ ବାଣ ଦର ଜାଣିବା ପରେ ଗ୍ରାହକଙ୍କ ମୁହଁରେ ଚିନ୍ତା ଛାଇଯାଉଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ…
ଆଜି ଦୀପାବଳି: ସିଂହଦ୍ୱାର ସମ୍ମୁଖରେ କାଉଁରିଆ ଜାଳିବେ ଶ୍ରଦ୍ଧାଳୁ
ପୁରୀ ଅଫିସ,୨୭ା୧୦: ରବିବାର ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିବ। ମହାପ୍ରଭୁଙ୍କୁ ଦର୍ଶନ କରି ବାଇଶି ପାହାଚରେ ପୟାଶ୍ରାଦ୍ଧ କରିବା ପରେ ସିଂହଦ୍ୱାରରେ କାଉଁରିଆ କାଠି ଜାଳି ବଡ ବଡୁଆଙ୍କୁ ଡାକଦେବେ ଅନେକ ଶ୍ରଦ୍ଧାଳୁ। ଏଥିପାଇଁ…
ବିଦେଶୀ ପାଳିଲେ ଦୀପାବଳି: ଶବ୍ଦ, ପ୍ରଦୂଷଣ ମୁକ୍ତ ପରିବେଶର ବାର୍ତ୍ତା ବାଣ୍ଟିଲେ
କୋଣାର୍କ, ୨୭ା୧୦(ଡି.ଏନ୍.ଏ.): କୋଣାର୍କସ୍ଥିତ କାମତ ହୋଟେଲ ଇଣ୍ଡିଆ ଲିମିଟେଡ୍ ସହଯୋଗରେ ରାମଚଣ୍ଡୀସ୍ଥିତ ଲୋଟସ ରିସୋର୍ଟ ପକ୍ଷରୁ ବିଦେଶୀ ପଯର୍ୟଟକମାନଙ୍କୁ ନେଇ ଦୀପାବଳି ପାଳନ କରାଯାଇଛି। ଏକ ସଚେତନତା ଧର୍ମୀ ଓ ନିଆରା ପରମ୍ପରାରେ କୋଣାର୍କ ସୂଯର୍ୟମନ୍ଦିର ମୂଖ୍ୟଫାଟକ ସମ୍ମୁଖରେ ଏହା ପାଳନ…
ଏସ୍ସିବି ମେଡିକାଲ: ମୃତଦେହକୁ ନେଇ ସନ୍ଦେହ
କଟକ ଅଫିସ, ୨୭ା୧୦: ଏସ୍ସିବି ମେଡିକାଲରେ ମୃତ୍ୟୁ ଘଟୁଥିବା ଅସହାୟ ଓ ଅପରିଚିତ ରୋଗୀଙ୍କୁ ନେଇ ପୁଣି ବିବାଦ ଉପୁଜିଛି। ଦୁଇଟି ଆରଟିଆଇ ତଥ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସାମାଜିକ କର୍ମୀ ଅଚ୍ୟୁତ କୁମାର ସାହୁ ୨୦୧୮ ଅକ୍ଟୋବର ଓ…
ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଏସ୍ପିଙ୍କ ନାମରେ ଥାନାରେ ଏତଲା
ଯାଜପୁର ଅଫିସ,୨୭ା୧୦: ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ(ପିଇଓ) ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଜିଲା ଅଶାନ୍ତ ହେବାରେ ଲାଗିଛି। ଜିଲା ପୋଲିସର ସ୍ବଚ୍ଛ ତଦନ୍ତ ଉପରେ ବିରୋଧୀ ଭାଜପା ଓ କଂଗ୍ରେସ ପ୍ରଶ୍ନ ଉଠାଇଛି।…
କୁସୁମୀ ନଦୀରେ ଭାସିଗଲେ ଯୁବକ
ଖଣ୍ଡପଡ଼ା,୨୭ା୧୦(ସ୍ବ.ପ୍ର.) -ଖଣ୍ଡପଡା ସହର ଉପକଣ୍ଠରେ ପ୍ରବାହିତ କୁସୁମୀ ନଦୀକୁ ଶନିବାର ସକାଳ ୯ଟାରେ ୨ ଜଣ ସାଙ୍ଗଙ୍କ ସହିତ ଗାଧୋଇବାକୁ ଯାଇଥିବା ଜଣେ ଯୁବକ ନଦୀର ପ୍ରଖର ସ୍ରୋତରେ ଭାସିଯାଇଛନ୍ତି। ଯୁବକ ଜଣକ ହେଲେ ଖଣ୍ଡପଡ଼ା ସହର ୪ନଂ ୱାର୍ଡ ମାଳିସାହିର…
ହୃଦ୍ରୋଗରେ ଆକ୍ରାନ୍ତ କୈକେୟୀ, ଚିକିତ୍ସା ପାଇଁ ଅର୍ଥ ବାଧକ
ଖପା୍ରଖୋଲ, ୨୭ା୧୦(ଡି.ଏନ.ଏ) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମଟିଆଭଟା ପଞ୍ଚାୟତ ଅନ୍ତର୍ଗତ ପୁତୁଲାମହୁଲ ଗାଁର ଦେବରାଜ ବରିହାଙ୍କ ଝିଅ କୈକେୟୀ (୧୫)। ନବମ ଶ୍ରେଣୀର ପଢୁଛନ୍ତି। କିଛି ଦିନ ହେଲା ହୃଦ୍ରୋଗରେ ପୀଡିତ। ଗରୀବ ପରିବାର ହୋଇଥିବାରୁ ଚିକତ୍ସା ପାଇଁ…
ମୋ ସରକାର ଯୋଜନା ରୂପାୟନ ପରଖିଲେ ଏସ୍ପି
ବଲାଙ୍ଗୀର ଅଫିସ, ୨୭ା୧୦ – ରାଜ୍ୟ ସରକାର ମୋ ସରକାର ଯୋଜନା ଲାଗୁ କଲାପରେ ବଲାଙ୍ଗୀର ଜିଲାରେ ଏହି ଯୋଜନା କିଭଳି ରୂପାୟନ ହେଉଛି ଅଭିଯୋଗକାରୀଙ୍କ ନିକଟକୁ ଯାଇ ପରଖିଛନ୍ତି ଏସ୍ପି ମଡକର ସନ୍ଦୀପ ସମ୍ପଦ। ଶନିବାର ଅପରାହ୍ନରେ ଟାଉନ ଥାନା…
ଚିଲିକାରେ ପହଞ୍ଚିଲେ ବିଦେଶୀ ପକ୍ଷୀ
ବାଲୁଗାଁ,୨୭।୧୦(ଡି.ଏନ.ଏ.)-ଶୀତର ପହିଲି ସ୍ପର୍ଶ ସାଙ୍ଗକୁ ନୀଳାମ୍ବୁ ଚିଲିକାକୁ ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀଙ୍କ ସୁଅ ଛୁଟିବା ଆରମ୍ଭ ହୋଇଛି । ଶନିବାର ସୁଦ୍ଧା ଚିଲିକା ମଧ୍ୟସ୍ଥ ପକ୍ଷୀ ଅଭୟାରଣ୍ୟ ନଳବଣ ଅଞ୍ଚଳରେ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଥିବା…
୫ଟି କାର୍ଯ୍ୟକାରିତା, ଅଗ୍ରଗତିର ସମୀକ୍ଷା
ବଲାଙ୍ଗୀର ଅଫିସ, ୨୭।୧୦ – ବଲାଙ୍ଗୀର ଡିଆରଡିଏ ସମ୍ମିଳନୀ କକ୍ଷରେ ୫ଟିର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କିତ ଏକ ଜିଲାସ୍ତରୀୟ ବିଚାର ମନ୍ଥନ ସମୀକ୍ଷା ବୈଠକ ଜିଲାପାଳ ଅରିନ୍ଦମ ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲାପାଳ ପରକ୍ଷୀତ…

