୨ ବର୍ଷର କାର୍ଯ୍ୟ ୭ ବର୍ଷରେ ସରିଲାନି

ଅନୁଗୋଳ ଅଫିସ, ୨୨ା୭

ଶିଳାନ୍ୟାସର ୭ ବର୍ଷ ପରେ ବି ଶେଷ ହୋଇପାରୁନି ଅନୁଗୋଳର ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ବସ୍‌ ଟର୍ମିନାଲ କାର୍ଯ୍ୟ। ଏହାର ନିର୍ମାଣ ପାଇଁ ଅନୁଗୋଳ-ତାଳଚେର-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ (ତାମଡା) ସହ ଚୁକ୍ତି କରିଥିବା ଠିକାସଂସ୍ଥା ଅନୁଗୋଳ ବସ୍‌ ଟର୍ମିନାଲ କମ୍ପାନୀ ପ୍ରାଇଭେଟ୍‌ ଲିମିଟେଡ ଓ ମିଲନ ଡେଭଲପର୍ସ ଆଣ୍ଡ ବିଲଡର୍ସ ପ୍ରାଇଭେଟ ଲିମିଟେଡ କାର୍ଯ୍ୟରେ ଅହେତୁକ ବିଳମ୍ବ କରୁଛି। ଏପରି କି ମାତ୍ର ୨ ବର୍ଷ ମଧ୍ୟରେ ଟର୍ମିନାଲ ନିର୍ମାଣ ଶେଷ ନିମନ୍ତେ ଏମ୍‌ଓୟୁରେ ସର୍ତ୍ତ ରଖାଯାଇଥିଲେ ବି ଏଥିପାଇଁ ଠିକାସଂସ୍ଥା ୭ ବର୍ଷ ସମୟ ନେଇସାରିଛି। ତଥାପି କାର୍ଯ୍ୟ ସମ୍ପୂର୍ଣ୍ଣ ହେଉ ନ ଥିବାରୁ ଆଉ ୬ ମାସ ସମୟ ଦେବାକୁ ଠିକାସଂସ୍ଥା ପକ୍ଷରୁ ସରକାରଙ୍କ ନିକଟରେ ଆବେଦନ କରାଯାଇଛି। କାର୍ଯ୍ୟରେ ଏପରି ବିଳମ୍ବକୁ ନେଇ ସରକାରଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ସହ ଏମ୍‌ଓୟୁର କପି ମଗାଯାଇଥିବା ସୂଚନା ମିଳିଛି।
ପ୍ରକାଶ ଯେ, ଅନୁଗୋଳ ଠାରେ ଏକ ଆଧୁନିକ ବସ୍‌ ଟର୍ମିନାଲ ନିର୍ମାଣ ପାଇଁ ବିଭିନ୍ନ ସମୟରେ ଦାବି ହୋଇଥିଲା। ୨୦୧୧ ଜୁଲାଇ ୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପରିବହନ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକରେ ଅନୁଗୋଳ ସମେତ ସମ୍ବଲପୁର, ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଠାରେ ଅତ୍ୟାଧୁନିକ ବସ୍‌ ଟର୍ମିନାଲ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହାର ଟେଣ୍ଡର ଆହ୍ବାନ କରାଯାଇଥିଲା। ୨୦୧୨ ଏପ୍ରିଲ ୯ରେ ଏ ନେଇ ତାମଡା ସହ ମିଲନ ଡେଭଲପର୍ସ ଆଣ୍ଡ ବିଲଡର୍ସ ପ୍ରାଇଭେଟ ଲିମିଟେଡ ଓ ଅନୁଗୋଳ ବସ୍‌ ଟର୍ମିନାଲ କମ୍ପାନୀ ପ୍ରାଇଭେଟ ଲିମିଟେଡ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। ୯.୭୨ ଏକର ଜାଗାରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ମୋଟ୍‌ ଖର୍ଚ୍ଚ ଅଟକଳ ଥିଲା ୫୬.୩୧ କୋଟି ଟଙ୍କା। ୫.୮୩ ଏକର ଜାଗାରେ ବସ୍‌ ଟର୍ମିନାଲ ପାଇଁ ୧୩.୯୫ କୋଟି ଓ ବସ୍‌ଷ୍ଟାଣ୍ଡ ପରିସରରେ ୩.୮୯ ଏକର ଜାଗାରେ ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ ପାଇଁ ୪୨.୩୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ୬ ମାସ ମଧ୍ୟରେ ଠିକାସଂସ୍ଥା ନିର୍ମାଣ ଆରମ୍ଭ କରିବା, ୨ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ କରିବା, ୧୫ ବର୍ଷ ପାଇଁ ଏହାର ରକ୍ଷଣାବେକ୍ଷଣ କରିବା, ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ୯୦ ବର୍ଷ ପର୍ଯ୍ୟନ୍ତ ଲିଜ୍‌ରେ ନିଜ ପାଖରେ ରଖିବା ପାଇଁ ଏମ୍‌ଓୟୁରେ ସର୍ତ୍ତ ରହିଥିଲା। ୨୦୧୩ ଜୁନ୍‌ ୨୮ରେ ମୁଖ୍ୟମନ୍ତ୍ରୀ ବସ୍‌ ଟର୍ମିନାଲର
ଭୂମିପୂଜା କରିଥିଲେ। ୨ ବର୍ଷ ମଧ୍ୟରେ ନିର୍ମାଣ ଶେଷ କରାଯିବ ବୋଲି
ପ୍ରକାଶ କରିଥିଲେ। କିନ୍ତୁ ୭ ବର୍ଷ
ବିତିଯିବା ପରେ ମଧ୍ୟ କାମ ଶେଷ ହେଉନି। ବିଭିନ୍ନ ସମୟରେ ଜିଲା ପ୍ରଶାସନ ପକ୍ଷରୁ ଏହାର ସମୀକ୍ଷା କରାଯାଉଛି। କିନ୍ତୁ ଫଳ ମିଳୁନାହିଁ। ଏଭଳି ସମୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଠିକା ସଂସ୍ଥା ପକ୍ଷରୁ ଗତ ଜୁନ ୨୨ ତାରିଖରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗକୁ ଚିଠି ଲେଖାଯାଇ ଆଉ ୬ ମାସ ସମୟ ମଗାଯାଇଛି। ବାତ୍ୟା ଅମ୍ଫନ ଓ କରୋନା ଯୋଗୁ କାମ ବାଧାପ୍ରାପ୍ତ ହୋଇଥିବାରୁ ଅଧିକ ୬ ମାସ ଦେବାକୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?