୨ ବର୍ଷର କାର୍ଯ୍ୟ ୭ ବର୍ଷରେ ସରିଲାନି

ଅନୁଗୋଳ ଅଫିସ, ୨୨ା୭

ଶିଳାନ୍ୟାସର ୭ ବର୍ଷ ପରେ ବି ଶେଷ ହୋଇପାରୁନି ଅନୁଗୋଳର ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ବସ୍‌ ଟର୍ମିନାଲ କାର୍ଯ୍ୟ। ଏହାର ନିର୍ମାଣ ପାଇଁ ଅନୁଗୋଳ-ତାଳଚେର-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ (ତାମଡା) ସହ ଚୁକ୍ତି କରିଥିବା ଠିକାସଂସ୍ଥା ଅନୁଗୋଳ ବସ୍‌ ଟର୍ମିନାଲ କମ୍ପାନୀ ପ୍ରାଇଭେଟ୍‌ ଲିମିଟେଡ ଓ ମିଲନ ଡେଭଲପର୍ସ ଆଣ୍ଡ ବିଲଡର୍ସ ପ୍ରାଇଭେଟ ଲିମିଟେଡ କାର୍ଯ୍ୟରେ ଅହେତୁକ ବିଳମ୍ବ କରୁଛି। ଏପରି କି ମାତ୍ର ୨ ବର୍ଷ ମଧ୍ୟରେ ଟର୍ମିନାଲ ନିର୍ମାଣ ଶେଷ ନିମନ୍ତେ ଏମ୍‌ଓୟୁରେ ସର୍ତ୍ତ ରଖାଯାଇଥିଲେ ବି ଏଥିପାଇଁ ଠିକାସଂସ୍ଥା ୭ ବର୍ଷ ସମୟ ନେଇସାରିଛି। ତଥାପି କାର୍ଯ୍ୟ ସମ୍ପୂର୍ଣ୍ଣ ହେଉ ନ ଥିବାରୁ ଆଉ ୬ ମାସ ସମୟ ଦେବାକୁ ଠିକାସଂସ୍ଥା ପକ୍ଷରୁ ସରକାରଙ୍କ ନିକଟରେ ଆବେଦନ କରାଯାଇଛି। କାର୍ଯ୍ୟରେ ଏପରି ବିଳମ୍ବକୁ ନେଇ ସରକାରଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ସହ ଏମ୍‌ଓୟୁର କପି ମଗାଯାଇଥିବା ସୂଚନା ମିଳିଛି।
ପ୍ରକାଶ ଯେ, ଅନୁଗୋଳ ଠାରେ ଏକ ଆଧୁନିକ ବସ୍‌ ଟର୍ମିନାଲ ନିର୍ମାଣ ପାଇଁ ବିଭିନ୍ନ ସମୟରେ ଦାବି ହୋଇଥିଲା। ୨୦୧୧ ଜୁଲାଇ ୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପରିବହନ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକରେ ଅନୁଗୋଳ ସମେତ ସମ୍ବଲପୁର, ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଠାରେ ଅତ୍ୟାଧୁନିକ ବସ୍‌ ଟର୍ମିନାଲ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହାର ଟେଣ୍ଡର ଆହ୍ବାନ କରାଯାଇଥିଲା। ୨୦୧୨ ଏପ୍ରିଲ ୯ରେ ଏ ନେଇ ତାମଡା ସହ ମିଲନ ଡେଭଲପର୍ସ ଆଣ୍ଡ ବିଲଡର୍ସ ପ୍ରାଇଭେଟ ଲିମିଟେଡ ଓ ଅନୁଗୋଳ ବସ୍‌ ଟର୍ମିନାଲ କମ୍ପାନୀ ପ୍ରାଇଭେଟ ଲିମିଟେଡ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। ୯.୭୨ ଏକର ଜାଗାରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ମୋଟ୍‌ ଖର୍ଚ୍ଚ ଅଟକଳ ଥିଲା ୫୬.୩୧ କୋଟି ଟଙ୍କା। ୫.୮୩ ଏକର ଜାଗାରେ ବସ୍‌ ଟର୍ମିନାଲ ପାଇଁ ୧୩.୯୫ କୋଟି ଓ ବସ୍‌ଷ୍ଟାଣ୍ଡ ପରିସରରେ ୩.୮୯ ଏକର ଜାଗାରେ ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ ପାଇଁ ୪୨.୩୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ୬ ମାସ ମଧ୍ୟରେ ଠିକାସଂସ୍ଥା ନିର୍ମାଣ ଆରମ୍ଭ କରିବା, ୨ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ କରିବା, ୧୫ ବର୍ଷ ପାଇଁ ଏହାର ରକ୍ଷଣାବେକ୍ଷଣ କରିବା, ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ୯୦ ବର୍ଷ ପର୍ଯ୍ୟନ୍ତ ଲିଜ୍‌ରେ ନିଜ ପାଖରେ ରଖିବା ପାଇଁ ଏମ୍‌ଓୟୁରେ ସର୍ତ୍ତ ରହିଥିଲା। ୨୦୧୩ ଜୁନ୍‌ ୨୮ରେ ମୁଖ୍ୟମନ୍ତ୍ରୀ ବସ୍‌ ଟର୍ମିନାଲର
ଭୂମିପୂଜା କରିଥିଲେ। ୨ ବର୍ଷ ମଧ୍ୟରେ ନିର୍ମାଣ ଶେଷ କରାଯିବ ବୋଲି
ପ୍ରକାଶ କରିଥିଲେ। କିନ୍ତୁ ୭ ବର୍ଷ
ବିତିଯିବା ପରେ ମଧ୍ୟ କାମ ଶେଷ ହେଉନି। ବିଭିନ୍ନ ସମୟରେ ଜିଲା ପ୍ରଶାସନ ପକ୍ଷରୁ ଏହାର ସମୀକ୍ଷା କରାଯାଉଛି। କିନ୍ତୁ ଫଳ ମିଳୁନାହିଁ। ଏଭଳି ସମୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଠିକା ସଂସ୍ଥା ପକ୍ଷରୁ ଗତ ଜୁନ ୨୨ ତାରିଖରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗକୁ ଚିଠି ଲେଖାଯାଇ ଆଉ ୬ ମାସ ସମୟ ମଗାଯାଇଛି। ବାତ୍ୟା ଅମ୍ଫନ ଓ କରୋନା ଯୋଗୁ କାମ ବାଧାପ୍ରାପ୍ତ ହୋଇଥିବାରୁ ଅଧିକ ୬ ମାସ ଦେବାକୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri