ଆମ ଜିଲା ଖବର

ଗୋଳନ୍ଥରା ହାଜତ ମୃତ୍ୟୁ ମାମଲା: ଗୃହ ସଚିବ, ଏସ୍‌ପି, ଆଇଆଇସିଙ୍କୁ ନୋଟିସ

କଟକ ଅଫିସ,୨୨ା୧୧: ଗଞ୍ଜାମ ଜିଲା ଗୋଳନ୍ଥରା ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟ ରାଜ୍ୟ ଗୃହ ବିଭାଗ ପ୍ରମୁଖ ସଚିବ, ଗଞ୍ଜାମ ଏସ୍‌ପି ଓ ଗୋଳନ୍ଥରା ଥାନା ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଆଜିପର୍ଯ୍ୟନ୍ତ କାହିଁକି ପୋଲିସ ହତ୍ୟା ମାମଲା…

ମମିତା ମେହେର ହତ୍ୟା ଘଟଣା: ଆଉ ଜଣେ ଛାତ୍ରୀଙ୍କ ବୟାନ ରେକର୍ଡ

ଭବାନୀପାଟଣା,୨୨।୧୧(ସ୍ବ.ପ୍ର.): କଳାହାଣ୍ଡି ଜିଲା କେଗାଁ ଥାନା ମହାଲିଙ୍ଗସ୍ଥିତ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ତୀବ୍ର ହେବାରେ ଲାଗିଛି। ଏପରିସ୍ଥଳେ ଏହି ଘଟଣାରେ ଆଉ ଜଣେ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡିଛି। କୋର୍ଟରେ ୧୬୪ରେ ଛାତ୍ରୀଙ୍କ…

ସମୁଦ୍ର ଜୁଆର ମାଡ଼ରେ ଲୁଣା ନଦୀବନ୍ଧରେ ଘାଇ

ମହାକାଳପଡ଼ା, ୨୨ା୧୧ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଖରିନାସୀ ପଞ୍ଚାୟତ ଲୁଣା ନଦୀ ବନ୍ଧର ଏକ ନମ୍ବର କ୍ରିକ୍‌ ନିକଟରେ କେତେଜଣ ଲୋକ ଜାଲ ବସାଇ ମାଛ ଧରୁଥିଲେ। ଏହାଦ୍ୱାରା ନଦୀ ବନ୍ଧ ଦୁର୍ବଳ ହୋଇଯାଇଥିଲା। ସମୁଦ୍ର ଉଚ୍ଚ ଜୁଆର…

ମା’ କୋଳକୁ ଫେରିଲା ହସ୍ପିଟାଲରୁ ଚୋରି ଶିଶୁ

ସୋନପୁର,୨୨।୧୧(ନି.ପ୍ର.): ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରୁ ଶନିବାର ସକମାଳେ ଚୋରି ହୋଇଥିବା ନବଜାତ ଶିଶୁକନ୍ୟା ରବିବାର ମିଳିଛି। ଜନ୍ମଦାତ୍ରୀ ସନ୍ତୋଷିନୀଙ୍କ ନିକଟରୁ ସେ ସ୍ତନ୍ୟପାନ କରିଛି। ଶିଶୁକୁ କୋଳରେ ପାଇଲା ପରେ ସନ୍ତୋଷିନୀଙ୍କ ମନରେ ଖୁସି ଭରିଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟର…

ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ ଆଜି

ଫୁଲବାଣୀ ଅଫିସ/ଖଜୁରୀପଡ଼ା,୨୨।୧୧: କନ୍ଧମାଳ ଜିଲା ଗସ୍ତରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସୁଛନ୍ତି। ପୂର୍ବାହ୍ନ ୧୧ଟାରେ ଫୁଲବାଣୀ ଷ୍ଟାଡିୟମରେ ପହଞ୍ଚି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଏଥିସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି…

ଗୋବିନ୍ଦ ସାହୁଙ୍କ ହସ୍ତାକ୍ଷରର ହେବ ଯାଞ୍ଚ

ବଲାଙ୍ଗୀର ଅଫିସ, ୨୧।୧୧: ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଗୋବିନ୍ଦ ସାହୁଙ୍କ ହସ୍ତାକ୍ଷରରୁ ବଡ଼ ପ୍ରମାଣ ମିଳିପାରେ। ସନସାଇନ ସ୍କୁଲ ଓ ମହାଲିଙ୍ଗ କଲେଜର ବିଭିନ୍ନ ଗୁମର ମଧ୍ୟ ଫିଟିପାରେ। ଏସବୁର ତଦନ୍ତ ପାଇଁ ପୋଲିସ ଅଧିକ ପ୍ରମାଣ ଯୋଗାଡ଼…

ବାଘ ଛାଲ ଜବତ, ଜଣେ ଗିରଫ

ବାଉଁଶୁଣୀ/କଣ୍ଟାମାଳ,୨୧।୧୧(ଡି.ଏନ୍‌.ଏ.): କିଛି ଦିନର ବ୍ୟବଧାନ ପରେ ପୁଣି ବୌଦ୍ଧ ଜିଲା କଣ୍ଟାମାଳ ରେଞ୍ଜ ଘଣ୍ଟାପଡ଼ା ଅଞ୍ଚଳରୁ ଆଉ ଏକ ବାଘ ଛାଲ ଜବତ କରିଛି ସ୍ବତନ୍ତ୍ର ଟାସ୍କ ଫୋର୍ସ ଓ ବନ ବିଭାଗ l ସୂଚନାଯୋଗ୍ୟ, କଣ୍ଟାମାଳ ରେଞ୍ଜ ଘଣ୍ଟାପଡ଼ା ସେକ୍ସନ…

ଶୌଚ ପାଇଁ ଯାଇ ଆଉ ଘରକୁ ଫେରିଲେନି ଯୁବକ

ସୁନ୍ଦରଗଡ଼,୨୧।୧୧(ଡି.ଏନ୍‌.ଏ.): ସୁନ୍ଦରଗଡ ଜିଲା ଉଜ୍ବଳପୁର ରେଞ୍ଜ ଅନ୍ତର୍ଗତ ବାଲିଶଙ୍କରା ବ୍ଲକ ରଷ୍ଟି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ରଷ୍ଚି ଗ୍ରାମର ଜଣେ ଯୁବକ ଶୌଚ ପାଇଁ ଯାଉଥିବା ସମୟରେ ଜଙ୍ଗଲୀ ହାତୀ କଚାଡି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ…

ଗୋରୁ ବୋଝେଇ ଡାଲା ଅଟୋ ଜବତ

ଆରଡି,୨୧।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅନ୍ତର୍ଗତ ଓଳଗ ନିକଟରେ ଏକ ଗୋରୁ ବୋଝେଇ ଡାଲା ଅଟୋକୁ ରବିବାର ପୋଲିସ ଜବତ କରିଛି । ଏଥି ସହିତ ୫ଟି ଗୋରୁଙ୍କୁ ଗୋଶାଳାକୁ ପଠାଇବାର ବ୍ୟବସ୍ଥା କରିଛି। ସୂଚନା…

ଋଷିକୂଲ୍ୟା ନଦୀରୁ ଆନ୍ଧ୍ରକୁ ବାଲି ଚୋରାଚାଲାଣ ବେଳେ ୨ ଗାଡ଼ିକୁ ଧରିଲେ ଗ୍ରାମବାସୀ

ଛତ୍ରପୁର,୨୧।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଋଷିକୂଲ୍ୟା ନଦୀର ବିଭିନ୍ନ ବାଲିଘାଟରୁ ବେଆଇନ ଭାବେ ଆନ୍ଧ୍ରପ୍ରଦେଶକୁ ବାଲି ଚାଲାଣ ହେଉଥିବା ନେଇ ବହୁବାର ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଆସୁଥିଲା। ପ୍ରଶାସନ ନ ଶୁଣିବାରୁ ଶେଷରେ ଗ୍ରାମବାସୀ ବେଆଇନ ଭାବେ ଛତ୍ରପୁର ଥାନା ଗୋବା…

ଜାତୀୟ ସ୍ତରରେ ସାଇସୁମନଙ୍କ ସଫଳତା

ଚମ୍ପୁଆ/ବଡ଼ବିଲ,୨୧।୧୧-(ଡି.ଏନ.ଏ/ସ୍ବ.ପ୍ର.):ଇଂରାଜୀ ପ୍ରବନ୍ଧରେ ଜାତୀୟ ସ୍ତରରେ ଦ୍ୱିତୀୟ ହୋଇ କେନ୍ଦୁଝର ଜିଲା ବଡ଼ବିଲ ଅଞ୍ଚଳର ସାଇସୁମନ ହୋତା ଗୌରବ ଆଣିଛନ୍ତି। ଡା.ମାନସ ରଞ୍ଜନ ହୋତା ଓ ଡ. ସାଇସ୍ମିତାଙ୍କ ଅଲିଅଳି ଝିଅ ସାଇସୁମନ। ବଡ଼ ହେଲେ ଆଇଏଏସ୍‌ ହେବାକୁ ଲକ୍ଷ୍ୟ ରଖିଥିବା ସୁମନ…

ରାଶନ ସାମଗ୍ରୀ ପାଇଁ ୪୦ କି.ମି.

ବଇଣ୍ଡା,୨୧।୧୧(ଡି.ଏନ.ଏ.) ରହୁଛନ୍ତି ଗୋଟିଏ ପଞ୍ଚାୟତରେ। ଭୋଟର ପରିଚୟପତ୍ର ଅଛି ଅନ୍ୟ ପଞ୍ଚାୟତରେ। ଏହି କାରଣରୁ ୧୫ ପରିବାର ହେଉଛନ୍ତି ହଇରାଣ। ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସେମାନେ ସାମିଲ ଥିଲେ ମଧ୍ୟ ଟଙ୍କିକିଆ ଚାଉଳ ଆଣିବାକୁ ସେମାନଙ୍କୁ ୪୦ କିଲୋମିଟର ଦୂର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?