ଅନ୍‌ଲାଇନ୍‌ରେ ତଥ୍ୟ ଦେବାକୁ ଡର

ଯାଜପୁର ଅଫିସ,୨୨।୭: ରାଜ୍ୟ ସରକାର ସ୍ବଚ୍ଛତା, ପ୍ରଯୁକ୍ତି ବିଦ୍ୟା, ସମୟାନୁବର୍ତ୍ତିତା, ସମ୍ମିଳିତ ଉଦ୍ୟମ ଓ ପରିବର୍ତ୍ତନ (୫-ଟି)କୁ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଯାଜପୁର ଜିଲାରେ ଏହା କେବଳ ପ୍ରଚାର ସର୍ବସ୍ବ ପାଲଟିଛି। ଅପାରଗତା ଲୁଚାଇବାକୁ ଇ-ଡେସପାଚ୍‌ ଓ ଜିଲା ୱେବପୋର୍ଟାଲକୁ ନବୀକରଣ କରାଯାଉନାହିଁ। ଇ-ଡେସ୍‌ପାଚ କ୍ଷେତ୍ରରେ ନମ୍ବର ବଢୁଛି ହେଲେ ବାସ୍ତବରେ ଚିଠିପତ୍ର ଦେଖିହେଉନାହିଁ। ଏଥିରେ ସର୍ବାଗ୍ରେ ଜିଲାପାଳଙ୍କ କାର୍ଯ୍ୟାଳୟ, ଅବକାରୀ, ପରିବହନ, ଯୋଗାଣ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିବି)ର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ଜିଲା ଶିଳ୍ପକେନ୍ଦ୍ର ଆଦି ବିଭାଗ ରହିଛି। ବିଭାଗୀୟ ଅଧିକାରୀମାନେ କ’ଣ ଓ କିଭଳି କାର୍ଯ୍ୟ କରୁଛନ୍ତି ସେ ନେଇ ବିଭାଗୀୟ ୱେବ ପୋର୍ଟାଲରେ ଅପ୍‌ଡେଟ କରାଯାଉନାହିଁ। ଫଳରେ ଅନ୍‌ଲାଇନ ଯୋଗେ ଜିଲାବାସୀ ତଥ୍ୟ ପାଇପାରୁନାହାନ୍ତି। ଏ ନେଇ ସାଧାରଣରେ ଚର୍ଚ୍ଚା ହେଉଛି କି, ଅନ୍‌ଲାଇନ୍‌ରେ ତଥ୍ୟ ଦେବାକୁ ସରକାରୀ ଅଧିକାରୀଙ୍କୁ ଡର ଲାଗୁଛି।
ବିଭାଗୀୟ କାର୍ଯ୍ୟରେ ସ୍ବଚ୍ଛତା ଆଣିବାକୁ ରାଜ୍ୟ ସରକାର ପ୍ରାୟ ୬ବର୍ଷ ତଳେ ଇ-ଡେସ୍‌ପାଚ ବ୍ୟବସ୍ଥା ଆରମ୍ଭ କରିଥିଲେ। ଏଥିରେ ବିଭିନ୍ନ ବିଭାଗର କାର୍ଯ୍ୟାବଳୀ ସମ୍ପର୍କରେ ପ୍ରତିଦିନ ଅପଡେଟ୍‌ ହେବାକୁ ନିର୍ଦ୍ଦେଶ ରହିଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ହାତକୁ ନିଆଯାଇଥିବା ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ଲୋକେ ଯେପରି ଜାଣିପାରିବେ, ତାହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। କିନ୍ତୁ ଯାଜପୁର ଜିଲା ପ୍ରଶାସନ ସରକାରଙ୍କ ଏହି ମହତ ଉଦ୍ଦେଶ୍ୟକୁ ଅବମାନନା କରୁଥିବା ବେଳେ ଇ-ଡେସପାଚ୍‌ ଓ ୱେବପୋର୍ଟାଲ ଦାୟିତ୍ୱରେ ଥିବା ଭୁବନେଶ୍ୱରର ସମ୍ପୃକ୍ତ ଅଧିକାରୀ ମଧ୍ୟ କେଉଁ ସ୍ବାର୍ଥରେ ଆଖି ବୁଝି ଦେଇଛନ୍ତି, ତାହା ତଦନ୍ତ ସାପେକ୍ଷ ବୋଲି ମତପ୍ରକାଶ ପାଇଛି।
ଜିଲାପାଳଙ୍କ କାର୍ଯ୍ୟାଳୟରୁ ମଙ୍ଗଳବାର ସୁଦ୍ଧା ୨୪୧୮ଟି ଚିଠିପତ୍ର ଇ-ଡେସ୍‌ପାଚ ହୋଇଥିବାବେଳେ ୫୧,୬୧୫ଟି ଚିଠି ରିସିଭ୍‌ କରାଯାଇଥିବା ସାଇଟ୍‌ରେ ତଥ୍ୟ ରହିଛି। କିନ୍ତୁ ୨୦୨୦ରେ ଗୋଟିଏ ବି ଚିଠି ଡେସପାଚ୍‌ ହୋଇଥିବା ତଥ୍ୟ ଓ୍ବେବ୍‌ସାଇଟ୍‌ରେ ଦେଖିବାକୁ ମିଳୁନାହିଁ। ଶେଷଚିଠି ୨୦୧୯ ନଭେମ୍ବର ମାସ ୭ ତାରିଖରେ ଇ-ଡେସ୍‌୍‌ପାଚ ହୋଇଥିବା ଜଣାପଡ଼ିଛି। ଏପରିକି ଜିଲାପାଳଙ୍କ କାର୍ଯ୍ୟାଳୟରେ ନିୟମିତ ଚିଠିପତ୍ର ଆଦାନ ପ୍ରଦାନ ହେଉ ନ ଥିବା ଦେଖିବାକୁ ମିଳିଛି। ଏହାବାଦ ଯାଜପୁର ଜିଲା ୱେବ୍‌ ପୋର୍ଟାଲରେ ମଧ୍ୟ ବହୁ ଗୁରୁତ୍ୱପୂଣ୍ଣର୍ର୍ ତଥ୍ୟ ଦିଆଯାଉନଥିବା ଅଭିଯୋଗ ହୋଇଛି। ତେବେ ଅନ୍‌ଲାଇନ୍‌ରେ ତଥ୍ୟ ପ୍ରଦାନରେ ଜିଲା ପ୍ରଶାସନ କେଉଁ କାରଣରୁ ପଛଘୁଞ୍ଚା ଦେଉଛନ୍ତି, ତାହା ଏକ ବିରାଟ ପ୍ରଶ୍ନ ହୋଇ ଉଭା ହୋଇଛି। ଏଥିଯୋଗୁ ରାଜ୍ୟ ସରକାର ଉପରେ ସାଧାରଣ ଲୋକ ଆସ୍ଥା ହରାଉଥିବା ଭଳି ମନେହେଉଛି। ଅନ୍ୟପକ୍ଷେ ଜିଲା ଶିଳ୍ପକେନ୍ଦ୍ରରେ ଚିଠି ଡେସପାଚ ୨୩।୧୦।୨୦୧୯ରୁ ବନ୍ଦ ପଡିଛି। ଡେପୁଟି ଡାଇରେକ୍ଟର ଅଫ୍‌ ଏଗ୍ରିକଲଚର, ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଅଫ୍‌ କୋ-ପରେଟିଭ ସୋସାଇଟି, ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ, ଜିଲା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ପ୍ରଭୃତି ବିଭାଗରେ ଗୋଟିଏ ବି ପତ୍ର ପ୍ରେରଣ କରାଯାଇନାହିଁ। ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ, ଆସିଷ୍ଟାଣ୍ଟ ଡେପୁଟି ଡାଇରେକ୍ଟର ଅଫ୍‌ ହର୍ଟିକଲଚର, ଜଳଛାୟା ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ, ଯାଜପୁର ଓ ଚଣ୍ଡିଖୋଲ ଆର୍‌ଟିଓ, ଯାଜପୁର ଓ ବ୍ୟାସନଗର ମ୍ୟୁନିସିପାଲିଟି, ଚଣ୍ଡିଖୋଲ ଆରଡବ୍ଲୁଏସ୍‌ଏସ୍‌ ଆଦି ବିଭାଗର ଇ-ଡେସ୍‌ପାଚ୍‌ରେ ଚିଠି ନମ୍ବର ବଢୁଛି ସତ ହେଲେ ଦୀର୍ଘ ସମୟ ହେବ ଚିଠିପତ୍ର ଦିଶୁନାହିଁ। ଏଭଳି ଭାବେ ଜିଲାବାସୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଭକୁଆ କରାଯାଉଛି ବୋଲି ମତପ୍ରକାଶ ପାଇଛି। ଇ-ଡେସପାଚ୍‌ ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ଭାବେ କମ୍ପ୍ୟୁଟର ସଂସ୍ଥାଙ୍କୁ ନିୟୋଜିତ କରାଯାଇଛି। ଉକ୍ତ ସଂସ୍ଥା ପାଇଁ ପ୍ରତି ମାସରେ ଲକ୍ଷାଧିକ ଟଙ୍କା ଶ୍ରାଦ୍ଧ ବି ହେଉଛି। ଏହାସତ୍ତ୍ବେ ବିଭାଗୀୟ ଚିଠି ଓ ନିର୍ଦ୍ଦେଶାବଳୀ ଆଦି ସେହି ପୁରୁଣା ଢଙ୍ଗରେ ଫାଇଲରୁ ଫାଇଲକୁ ବୁଲୁଛି। ଏ ସଂକ୍ରାନ୍ତରେ ଏଡିଏମ୍‌ ମିହିର ପ୍ରସାଦ ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି, ସମସ୍ତଙ୍କୁ ଇ-ଡେସପାଚ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ବିଭାଗ କରିନାହାନ୍ତି ତାହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ ସୂର୍ଯ୍ୟଘର ଯୋଜନା: ସବ୍‌ସିଡି ଅର୍ଥ ବ୍ୟାଙ୍କ ଖାତାକୁ ଆସିବା ପାଇଁ ମନ୍ତ୍ରୀଙ୍କୁ ଗୁହାରି

କଟକ ସଦର,୨୫ା୮(ସୁଶାନ୍ତ କୁମାର ଜେନା): କଟକ ସଦର ନିର୍ବାଚନ ମଣ୍ଡଳୀରେ ପିଏମ୍‌ ସୂର୍ଯ୍ୟଘର ଯୋଜନା ଆଖି ଦୃଶିଆ ଅଗ୍ରଗତି ହୋଇପାରୁ ନ ଥିବାରୁ ଉପମୁଖ୍ୟମନ୍ତ୍ରୀ ତଥା ବିଦ୍ୟୁତ୍‌…

ସରକାରକୁ ପୁଣି ଅଲ୍ଟିମେଟମ୍‌ ଦେଲା CJP: ୩ ଦାବି ପୂରଣ ନ ହେଲେ…ସରକାରଙ୍କଠାରେ ପଶିଲା ଛନ୍‌କା

ନୂଆଦିଲ୍ଲୀ,୨୬।୮: କକ୍ରୋଚ ଜନତା ପାର୍ଟି (CJP) ପୁଣି ଥରେ ଦିଲ୍ଲୀରେ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳ ପକ୍ଷରୁ ସେପ୍ଟେମ୍ବର ୫ ତାରିଖରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ…

ଜମିପଟ୍ଟା ପାଇଁ ତହସିଲ ଅଫିସ ଦୌଡୁଥିଲେ ମାଲିକ, ବିଧାୟକ ପହଞ୍ଚି ସମସ୍ତଙ୍କୁ…

ମହାକାଳପଡ଼ା,୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରାଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ମଙ୍ଗଳବାର ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ଯୋଗଦେଇ କୂଳନାଞ୍ଜୁରା, ବିଲ ନାଞ୍ଜୁରା…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୫୦,୦୦୦ ଝିଅଙ୍କୁ ମିଳିବ ସ୍କୁଟି

ଲକ୍ଷ୍ନୌ,୨୬।୮: ଲକ୍ଷ୍ନୌରେ ‘ଲୋକମାତା ଅହଲ୍ୟାବାଇ ମାତୃଶକ୍ତି ଯାତ୍ରା ଯୋଜନା’ର ଶୁଭାରମ୍ଭ ଏବଂ ସ୍ବତନ୍ତ୍ର ବସ ପାଇଁ ପତାକା ପ୍ରଦର୍ଶନ ଅବସରରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଝିଅମାନଙ୍କ…

ବଢୁଛି ଶିଶୁ ଶ୍ରମିକ, ନାବାଳିକା ଯୌନ ନିର୍ଯାତନା: ସଚେତନତା ନେଇ…

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଙ୍ଗ ଭାଷାଭାଷୀ ବହୁଳ ପଞ୍ଚାୟତମାନଙ୍କରେ ଶିଶୁ ଶ୍ରମିକ, ନାବାଳିକା ଶିଶୁଙ୍କୁ ଯୌନ ନିର୍ଯାତନା, ଶିଶୁ ଚାଲାଣ…

ବଢିଲା କ୍ୟାନସର ରୋଗୀଙ୍କ ଚିନ୍ତା! ୧ ଲକ୍ଷ ଟଙ୍କାର ଇଞ୍ଜେକ୍ସନରେ କେବଳ ପାଣି ଆଉ ଜୀବାଣୁ

ନୂଆଦିଲ୍ଲୀ,୨୬।୮: ଯେତେବେଳେ ପ୍ରାୟ ଏକ ଲକ୍ଷ ଟଙ୍କା ମୂଲ୍ୟର ଏକ ଇଞ୍ଜେକ୍ସନ ଜଣେ ଗରିବ କର୍କଟ ରୋଗୀଙ୍କ ମାଗଣା ଚିକିତ୍ସା ପାଇଁ ଉଦ୍ଦିଷ୍ଟ ସରକାରୀ ହସ୍ପିଟାଲରୁ ଗାଏବ…

ପୁରୀରେ ପୁଣି ହତ୍ୟାକାଣ୍ଡ

ପୁରୀ, ୨୬।୮ (ଅଜିତ୍ କୁମାର ମହାନ୍ତି): ପୁରୀରେ ପୁଣି ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଗତ ଦୁଇ ଦିନ ମଧ୍ୟରେ ପୁରୀରେ ଦୁଇଟି ହତ୍ୟାକାଣ୍ଡ ଘଟିଥିବାରୁ ଏହାକୁ…

ଜଳୁନି ଷ୍ଟ୍ରିଟ ଲାଇଟ: ଚେତାବନୀ ଦେଲେ ଲକ୍ଷ୍ମୀପୁର ଗ୍ରାମବାସୀ, ପଞ୍ଚାୟତ ନିର୍ବାଚନରେ…

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ସରକାର ପଞ୍ଚାୟତର ବିକାଶ ହେଉଛି ବୋଲି ଡିଣ୍ଡିପ ପିଟୁଥିବାବେଳେ ଏବେ ବି କିଛି ପଞ୍ଚାୟତ ଅବହେଳିତ ଅବସ୍ଥାରେ ରହିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri