ରୋଗ ପ୍ରତିରୋଧ ପାଇଁ ପିଲାଙ୍କୁ ମଦ ଦିଆଯିବା ଚର୍ଚ୍ଚା

ମାଲକାନଗିରି,୨୨ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ପଡ଼ିଆ ବ୍ଲକ ପରସନପାଲି ଗ୍ରାମରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ପିଲାଙ୍କୁ ମହୁଲି ମଦ ଦେବା ଚର୍ଚ୍ଚାର ବିଷୟ ହୋଇଛି। ହସ୍ତଗତ ହୋଇଥିବା ଫଟୋରୁ ଜଣାପଡିଛି, ପିଲାମାନେ ଧାଡ଼ିରେ ବସି ତଳେ ପତ୍ର ପକାଇଛନ୍ତି। ଏକ ହାଣ୍ଡିରୁ କିଛି ଦ୍ରବ୍ୟ ଆଣି ପିଲାଙ୍କୁ ବିତରଣ କରାଯାଉଥିବା ଦେଖିବାକୁ ମିଳିଛି। କାହା ମୁହଁରେ ମାସ୍କ ନାହିଁ କିମ୍ବା କେହି ସାମାଜିକ ଦୂରତ୍ୱ ରକ୍ଷା କରିନାହାନ୍ତି। ଏହା ଜଣାପଡ଼ିବା ପରେ କେତେଜଣ ଆଦିବାସୀ ନେତା ନିଜ ମତ ରଖିଛନ୍ତି। ସେମାନେ କହିଛନ୍ତି, ଆଦିବାସୀଙ୍କ ଚାଲିଚଳନ ଏବଂ ଖାଦ୍ୟ ସହରବାସୀଙ୍କଠାରୁ ଅଲଗା ା ବିଶେଷକରି ଜଙ୍ଗଲ ବହୁଳ ଅଞ୍ଚଳରେ ରହୁଥିବା ଆଦିବାସୀଙ୍କ ଅନ୍ୟତମ ପ୍ରିୟ ଖାଦ୍ୟ ହେଉଛି କାଇ ଓ ତା’ର ଅଣ୍ଡା। ଜଙ୍ଗଲରେ କାଇ ଗଛରେ ବସା ବାନ୍ଧିଥାନ୍ତି। ଗୋଟିଏ ଗୋଟିଏ ବସାରେ ୧୦ରୁ ୨୦ ହଜାର କାଇ ରହିଥାନ୍ତି। ଏହାର ଅଣ୍ଡା ଖାଇଲେ ରୋଗ ପ୍ରତିରୋଧ ସହ ଶକ୍ତି ବୃଦ୍ଧି ହୋଇଥାଏ ବୋଲି ଆଦିବାସୀଙ୍କ ବିଶ୍ୱାସ ରହିଛି। ମାଲକାନଗିରି ଜିଲାରେ ଏଯାଏ କୌଣସି ଆଦିବାସୀ ଗ୍ରାମରେ କରୋନା ଲକ୍ଷଣ ଦେଖାଦେଇନାହିଁ। ଏମାନେ ଗୋବର ଖତରେ ଧାନ ଚାଷ କରିବା ସହ ଜଙ୍ଗଲର ଫଳମୂଳ, ପନିପରିବା ବ୍ୟବହାର କରିଥାନ୍ତି। ଯେଉଁ ଫଟୋ ବାହାରିଛି ଏହା ନିଶ୍ଚିତ ଭାବେ କାଇକୁ ତରକାରି ରାନ୍ଧି ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ଦିଆଯାଉଛି। ଆଧୁନିକ ଯୁଗରେ ଶିକ୍ଷିତ ଆଦିବାସୀ ସମାଜ କେବେହେଲେ ପିଲାଙ୍କୁ ଏପରି ଧାଡ଼ିରେ ବସାଇ ମହୁଲି ମଦ ଦେଉନାହାନ୍ତି ବୋଲି ଜିଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି କହିଛନ୍ତି। ଏପରି ଫଟୋ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହେବା ପରେ ଅବକାରୀ ନିରୀକ୍ଷକ ଅଶୋକ ସେଠ୍‌, ଅବକାରୀ ଓଆଇସି ଦିଲୀପ କୁମାର ଏବଂ ପଡ଼ିଆ ପୋଲିସ ସମ୍ପୃକ୍ତ ଗ୍ରାମକୁ ଯାଇ ତଦନ୍ତ କରିଥିଲେ। ଗ୍ରାମବାସୀ କହିଥିଲେ, ଗ୍ରାମର ଆଇତା କବାସୀଙ୍କ ପୁଅର ୩ ମାସ ତଳେ ବାହାଘର ହୋଇଥିଲା। ଭୋଜିରେ ପରମ୍ପରା ଅନୁସାରେ ପାଳୁଅ ମିଠାପଣା ସମସ୍ତଙ୍କୁ ଦିଆଯାଇଥିଲା। ଏହି ପାଳୁଅ ମିଠାପଣା ପିଲାମାନେ ମଧ୍ୟ ପିଇଥିଲେ। ମଙ୍ଗଳବାର ବିଭିନ୍ନ ମାଧ୍ୟମରେ ଆସିଥିବା ଫଟୋରେ ସତ୍ୟତା ନାହିଁ ବୋଲି ଗ୍ରାମବାସୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri