୫ ବର୍ଷରେ ଲାଗିଛି ୫୦ ହଜାର ଚାରା

 

ବଅଁରପାଳ,୨୨ା୭(ଡି.ଏନ.ଏ.)

ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅଞ୍ଚଳରେ ଥିବା ନବରତ୍ନ ମାନ୍ୟତାପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି। ସେଥିମଧ୍ୟରୁ ପାରିପାର୍ଶ୍ୱିକ ଅଞ୍ଚଳରେ ଚାରା ରୋପଣ ପରିବେଶ ସୁରକ୍ଷା ଦିଗରେ ଏକ ବଡ଼ ପଦକ୍ଷେପ। ନାଲ୍‌କୋ ଉଦ୍ୟାନ ବିଭାଗ ପକ୍ଷରୁ ପ୍ରତିବର୍ଷ ଏହି କାର୍ଯ୍ୟ କରାଯାଇ ଆସୁଛି। ଗତ ୫ ବର୍ଷ ମଧ୍ୟରେ ୫୦ ହଜାର ଚାରା ଲଗାଯାଇଥିବା ବେଳେ ସେଥିରୁ ୪୦ ହଜାର ବଞ୍ଚିଥିବା ସୂଚନା ମିଳିଛି।
ନାଲ୍‌କୋର ପାରିପାର୍ଶ୍ୱିକ ଅଞ୍ଚଳ କୁହାଯାଉଥିବା କୁକୁଡ଼ାଙ୍ଗ, କୁଲାଡ଼, ଗିରାଙ୍ଗ, ବଳରାମପ୍ରସାଦ, ତାଳଚେର ବ୍ଲକର କର୍ଣ୍ଣପୁର ଆଦି ଗ୍ରାମର ଆଖପାଖ ସ୍ଥାନରେ ଏହି ଚାରା ଲଗାଯାଇଛି। ସେହିପରି ସ୍ମେଲଟର, ସିପିପି ପ୍ଲାଣ୍ଟ ସମେତ ଟାଉନଶିପ୍‌ କଲୋନୀ ଅଞ୍ଚଳରେ ମଧ୍ୟ ଚାରା ରୋପଣ କରାଯାଇଛି। ବିଶେଷକରି ଶାଗୁଆନ, ଶିଶୁ, ଜାମୁ, ନିମ୍ବ, ବଉଳ, ଅଶୋକ, ଆମ୍ବ ଆଦି ବହୁଳ ମାତ୍ରାରେ ଲଗାଯାଉଛି। ବିଭିନ୍ନ ଔଷଧୀୟ ଚାରା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିବା ନାଲ୍‌କୋ ଉଦ୍ୟାନ ବିଭାଗ ପକ୍ଷରୁ କୁହାଯାଇଛି। ଚଳିତବର୍ଷ ପ୍ଲାଣ୍ଟ ପକ୍ଷରୁ ୧୦ ହଜାର ଚାରା ଲଗାଯିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୫ ଶହ ଲଗାଯାଇ ସାରିଲାଣି। ଆଖପାଖ ଅଞ୍ଚଳର ଲୋକମାନଙ୍କୁ ପ୍ରାୟ ୧୫ ହଜାର ଚାରା ବଣ୍ଟନ କରାଯିବ। ଯେଉଁ ଅଞ୍ଚଳରେ ଏହା ରୋପଣ କରାଯାଉଛି ସେଠାରେ କିପରି ଯତ୍ନ ନିଆଯାଇପାରିବ ସେ ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି ନାଲ୍‌କୋ ଉଦ୍ୟାନ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର,୨୯ା୭: ବନ୍ୟା ପ୍ରଭାବିତ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜିଲାପାଳମାନଙ୍କୁ ସ୍କୁଲ ଛୁଟି ଘୋଷଣା ସମ୍ପର୍କିତ…

ବନ୍ୟାରେ ୬ ଜିଲାର ୪୪ ବ୍ଲକ ପ୍ରଭାବିତ, ୪ ମୃତ

ଭୁବନେଶ୍ୱର,୨୯ା୭: ବନ୍ୟାରେ ୬ ଜିଲାର ୪୪ ବ୍ଲକ ପ୍ରଭାବିତ ହୋଇଛି। ଏନେଇ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ବାଲେଶ୍ୱରର ୧୨, ଭଦ୍ରକର ୫, ଢେଙ୍କାନାଳର…

ଗାଁରେ ପଶିଲା ବନ୍ୟାଜଳ, ତହସିଲଦାର-ବିଡିଓ ପହଞ୍ଚି ଲୋକଙ୍କୁ…

ତିହିଡ଼ି,୨୯ା୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ୭ ପଞ୍ଚାୟତରେ ବନ୍ୟା ପରିସ୍ଥିତି ଉଦ୍‌ବେଗଜଣକ ହୋଇଛି। ସାଳନ୍ଦୀ ନଦୀରେ ଆସିଥିବା ବନ୍ୟାପାଣି ବିଭିନ୍ନ ଗାଁରେ ପ୍ରବେଶ…

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ ଆରମ୍ଭ କରି ଠିକାଦାର ଫେରାର, ଯାତାୟାତ ପାଇଁ ଲୋକେ…

କେସିଙ୍ଗା,୨୯ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ପଞ୍ଚାୟତର ମଶାଣିବନ୍ଧ ଗ୍ରାମର ଏମ୍‌ଇ ସ୍କୁଲ ନିକଟରେ ଆର୍‌ଡି ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାକାମ…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ,୨୯ା୭(ଅଜିତ୍‌ କୁମାର ମହାନ୍ତି): ଆଷାଢ଼ ଶୁକ୍ଳ (ବ୍ୟାସ ପୂର୍ଣ୍ଣିମା) ତିଥି ବୁଧବାର ଶ୍ରୀବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଦ୍ୱିତୀୟ ଭୋଗମଣ୍ଡପ ଶେଷ…

ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନ: ଆସୁ ଆସୁ କହିଦେଲେ ଏମିତି…ରାଜନୀତିରେ ଖେଳିଗଲା ହଇଚଇ

ଭୁବନେଶ୍ୱର, ୨୯।୭: ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର…

ଶାରୀରିକ ସମ୍ପର୍କ ନ ରଖିଲେ ମାରିଦେବି ସ୍ବାମୀକୁ, ଧମକ ଦେଇ ବିବାହିତା ମହିଳାଙ୍କୁ…

ଦେବଗଡ, ୨୯।୭ (ଶଶାଙ୍କ ଶେଖର ଝାଙ୍କର): ବିଭିନ୍ନ ଧମକ ଚମକ ଦେଇ ଜନୈକା ବିବାହିତା ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଦେବଗଡ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ…

ଆଜି ୮ ଜିଲାରେ ସ୍କୁଲ ଛୁଟି ଘୋଷଣା: ପ୍ରବଳ ବର୍ଷା ସହ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ନିଷ୍ପତ୍ତି

ଭୁବନେଶ୍ୱର,୨୯।୭: ଆଜି ୮ ଜିଲାରେ ସମସ୍ତ ସ୍କୁଲ,କଲେଜ ଓ ଅଙ୍ଗନବାଡି ବନ୍ଦ।ଉତ୍ତର ଏବଂ ପଶ୍ଚିମ ଓଡ଼ିଶାର ୮ ଜିଲାରେ ଶିକ୍ଷାନୁଷ୍ଠାନ ବନ୍ଦ । ଭଦ୍ରକ, କେନ୍ଦୁଝର, ଯାଜପୁର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri