ସୌରଶକ୍ତିରେ ଚାଲିବ ସାନିଟାଇଜର ମେଶିନ

ଯାଜପୁର ଅଫିସ,୨୨।୭: ଯାଜପୁର ଜିଲାରେ ଲକ୍‌ଡାଉନ ଓ ଶଟ୍‌ଡାଉନ ଚାଲିଥିବା ସମୟରେ ପାଣିକୋଇଲି ଅଞ୍ଚଳର ଜଣେ ଯୁବଛାତ୍ର ଇଞ୍ଜିନିୟର ଏକ ସ୍ବତନ୍ତ୍ର ସାନିଟାଇଜର ମେଶିନ ଉଦ୍ଭାବନ କରିଛନ୍ତି। ଏହା ସୌରଶକ୍ତି ଦ୍ୱାରା ଚାଲିପାରୁଛି। ଏହାବାଦ ବ୍ୟାଟେରୀ ଓ ବିଦ୍ୟୁତ୍‌ ଶକ୍ତି ଜରିଆରେ ମଧ୍ୟ ଏହି ମେଶିନକୁ ବ୍ୟବହାର କରିହେବ। ଜିଲାର କୋରେଇ ବ୍ଲକ ପାଣିକୋଇଲି ପଞ୍ଚାୟତ ମଣିପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପୁଅ ପ୍ରଶାନ୍ତ (୨୧) ସରକାରୀ ଇଞ୍ଜିନିୟରିଂ କଲେଜରେ ବିଟେକ୍‌ ଦ୍ୱିତୀୟ ବର୍ଷର ଛାତ୍ର। ପିଲାଟି ଦିନରୁ କିଛି ନୂଆ କରିବାର ଅଭିଳାସ ରଖିଥିଲେ ପ୍ରଶାନ୍ତ। କରୋନା ପାଇଁ କଲେଜ ବନ୍ଦ ଥିବାରୁ ସେ ୫ ମାସ ହେଲା ଘରେ ରହୁଛନ୍ତି। ସେ କିଛିଦିନ ତଳେ ବଜାରକୁ ଯାଇଥିବା ବେଳେ ଦୋକାନୀ ରଖିଥିବା ସାନିଟାଇଜରକୁ ସମସ୍ତ ଗ୍ରାହକ ଛୁଇଁ ବ୍ୟବହାର କରୁଥିବା ଦେଖିଥିଲେ, ଯାହା ତାଙ୍କୁ ବ୍ୟଥିତ କରିଥିଲା। ସେଠାକୁ ଆସିଥିବା ଗ୍ରାହକମାନଙ୍କ ମଧ୍ୟରୁ ଜଣେ ଯଦି ଆକ୍ରାନ୍ତ ହୋଇଥାନ୍ତି, ତାହେଲେ ଅନ୍ୟମାନେ ସଂକ୍ରମିତ ହେବାର ଭୟ ରହିଛି। ତେଣୁ ସେ ଚିନ୍ତା କରିଥିଲେ ଏଭଳି ଏକ ମେଶିନ ନିର୍ମାଣ କରିବେ, ଯାହାଦ୍ୱାରା ସାନିଟାଇଜରକୁ ନ ଛୁଇଁ ମଧ୍ୟ ବ୍ୟବହାର କରାଯାଇପାରିବ। କରୋନା ମୁକାବିଲା ପାଇଁ ସାନିଟାଇଜର ଏକ ମୁଖ୍ୟ ଅସ୍ତ୍ର ହୋଇଥିବା ବେଳେ ସୌରଚାଳିତ ଏହି ମେଶିନ ସାଧାରଣ ଲୋକଙ୍କ ପାଇଁ ଉପକାରୀ ହୋଇପାରିବ ବୋଲି ପ୍ରଶାନ୍ତ କହିଛନ୍ତି। ତାଙ୍କ ଦ୍ୱାରା ନିର୍ମିତ ଏହି ମେଶିନ ଭ୍ରାମ୍ୟମାଣ ହୋଇଥିବା ବେଳେ ଏହାର ଆକାରକୁ ମଧ୍ୟ ଛୋଟ ବଡ଼ କରାଯାଇପାରିବ। ଏଟିଏମ୍‌ ମେଶିନରେ କରୋନା ସଂକ୍ରମଣ ହେବାର ଆଶଙ୍କା ଥିବାରୁ ଆଗାମୀ ଦିନରେ ଏଟିମ୍‌ରୁ ବାହାରୁଥିବା ଟଙ୍କାକୁ ମଧ୍ୟ ଏହି ମେଶିନ ବ୍ୟବହାର କରି ସାନିଟାଇଜ କରାଯାଇ ଗ୍ରାହକଙ୍କୁ ଦିଆଯାଇପାରିବ ବୋଲି ପ୍ରଶାନ୍ତ ଦାବି କରିଛନ୍ତି। ଜଣେ ଟେଲର ଦୋକାନୀ ପୂର୍ଣ୍ଣଚନ୍ଦ୍ରଙ୍କ ପୁଅଙ୍କ ଏଭଳି ଉଦ୍ଭାବନକୁ ଦେଖିବାକୁ ଆଖପାଖ ଲୋକଙ୍କ ଭିଡ ଜମୁଛି। ପୁଅକୁ ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ପ୍ରୋତ୍ସାହନ ଦେଲେ ସେ ଆହୁରି କୃତିତ୍ୱ ଅର୍ଜନ କରି ଦେଶକୁ ଗୌରବାନ୍ବିତ କରିବ ବୋଲି ପୂର୍ଣ୍ଣଚନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri