ପଚା କଖାରୁରେ ନାଲି ରଙ୍ଗ ମିଶାଇ ପ୍ରସ୍ତୁତ କରୁଥିଲେ ଟମାଟୋ ସସ୍
କଟକ ଅଫିସ, ୧୩।୧:ଖାଦ୍ୟକୁ ସ୍ବାଦିଷ୍ଟ କରିବା ପାଇଁ ହୋଟେଲ, ଫାଷ୍ଟ ଷୁଡ ଦୋକାନ ଏବଂ ଘରେ ବ୍ୟବହୃତ ହେଉଛି ଟମାଟୋ ଓ ଚିଲି ସସ୍। ହେଲେ ଏହା ପଚା କଖାରୁ, ହାନିକାରକ ରଙ୍ଗ ଏବଂ ବିଭିନ୍ନ କେମିକାଲର ମିଶ୍ରଣରେ ପ୍ରସ୍ତୁତ କରାଯାଉଛି।…
ଅସଦାଚରଣ ଅଭିଯୋଗ ହେବା ପରେ ଶିକ୍ଷକ ଫେରାର
ଭଣ୍ଡାରିପୋଖରୀ,୧୩।୧(ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଷୋଳମପୁର ଅଞ୍ଚଳରେ ଜଣେ ଶିକ୍ଷକ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗତ ୯ ତାରିଖ ରାତିରେ ଏହି ଘଟଣା ଘଟିଥିବା ବେଳେ ସମ୍ପୃକ୍ତ ଶିକ୍ଷକ ଫେରାର ଅଛନ୍ତି। ମହିଳାଙ୍କ…
ଭକ୍ତଙ୍କ ପାଇଁ କାଳିଜାଇ ବନ୍ଦ
ଖୋର୍ଦ୍ଧା ଅଫିସ, ୧୩।୧: ଭକ୍ତଙ୍କ ପାଇଁ ମା’ କାଳିଜାଇ ମନ୍ଦିର ଶୁକ୍ରବାର ବନ୍ଦ ରହିବ। ମକର ସଂକ୍ରାନ୍ତିରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି। କାଲି ସକାଳ ୫ଟାରୁ କଟକଣା ଲାଗୁ ହେବ। ସୂଚନାଯୋଗ୍ୟ,…
ମକର ସଂକ୍ରାନ୍ତିରେ ବନ୍ଦ ରହିବ ମା’ ତାରିଣୀ ମନ୍ଦିର
କେନ୍ଦୁଝର,୧୩।୧(ସ୍ବ.ପ୍ର.): ଶୁକ୍ରବାର ମକର ସଂକ୍ରାନ୍ତି। ଏହାକୁ ନେଇ ରାଜ୍ୟର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାର ସମ୍ଭାବନା ରହିଛି। ମାତ୍ର କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଶୁକ୍ରବାର କେନ୍ଦୁଝର ଜିଲା ଘଟଗାଁ ସ୍ଥିତ ମା’ ତାରିଣୀଙ୍କ ମନ୍ଦିର ବନ୍ଦ ରହିବ।…
ଧବଳେଶ୍ୱର ପୀଠରେ ୧୪୪ ଧାରା
କଟକ ଅଫିସ,୧୩।୧: ମକର ସଂକ୍ରାନ୍ତି ପାଇଁ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି ହୋଇଛି। ପ୍ରଶାସନ ପକ୍ଷରୁ ଶୁକ୍ରବାର ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। କେବଳ ସେବାୟତଙ୍କୁ ନେଇ ସମସ୍ତ ପ୍ରକାର ନୀତିକାନ୍ତି ସମାପନ…
ଜନତା ବିନା ଜାନୁୟାରୀ ୨୬
ଢେଙ୍କାନାଳ ଅଫିସ, ୧୩।୧: ଢେଙ୍କାନାଳ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ (ଜାନୁୟାରୀ ୨୬) ବିନା ଜନତାରେ ପାଳନ ହେବ। ପରେଡ୍ରେ କେବଳ ପୋଲିସ ବାହିନୀ, ଓଏସ୍ଏପି ପ୍ରଥମ ବାଟାଲିୟନ ଏବଂ ପୋଲିସ ବ୍ୟାଣ୍ଡ ଦଳ ସାମିଲ ହେବେ। ଏହି ଉପଲକ୍ଷେ ଛାତ୍ରୀଛାତ୍ରଙ୍କୁ ନେଇ…
ବଢ଼ୁଛି ବିଜୟ ବିଶ୍ୱାସ
ବଇଣ୍ଡା,୧୩।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଉଷ୍ମ ହେଲାଣି ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀ। ପୂର୍ବରୁ ଆସନ ସଂରକ୍ଷଣ ସରିଥିବା ବେଳେ ଇତିମଧ୍ୟରେ ପ୍ରାର୍ଥତ୍ପତ୍ର ଦାଖଲ ଓ ଭୋଟଗ୍ରହଣ ତାରିଖ ମଧ୍ୟ ଘୋଷଣା ସରିଛି। ତେଣୁ ଏହି ନିର୍ବାଚନମଣ୍ଡଳୀ ଅଧୀନ ୨ ବ୍ଲକ…
କୁଆପଥର ମାଡ଼ରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ
ଉମରକୋଟ, ୧୩।୧(ସ୍ବ.ପ୍ର.) କୁଆପଥର ମାଡ଼ରେ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ। ମୂର୍ତ୍ତୃମା ପଞ୍ଚାୟତରେ ୩୦ହେକ୍ଟର ମକାଚାଷରୁ ୧୨ ହେକ୍ଟର, ବକୋଦା, ଇନ୍ଦ୍ରପୁରୀ, ସ୍ବର୍ଣ୍ଣପୁରୀ, ଗୋଟିଗୁଡ଼ା,ଉମର ଗାଁରେ ହୋଇଥିବା ୩୫୦ ହେକ୍ଟର ମକାଚାଷରୁ ୧୬୦ହେକ୍ଟର ମକା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କୁଆପଥର ବର୍ଷାରେ ହୋଇଥିବା…
ହାଇଦ୍ରାବାଦରୁ ମୁକୁଳିଲେ ୯ ଶିଶୁ ଶ୍ରମିକ
ବୈପାରିଗୁଡ଼ା,୧୩।୧ (ଡି.ଏନ୍.ଏ.) ହାଇଦ୍ରାବାଦରେ ବନ୍ଧାପଡ଼ିଛନ୍ତି ଶିଶୁ ଶ୍ରମିକ ଶୀର୍ଷକ ଖବର ଗତ ୭ ତାରିଖରେ ଧରିତ୍ରୀରେ ପ୍ରକାଶ ପାଇବା ପରେ ଜିଲା ଶ୍ରମ ବିଭାଗ ହାଇଦ୍ରାବାଦରେ ନିର୍ଯାତିତ ଶିଶୁ ଶ୍ରମିକଙ୍କୁ ଓଡ଼ିଶା ଫେରାଇ ଆଣିବା ଦିଗରେ ପଦକ୍ଷେପ ନେଇଛି। ଫଳରେ ଏହି…
ଅବାଧରେ ଚାଲିଛି ଗଛକଟା
କେନ୍ଦୁଝର, ୧୩।୧ (ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଗୁମୁରା ପଞ୍ଚାୟତ ଟୋଲଙ୍କବାହାଳ ଗ୍ରାମ ଜଙ୍ଗଲରେ ଅବାଧ ଗଛ କାଟି ଜଙ୍ଗଲ ପଦା କରିବାରେ ଲାଗିଛନ୍ତି। ମୂଲ୍ୟବାନ ଶାଳ ଜଙ୍ଗଲକୁ ସ୍ଥାନୀୟ ଲୋକ କାଟି ନେଉଥିଲେ ହେଁ ବନ ବିଭାଗ…
କୁଆପଥର ବର୍ଷା: ଶତାଧିକ ପକ୍ଷୀ ମୃତ
ବୈପାରିଗୁଡ଼ା,୧୩।୧ (ଡି.ଏନ୍.ଏ.) ବୈପାରିଗୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର କୁଆପଥର ବର୍ଷା ହୋଇଛି। ଏଥିରେ ବଡବଡ ଗଛ ଉପୁଡି ପଡଛି। କେତେକ ସ୍ଥାନରେ ବହୁ ସଂଖ୍ୟକ ପକ୍ଷୀ ମରି ପଡିଥିବା ଦେଖିବାକୁ ମିଳିଛି ା ବହୁ କୁଡିଆଘର ଭାଙ୍ଗିଲୋକେ ବେଘର ହୋଇଛନ୍ତି।…
ଭାରରେ ବୁହାହେଲେ ରୋଗୀ
ମାଲକାନଗିରି,୧୩।୧(ଡି.ଏନ.ଏ.) ମାଲକାନଗିରି ଜିଲାରେ ପୁଣି ଦେଖିବାକୁ ମିଳିଛି ସ୍ବାସ୍ଥ୍ୟସେବାର କରୁଣ ଚିତ୍ର। ରାସ୍ତା ଖରାପ ଯୋଗୁ ଗ୍ରାମକୁ ୧୦୮ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ରୋଗୀଙ୍କୁ ଭାରରେ ବୋହି ଡାକ୍ତରଖାନା ଆଣିବା ପରି ଦୃଶ୍ୟ ଦେଖିବାକୁ ମିଳିଛି। ଜିଲାର ଖଇରପୁଟ ବ୍ଲକ…

