ବିଜେଡି ଟିକେଟ ପାଇଁ ଆଶାୟୀଙ୍କ ଲବି

ବ୍ରହ୍ମପୁର ଅଫିସ,୨୭।୨: ପୌର ନିର୍ବାଚନ ପାଇଁ ବ୍ରହ୍ମପୁର ମହାନଗର ରାଜନୀତି ଚଳଚଞ୍ଚଳ ହୋଇଛି। ୪୨ଟି ୱାର୍ଡରେ ଶନିବାର ବିଜେଡି ପକ୍ଷରୁ କର୍ପୋରେଟର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦଳର ଗଞ୍ଜାମ ଜିଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପହଞ୍ଚତ୍ଛନ୍ତି। ବିଧାୟକ ବିକ୍ରମ ପଣ୍ଡା ଏବଂ ପୂର୍ବତନ ବିଧାୟକ ତଥା ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏକ ବିଳାସପୂର୍ଣ୍ଣ ହୋଟେଲର ସ୍ବତନ୍ତ୍ର କୋଠରିରେ ରୁଦ୍ଧଦ୍ୱାର ବୈଠକରେ କେଉଁମାନଙ୍କୁ ଟିକେଟ ଦିଆଯିବ ସେନେଇ ତର୍ଜମା ଚଳାଇଥିଲେ। ପ୍ରାର୍ଥୀ ହେବା ପାଇଁ ଆଶାୟୀମାନଙ୍କ ଆବେଦନ ଗୁଡ଼ିକ ଯାଞ୍ଚ କରିଥିଲେ। ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଧାୟକଙ୍କ ଗଜପତି ନଗର ବାସଭବନ ଆଗରେ ପ୍ରବଳ ଗହଳି ହୋଇଥିଲା। ପର୍ଯ୍ୟବେକ୍ଷକ ଆସିବାରୁ ଗହଳି ଆହୁରି ବଢ଼ିଯାଇଥିଲା। ସୂଚନା ଅନୁଯାୟୀ ପ୍ରାର୍ଥୀ ମନୋନୀତ ଦାୟିତ୍ୱ ବିଧାୟକଙ୍କୁ ନ୍ୟସ୍ତ କରାଯାଇଛି। ଏଥିରେ ଜିଲା ସଭାପତିଙ୍କ ଭୂମିକା ନ ଥିବା ଚ୍ୟାଉ ପଟ୍ଟନାୟକ ଶୁକ୍ରବାର ସ୍ପଷ୍ଟ କରିଥିଲେ।
ଅପରପକ୍ଷରେ ବିରୋଧୀ ଭାଜପା ଓ କଂଗ୍ରେସ ପକ୍ଷରୁ ଶନିବାର ସୁଦ୍ଧା ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ମୁଖ୍ୟତଃ ବିଜେଡି ଟିକେଟ ପାଇଁ ଶଙ୍ଖ ଦଳର ଆଶାୟୀ ସଂଖ୍ୟା ଲମ୍ବିବାରେ ଲାଗିଛି। ଟିକେଟରୁ ବଞ୍ଚିତମାନେ ବିଦ୍ରୋହି ହେବାର ଆଶଙ୍କା କରାଯାଇଛି। ସ୍ବାଧୀନ ଭାବେ ଲଢ଼ିବାର ରଣନୀତି ପ୍ରସ୍ତୁତ କରିଛନ୍ତି। ଅନ୍ୟପକ୍ଷରେ ଠିକଣା ଭାବରେ ପ୍ରାର୍ଥୀ ମନୋନୀତ କରାଯିବାର ନେତାମାନେ ଆଶା ରଖିଛନ୍ତି। ସୂଚନାଯୋଗ୍ୟ, ୨୦୧୩ ନିର୍ବାଚନରେ ମହାନଗର ନିଗମକୁ କଂଗ୍ରେସର ୧୫ କର୍ପୋରେଟର ନିର୍ବାଚିତ ହୋଇଥିଲେ। ତନ୍ମଧ୍ୟରୁ ଜଣେ ମହିଳା କର୍ପୋରେଟରଙ୍କ ବିୟୋଗ ହୋଇଥିଲା। ପର୍ଯ୍ୟାୟକ୍ରମେ ଅବଶିଷ୍ଟ ୧୪ କଂଗ୍ରେସ କର୍ପୋରେଟର ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ସେତେବେଳେ ପୌର ସଂସ୍ଥାରେ ଦଳ ବଦଳ ବିରୋଧ ଆଇନ ଲାଗୁ ହେଉନଥିବାରୁ ସେମାନେ ସୁଯୋଗ ପାଇଥିଲେ। ଏହି କାରନାମାରେ ପୂର୍ବତନ ମହିଳା ମେୟରଙ୍କ ଭାଇ ମୁଖ୍ୟ ଭୂମିକା ନେଇଥିଲେ।
ଚଳିତ ନିର୍ବାଚନରେ ଦଳବଦଳ କର୍ପୋରେଟରମାନଙ୍କୁ ବିଜେଡି ଟିକେଟ ଦେବ କି ନାହିଁ ସେନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି। ଗତ ନିର୍ବାଚନରେ କଂଗ୍ରେସ ଦ୍ୱାରା ପରାଜିତ ବିଜେଡି ପ୍ରାର୍ଥୀମାନେ ଏବେ ଦାବିଦାର ହୋଇଛନ୍ତି। ତେଣୁ ଶଙ୍ଖ ଦଳରେ ସମସ୍ୟା ଦେଖାଦେଇଛି। ବିଧାୟକ ଓ ପର୍ଯ୍ୟବେକ୍ଷକ କ’ଣ ନିଷ୍ପତ୍ତି ନେବେ ସେଥିପାଇଁ ଅପେକ୍ଷା କରାଯାଇଛି। ନିର୍ବାଚନରେ ବିଜେଡିକୁ ବିଜେଡି ଚ୍ୟାଲେଞ୍ଜ କରିବାର ରାଜନୈତିକ ସମୀକ୍ଷକ ଆଲୋଚନା କରୁଛନ୍ତି। ମହାନଗରର ୪୨ଟି ୱାର୍ଡରୁ ଅର୍ଦ୍ଧେକ ବିଭିନ୍ନ ବର୍ଗର ମହିଳାଙ୍କ ନିମନ୍ତେ ସଂରକ୍ଷିତ କରାଯାଇଛି। ଫଳରେ ବିଜେଡିର ସଂଖ୍ୟାଧିକ ସହରାଞ୍ଚଳ ନେତା ଓ ଯୁବ ଗୋଷ୍ଠୀ କ୍ଷୁବ୍‌ଧ ହୋଇଯାଇଛନ୍ତି। ସେମାନଙ୍କୁ ମନେଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ କେତେ ସଫଳତା ମିଳିବ ସେନେଇ ଚର୍ଚ୍ଚା ହେଉଛି। ଅସନ୍ତୁଷ୍ଟ ଶଙ୍ଖ ଦଳ କର୍ମୀଙ୍କୁ ଟାଣି ଆଣିବାକୁ ବିରୋଧୀ ଭାଜପା ଓ କଂଗ୍ରେସ ଗୋଟି ଚାଳନା କରୁଛନ୍ତି। ବ୍ରହ୍ମପୁର ପୌର ସଂସ୍ଥା ୧୫୫ ବର୍ଷର। ୧୯୯୭ ନିର୍ବାଚନ ଯାଏ କଂଗ୍ରେସ ଦଖଲରେ ଥିଲା। ଅନେକ ବିଶିଷ୍ଟ ବ୍ୟକ୍ତି କାଉନସିଲର ଓ ନଗରପାଳ ହୋଇଥିବା ନଜିର ଅଛି। ବିଜେଡି ଶାସନ ପରେ ୨୦୦୩ରୁ ୨୦୧୩ ପୌର ନିର୍ବାଚନ ୩ ଥର ଶାସକ ଦଳ ଦଖଲକୁ ଯାଇଛି। ସରକାରଙ୍କ ବହୁମୁଖୀ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ଚଳିତ ନିର୍ବାଚନରେ ସଫଳତା ମିଳିବ ଏବଂ ଚତୁର୍ଥଥର ପାଇଁ ବିଜେଡି ସଂଖ୍ୟା ଗରିଷ୍ଠ ହୋଇ ବିଏମ୍‌ସି ଦଖଲ
କରିବାର ନେତାମାନେ ଆଶା କରୁଛନ୍ତି। ଚଳନ୍ତି ରାଜନୀତିରେ କଂଗ୍ରେସ ସକ୍ରିୟ ନଥିବାରୁ ବିଜେଡିକୁ ଟକ୍କର ଦେବା ପାଇଁ ଭାଜପା ପ୍ରସ୍ତୁତ ହେଉଥିବା ଲକ୍ଷ୍ୟ କରାଯାଇଛି। ଦମଦାର ଲଢ଼େଇ ହେବାର ଅନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri