ବିଜେଡି ଟିକେଟ ପାଇଁ ଆଶାୟୀଙ୍କ ଲବି

ବ୍ରହ୍ମପୁର ଅଫିସ,୨୭।୨: ପୌର ନିର୍ବାଚନ ପାଇଁ ବ୍ରହ୍ମପୁର ମହାନଗର ରାଜନୀତି ଚଳଚଞ୍ଚଳ ହୋଇଛି। ୪୨ଟି ୱାର୍ଡରେ ଶନିବାର ବିଜେଡି ପକ୍ଷରୁ କର୍ପୋରେଟର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦଳର ଗଞ୍ଜାମ ଜିଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପହଞ୍ଚତ୍ଛନ୍ତି। ବିଧାୟକ ବିକ୍ରମ ପଣ୍ଡା ଏବଂ ପୂର୍ବତନ ବିଧାୟକ ତଥା ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏକ ବିଳାସପୂର୍ଣ୍ଣ ହୋଟେଲର ସ୍ବତନ୍ତ୍ର କୋଠରିରେ ରୁଦ୍ଧଦ୍ୱାର ବୈଠକରେ କେଉଁମାନଙ୍କୁ ଟିକେଟ ଦିଆଯିବ ସେନେଇ ତର୍ଜମା ଚଳାଇଥିଲେ। ପ୍ରାର୍ଥୀ ହେବା ପାଇଁ ଆଶାୟୀମାନଙ୍କ ଆବେଦନ ଗୁଡ଼ିକ ଯାଞ୍ଚ କରିଥିଲେ। ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଧାୟକଙ୍କ ଗଜପତି ନଗର ବାସଭବନ ଆଗରେ ପ୍ରବଳ ଗହଳି ହୋଇଥିଲା। ପର୍ଯ୍ୟବେକ୍ଷକ ଆସିବାରୁ ଗହଳି ଆହୁରି ବଢ଼ିଯାଇଥିଲା। ସୂଚନା ଅନୁଯାୟୀ ପ୍ରାର୍ଥୀ ମନୋନୀତ ଦାୟିତ୍ୱ ବିଧାୟକଙ୍କୁ ନ୍ୟସ୍ତ କରାଯାଇଛି। ଏଥିରେ ଜିଲା ସଭାପତିଙ୍କ ଭୂମିକା ନ ଥିବା ଚ୍ୟାଉ ପଟ୍ଟନାୟକ ଶୁକ୍ରବାର ସ୍ପଷ୍ଟ କରିଥିଲେ।
ଅପରପକ୍ଷରେ ବିରୋଧୀ ଭାଜପା ଓ କଂଗ୍ରେସ ପକ୍ଷରୁ ଶନିବାର ସୁଦ୍ଧା ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ମୁଖ୍ୟତଃ ବିଜେଡି ଟିକେଟ ପାଇଁ ଶଙ୍ଖ ଦଳର ଆଶାୟୀ ସଂଖ୍ୟା ଲମ୍ବିବାରେ ଲାଗିଛି। ଟିକେଟରୁ ବଞ୍ଚିତମାନେ ବିଦ୍ରୋହି ହେବାର ଆଶଙ୍କା କରାଯାଇଛି। ସ୍ବାଧୀନ ଭାବେ ଲଢ଼ିବାର ରଣନୀତି ପ୍ରସ୍ତୁତ କରିଛନ୍ତି। ଅନ୍ୟପକ୍ଷରେ ଠିକଣା ଭାବରେ ପ୍ରାର୍ଥୀ ମନୋନୀତ କରାଯିବାର ନେତାମାନେ ଆଶା ରଖିଛନ୍ତି। ସୂଚନାଯୋଗ୍ୟ, ୨୦୧୩ ନିର୍ବାଚନରେ ମହାନଗର ନିଗମକୁ କଂଗ୍ରେସର ୧୫ କର୍ପୋରେଟର ନିର୍ବାଚିତ ହୋଇଥିଲେ। ତନ୍ମଧ୍ୟରୁ ଜଣେ ମହିଳା କର୍ପୋରେଟରଙ୍କ ବିୟୋଗ ହୋଇଥିଲା। ପର୍ଯ୍ୟାୟକ୍ରମେ ଅବଶିଷ୍ଟ ୧୪ କଂଗ୍ରେସ କର୍ପୋରେଟର ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ସେତେବେଳେ ପୌର ସଂସ୍ଥାରେ ଦଳ ବଦଳ ବିରୋଧ ଆଇନ ଲାଗୁ ହେଉନଥିବାରୁ ସେମାନେ ସୁଯୋଗ ପାଇଥିଲେ। ଏହି କାରନାମାରେ ପୂର୍ବତନ ମହିଳା ମେୟରଙ୍କ ଭାଇ ମୁଖ୍ୟ ଭୂମିକା ନେଇଥିଲେ।
ଚଳିତ ନିର୍ବାଚନରେ ଦଳବଦଳ କର୍ପୋରେଟରମାନଙ୍କୁ ବିଜେଡି ଟିକେଟ ଦେବ କି ନାହିଁ ସେନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି। ଗତ ନିର୍ବାଚନରେ କଂଗ୍ରେସ ଦ୍ୱାରା ପରାଜିତ ବିଜେଡି ପ୍ରାର୍ଥୀମାନେ ଏବେ ଦାବିଦାର ହୋଇଛନ୍ତି। ତେଣୁ ଶଙ୍ଖ ଦଳରେ ସମସ୍ୟା ଦେଖାଦେଇଛି। ବିଧାୟକ ଓ ପର୍ଯ୍ୟବେକ୍ଷକ କ’ଣ ନିଷ୍ପତ୍ତି ନେବେ ସେଥିପାଇଁ ଅପେକ୍ଷା କରାଯାଇଛି। ନିର୍ବାଚନରେ ବିଜେଡିକୁ ବିଜେଡି ଚ୍ୟାଲେଞ୍ଜ କରିବାର ରାଜନୈତିକ ସମୀକ୍ଷକ ଆଲୋଚନା କରୁଛନ୍ତି। ମହାନଗରର ୪୨ଟି ୱାର୍ଡରୁ ଅର୍ଦ୍ଧେକ ବିଭିନ୍ନ ବର୍ଗର ମହିଳାଙ୍କ ନିମନ୍ତେ ସଂରକ୍ଷିତ କରାଯାଇଛି। ଫଳରେ ବିଜେଡିର ସଂଖ୍ୟାଧିକ ସହରାଞ୍ଚଳ ନେତା ଓ ଯୁବ ଗୋଷ୍ଠୀ କ୍ଷୁବ୍‌ଧ ହୋଇଯାଇଛନ୍ତି। ସେମାନଙ୍କୁ ମନେଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ କେତେ ସଫଳତା ମିଳିବ ସେନେଇ ଚର୍ଚ୍ଚା ହେଉଛି। ଅସନ୍ତୁଷ୍ଟ ଶଙ୍ଖ ଦଳ କର୍ମୀଙ୍କୁ ଟାଣି ଆଣିବାକୁ ବିରୋଧୀ ଭାଜପା ଓ କଂଗ୍ରେସ ଗୋଟି ଚାଳନା କରୁଛନ୍ତି। ବ୍ରହ୍ମପୁର ପୌର ସଂସ୍ଥା ୧୫୫ ବର୍ଷର। ୧୯୯୭ ନିର୍ବାଚନ ଯାଏ କଂଗ୍ରେସ ଦଖଲରେ ଥିଲା। ଅନେକ ବିଶିଷ୍ଟ ବ୍ୟକ୍ତି କାଉନସିଲର ଓ ନଗରପାଳ ହୋଇଥିବା ନଜିର ଅଛି। ବିଜେଡି ଶାସନ ପରେ ୨୦୦୩ରୁ ୨୦୧୩ ପୌର ନିର୍ବାଚନ ୩ ଥର ଶାସକ ଦଳ ଦଖଲକୁ ଯାଇଛି। ସରକାରଙ୍କ ବହୁମୁଖୀ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ଚଳିତ ନିର୍ବାଚନରେ ସଫଳତା ମିଳିବ ଏବଂ ଚତୁର୍ଥଥର ପାଇଁ ବିଜେଡି ସଂଖ୍ୟା ଗରିଷ୍ଠ ହୋଇ ବିଏମ୍‌ସି ଦଖଲ
କରିବାର ନେତାମାନେ ଆଶା କରୁଛନ୍ତି। ଚଳନ୍ତି ରାଜନୀତିରେ କଂଗ୍ରେସ ସକ୍ରିୟ ନଥିବାରୁ ବିଜେଡିକୁ ଟକ୍କର ଦେବା ପାଇଁ ଭାଜପା ପ୍ରସ୍ତୁତ ହେଉଥିବା ଲକ୍ଷ୍ୟ କରାଯାଇଛି। ଦମଦାର ଲଢ଼େଇ ହେବାର ଅନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜଳବନ୍ଦୀ ଅଞ୍ଚଳରେ ବିଧାୟକ: ଲୋକଙ୍କ ଦୁଃଖ ଶୁଣିଲେ, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ

ଗଞ୍ଜାମ,୨୬।୯(ଅନାଥ ତରାଇ): ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଏନ୍‌ଏସି ଅଞ୍ଚଳର ବିଭିନ୍ନ ୱାର୍ଡରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ଓ ରାସ୍ତାଘାଟ ସମସ୍ୟାର ସ୍ଥିତି ଶନିବାର ସକାଳେ ସ୍ଥାନୀୟ…

ବନ୍ୟାଜଳରେ ବୁଡ଼ିଲା କୁକୁଡ଼ା ଫାର୍ମ, ୩ ହଜାରରୁ ଅଧିକ କୁକୁଡ଼ା ମୃତ

ଗଞ୍ଜାମ, ୨୬/୯ (ଅନାଥ ତରାଇ/ଦିଲୀପ ସାମଲ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳରେ ଏକ କୁକୁଡ଼ା ଫାର୍ମରେ ପାଣି…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

ମାଡ଼ି ଆସୁଛି ସମୁଦ୍ର: ଗର୍ଭରେ ଲୀନ ହେବାକୁ ବସିଲାଣି ଆଉ ଦୁଇ ମନ୍ଦିର

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳରେ ଦିନକୁ ଦିନ ସମୁଦ୍ର ଅତିକ୍ରମଣ କରିବା ସହ ଉଚ୍ଚ ଜୁଆର ଢେଉ…

ବ୍ୟାଟେରି ଚୋରି କରି ବନ୍ଧାହେଲେ ଦୁଇ ଅଭିଯୁକ୍ତ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଗ୍ରାମର ଏସ.…

କଳିଙ୍ଗା ଘାଟିରେ ପରିବହନ ମନ୍ତ୍ରୀ: ବିକଳ୍ପ ରାସ୍ତା ନିର୍ମାଣ ଓ ଘାଟି ରାସ୍ତା ମରାମତି ନେଇ ଅନୁଧ୍ୟାନ

ଭଞ୍ଜନଗର, ୨୬/୯ (ବାବୁଲା ପ୍ରଧାନ): ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିର ଦୁଇଟି ସ୍ଥାନରେ ଭୂସ୍ଖଳନ ହେବାରୁ ବିଗତ ୫ ଦିନ…

ସଡ଼କ ଦୁର୍ଘଟଣାରେ ୨ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ, ଡାକ୍ତରଖାନାରେ ପହଞ୍ଚି ସ୍ବାସ୍ଥ୍ୟାବସ୍ଥା ପଚାରିଲେ ଅଧୀକ୍ଷକ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଅଗସ୍ତି ନୂଆଗାଁ ନିକଟରେ ଶନିବାର ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ…

ଲଗାଣ ବର୍ଷାରେ ଖରିପ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଗଞ୍ଜାମ,୨୬ା୯(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଯୋଗୁ ଲଗାଣ ବର୍ଷା ପ୍ରଭାବରେ ସାଧାରଣ ଜୀବନ ଜୀବିକା ପ୍ରଭାବିତ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି। ଏପରିକି ରବି ଓ ଖରିଫ ଫସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?