ୟୁକ୍ରେନ୍‌ରେ ପୋଲସରା ଛାତ୍ର

ପୋଲସରା,୨୭।୨(ଡି.ଏନ.ଏ.): ପୋଲସରା ଷଣ୍ଢସାହିରେ ରହୁଥିବା ପ୍ରଦୀପ କୁମାର ପାତ୍ର ପୋଲସରାରୁ ୯ କିଲୋମିଟର ଦୂରରେ ବୁଢାମ୍ବଠାରେ ଥିବା ଡାକ୍ତରଖାନାରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ। ତାଙ୍କ ପୁଅ ଦେବାଶିଷ ପାତ୍ର (୨୧) ୟୁକ୍ରେନର କିଭ୍‌ ନ୍ୟାଶନାଲ ମେଡିକାଲ ୟୁନିଭର୍ସିଟିରେ ପଢୁଛନ୍ତି। କରୋନା ବେଳେ ସେ ପୋଲସରାରେ ରହୁଥିଲେ। ବର୍ତ୍ତମାନ ୧୫ ଦିନ ହେବ ସେଠାକୁ ପରୀକ୍ଷା ଦେବାକୁ ଯାଇଥିବା ତାଙ୍କ ବାପା କହିଛନ୍ତି। ପୁଅ କିପରି ସୁସ୍ଥରେ ଗାଁକୁ ଫେରିବ ଚିନ୍ତିତ। ପ୍ରଦୀପ ତାଙ୍କ ପୁଅ ସହିତ କଥା ହେଉଛନ୍ତିା ଦେବାଶିଷଙ୍କ କହିବା ଅନୁଯାୟୀ ଭାରତୀୟ ଦୂତାବାସ ସେମାନଙ୍କ ସହ ଯୋଗାଯୋଗ ରଖିଛି। ଦରକାର ପଡିଲେ ତାଙ୍କୁ ପୋଲାଣ୍ଡ ଦେଇ ଭାରତକୁ ଅଣାଯିବ। ଶନିବାର ପୋଲସରା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜରିଆରେ ଜିଲାପାଳଙ୍କୁ ଅବଗତ କରିଥିବା କହିଛନ୍ତି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏ ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିବା ସହ ଓଡ଼ିଶା ମୋ ପରିବାର ଦ୍ୱାରା କିପରି ସେ ପୋଲସରାଠାରେ ପହଞ୍ଚତ୍ବ ଚେଷ୍ଟା ଜାରି ରହିଛି ବୋଲି ବିଧାୟକ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ଆକାଉଣ୍ଟରୁ ୪୦ ହଜାରରୁ ଅଧିକ ଟଙ୍କା ଗାଏବ

ସୋରଡ଼ା,୯ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଅମୃତୁଳୁ ପଞ୍ଚାୟତ ବାଲିଘାଇ ଗ୍ରାମର ଗରିବ ଦିନମଜୁରିଆ ତଥା ଗାଁକୁ ଗାଁ ବୁଲି ମାଛ ବିକି ପେଟ ପୋଷୁଥିବା...

ଗାଇଡ୍‌ଲାଇନ ଜାରି କଲା ଜିଲା ସ୍ବାସ୍ଥ୍ୟ ବିଭାଗ

ଫୁଲବାଣୀ ଅଫିସ, ୨ା୭-କନ୍ଧମାଳ ଜିଲା ଦାରିଙ୍ଗିବାଡି ବ୍ଲକରେ ଦୁଇ ଦିନ ତଳେ ଖଟିଆରେ ମୃତଦେହ ବୁହାଯିବା ଘଟଣା ପରେ ଜିଲା ପ୍ରଶାସନର ଚେତା ପଶିଛି ା...

ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ମହାକାଳୀ ବେଶରେ ଦର୍ଶନ ଦେଲେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୧୦ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହୋଇଯାଇଛି। ହୋଲି ସତ୍ତ୍ୱେ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ...

କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ

ବୁଗୁଡ଼ା,୧୭ା୬: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳର ଜନୈକା  କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଗୁରୁବାର...

କାଳ ହେଲା ଛାତ ଉପରେ ସ୍କିପିଂ ଖେଳିବା

ବ୍ରହ୍ମପୁର ଅଫିସ,୨୨ା୯: ଛାତ ଉପରେ ସାଙ୍ଗମାନଙ୍କ ସହ ସ୍କିପିଂ ଖେଳୁଥିଲେ ୯ ବର୍ଷର କୁନି ଝିଅ। ଅସାବଧାନତା କାରଣରୁ ଛାତରୁ ଖସିପଡିଥିଲେ। ସେତିକିବେଳେ ସେ ଖେଳୁଥିବା...

ନିଅଣ୍ଟିଆ କର୍ମଚାରୀରେ ଚାଲିଛି ବିଇଏମ୍‌ସି

ବ୍ରହ୍ମପୁର ଅଫିସ,୧ା୧୨: ବ୍ରିଟିଶ ଶାସନରେ ଗଞ୍ଜାମ ଜିଲା ମାଡ୍ରାସ ପ୍ରେସିଡେନ୍‌ସି ଅଧିନରେ ଥିବା ବେଳେ ୧୮୬୭ରେ ପ୍ରତିଷ୍ଠା ହୋଇଥିଲା ବ୍ରହ୍ମପୁର ପୌରସଂସ୍ଥା। ଏହି ପୁରାତନ ସ୍ବାୟତ୍ତ...

ବେଆଇନ କ୍ଲିନିକ୍‌ ସିଲ୍‌ କଲା ପ୍ରଶାସନ

ଗୋପାଳପୁର/କନିଷି (ଡି.ଏନ.ଏ.),୧୩ା୧୨-ଦୀର୍ଘମାସ ଧରି ରଙ୍ଗେଇଲୁଣ୍ଡା ବ୍ଲକ କନିଷି ହାଟ ତୁଳୁ ରୋଡରେ ବେଆଇନ କ୍ଲିନିକ କରି ବିଭିନ୍ନ ଅସ୍ତ୍ରୋପଚାର ଓ ଗର୍ଭପାତ କରାଯାଉଥିବା ଅଭିଯୋଗ ହେଉଥିଲା।...

ଛତ୍ରପୁର ୬ ଦିନିଆ ଶଟ୍‌ଡାଉନ: ହେବ ସମସ୍ତଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ

ଛତ୍ରପୁର, ୩୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଏନ୍‌ଏସିକୁ ୬ ଦିନ ସମ୍ପୂର୍ଣ୍ଣ ଶଟ୍‌ଡାଉନ କରାଯାଇଛି। ମଙ୍ଗଳବାର ପ୍ରଥମ ଦିନରେ ଛତ୍ରପୁର ସହର ଖାଁ ଖାଁ...

Advertisement
Archives

Model This Week