ପିଲାଙ୍କୁ ଛାଡ଼ିବାକୁ ଅଭିଭାବକ ଅମଙ୍ଗ

ବଇଣ୍ଡା, ୨୭।୨(ଡି.ଏନ୍‌.ଏ.): କରୋନାର ତୃତୀୟ ଲହର ନିୟନ୍ତ୍ରଣକୁ ଆସିବା ପରେ ଦୀର୍ଘ ଦୁଇବର୍ଷ ପରେ ସୋମବାରଠାରୁ ଆରମ୍ଭ ହେଉଛି ପ୍ରାଥମିକ ସ୍କୁଲ। ଶ୍ରେଣୀଗୃହରେ ପ୍ରତ୍ୟକ୍ଷ ଶିକ୍ଷାଦାନ ଲାଗି ସରକାରୀସ୍ତରରେ ନିର୍ଦ୍ଦେଶନାମା ଜାରି କରାଯିବା ପରେ ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଶିକ୍ଷାନୁଷ୍ଠାନରେ ଶୈଖିକ ବାତାବରଣ ଫେରାଇ ଆଣିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରସ୍ତୁତି ଚଳାଇଛନ୍ତି। ତେବେ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡାସ୍ଥିତ କିଶୋରଗଞ୍ଜ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ବିପଦସଙ୍କୁଳ ଶ୍ରେଣୀଗୃହରେ ପାଠ ପଢ଼ାଇବାକୁ ପ୍ରସ୍ତୁତି ଚାଲିଥିବାବେଳେ ଏହାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଭିଭାବକ। ପିଲାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଥିବାରୁ ପୁରୁଣା ଶ୍ରେଣୀଗୃହରେ ପାଠ ପଢ଼ାଇବା ଲାଗି ଛାଡ଼ିବାକୁ ସେମାନେ ଅମଙ୍ଗ ହେଉଛନ୍ତି।
ସମସ୍ୟା ନେଇ ଶନିବାର ବିଦ୍ୟାଳୟ ପରିସରରେ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ଅକ୍ଷୟ ବେହେରାଙ୍କ ସଭାପତିତ୍ୱରେ ଅଭିଭାବକ ତପନ ଦେହୁରୀ, ମନୋଜ ବେହେରା, ବିଭୁଦତ୍ତ ମହାପାତ୍ର, ସୁରେଶ ଚନ୍ଦ୍ର ସାହୁ, ପ୍ରାଣବନ୍ଧୁ ସାହୁ, ରାଜୁ ମହାପାତ୍ର, ମଞ୍ଜୁ ମୁଣ୍ଡା, ନମିତା ବେହେରା, ମିତା ସାହୁ, ସସ୍ମିତା ସାହୁ, ରୁନୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅଭିଭାବକମାନେ କହିଥିଲେ, ୫୫ନଂ. ଜାତୀୟ ରାଜପଥ କଡରେ ଥିବା କିଶୋରଗଞ୍ଜ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବହୁ ସମସ୍ୟା ଲାଗି ରହିଛି। ରାସ୍ତା ସମ୍ପ୍ରସାରଣ ଯୋଗୁ ବିଦ୍ୟାଳୟର ଏକାଧିକ ଶ୍ରେଣୀ ଗୃହ ଭଙ୍ଗାଯାଇଛି।
୫୦ ବର୍ଷ ପୁରୁଣା ଏହି ସ୍କୁଲର ୨ ଆଜବେଷ୍ଟସ ଏବଂ ୪ଟି ଛାତଘର ରହିଛି। ଛାତ ଘର ମଧ୍ୟରୁ ଗୋଟିଏ କାର୍ଯ୍ୟାଳୟ ଭାବେ ବ୍ୟବହୃତ ହେଉଛି। ସରକାରୀ ନିର୍ଦ୍ଦେଶ ପରେ ଅବଶିଷ୍ଟ ୩ ଶ୍ରେଣୀ ପ୍ରକୋଷ୍ଠରେ ପାଠ ପଢ଼ାଇବା ଲାଗି ନିଷ୍ପତ୍ତି ରହିଛି। ତେବେ ୧୨୬ ପିଲାଙ୍କ ଲାଗି ଏହା ଯଥେଷ୍ଟ ହେବ ନାହିଁ। ଫଳରେ ସମସ୍ୟା ଉପୁଜିବ ବୋଲି ଅଭିଭାବକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଅନ୍ୟପଟେ ସ୍କୁଲ ନିକଟ ସରକାରୀ ଜମିରେ ନୂତନ ଶ୍ରେଣୀଗୃହ ନିର୍ମାଣ ଲାଗି ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ବିଦ୍ୟାଳୟକୁ ବଇଣ୍ଡା ହାଇସ୍କୁଲ ନିକଟରେ ସ୍ଥାପନ କରିବାକୁ ଯୋଜନା କରାଯାଉଥିବାବେଳେ ଏହାକୁ ଗ୍ରାମବାସୀ ବିରୋଧ କରୁଛନ୍ତି। ଫଳରେ ନୂତନ ବିଦ୍ୟାଳୟ ନିର୍ମାଣ ହୋଇପାରୁନାହିଁ। ତେଣୁ ସ୍କୁଲ ପରିସରରେ ଥିବା ଜାଗାରେ ନୂତନ ଶ୍ରେଣୀ ପ୍ରକୋଷ୍ଠ ନିର୍ମାଣ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି। ଏହା ନ ହେଲେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ବେହେରା କହିଛନ୍ତି, ବିଦ୍ୟାଳୟର ସମସ୍ତ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri