ପୁଞ୍ଜିଭୂତ ଜନଅସନ୍ତୋଷର ପ୍ରତିଫଳନ

ଖୋର୍ଦ୍ଧା ଅଫିସ,୧୪ା୩: ବିଜେଡିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗୁଣ୍ଡାଗର୍ଦ୍ଦିକୁ ନେଇ ଏବେ ସବୁଠି ଚର୍ଚ୍ଚା। ଶନିବାର ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଚାଲୁଥିବାବେଳେ ବ୍ଲକ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଉପରକୁ ବିଧାୟକ ଜଗଦ୍ଦେବ ଗାଡ଼ି ମଡ଼ାଇ ଦେଇଥିଲେ। ଫଳରେ ୧୦ ପୋଲିସ କର୍ମଚାରୀ, ୧୫ରୁ ଊର୍ଦ୍ଧ୍ୱ ଲୋକ ଏବଂ ୨ଜଣ ଖବରଦାତା ଗୁରୁତର ଆହତ ହୋଇଥିଲେ। ବିଧାୟକଙ୍କ ଏଭଳି ଅମାନବୀୟ କାର୍ଯ୍ୟରେ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଗାଡ଼ିରୁ ଟାଣିଆଣି ନିସ୍ତୁକ ମାଡ଼ ମାରିଥିଲେ। ଏହି ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏହାକୁ ନେଇ ରାଜନୀତି ଜୋର ଧରିଛି। ଅନ୍ୟପକ୍ଷରେ ଜଗଦ୍ଦେବଙ୍କୁ ମାଡ଼ ମରାଯିବା ଓ ତାଙ୍କ କାର୍‌ ଭାଙ୍ଗିଦିଆଯିବା ଘଟଣା ପଛରେ ଜନସାଧାରଣଙ୍କ ପୁଞ୍ଜିଭୂତ ଅସନ୍ତୋଷ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି।
ସୂଚନା ଅନୁଯାୟୀ, ବିଧାୟକ ଜଗଦ୍ଦେବ ଦୀର୍ଘଦିନ ଧରି ଚିଲିକା ଅଞ୍ଚଳରେ ନିଜ ମନମାନି କରିଆସୁଥିଲେ। ତାଙ୍କୁ ଯିଏ ବିରୋଧ କରୁଥିଲା କିମ୍ବା ତାଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଥିଲା, ସେମାନଙ୍କୁ ଆକ୍ରମଣ କରାଯାଉଥିଲା। କେତେବେଳେ ନିଜ ଦଳର କର୍ମୀ, ଆଉ କେବେ ପ୍ରଶାସନିକ ଅଧିକାରୀ ତ ଆଉ କେବେ ଲୋକଙ୍କୁ ଆକ୍ରମଣ କରିବାକୁ ସେ ପଛାଉ ନ ଥିଲେ। ଚିଲିକା ନିର୍ବାଚନ ମଣ୍ଡଳୀରେ ନିଜ ପତିଆରା ଦେଖାଇ ଆସୁଥିଲେ। ଏଥିଯୋଗୁ ଦୀର୍ଘଦିନ ଧରି ଲୋକଙ୍କ ମନରେ ଅସନ୍ତୋଷର ବହ୍ନି ଜଳୁଥିଲା। ଏହି ପୁଞ୍ଜିଭୂତ ଅସନ୍ତୋଷ ଶନିବାର ବିସ୍ଫୋରଣ ହୋଇଥିଲା। ବିଧାୟକଙ୍କ ମନମାନି ଚଳିିବ ନାହିଁ କି ଗୁଣ୍ଡାଗିରିକୁ ବରଦାସ୍ତ କରାଯିବ ନାହିଁ ବୋଲି ଲୋକେ ଗଣମାଧ୍ୟମ ଆଗରେ କହିଥିଲେ।
ଜଗଦ୍ଦେବଙ୍କ ବିରୋଧରେ ଅଭିଯୋଗର ଲମ୍ବା ତାଲିକା ରହିଛି। ୨୦୧୪ରେ ସେ ବିଜେଡି ଟିକେଟ ପାଇ ବେଗୁନିଆ ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରଠାରୁ ତାଙ୍କ ବିଶୃଙ୍ଖଳତା ଆରମ୍ଭ ହୋଇଯାଇଥିଲା। ବୌଦ୍ଧରେ ଭାଜପା କର୍ମୀଙ୍କୁ ଆକ୍ରମଣ ନେଇ ତାଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା। ବେଗୁନିଆରେ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଆସିଥିଲା। ୨୦୧୯ ନିର୍ବାଚନରେ ସେ ବିଜେଡି ଟିକେଟରେ ଚିଲିକାରୁ ଜିତିବା ପରେ ଜିଲା ଯୋଜନା କମିଟି ସଭାପତି ହୋଇଥିଲେ। ପରେ ଭୁବନେଶ୍ୱରସ୍ଥିତ ନିଜ ବାସଭବନ ଆଗରେ ଉଠାଦୋକାନୀଙ୍କୁ ଗାଳିଗୁଲଜ କରି ଚର୍ଚ୍ଚାକୁ ଆସିଥିଲେ। ଏପରିକି ପୁରୀରେ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଜଣେ ଆଇପିଏସ୍‌ ଅଫିସରଙ୍କୁ ଧକ୍କା ମାରି ବିବାଦରେ ଫସିଥିଲେ। ଚିଲିକାରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଆଶାଳୀନ ମନ୍ତବ୍ୟ ସହ ଗାଳିଗୁଲଜ ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା। ଗତବର୍ଷ ସେପ୍ଟେମ୍ବର ୮ରେ ବାଲୁଗାଁ ଏନ୍‌ଏସି କାର୍ଯ୍ୟାଳୟ ଆଗରେ ଭାଜପା ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଜାତିଆଣ ଆକ୍ଷେପ, ଆକ୍ରମଣ ଘଟଣାରେ ସେ ଗିରଫ ହୋଇ ଜେଲ ଯାଇଥିଲେ। ଏଥିଯୋଗୁ ତାଙ୍କୁ ବିଜେଡିରୁ ନିଲମ୍ବନ କରାଯିବା ସହ ଜିଲା ଯୋଜନା କମିଟି ସଭାପତି ପଦରୁ ହଟାଇ ଦିଆଯାଇଥିଲା। ପଞ୍ଚାୟତ ନିର୍ବାଚନ ସମୟରେ କର୍ମୀ ସମାବେଶରେ ଜଣେ ମହିଳା କର୍ମୀଙ୍କୁ ଅଶାଳୀନ ବ୍ୟବହାର କରିଥିବା, ଜଣେ ସମିତିସଭ୍ୟ ପ୍ରାର୍ଥୀଙ୍କ ସ୍ବାମୀଙ୍କୁ ଧମକଚମକ ଦେଇଥିବା ଇତ୍ୟାଦି ଅଭିଯୋଗ ହୋଇଥିଲା। ଏନେଇ ଭାଜପା ନେତା ପୃଥିରାଜ ହରିଚନ୍ଦନ କହିଛନ୍ତି, ଯଦି ଜଗଦ୍ଦେବଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା ତେବେ ସେ ଦଳୀୟ କାର୍ଯ୍ୟକ୍ରମରେ କିପରି ଯୋଗଦେଉଥିଲେ। ଏସବୁ ପ୍ରହସନ ଚାଲିଛି। ଚିଲିକାରେ ଜଗଦ୍ଦେବଙ୍କ ଗୁଣ୍ଡାଗିରି ଯୋଗୁ ଚଳିତ ପଞ୍ଚାୟତ ନିର୍ବାଚନରେ ତାଙ୍କ ପତିଆରା କାମ ଦେଲାନାହିଁ। ଚିଲିକାର ୬ଟି ନିର୍ବାଚନମଣ୍ଡଳୀରୁ ଭାଜପା ୨ଟିରେ ଜିତିବା ସହ ୨ବ୍ଲକରେ ପଞ୍ଚାୟତ ସମିତି ଗଠନ କରିଛି। ଭାଜପାର ବିଜୟ ଦେଖି ଏବଂ ତାଙ୍କ ହାତରୁ ବ୍ଲକ ଅଧ୍ୟକ୍ଷ ପଦ ଖସିଯିବାରୁ ସେ ଆତଙ୍କିତ ହୋଇପଡ଼ିଥିଲେ। ମାନସିକ ସ୍ତରରେ ଜଗଦ୍ଦେବ ଭାରସାମ୍ୟ ହରାଇ ମଦ୍ୟପାନ କରି ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରିବାକୁ ଯୋଜନା କରିଥିଲେ ବୋଲି ପୃଥିରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?