ପୁଞ୍ଜିଭୂତ ଜନଅସନ୍ତୋଷର ପ୍ରତିଫଳନ

ଖୋର୍ଦ୍ଧା ଅଫିସ,୧୪ା୩: ବିଜେଡିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗୁଣ୍ଡାଗର୍ଦ୍ଦିକୁ ନେଇ ଏବେ ସବୁଠି ଚର୍ଚ୍ଚା। ଶନିବାର ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଚାଲୁଥିବାବେଳେ ବ୍ଲକ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଉପରକୁ ବିଧାୟକ ଜଗଦ୍ଦେବ ଗାଡ଼ି ମଡ଼ାଇ ଦେଇଥିଲେ। ଫଳରେ ୧୦ ପୋଲିସ କର୍ମଚାରୀ, ୧୫ରୁ ଊର୍ଦ୍ଧ୍ୱ ଲୋକ ଏବଂ ୨ଜଣ ଖବରଦାତା ଗୁରୁତର ଆହତ ହୋଇଥିଲେ। ବିଧାୟକଙ୍କ ଏଭଳି ଅମାନବୀୟ କାର୍ଯ୍ୟରେ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଗାଡ଼ିରୁ ଟାଣିଆଣି ନିସ୍ତୁକ ମାଡ଼ ମାରିଥିଲେ। ଏହି ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏହାକୁ ନେଇ ରାଜନୀତି ଜୋର ଧରିଛି। ଅନ୍ୟପକ୍ଷରେ ଜଗଦ୍ଦେବଙ୍କୁ ମାଡ଼ ମରାଯିବା ଓ ତାଙ୍କ କାର୍‌ ଭାଙ୍ଗିଦିଆଯିବା ଘଟଣା ପଛରେ ଜନସାଧାରଣଙ୍କ ପୁଞ୍ଜିଭୂତ ଅସନ୍ତୋଷ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି।
ସୂଚନା ଅନୁଯାୟୀ, ବିଧାୟକ ଜଗଦ୍ଦେବ ଦୀର୍ଘଦିନ ଧରି ଚିଲିକା ଅଞ୍ଚଳରେ ନିଜ ମନମାନି କରିଆସୁଥିଲେ। ତାଙ୍କୁ ଯିଏ ବିରୋଧ କରୁଥିଲା କିମ୍ବା ତାଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଥିଲା, ସେମାନଙ୍କୁ ଆକ୍ରମଣ କରାଯାଉଥିଲା। କେତେବେଳେ ନିଜ ଦଳର କର୍ମୀ, ଆଉ କେବେ ପ୍ରଶାସନିକ ଅଧିକାରୀ ତ ଆଉ କେବେ ଲୋକଙ୍କୁ ଆକ୍ରମଣ କରିବାକୁ ସେ ପଛାଉ ନ ଥିଲେ। ଚିଲିକା ନିର୍ବାଚନ ମଣ୍ଡଳୀରେ ନିଜ ପତିଆରା ଦେଖାଇ ଆସୁଥିଲେ। ଏଥିଯୋଗୁ ଦୀର୍ଘଦିନ ଧରି ଲୋକଙ୍କ ମନରେ ଅସନ୍ତୋଷର ବହ୍ନି ଜଳୁଥିଲା। ଏହି ପୁଞ୍ଜିଭୂତ ଅସନ୍ତୋଷ ଶନିବାର ବିସ୍ଫୋରଣ ହୋଇଥିଲା। ବିଧାୟକଙ୍କ ମନମାନି ଚଳିିବ ନାହିଁ କି ଗୁଣ୍ଡାଗିରିକୁ ବରଦାସ୍ତ କରାଯିବ ନାହିଁ ବୋଲି ଲୋକେ ଗଣମାଧ୍ୟମ ଆଗରେ କହିଥିଲେ।
ଜଗଦ୍ଦେବଙ୍କ ବିରୋଧରେ ଅଭିଯୋଗର ଲମ୍ବା ତାଲିକା ରହିଛି। ୨୦୧୪ରେ ସେ ବିଜେଡି ଟିକେଟ ପାଇ ବେଗୁନିଆ ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରଠାରୁ ତାଙ୍କ ବିଶୃଙ୍ଖଳତା ଆରମ୍ଭ ହୋଇଯାଇଥିଲା। ବୌଦ୍ଧରେ ଭାଜପା କର୍ମୀଙ୍କୁ ଆକ୍ରମଣ ନେଇ ତାଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା। ବେଗୁନିଆରେ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଆସିଥିଲା। ୨୦୧୯ ନିର୍ବାଚନରେ ସେ ବିଜେଡି ଟିକେଟରେ ଚିଲିକାରୁ ଜିତିବା ପରେ ଜିଲା ଯୋଜନା କମିଟି ସଭାପତି ହୋଇଥିଲେ। ପରେ ଭୁବନେଶ୍ୱରସ୍ଥିତ ନିଜ ବାସଭବନ ଆଗରେ ଉଠାଦୋକାନୀଙ୍କୁ ଗାଳିଗୁଲଜ କରି ଚର୍ଚ୍ଚାକୁ ଆସିଥିଲେ। ଏପରିକି ପୁରୀରେ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଜଣେ ଆଇପିଏସ୍‌ ଅଫିସରଙ୍କୁ ଧକ୍କା ମାରି ବିବାଦରେ ଫସିଥିଲେ। ଚିଲିକାରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଆଶାଳୀନ ମନ୍ତବ୍ୟ ସହ ଗାଳିଗୁଲଜ ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା। ଗତବର୍ଷ ସେପ୍ଟେମ୍ବର ୮ରେ ବାଲୁଗାଁ ଏନ୍‌ଏସି କାର୍ଯ୍ୟାଳୟ ଆଗରେ ଭାଜପା ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଜାତିଆଣ ଆକ୍ଷେପ, ଆକ୍ରମଣ ଘଟଣାରେ ସେ ଗିରଫ ହୋଇ ଜେଲ ଯାଇଥିଲେ। ଏଥିଯୋଗୁ ତାଙ୍କୁ ବିଜେଡିରୁ ନିଲମ୍ବନ କରାଯିବା ସହ ଜିଲା ଯୋଜନା କମିଟି ସଭାପତି ପଦରୁ ହଟାଇ ଦିଆଯାଇଥିଲା। ପଞ୍ଚାୟତ ନିର୍ବାଚନ ସମୟରେ କର୍ମୀ ସମାବେଶରେ ଜଣେ ମହିଳା କର୍ମୀଙ୍କୁ ଅଶାଳୀନ ବ୍ୟବହାର କରିଥିବା, ଜଣେ ସମିତିସଭ୍ୟ ପ୍ରାର୍ଥୀଙ୍କ ସ୍ବାମୀଙ୍କୁ ଧମକଚମକ ଦେଇଥିବା ଇତ୍ୟାଦି ଅଭିଯୋଗ ହୋଇଥିଲା। ଏନେଇ ଭାଜପା ନେତା ପୃଥିରାଜ ହରିଚନ୍ଦନ କହିଛନ୍ତି, ଯଦି ଜଗଦ୍ଦେବଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା ତେବେ ସେ ଦଳୀୟ କାର୍ଯ୍ୟକ୍ରମରେ କିପରି ଯୋଗଦେଉଥିଲେ। ଏସବୁ ପ୍ରହସନ ଚାଲିଛି। ଚିଲିକାରେ ଜଗଦ୍ଦେବଙ୍କ ଗୁଣ୍ଡାଗିରି ଯୋଗୁ ଚଳିତ ପଞ୍ଚାୟତ ନିର୍ବାଚନରେ ତାଙ୍କ ପତିଆରା କାମ ଦେଲାନାହିଁ। ଚିଲିକାର ୬ଟି ନିର୍ବାଚନମଣ୍ଡଳୀରୁ ଭାଜପା ୨ଟିରେ ଜିତିବା ସହ ୨ବ୍ଲକରେ ପଞ୍ଚାୟତ ସମିତି ଗଠନ କରିଛି। ଭାଜପାର ବିଜୟ ଦେଖି ଏବଂ ତାଙ୍କ ହାତରୁ ବ୍ଲକ ଅଧ୍ୟକ୍ଷ ପଦ ଖସିଯିବାରୁ ସେ ଆତଙ୍କିତ ହୋଇପଡ଼ିଥିଲେ। ମାନସିକ ସ୍ତରରେ ଜଗଦ୍ଦେବ ଭାରସାମ୍ୟ ହରାଇ ମଦ୍ୟପାନ କରି ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରିବାକୁ ଯୋଜନା କରିଥିଲେ ବୋଲି ପୃଥିରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri