ଜଗତ୍‌ସିଂହପୁର ପୌର ପରିଷଦ: ୨ନଂ. ୱାର୍ଡରେ ହେବ ଜୋରଦାର ଲଢ଼େଇ

ଜଗତ୍‌ସିଂହପୁର ଅଫିସ, ୧୪ା୩: ଜଗତ୍‌ସିଂହପୁର ପୌର ପରିଷଦ ୨ନଂ. ୱାର୍ଡ ଉପରେ ଲୋକଙ୍କ ନଜର। କାରଣ ଏହି ୱାର୍ଡଟି କଂଗ୍ରେସର ଦୁର୍ଗ ଥିଲା। ଜଗତ୍‌ସିଂହପୁର ଏନ୍‌ଏସିରୁ ପୌର ପରିଷଦ ହେବା ପର୍ଯ୍ୟନ୍ତ କେବଳ ଥରେ ଅଣ କଂଗ୍ରେସ ପ୍ରାର୍ଥୀ ଜିତିଥିଲେ। ଅବଶିଷ୍ଟ ୫ଟି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀମାନେ ଜିତି ପରିଷଦରେ ସ୍ବତନ୍ତ୍ର ସ୍ଥାନ ଦଖଲ କରିଥିଲେ। କିନ୍ତୁ ଏଥର ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବା ଆଭାସ ମିଳୁଛି।
୨ନଂ. ୱାର୍ଡ କହିଲେ, ମାର୍କଣ୍ଡପୁର ମୌଜାର ବୁଥ୍‌ ସଂଖ୍ୟା ୨ ଓ ୩କୁ ବୁଝାଏ। ଗତଥର କାଉନସିଲର ପଦବୀଟି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଥିଲା। ସେତେବେଳେ ୧,୩୮୨ଜଣ ଭୋଟରଙ୍କ ମଧ୍ୟରୁ ୧,୧୭୦ ଜଣ ମତଦାନ କରିଥିଲେ। ପ୍ରତିଦ୍ୱନ୍ଦ୍ୱିତାରେ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ସେଠୀଙ୍କୁ ୬୧୩ ଖଣ୍ଡ, ବିଜେଡିର ପ୍ରଶାନ୍ତ କୁମାର ସେଠୀଙ୍କୁ ୫୪୦ ଓ ଭାଜପାର ଶରତ ଗୋଚ୍ଛାୟତଙ୍କୁ ମାତ୍ର ୧୭ ଖଣ୍ଡ ଭୋଟ ମିଳିଥିଲା। ଏଥିରେ ବିଜେଡି ପ୍ରାର୍ଥୀଙ୍କୁ ୭୩ ଖଣ୍ଡ ଭୋଟରେ ପଛରେ ପକାଇ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏଥର ଆସନଟି ମହିଳାଙ୍କ ପାଇଁ ସଂରକ୍ଷିତ ଅଛି। ମୋଟ ଭୋଟର ଅଛନ୍ତି ୧,୪୩୦ ଜଣ। ଯେଉଁଥିରୁ ମହିଳା ୬୮୬ ଓ ପୁରୁଷ ଭୋଟର ୭୪୪ ରହିଛନ୍ତି। ପ୍ରାର୍ଥୀ ହୋଇଛନ୍ତି, କଂଗ୍ରେସରୁ ମିଲି ସେଠୀ, ବିଜେଡିର ସୁପ୍ରଭା ବେହେରା ଓ ଭାଜପାରୁ ମିନା ରାୟ। ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ନିଜ ଗଁା ହୋଇଥିବାବେଳେ ଭାଜପା ପ୍ରାର୍ଥୀ ଜଗତ୍‌ସିଂହପୁର ମୌଜାର ବୋଲି ଜଣାପଡିଛି। ଏ ସମ୍ପର୍କରେ କଂଗ୍ରେସ ପ୍ରାର୍ଥୀ ମିଲି କହିଛନ୍ତି, ତାଙ୍କ ସ୍ବାମୀ ଗତଥର ଏହି ୱାର୍ଡରୁ ପାରିଷଦ ଭାବେ ନିର୍ବାଚିତ ହୋଇ ଅନେକ କାମ କରିଛନ୍ତି। ତଥାପି ଆହୁରି କିଛି ବାକି ରହିଯାଇଛି। ୱାର୍ଡରେ ଡ୍ରେନ୍‌ ସମସ୍ୟା ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଘର, ବିପଜ୍ଜନକ ଅବସ୍ଥାରେ ଥିବା ପୁରୁଣା ବିଦ୍ୟୁତ୍‌ ଖୁଣ୍ଟ ଓ ତାର ବଦଳା ଯିବ। ଅଟକିଥିବା ୩୨ଟି ପାଇଖାନା, ଆଉ ଏକ ଅଙ୍ଗନୱାଡି କେନ୍ଦ୍ର କରାଯିବ ବୋଲି ମିଲି କହିଛନ୍ତି। ବିଜେଡି ପ୍ରାର୍ଥୀ ସୁପ୍ରଭା ମଧ୍ୟ ଅନୁରୂପ ଦାବି ଦୋହରାଇଛନ୍ତି। ସେ କହିଛନ୍ତି ୱାର୍ଡର ମୁଖ୍ୟ ସମସ୍ୟା ଡ୍ରେନ୍‌। ଏହାର ସ୍ଥାୟୀ ପ୍ରତିକାର କରାଯିବ। ୱାର୍ଡର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯିବ। ବିଦ୍ୟୁତ୍‌ ସମସ୍ୟା ଦୂର ସହ ଆଲୋକୀକରଣ ଉପରେ ଗୁରୁତ୍ୱ ଦିଆଯିବ। ବଡ କଥା ହେଲା ୧୧ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ଏଥିମଧ୍ୟରେ ଅନେକ କିଛି ଉନ୍ନୟନମୂଳକ କାମ କରାଯାଇଥିଲେ ସୁଦ୍ଧା ଆଗକୁ ଅଧିକ କାମ ହେବ। ବିଜେଡି ସପକ୍ଷରେ କଂଗ୍ରେସର ଜଣେ ପୂର୍ବତନ ପାରିଷଦ ଓ ଅସନ୍ତୁଷ୍ଟ ଯୋଡି ହୋଇଥିବାରୁ ତାଙ୍କ ସପକ୍ଷରେ ଜନମତ ବଢୁଛି। ଭାଜପା ପ୍ରାର୍ଥୀ ମିନା ମଧ୍ୟ ତାଙ୍କ ସପକ୍ଷରେ ଜନମତ ବଢିଥିବା ଯୁକ୍ତି ବାଢିଛନ୍ତି। ୨୦୧୩ରେ ସାଙ୍ଗଠନିକ କାର୍ଯ୍ୟ ଏତେ ନ ଥିଲା। କିନ୍ତୁ ଏହା ଭିତରେ ସଙ୍ଗଠନ ଶକ୍ତିଶାଳୀ ହୋଇଛି। ଯାହାର ପ୍ରତିଫଳନ ୨୦୧୯ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଥିଲା। ଭାଜପା ବିଧାୟକ ପ୍ରାର୍ଥୀ ସତ୍ୟବ୍ରତ ମହାପାତ୍ରଙ୍କ ସପକ୍ଷରେ ୱାର୍ଡର ପାଖାପାଖି ୩୭୦ ଜଣ ଭୋଟର ମତଦାନ କରିଥିଲେ। ତେଣୁ ଏହାଠାରୁ ଅଧିକ ଭୋଟ ତାଙ୍କ ସପକ୍ଷରେ ଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଜୁଲାଇ ୪ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ଧନଲାଭ ସହ ମିଳିବ ସୁଖ-ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ ଓ ଭୌତିକ ସୁଖ-ସୁବିଧାର କାରକ ବୋଲି କୁହାଯାଏ। ଯେତେବେଳେ ବି ଶୁକ୍ର ନିଜର ରାଶି ପରିବର୍ତ୍ତନ…

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ ‘ସାନ ଭଉଣୀ’ ବୋଲି କାହିଁକି କହିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ,୨।୭: ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କକୁ ଗୁରୁବାର ଏକ ଗଭୀର ବ୍ୟକ୍ତିଗତ ଏବଂ ଭାବପ୍ରବଣ ମୁହୂର୍ତ୍ତ ଭାବରେ ଚିହ୍ନିତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଥର…

ଅଙ୍ଗନଓ୍ବାଡ଼ି ପାଚିକାଙ୍କୁ ରୋଷେଇ କରିବାକୁ ବିରୋଧ, ଅଭିଯୋଗ ଆଣି କହିଲେ ମୋ’ ହାତରୁ…

ଝାରବନ୍ଧ,୨ା୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନର୍ଗତ ଦଓ୍ବୋନପାଲି ଗ୍ରାମରେ ଜାତିବାଦକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଦଓ୍ବୋନପାଲି ଗ୍ରାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri