ଜଗତ୍‌ସିଂହପୁର ପୌର ପରିଷଦ: ୨ନଂ. ୱାର୍ଡରେ ହେବ ଜୋରଦାର ଲଢ଼େଇ

ଜଗତ୍‌ସିଂହପୁର ଅଫିସ, ୧୪ା୩: ଜଗତ୍‌ସିଂହପୁର ପୌର ପରିଷଦ ୨ନଂ. ୱାର୍ଡ ଉପରେ ଲୋକଙ୍କ ନଜର। କାରଣ ଏହି ୱାର୍ଡଟି କଂଗ୍ରେସର ଦୁର୍ଗ ଥିଲା। ଜଗତ୍‌ସିଂହପୁର ଏନ୍‌ଏସିରୁ ପୌର ପରିଷଦ ହେବା ପର୍ଯ୍ୟନ୍ତ କେବଳ ଥରେ ଅଣ କଂଗ୍ରେସ ପ୍ରାର୍ଥୀ ଜିତିଥିଲେ। ଅବଶିଷ୍ଟ ୫ଟି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀମାନେ ଜିତି ପରିଷଦରେ ସ୍ବତନ୍ତ୍ର ସ୍ଥାନ ଦଖଲ କରିଥିଲେ। କିନ୍ତୁ ଏଥର ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବା ଆଭାସ ମିଳୁଛି।
୨ନଂ. ୱାର୍ଡ କହିଲେ, ମାର୍କଣ୍ଡପୁର ମୌଜାର ବୁଥ୍‌ ସଂଖ୍ୟା ୨ ଓ ୩କୁ ବୁଝାଏ। ଗତଥର କାଉନସିଲର ପଦବୀଟି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଥିଲା। ସେତେବେଳେ ୧,୩୮୨ଜଣ ଭୋଟରଙ୍କ ମଧ୍ୟରୁ ୧,୧୭୦ ଜଣ ମତଦାନ କରିଥିଲେ। ପ୍ରତିଦ୍ୱନ୍ଦ୍ୱିତାରେ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ସେଠୀଙ୍କୁ ୬୧୩ ଖଣ୍ଡ, ବିଜେଡିର ପ୍ରଶାନ୍ତ କୁମାର ସେଠୀଙ୍କୁ ୫୪୦ ଓ ଭାଜପାର ଶରତ ଗୋଚ୍ଛାୟତଙ୍କୁ ମାତ୍ର ୧୭ ଖଣ୍ଡ ଭୋଟ ମିଳିଥିଲା। ଏଥିରେ ବିଜେଡି ପ୍ରାର୍ଥୀଙ୍କୁ ୭୩ ଖଣ୍ଡ ଭୋଟରେ ପଛରେ ପକାଇ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏଥର ଆସନଟି ମହିଳାଙ୍କ ପାଇଁ ସଂରକ୍ଷିତ ଅଛି। ମୋଟ ଭୋଟର ଅଛନ୍ତି ୧,୪୩୦ ଜଣ। ଯେଉଁଥିରୁ ମହିଳା ୬୮୬ ଓ ପୁରୁଷ ଭୋଟର ୭୪୪ ରହିଛନ୍ତି। ପ୍ରାର୍ଥୀ ହୋଇଛନ୍ତି, କଂଗ୍ରେସରୁ ମିଲି ସେଠୀ, ବିଜେଡିର ସୁପ୍ରଭା ବେହେରା ଓ ଭାଜପାରୁ ମିନା ରାୟ। ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ନିଜ ଗଁା ହୋଇଥିବାବେଳେ ଭାଜପା ପ୍ରାର୍ଥୀ ଜଗତ୍‌ସିଂହପୁର ମୌଜାର ବୋଲି ଜଣାପଡିଛି। ଏ ସମ୍ପର୍କରେ କଂଗ୍ରେସ ପ୍ରାର୍ଥୀ ମିଲି କହିଛନ୍ତି, ତାଙ୍କ ସ୍ବାମୀ ଗତଥର ଏହି ୱାର୍ଡରୁ ପାରିଷଦ ଭାବେ ନିର୍ବାଚିତ ହୋଇ ଅନେକ କାମ କରିଛନ୍ତି। ତଥାପି ଆହୁରି କିଛି ବାକି ରହିଯାଇଛି। ୱାର୍ଡରେ ଡ୍ରେନ୍‌ ସମସ୍ୟା ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଘର, ବିପଜ୍ଜନକ ଅବସ୍ଥାରେ ଥିବା ପୁରୁଣା ବିଦ୍ୟୁତ୍‌ ଖୁଣ୍ଟ ଓ ତାର ବଦଳା ଯିବ। ଅଟକିଥିବା ୩୨ଟି ପାଇଖାନା, ଆଉ ଏକ ଅଙ୍ଗନୱାଡି କେନ୍ଦ୍ର କରାଯିବ ବୋଲି ମିଲି କହିଛନ୍ତି। ବିଜେଡି ପ୍ରାର୍ଥୀ ସୁପ୍ରଭା ମଧ୍ୟ ଅନୁରୂପ ଦାବି ଦୋହରାଇଛନ୍ତି। ସେ କହିଛନ୍ତି ୱାର୍ଡର ମୁଖ୍ୟ ସମସ୍ୟା ଡ୍ରେନ୍‌। ଏହାର ସ୍ଥାୟୀ ପ୍ରତିକାର କରାଯିବ। ୱାର୍ଡର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯିବ। ବିଦ୍ୟୁତ୍‌ ସମସ୍ୟା ଦୂର ସହ ଆଲୋକୀକରଣ ଉପରେ ଗୁରୁତ୍ୱ ଦିଆଯିବ। ବଡ କଥା ହେଲା ୧୧ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ଏଥିମଧ୍ୟରେ ଅନେକ କିଛି ଉନ୍ନୟନମୂଳକ କାମ କରାଯାଇଥିଲେ ସୁଦ୍ଧା ଆଗକୁ ଅଧିକ କାମ ହେବ। ବିଜେଡି ସପକ୍ଷରେ କଂଗ୍ରେସର ଜଣେ ପୂର୍ବତନ ପାରିଷଦ ଓ ଅସନ୍ତୁଷ୍ଟ ଯୋଡି ହୋଇଥିବାରୁ ତାଙ୍କ ସପକ୍ଷରେ ଜନମତ ବଢୁଛି। ଭାଜପା ପ୍ରାର୍ଥୀ ମିନା ମଧ୍ୟ ତାଙ୍କ ସପକ୍ଷରେ ଜନମତ ବଢିଥିବା ଯୁକ୍ତି ବାଢିଛନ୍ତି। ୨୦୧୩ରେ ସାଙ୍ଗଠନିକ କାର୍ଯ୍ୟ ଏତେ ନ ଥିଲା। କିନ୍ତୁ ଏହା ଭିତରେ ସଙ୍ଗଠନ ଶକ୍ତିଶାଳୀ ହୋଇଛି। ଯାହାର ପ୍ରତିଫଳନ ୨୦୧୯ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଥିଲା। ଭାଜପା ବିଧାୟକ ପ୍ରାର୍ଥୀ ସତ୍ୟବ୍ରତ ମହାପାତ୍ରଙ୍କ ସପକ୍ଷରେ ୱାର୍ଡର ପାଖାପାଖି ୩୭୦ ଜଣ ଭୋଟର ମତଦାନ କରିଥିଲେ। ତେଣୁ ଏହାଠାରୁ ଅଧିକ ଭୋଟ ତାଙ୍କ ସପକ୍ଷରେ ଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri