ସରୁନି ଗ୍ରାମ୍ୟ ସଂଯୋଗୀକରଣ ରାସ୍ତା କାର୍ଯ୍ୟ

କେନ୍ଦ୍ରାପଡ଼ା ଅଫିସ,୧୪ା୩: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ନନ୍ଦଲାଲପାଟଣା ତାରିଣୀ ଛକ ପର୍ଯ୍ୟନ୍ତ ମାଟି ମୋରମ ରାସ୍ତା ଆବଶ୍ୟକ। ଏହି ରାସ୍ତା ପାଇଁ ୨୦୧୬-୧୭ ଆର୍ଥିକ ବର୍ଷରେ ପ୍ରସ୍ତାବ ଆଗତ ହୋଇଛି। ଏହି ପ୍ରସ୍ତାବକୁ ଇତିମଧ୍ୟରେ ୫ ବର୍ଷ ବିତିଛି। ଅଦ୍ୟାବଧି ଏହି ପ୍ରସ୍ତାବ ମଞ୍ଜୁରୀ ଅପେକ୍ଷାରେ ଅଛି। ଅଳପୁଆର ଅଷ୍ଟଶମ୍ଭୁ ମନ୍ଦିରରୁ ଶାସନ ପ୍ରାଇମେରି ସ୍କୁଲ ପର୍ଯ୍ୟନ୍ତ ଟାଇଲ ରାସ୍ତା ନିର୍ମାଣର ଆବଶ୍ୟକତା ଅଛି। ଏଥିପାଇଁ ଚଳିତ ଆର୍ଥିକ ବର୍ଷରେ ପ୍ରସ୍ତାବ ଆଗତ ହୋଇଥିଲେ ମଧ୍ୟ ପ୍ରକଳ୍ପ ପାଇଁ ତପତ୍ରତା ପ୍ରକାଶ ପାଇନାହିଁ। ଏହିପରି ୬୫ଟି ପ୍ରକଳ୍ପ କେବଳ ଅଳପୁଆ ପଞ୍ଚାୟତରେ ମଞ୍ଜୁରୀ ପାଇ ନ ଥିବା ବେଳେ ସମଗ୍ର କେନ୍ଦ୍ରାପଡ଼ା ଜିଲାରେ ୫,୪୨୭ଟି ପ୍ରକଳ୍ପର ମଞ୍ଜୁରୀକୁ ସ୍ଥାନୀୟ ଅଧିବାସୀ ଅପେକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ଥିବା ଗ୍ରାମ୍ୟ ସଂଯୋଗୀକରଣ ରାସ୍ତାର ୬,୨୧୩ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରିନାହିଁ। ଏହି ରାସ୍ତା ପ୍ରକଳ୍ପ ସରି ନ ଥିବାରୁ ଆପତ୍‌କାଳୀନ ସମୟରେ ଅଞ୍ଚଳବାସୀ ହୀନସ୍ଥା ହେଉଛନ୍ତି। ଆଗାମୀ ବର୍ଷାଦିନ ପୂର୍ବରୁ ଗ୍ରାମାଞ୍ଚଳକୁ ସଂଯୋଗୀକରଣ ପ୍ରକଳ୍ପ ସାରିବାକୁ ସାଧାରଣରେ ଦାବି ହେଉଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ପ୍ରମୋଦ କୁମାର ସ୍ବାଇଁ, ପ୍ରଭାତ କୁମାର ତ୍ରିପାଠୀ, ପ୍ରତାପ ଚନ୍ଦ୍ର ପାଢ଼ୀ, କ୍ଷିତୀଶ କୁମାର ସିଂହ, ପ୍ରଭାତ ରଞ୍ଜନ ଜେନା ପ୍ରମୁଖ କହିଛନ୍ତି, ସୁଦୃଢ଼ ଯୋଗାଯୋଗ ପଥ ଦେଶକୁ ସମୃଦ୍ଧିଶାଳୀ କରିଥାଏ। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ରାସ୍ତା ଉନ୍ନତୀକରଣ ଉପରେ ଜୋର୍‌ ଦେଉଛନ୍ତି। ମାତ୍ର ବହୁ ସମୟରେ ପ୍ରଶାସନିକ ଅଧିକାରୀ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏସବୁର ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। ଏହାର ଉଦାହରଣ ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗଁା ପଞ୍ଚାୟତଠାରୁ ଆରମ୍ଭ କରି ଏକମାଣିଆ, ପଦନୀପାଳ, ବତୀଘର ଆଦି ୧୭ ପଞ୍ଚାୟତରେ ଦେଖିବାକୁ ମିଳିବ। ଏହି ୧୭ ପଞ୍ଚାୟତକୁ ସେତୁ ନିର୍ମାଣ ହୋଇ ନ ଥିବା ଯୋଗୁ ସଡ଼କ ଯୋଗାଯୋଗ ପଥ ବନ୍ଦ ରହିଛି। ବର୍ଷାଦିନେ ଡଙ୍ଗା ଏକମାତ୍ର ଭରସା। ପ୍ରସୂତି, ଅପପୁଷ୍ଟିର ଶିକାର ଶିଶୁଙ୍କୁ ଟିକାକରଣରେ ବିଫଳତା ଦେଖିବାକୁ ମିଳୁଛି। ସେହିପରି ଗ୍ରାମାଞ୍ଚଳରେ ଅଗ୍ନିକାଣ୍ଡ, ଆଇନଶୃଙ୍ଖଳା ପରିସ୍ଥିତି, ସ୍ବାସ୍ଥ୍ୟସେବା, ପାନୀୟଜଳ, ବିଦ୍ୟୁତ୍‌ ସେବା ଆଦି କ୍ଷେତ୍ରରେ ସହାୟତା ଯୋଗାଇ ଦିଆଯାଇପାରୁନାହିଁ। ସିଂହଗଁା ପଞ୍ଚାୟତ ପାଇଁ ୨୦୧୪ରେ, ବତୀଘର ପାଇଁ ୨୦୧୬ରେ, ସିଓପଡ଼ା ବାମଣ୍ଡା ପାଇଁ ୨୦୦୩ରେ ପ୍ରକଳ୍ପ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ସଡ଼କ ପଥ ସମ୍ଭବ ହୋଇପାରିନାହିଁ। ଚଳିତ ଆର୍ଥିକ ବର୍ଷରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମୋଟ ୬,୪୪୯ଟି ଗ୍ରାମାଞ୍ଚଳ ସଡ଼କର ଉନ୍ନତୀକରଣ କାର୍ଯ୍ୟ ଜାରି ରହିଥିଲା। ଏଥିମଧ୍ୟରୁ ୬,୨୧୩ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇପାରିନାହିଁ। ମାତ୍ର ୨୩୬ଟି ପ୍ରକଳ୍ପ ସରିଛି। ଅପରପକ୍ଷେ ଜିଲାର ୨୯୬୦ ପ୍ରକଳ୍ପ ମଞ୍ଜୁରୀ ପାଇଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇନାହିଁ। ୫,୪୨୭ ପ୍ରକଳ୍ପ ମଞ୍ଜୁରୀ ଅପେକ୍ଷାରେ ଅଛି। ପ୍ରକଳ୍ପ କାର୍ଯ୍ୟକାରୀ କ୍ଷେତ୍ରରେ ପଟ୍ଟାମୁଣ୍ଡାଇ ବ୍ଲକ ସର୍ବାପେକ୍ଷା ପଛରେ ପଡିଛି। ଏହି ବ୍ଲକ ଅଞ୍ଚଳରେ ୧୦୭୫ ରାସ୍ତା ସଂଯୋଗୀକରଣ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ୮୫୩ଟି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ମଞ୍ଜୁରୀ ପାଇଛି। ଏହି ବ୍ଲକ ଅଞ୍ଚଳରେ ବହୁ ଧୋୟାଞ୍ଚଳ ଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ୧୧୧୭ଟି ପ୍ରକଳ୍ପ କାର୍ଯ୍ୟ ପାଇଁ ଅଦ୍ୟାବଧି ମଞ୍ଜୁରୀ ମିଳିନାହିଁି। ଆର୍ଥିକ ବର୍ଷ ଶେଷହେବାକୁ ମାତ୍ର ୧୮ ଦିନ ଥିବା ବେଳେ ବର୍ଷାଦିନ ପୂର୍ବରୁ ଗ୍ରାମାଞ୍ଚଳ ରାସ୍ତାର ଉନ୍ନତୀକରଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ପିଡି ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରେ ସମସ୍ତ ପ୍ରକଳ୍ପର ଡାଟା ଅଦ୍ୟାବଧି ପହଞ୍ଚତ୍ ପାରିନାହିଁ। ତେବେ ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିର ଚାଲିଛି। କେତେକ ରାସ୍ତାର ନିର୍ମାଣ ସମୟରେ ଜମିଜମାକୁ ନେଇ ବିବାଦ ଉଠିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri