ମଣ୍ଡିରୁ ଧାନ ନ ଉଠିଲେ ଆନ୍ଦୋଳନ

ବୋଲଗଡ଼,୧୪।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛି। ମଣ୍ଡିରେ ଧାନବସ୍ତା ରଖି ଚାଷୀ ଜଗି ବସିଥିବା ବେଳେ ମିଲର୍ସଙ୍କ ଦେଖା ମିଳୁନାହିଁ। ଫଳରେ ଚାଷୀ ମଣ୍ଡିରେ ଧାନ ଦେଇ ନ ପାରି ଶୋଷଣର ଶିକାର ହେଉଛି। ଟୋକନ ଅବଧି ସରିଯିବାରୁ ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି। ଅନ୍ୟପଟେ ଅବଧି ସରିଥିବା ଟୋକନଗୁଡ଼ିକର ପୁନଃ କାର୍ଯ୍ୟକ୍ଷମ ଓ ଚାଷୀଙ୍କ ବଳକା ଧାନ ତୁରନ୍ତ ନ କିଣାଯାଏ ଆସନ୍ତା ୧୫ତାରିଖରେ ରାଜରାସ୍ତା କିମ୍ବା କୌଣସି ସରକାରୀ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରାଯିବ ବୋଲି ନବନିର୍ମାଣ କୃଷକ ସଙ୍ଗଠନ ଚେତାବନୀ ଦେଇଛି। ପ୍ରକାଶ ଯେ, ଶନିବାର ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗବଡ଼ିହପାଟଣା ଭାଗବତ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୈତାରି ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଶତାଧିକ ଚାଷୀ ଯୋଗଦେଇଥିଲେ। ନବନିର୍ମାଣ କୃଷକ ସଙ୍ଗଠନର ଖୋର୍ଦ୍ଧା ଜିଲା ସଭାପତି ସୁରେଶ ମାନସିଂହ, ବ୍ଲକ ସଂଯୋଜକ ଜୟନ୍ତ ତ୍ରିପାଠୀ, ଖଙ୍ଗୁରିଆ ପଞ୍ଚାୟତ ସଂଯୋଜକ ସୋମନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଉପରୋକ୍ତ ନିଷ୍ପତ୍ତି ନେଇଥିଲେ। ବ୍ଲକ ସଂଯୋଜକ ତ୍ରିପାଠୀ ଜିଲାପାଳଙ୍କୁ ଭେଟିବା ସହ ଚାଷୀଙ୍କ ବଳକା ଧାନ କିଣିବା ଲାଗି ଦାବି କରିବେ ବୋଲି କହିଥିଲେ। ଏହି ଅବସରରେ ନବନିର୍ମାଣ କୃଷକ ସଙ୍ଗଠନର ସଦସ୍ୟ ଥିବା ୫୦ଜଣ ଚାଷୀଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୬ ବର୍ଷ ହେଲା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା

ଯାଜପୁର ଅଫିସ,୧୧ା୨: ଯାଜପୁର ଜିଲା ବଡ଼ଚଣା ବ୍ଲକ ଓଲରାସ୍ଥିତ ସାବିତ୍ରୀ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ ଓ ମୟୂରଭଞ୍ଜ ଜିଲା କରଞ୍ଜିଆସ୍ଥିତ ସାବିତ୍ରୀ ରାଇସ୍‌ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ...

ମାଛ ପାଇଁ ଶିକ୍ଷକଙ୍କୁ ହତ୍ୟା ଘଟଣା : ଜେଲଗଲେ ୪ ଅଭିଯୁକ୍ତ

ଦେବଗଡ, ୬।୧୧(ଡି.ଏନ.ଏ.) : ଦେବଗଡ ଜିଲା ରିଆମାଳ ଥାନା କଂସର ଫାଣ୍ଡି ଅଧିନ ପାଲୁଣୀପଡା ଗ୍ରାମରେ ଗତ ୩୧ ତାରିଖ ରାତିରେ ଜଣେ ଶିକ୍ଷକଙ୍କୁ ହତ୍ୟା...

ଜିଲା ସଂଗ୍ରହାଳୟ ପାଇଁ ସ୍ବାଧୀନତା ପୂର୍ବର ମୁଦ୍ରା ଦାନ

ମନମୁଣ୍ଡା, ୧୪।୧୨(ଡି.ଏନ.ଏ.)-ବୌଦ୍ଧ ଜିଲାର ପୁରୁଣା ଜିଲାପାଳ କାର୍ଯ୍ୟାଳୟରେ ଜାନୁୟାରୀ ୨ତାରିଖରେ ଉଦ୍‌ଘାଟନ ହେବାକୁ ଯାଉଛି ସଂଗ୍ରହାଳୟ। ଏଥିପାଇଁ ନିଜ ପାଖରେ ଥିବା ପୁରାତନ ଜିନିଷ ଯାହା...

ଜନସେବା କେନ୍ଦ୍ର ଖୋଲିବା ପାଇଁ ଟଙ୍କା ଆଦାୟ ଅଭିଯୋଗ ତଦନ୍ତ ନିର୍ଦ୍ଦେଶ ଦେଲେ ଅତିରିକ୍ତ ଜିଲାପାଳ

ଛତ୍ରପୁର,୩ା୧୨(ଡି.ଏନ.ଏ)-ଗଞ୍ଜାମ ଜିଲାରେ ଜନସେବା କେନ୍ଦ୍ର ଖୋଲିବା ପାଇଁ ମଞ୍ଜୁରୀ ଦେବାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ା ଏପରିକି କେତେଜଣ ବ୍ୟକ୍ତିଙ୍କ ନାଁରେ ଜନସେବା କେନ୍ଦ୍ର...

କଳାହାଣ୍ଡିରେ କରୋନା ପଜିଟିଭ୍‌ ସଂଖ୍ୟା ୩୧୩୧ରେ ପହଞ୍ଚିଲା

ଭବାନୀପାଟଣା,୨୭।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ଶନିବାର ସନ୍ଧ୍ୟା ୫ ଟା ସୁଦ୍ଧା ୫୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ ୨୫ ତାରିଖ...

ଶ୍ରମିକଙ୍କୁ ରନ୍ଧାଖାଦ୍ୟ ବାଣ୍ଟିଲେ ମହିଳା ଗୋଷ୍ଠୀ

ବନ୍ତ, ୧ା୪(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତରେ ପଶ୍ଚିମବଙ୍ଗ ରାଜ୍ୟ ତଥା ଅନ୍ୟ ଜିଲାରୁ ଆସି କାମ କରୁଥିବା କେତେକ ଶ୍ରମିକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ...

ବାଉଁଶୁଣୀ ଛକରେ ଜବରଦଖଲ ଉଚ୍ଛେଦ: ବିରୋଧ କରି ବିଷ ପିଇଦେଲେ ମହିଳା

ବାଉଁଶୁଣୀ, ୧୭।୩(ଡି.ଏନ.ଏ): ବୌଦ୍ଧ ଜିଲା ବାଉଁଶୁଣୀରେ ଶୁକ୍ରବାର ପୁଣି ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ହେଲେ ଜବରଦଖଲ ଉଚ୍ଛେଦବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ...

ଗଁ। ଚଳଣିରୁ ବାସନ୍ଦ ଅଭିଯୋଗ:ଗ୍ରାମ ସଭାପତିଙ୍କ ସମେତ ୫ ଗିରଫ

ବଇଣ୍ଡା,୭।୧(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ଥାନା ଚୁଡାଖାଇ ଗ୍ରାମର ଏକ ଦଳିତ ପରିବାରକୁ ବାସନ୍ଦ ଅଭିଯୋଗରେ ପୋଲିସ ସୋମବାର ୫ ଜଣଙ୍କୁ କୋର୍ଟଚାଲାଣ କରିଛି। ସେମାନେ...

Advertisement
Archives

Model This Week