ବିଜେଡି ପ୍ରାର୍ଥୀଙ୍କୁ ଟକ୍କର ଦେବେ ସ୍ବାଧୀନ

ଖୋର୍ଦ୍ଧା ଅଫିସ,୧୪ା୩: ଖୋର୍ଦ୍ଧା ପୌର ନିର୍ବାଚନ ପାଇଁ ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିବସ। ଟିକେଟ ବଣ୍ଟନକୁ କେନ୍ଦ୍ର କରି ଭାଜପା ଓ ବିଜେଡିରୁ ଏକାଧିକ ଅସନ୍ତୁଷ୍ଟ କର୍ମୀ ମଇଦାନକୁ ଓହ୍ଲାଇଛନ୍ତି। ସୋମବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିବା ପରେ ସ୍ପଷ୍ଟ ଚିତ୍ର ଜଣାପଡିବ। ପୌର ଅଧ୍ୟକ୍ଷ ପ୍ରାର୍ଥୀ ତାଲିକାରୁ ବାଦ୍‌ ପଡିବା ପରେ ବିଜେଡି ନଗର ସଭାପତି ମହମ୍ମଦ ଆରିଫଙ୍କ ସ୍ତ୍ରୀ ସବନମ ବିବି ସ୍ବାଧୀନ ଭାବେ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ତେବେ ପରେ ଦଳୀୟ ନିଷ୍ପତ୍ତିକୁ ସମ୍ମାନ ଜଣାଇ ପ୍ରାର୍ଥତ୍‌ତ୍ପତ୍ର ପ୍ରତ୍ୟାହାର କରିନେଇଛନ୍ତି। ତେବେ ବିଜେଡିର ଜିଲା ଉପସଭାପତି ଦିଲୀପ ହୋତାଙ୍କ ସ୍ତ୍ରୀ ସୁଚିତ୍ରା ମଧ୍ୟ ସ୍ବାଧିନ ଭାବେ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ସେ ଦଳୀୟ ନିଷ୍ପତିକୁ ଚାଲେଞ୍ଜ କରି ନିଜ ଜିଦରେ ଅଟଳ ରହିଛନ୍ତି। ବତ୍ତର୍ର୍ମାନ ସେ ସମର୍ଥକଙ୍କ ସହ ସୁଚିତ୍ରାଙ୍କ ପାଇଁ ପ୍ରଚାର ଆରମ୍ଭ କରିଦେଇଛନ୍ତି। ପୂର୍ବରୁ ସେ ନିଜ ହୋଟେଲରେ ମହିଳା କର୍ମୀ ସମାବେଶ କରିଥିଲେ। ତାଙ୍କୁ ସମର୍ଥନ ଜଣାଇବା ପାଇଁ ନିବେଦନ କରିଥିଲେ। ପ୍ରକାଶ ଯେ, ପୂର୍ବରୁ ଦିଲୀପ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ରଙ୍କ ସହ ଛାଇ ଭଳି ରହୁଥିଲେ। ଏପରିକି ସେ ବିଧାୟକଙ୍କ ଖୋର୍ଦ୍ଧା ପୌର ପରିଷଦ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ। ତେବେ ଅଧ୍ୟକ୍ଷ ଟିକେଟରୁ ବାଦ ପଡ଼ିବା ପରେ ବିଧାୟକ ଓ ଦଳ ଉପରେ ଅସନ୍ତୋଷ ପ୍ରକାଶ କରି ନିର୍ବାଚନ ମଇଦାନରେ ସ୍ତ୍ରୀଙ୍କୁ ଜିତାଇବା ପାଇଁ ମଙ୍ଗ ଧରିଛନ୍ତି। ସେ ଦଳର ଉପସଭାପତି ସହ ମୋ ପରିବାର ଜିଲା ସଂଯୋଜକ ଭାବେ କାର୍ଯ୍ୟ କରୁଥିଲେ। ସହରରେ କାର୍ଯ୍ୟରତ ମହିଳା ସ୍ବଂୟ ସହାୟକ ଗୋଷ୍ଠୀ, ମିଶନ ଶକ୍ତି, ସ୍ବଚ୍ଛ ଭାରତରେ କାର୍ଯ୍ୟରତ ମହିଳାମାନଙ୍କ ସହିତ ସେ ଜଡିତ ରହିଛନ୍ତି। ତେଣୁ ମହିଳାଙ୍କୁ ଏକାଠି କରିବାରେ ଲାଗିପଡ଼ିଛନ୍ତି।
ବିଜେଡି କାଉନସିଲର ତାଲିକା ପ୍ରକାଶକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଥିଲା। ଦଳରୁ ଶେଷ ପର୍ଯ୍ୟନ୍ତ କିଏ ପ୍ରାର୍ଥୀ ହେବେ, ନିଶ୍ଚିତ ହୋଇପାରି ନ ଥିଲା। ପୂର୍ବରୁ ଅନେକ କର୍ମୀ ଦଳରୁ ସବୁଜ ସଙ୍କେତ ପାଇ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ବେଳେ ପରବର୍ତ୍ତୀ ସମୟରେ ସେହି ୱାର୍ଡରୁ ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରାଯାଇଥିଲା। ନାମାଙ୍କନ ପୂର୍ବରୁ ବିଜେଡି ତାଲିକା ମୋବାଇଲରେ ଘୁରିବୁଲିଥିଲା। ତେବେ ନାମାଙ୍କନ ଶେଷ ଦିବସରେ ତାଲିକା ପରିବର୍ତ୍ତନ କରାଯାଇଥିଲା। ଅନ୍ୟପକ୍ଷରେ ବିଜୁ ଜୟନ୍ତୀ ଉତ୍ସବରେ ଦଳୀୟ ଟିକେଟକୁ ନେଇ ଅସନ୍ତୁଷ୍ଟ କର୍ମୀ ବିଧାୟକଙ୍କୁ ବିରୋଧ କରିଥିଲେ। ଏନେଇ ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଥିଲେ। ନଗର ସଭାପତି ମହମ୍ମଦ ଆରିଫ ମଧ୍ୟ ଜିଲା ପର୍ଯ୍ୟବେକ୍ଷକଙ୍କୁ ଟାର୍ଗେଟ କରିଥିଲେ। ଦଳୀୟ ନିଷ୍ପତ୍ତିକୁ ସେହି ସମୟରେ ବିରୋଧ କରିଥିଲେ। ଏଥିରୁ ସ୍ପଷ୍ଟ ଯେ ଖୋର୍ଦ୍ଧା ବିଜେଡିରେ ଅସନ୍ତୋଷର ବହ୍ନି ଜଳୁଛି। ଅସନ୍ତୁଷ୍ଟ କର୍ମୀ ପୌର ନିିର୍ବାଚନରେ ପ୍ରଭାବ ପକାଇବା ମଧ୍ୟ ଦଳ ଆଶଙ୍କା କରିଛି। ଶନିବାର ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ୨୨ଟି ୱାର୍ଡରେ ଦଳୀୟ ଚିହ୍ନରେ ଲଢୁଥିବା ପ୍ରାର୍ଥୀଙ୍କୁ ମନ୍ତ୍ର ଦେଇଥିଲେ। ଲୋକଙ୍କ ସହ ରୁହ, ସେମାନଙ୍କ ଆସ୍ଥା, ବିଶ୍ୱାସ ଜିଣିବାକୁ ଚେଷ୍ଟା କର ବୋଲି ପରାମର୍ଶ ଦେଇଥିଲେ। ଅନ୍ୟପଟେ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଗୋଷ୍ଠୀ କନ୍ଦଳ ବଢିବାରେ ଲାଗିଛି। ପୌର ନିର୍ବାଚନରେ ଟିକେଟ ବଣ୍ଟନକୁ କେନ୍ଦ୍ର କରି ଅସନ୍ତୋଷ ଦେଖିବାକୁ ମିଳିଛି। ଜଣକ ପରେ ଜଣେ ଦଳ ଛାଡୁଛନ୍ତି। ପ୍ରଥମେ ଖୋର୍ଦ୍ଧା ମଧ୍ୟ ମଣ୍ଡଳ ସଭାପତି ମାନସ ପଟ୍ଟନାୟକ ଇସ୍ତଫା ଦେଇଥିବା ବେଳେ ଏବେ ଭୁବନେଶ୍ୱର ଏମ୍‌ପିଙ୍କ ଟାଉନ ପ୍ରତିନିଧି ଅବନୀ ଜେନା ପଦ୍ମ ଛାଡି ଶଙ୍ଖରେ ଯୋଗଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri