ବିଜେଡି ପ୍ରାର୍ଥୀଙ୍କୁ ଟକ୍କର ଦେବେ ସ୍ବାଧୀନ

ଖୋର୍ଦ୍ଧା ଅଫିସ,୧୪ା୩: ଖୋର୍ଦ୍ଧା ପୌର ନିର୍ବାଚନ ପାଇଁ ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିବସ। ଟିକେଟ ବଣ୍ଟନକୁ କେନ୍ଦ୍ର କରି ଭାଜପା ଓ ବିଜେଡିରୁ ଏକାଧିକ ଅସନ୍ତୁଷ୍ଟ କର୍ମୀ ମଇଦାନକୁ ଓହ୍ଲାଇଛନ୍ତି। ସୋମବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିବା ପରେ ସ୍ପଷ୍ଟ ଚିତ୍ର ଜଣାପଡିବ। ପୌର ଅଧ୍ୟକ୍ଷ ପ୍ରାର୍ଥୀ ତାଲିକାରୁ ବାଦ୍‌ ପଡିବା ପରେ ବିଜେଡି ନଗର ସଭାପତି ମହମ୍ମଦ ଆରିଫଙ୍କ ସ୍ତ୍ରୀ ସବନମ ବିବି ସ୍ବାଧୀନ ଭାବେ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ତେବେ ପରେ ଦଳୀୟ ନିଷ୍ପତ୍ତିକୁ ସମ୍ମାନ ଜଣାଇ ପ୍ରାର୍ଥତ୍‌ତ୍ପତ୍ର ପ୍ରତ୍ୟାହାର କରିନେଇଛନ୍ତି। ତେବେ ବିଜେଡିର ଜିଲା ଉପସଭାପତି ଦିଲୀପ ହୋତାଙ୍କ ସ୍ତ୍ରୀ ସୁଚିତ୍ରା ମଧ୍ୟ ସ୍ବାଧିନ ଭାବେ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ସେ ଦଳୀୟ ନିଷ୍ପତିକୁ ଚାଲେଞ୍ଜ କରି ନିଜ ଜିଦରେ ଅଟଳ ରହିଛନ୍ତି। ବତ୍ତର୍ର୍ମାନ ସେ ସମର୍ଥକଙ୍କ ସହ ସୁଚିତ୍ରାଙ୍କ ପାଇଁ ପ୍ରଚାର ଆରମ୍ଭ କରିଦେଇଛନ୍ତି। ପୂର୍ବରୁ ସେ ନିଜ ହୋଟେଲରେ ମହିଳା କର୍ମୀ ସମାବେଶ କରିଥିଲେ। ତାଙ୍କୁ ସମର୍ଥନ ଜଣାଇବା ପାଇଁ ନିବେଦନ କରିଥିଲେ। ପ୍ରକାଶ ଯେ, ପୂର୍ବରୁ ଦିଲୀପ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ରଙ୍କ ସହ ଛାଇ ଭଳି ରହୁଥିଲେ। ଏପରିକି ସେ ବିଧାୟକଙ୍କ ଖୋର୍ଦ୍ଧା ପୌର ପରିଷଦ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ। ତେବେ ଅଧ୍ୟକ୍ଷ ଟିକେଟରୁ ବାଦ ପଡ଼ିବା ପରେ ବିଧାୟକ ଓ ଦଳ ଉପରେ ଅସନ୍ତୋଷ ପ୍ରକାଶ କରି ନିର୍ବାଚନ ମଇଦାନରେ ସ୍ତ୍ରୀଙ୍କୁ ଜିତାଇବା ପାଇଁ ମଙ୍ଗ ଧରିଛନ୍ତି। ସେ ଦଳର ଉପସଭାପତି ସହ ମୋ ପରିବାର ଜିଲା ସଂଯୋଜକ ଭାବେ କାର୍ଯ୍ୟ କରୁଥିଲେ। ସହରରେ କାର୍ଯ୍ୟରତ ମହିଳା ସ୍ବଂୟ ସହାୟକ ଗୋଷ୍ଠୀ, ମିଶନ ଶକ୍ତି, ସ୍ବଚ୍ଛ ଭାରତରେ କାର୍ଯ୍ୟରତ ମହିଳାମାନଙ୍କ ସହିତ ସେ ଜଡିତ ରହିଛନ୍ତି। ତେଣୁ ମହିଳାଙ୍କୁ ଏକାଠି କରିବାରେ ଲାଗିପଡ଼ିଛନ୍ତି।
ବିଜେଡି କାଉନସିଲର ତାଲିକା ପ୍ରକାଶକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଥିଲା। ଦଳରୁ ଶେଷ ପର୍ଯ୍ୟନ୍ତ କିଏ ପ୍ରାର୍ଥୀ ହେବେ, ନିଶ୍ଚିତ ହୋଇପାରି ନ ଥିଲା। ପୂର୍ବରୁ ଅନେକ କର୍ମୀ ଦଳରୁ ସବୁଜ ସଙ୍କେତ ପାଇ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ବେଳେ ପରବର୍ତ୍ତୀ ସମୟରେ ସେହି ୱାର୍ଡରୁ ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରାଯାଇଥିଲା। ନାମାଙ୍କନ ପୂର୍ବରୁ ବିଜେଡି ତାଲିକା ମୋବାଇଲରେ ଘୁରିବୁଲିଥିଲା। ତେବେ ନାମାଙ୍କନ ଶେଷ ଦିବସରେ ତାଲିକା ପରିବର୍ତ୍ତନ କରାଯାଇଥିଲା। ଅନ୍ୟପକ୍ଷରେ ବିଜୁ ଜୟନ୍ତୀ ଉତ୍ସବରେ ଦଳୀୟ ଟିକେଟକୁ ନେଇ ଅସନ୍ତୁଷ୍ଟ କର୍ମୀ ବିଧାୟକଙ୍କୁ ବିରୋଧ କରିଥିଲେ। ଏନେଇ ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଥିଲେ। ନଗର ସଭାପତି ମହମ୍ମଦ ଆରିଫ ମଧ୍ୟ ଜିଲା ପର୍ଯ୍ୟବେକ୍ଷକଙ୍କୁ ଟାର୍ଗେଟ କରିଥିଲେ। ଦଳୀୟ ନିଷ୍ପତ୍ତିକୁ ସେହି ସମୟରେ ବିରୋଧ କରିଥିଲେ। ଏଥିରୁ ସ୍ପଷ୍ଟ ଯେ ଖୋର୍ଦ୍ଧା ବିଜେଡିରେ ଅସନ୍ତୋଷର ବହ୍ନି ଜଳୁଛି। ଅସନ୍ତୁଷ୍ଟ କର୍ମୀ ପୌର ନିିର୍ବାଚନରେ ପ୍ରଭାବ ପକାଇବା ମଧ୍ୟ ଦଳ ଆଶଙ୍କା କରିଛି। ଶନିବାର ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ୨୨ଟି ୱାର୍ଡରେ ଦଳୀୟ ଚିହ୍ନରେ ଲଢୁଥିବା ପ୍ରାର୍ଥୀଙ୍କୁ ମନ୍ତ୍ର ଦେଇଥିଲେ। ଲୋକଙ୍କ ସହ ରୁହ, ସେମାନଙ୍କ ଆସ୍ଥା, ବିଶ୍ୱାସ ଜିଣିବାକୁ ଚେଷ୍ଟା କର ବୋଲି ପରାମର୍ଶ ଦେଇଥିଲେ। ଅନ୍ୟପଟେ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଗୋଷ୍ଠୀ କନ୍ଦଳ ବଢିବାରେ ଲାଗିଛି। ପୌର ନିର୍ବାଚନରେ ଟିକେଟ ବଣ୍ଟନକୁ କେନ୍ଦ୍ର କରି ଅସନ୍ତୋଷ ଦେଖିବାକୁ ମିଳିଛି। ଜଣକ ପରେ ଜଣେ ଦଳ ଛାଡୁଛନ୍ତି। ପ୍ରଥମେ ଖୋର୍ଦ୍ଧା ମଧ୍ୟ ମଣ୍ଡଳ ସଭାପତି ମାନସ ପଟ୍ଟନାୟକ ଇସ୍ତଫା ଦେଇଥିବା ବେଳେ ଏବେ ଭୁବନେଶ୍ୱର ଏମ୍‌ପିଙ୍କ ଟାଉନ ପ୍ରତିନିଧି ଅବନୀ ଜେନା ପଦ୍ମ ଛାଡି ଶଙ୍ଖରେ ଯୋଗଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ହେଲେ ରାଜ୍ୟ ସଭା ଏମ୍‌ପି: କଲେ ବୃକ୍ଷରୋପଣ

କର୍ଲାମୁଣ୍ଡା, ୨୯।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଙ୍ଗଳବାର ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାର ଗସ୍ତ କରିଛନ୍ତି। ତାଙ୍କ ସହ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?