ଅଧ୍ୟକ୍ଷା ପଦବୀ ହାତେଇବାକୁ ସବୁ ଦଳର ପ୍ରୟାସ

ଫୁଲବାଣୀ ଅଫିସ, ୧୭ା୩: ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ପଦବୀ ହାତେଇବା ଲାଗି ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ଭାଜପା ପକ୍ଷରୁ ଜୋରଦାର ପ୍ରୟାସ ଚାଲିଛି। ହେଲେ ଏଠାରେ ତ୍ରିମୁଖୀ ନୁହେଁ ଦ୍ୱିମୁଖୀ ଶାସକ ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଲଢ଼େଇ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି।
ଅଧ୍ୟକ୍ଷା ପଦବୀ ଲାଗି ବିଜେଡି ପ୍ରାର୍ଥିନୀ ପୁନମ କହଁର ଏବଂ କଂଗ୍ରେସ ପ୍ରାର୍ଥିନୀ ସବିତା ମହାନ୍ତି ସେମାନଙ୍କ ସମର୍ଥକଙ୍କୁ ଧରି ପ୍ରଚାର ଚଳାଇଛନ୍ତି। ଶାସକ ଦଳରେ ପୁନମଙ୍କ ପାଇଁ ପଞ୍ଚାୟତିରାଜ ମନ୍ତ୍ରୀ ତଥା ଜିଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ଏମ୍‌ପି ଅଚ୍ୟୁଚ ସାମନ୍ତ, ସହ ପର୍ଯ୍ୟବେକ୍ଷକ କିଶୋର ମେହେର ପ୍ରଚାର ମଙ୍ଗ ଧରିଛନ୍ତି। କଂଗ୍ରେସ ପକ୍ଷରୁ ଜିଲା ପ୍ରଭାରୀ ବିସ୍ମୟ ମହାପାତ୍ର, ଜିଲା ସଭାପତି ଅନାମ ନାୟକ, ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ଚନ୍ଦ୍ରଶେଖର ପରିଡା, ପୂର୍ବତନ ଏମ୍‌ପି ରାଧାକାନ୍ତ ଦିଗାଲ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା ସେମାନଙ୍କ ସମର୍ଥକଙ୍କୁ ଧରି ପ୍ରଚାର କରୁଛନ୍ତି। ବୁଧବାର କଂଗ୍ରେସ ୬ନଂ. ୱାର୍ଡରେ ପ୍ରଚାର ଜୋରଦାର କରିଛି।
ଅନୁରୁପ ଭାବେ ବିଜେଡି ମଧ୍ୟ ପ୍ରଚାର କାର୍ଯ୍ୟରେ ଆଗୁଆ ରହିଛି। ପ୍ରାୟ ସମସ୍ତ ୱାର୍ଡରେ ପ୍ରଚାର ଏବଂ ଭୋଟ ହାତେଇବାକୁ ଦଳ ଉଦ୍ୟମ ଜାରି ରଖିଛି।
ଅନ୍ୟପଟେ ଭାଜପାର କେହି ରାଜ୍ୟ ସ୍ତରୀୟ ନେତା ପ୍ରଚାରକୁ ଓହ୍ଲାଇ ନ ଥିଲେ ମଧ୍ୟ ଅଧ୍ୟକ୍ଷା ପ୍ରାର୍ଥୀ ସ୍ମିତା ମହାନ୍ତି ଦଳୀୟ ସମର୍ଥକ ଏବଂ ଜିଲାର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଭୋଟଭିକ୍ଷା କରୁଛନ୍ତି। ବିଜେଡିର ଗୋଷ୍ଠୀ କନ୍ଦଳ ଦୂର ହୋଇଥିବା କୁହାଯାଉଥିଲେ ହେଁ ତାହା ଦଳ ପାଇଁ ବୁମେରାଂ ସାଜିବ ବୋଲି ଅନୁମାନ କରାଯାଉଛି। ସେହିପରି ଭାଜପାର ଗୋଷ୍ଠୀ କନ୍ଦଳ ଦଳକୁ ତଳ ସ୍ତରକୁ ନେଇଯାଇଛି। କଂଗ୍ରେସ ତାର ନିଜସ୍ବ ଭୋଟ ବ୍ୟାଙ୍କ ସହ ବିପକ୍ଷ ବିରୋଧୀଙ୍କୁ ଧରି ଏହି ଆସନ ହାତେଇବ ବୋଲି ପୂର୍ବାନୁମାନ କରାଯାଉଥିବା ବେଳେ ବିଜେଡି ଲୋକଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନାକୁ ପାଥେୟ କରି ନିର୍ବାଚନ ଜିତିବ ବୋଲି ମଧ୍ୟ ଆଲୋଚନା ହେଉଛି।
ସୂଚନାଯୋଗ୍ୟ, ୧୩ଟି ୱାର୍ଡକୁ ନେଇ ଗଠିତ ଫୁଲବାଣୀ ମ୍ୟୁନିସିପାଲିଟିରେ ଚଳିତଥର ୨୫,୫୨୦ ମତଦାତା ଅଛନ୍ତି। ଆସନ୍ତା ୨୪ରେ ମତଦାନ ପାଇଁ ୧୩ଟି ୱାର୍ଡରେ ୨୮ଟି ବୁଥ୍‌ର ବ୍ୟବସ୍ଥା କରାଯାଇଛି। ୨୦୦୧ରେ ବିଜ୍ଞାପିତ ଅଞ୍ଚଳରୁ ଫୁଲବାଣୀ ମ୍ୟୁନିସିପାଲିଟି ହେବା ପରେ କ୍ରମାଗତ ଭାବେ ୩ ଥର ଏହି ପୌର ପରିଷଦ ବିଜେଡି ହାତରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଦାରିଙ୍ଗବାଡ଼ିରେ ଶୀତର ଆଗମନ: ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୯।୧୦(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା…

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା: ୨୫ ଦିନ ହେଲା ନାହିଁ ବିଜୁଳି, ଗରମରେ ସିଝୁଛନ୍ତି ଛାତ୍ରୀଛାତ୍ର

ବାଲିଗୁଡ଼ା,୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ନ ଥିବାରୁ ସେହି ସ୍ମାର୍ଟ କ୍ଲାସ୍‌ରୁମ୍‌…

ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦର ପ୍ରଭାବ: ଦାରିଙ୍ଗବାଡ଼ିରେ ରାସ୍ତା ଅବରୋଧ

ଦାରିଙ୍ଗବାଡ଼ି, ୮।୧୦ (ଅରୁଣ ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକରେ ଦେଖିବାକୁ ମିଳିଛି।…

କନ୍ୟା ସଶକ୍ତୀକରଣର ବାର୍ତ୍ତା: ଦାରିଙ୍ଗବାଡ଼ିରେ ‘ୟୁଥ୍‌ କନ୍‌କ୍ଲେଭ୍‌’; ସହର ପରିକ୍ରମା କଲା ବିଶାଳ ଶୋଭାଯାତ୍ରା

ଦାରିଙ୍ଗବାଡି, ୭।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡଃ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକ୍‌ ସ୍ତରୀୟ ୟୁଥ୍‌ କନ୍‌କ୍ଲେଭ୍‌ ତଥା…

ଦାରିଙ୍ଗବାଡ଼ିରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’, ୧୧ ବିଦ୍ୟାଳୟର ଛାତ୍ରୀଛାତ୍ର ସାମିଲ

ଦାରିଙ୍ଗବାଡି,୭।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?