୧୦ ଗାଡ଼ି ଜବତ, ୨.୮୦ ଲକ୍ଷ ଜରିମାନା

ଜଳେଶ୍ୱର, ୧୭ା୩(ଡି.ଏନ.ଏ.): ସୁବର୍ଣ୍ଣରେଖା ନଦୀରୁ ବ୍ୟାପକ ବାଲି ଚୋରାଚାଲାଣ ହେଉଥିବା ବାରମ୍ବାର ଅଭିଯୋଗ ପରେ ପ୍ରଶାସନର ଚେତା ପଶିଛି। ଜଳେଶ୍ୱର ତହସିଲଦାର ଓ ଏସ୍‌ଡିପିଓ ମିଳିତ ଭାବେ ୮ ଟ୍ରାକ୍ଟର, ୧ ଡମ୍ପର ଓ ଅନ୍ୟ ଏକ ଜେସିବି ଜବତ କରିବା ସହିତ ସେମାନଙ୍କଠାରୁ ୨ଲକ୍ଷ ୮୦ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି।
ସୁବର୍ଣ୍ଣରେଖା ନଦୀର ଜଳେଶ୍ୱର ତହସିଲ ଅଧୀନରେ ଅଦ୍ୟାବଧି ୨୩ଟି ଯାକ ବାଲି ସଇରାତ ନିଲାମ ସରି ନ ଥିବାରୁ ବ୍ୟାପକ ବାଲି ଚୋରାରେ ଚାଲାଣ ହୋଇଆସୁଛି। ଫଳରେ ପ୍ରତି ଟ୍ରାକ୍ଟର ବାଲିର ଦାମ୍‌ ୪/୫ଶହ ଟଙ୍କା ହେବାକୁ ଥିବା ବେଳେ ବାସ୍ତବରେ ୩ହଜାରରୁ ଅଧିକ ଟଙ୍କାରେ ବିକ୍ରି ହେଉଛି ା ବାଲି ମାଫିଆମାନେ ଅଧିକ ଲାଭ ପାଇବା ଆଶାରେ ଚୋରାଚାଲାଣକୁ ଦ୍ୱିଗୁଣିତ କରିଛନ୍ତି। ପ୍ରଶାସନ ପକ୍ଷରୁ ବିଳମ୍ବରେ ହେଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ା ଜଳେଶ୍ୱର ତହସିଲଦାର ସ୍ମୃତିରଞ୍ଜନ ମଲ୍ଲିକ, ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ଆର୍‌ଆଇ ଦିଲୀପ ଚନ୍ଦ, ଶରତ ବେହେରା, ସୁପରଭାଇଜର ଶୁଭେନ୍ଦୁ ସାହୁ, ଇନ୍ସପେକ୍ଟର ପ୍ରତାପ ଭଞ୍ଜ ଓ ସଞ୍ଜୟ ମଣ୍ଡଳ ପ୍ରମୁଖ ସଦଳବଳେ କଣ୍ଟାପାଳ ଓ ମାଗୁଣିଆପଡାଠାରେ ଥିବା ବାଲିଖାଦାନ ଉପରେ ଚଢାଉ କରିଥିଲେ ା କଣ୍ଟାପାଳଠାରୁ ୧ ଡମ୍ପର, ୧ ଜେସିବି ଓ ୫ ଟ୍ରାକ୍ଟର ଜବତ କରାଯାଇଛି। ସେହିଭଳି ମାଗୁଣିଆପଡାଠାରେ ୩ ଟ୍ରାକ୍ଟର ଜବତ କରାଯାଇଛି ା ଜବତ ଗାଡିଗୁଡିକରୁ ମୋଟ ୨ଲକ୍ଷ ୮୦ହଜାର ଟଙ୍କା ଜରିମାନା ଆଦାୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?