ଗୋପୀନାଥପୁର ରେଳଷ୍ଟେଶନ ପାଇଁ ୪୮.୩୬ କୋଟି ମଞ୍ଜୁର

ସଜନାଗଡ, ୧୭ା୩(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରିବାସୀଙ୍କ ବହୁ ଦିନର ସପ୍ନ ସାକାର ହେବlକୁ ଯାଉଛି l ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଦୀର୍ଘବର୍ଷ ଧରି ଦାବି ହୋଇଆସୁଥିଲା। ନୀଳଗିରିରେ ଭିତ୍ତିଭୂମି ଥାଇ ମଧ୍ୟ ରେଳ ଚଳାଚଳ ହେଉ ନ ଥିବା କଥା ବାଲେଶ୍ୱର ଏମ୍‌ପି ପ୍ରତାପ ଷଡଙ୍ଗୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କଠାରେ ପ୍ରସ୍ତାବ ରଖିଥିଲେ। ଏମ୍‌ପି ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ନୀଳଗିରିରେ ନୂତନ ରେଳଷ୍ଟେଶନ ନିର୍ମାଣ କରାଯିବା ଉଦେଶ୍ୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତ ଜାନୁୟାରୀ ୭ରେ ନୀଳଗିରି ନିକଟ ଗୋପୀନାଥପୁରଠାରେ ପହଞ୍ଚି ନୂତନ ଷ୍ଟେଶନର ଶିଳାନ୍ୟାସ କରିଥିଲେ। ଏହା ପରେ ଏବେ ରେଲଓ୍ବେ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଷ୍ଟେଶନ ନିର୍ମାଣ ନିମନ୍ତେ ୪୮.୩୬କୋଟି ଟଙ୍କା ମଞ୍ଜୁର କରାଯାଇଥିବା ଚିଠି ମାଧ୍ୟମରେ ଜଣାଯାଇଛି। ଉକ୍ତ ଟଙ୍କାରେ ଗୋପୀନାଥପୁରଠାରେ ନୂତନ ରେଳଷ୍ଟେଶନ ନିର୍ମାଣ ହେବା ସହ ସିଗନାଲ, ଟ୍ରାକ୍‌ ଫିଟ, ବିଦ୍ୟୁତୀକରଣରେ ଖର୍ଚ୍ଚ ହେବ ବୋଲି ନିର୍ଦ୍ଦେଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?