ତଦନ୍ତ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

ହାଟଡ଼ିହୀ,୧୭ା୩(ଡିି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ଶଢା ପଞ୍ଚାୟତ ସରପଞ୍ଚ ପଦବୀ ଲାଗି ହୋଇଥିବା ନିର୍ବାଚନରେ ଭୋଟ ଗଣତିକୁ ନେଇ ବିବାଦ ଦେଖାଦେଇଛି। ଏନେଇ ପରାଜିତ ସରପଞ୍ଚ ପ୍ରାର୍ଥନୀ ରାଜ୍ୟ ନିର୍ବାଚନ କମିଶନଙ୍କଠାରେ ଅଭିଯୋଗ କରିଛନ୍ତି। କମିଶନ ତାଙ୍କ ଆବେଦନକୁ ଗୁରୁତର ସହ ଗ୍ରହଣ କରି କେନ୍ଦୁଝର ଜିଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ୧୪ଟି ୱାର୍ଡକୁ ନେଇ ଗଠିତ ଶଢା ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଭାରତୀ ପାତ୍ର, ସାଗରିକା ଯେନା ଓ ସୁକାନ୍ତି ପାତ୍ର ନିର୍ବାଚନ ଲଢ଼ୁଥିଲେ। ପଞ୍ଚାୟତର ମୋଟ ୪୫୭୦ଜଣ ଭୋଟର ମତଦାନ କରିଥିବା ବେଳେ ବୈଧ ଭୋଟ ସଂଖ୍ୟା ୪୪୨୬ ଏବଂ ରିଜେକ୍ଟ ଭୋଟ ସଂଖ୍ୟା ୧୪୫ଅଟେ। ଭାରତୀଙ୍କୁ ୩୩ ଖଣ୍ଡ, ସାଗରିକାଙ୍କୁ ୨୨୦୯ଖଣ୍ଡ ଓ ସୁକାନ୍ତିଙ୍କୁ ୨୧୮୪ ଖଣ୍ଡ ଭୋଟ ମିଳିଥିଲା। ବ୍ଲକ ପକ୍ଷରୁ ସାଗରିକାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ଏହାର ପ୍ରତିବାଦରେ ସୁକାନ୍ତି କେନ୍ଦୁଝର ଜିଲାପାଳ, ଆନନ୍ଦପୁର ଉପଜିଲାପାଳ,ହାଟଡିହୀ ବିଡିଓ ଏବଂ ରାଜ୍ୟ ନିର୍ବାଚଚ କମିଶନଙ୍କଠାରେ ଲିଖିତ ଅଭିଯୋଗ କରିଥିଲେ। ବୃଦ୍ଧାଙ୍ଗୁଳି ଛାପରେ ତାଙ୍କ ସପକ୍ଷରେ ହୋଇଥିବା ବହୁ ମତଦାନକୁ ରିଜେକ୍ଟ କରାଯାଇଥିବାରୁ ସେ ପରାଜିତ ହୋଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ତେଣୁ ରିଜେକ୍ଟ ହୋଇଥିବା ସେହି ସବୁ ମତଦାନକୁ ବୈଧ ଭାବେ ପୁନଃଗଣନା ପାଇଁ ସେ ନିବେଦନ କରିଛନ୍ତି। ବିଡିଓ ବିନୀତା ବିଜୟିନୀ ବୃଦ୍ଧାଙ୍ଗୁଳି ଛାପରେ ମତଦାନକୁ ଅବୈଧ କହିଥିବା ବେଳେ ଆନନ୍ଦପୁର ଉପଜିଲାପାଳ ଗୋପୀନାଥ କୁଅଁର ଏପରି ମତଦାନ ବୈଧ ବୋଲି କହିଛନ୍ତି। ଅପରପକ୍ଷେ ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଫକୀର ଚରଣ ଶତପଥୀ ଏକ ଗାଇଡ୍‌ଲାଇନ ସମସ୍ତ ଉପଜିଲାପାଳ, ବିଡିଓ ଏବଂ ଜିଲା ପଞ୍ଚାୟତ ଅଧିକାରୀଙ୍କୁ ପ୍ରେରଣ କରି ବୃଦ୍ଧାଙ୍ଗୁଳି ଛାପରେ ମତଦାନ ବୈଧ ବୋଲି ଏକ ଚିଠିରେ ଉଲ୍ଲେଖ କରିଥିଲେ। ନିର୍ବାଚନ କମିଶନଙ୍କ ଡେପୁଟି ସେକ୍ରେଟାରୀ ଏ.ଏଚ୍‌.ପାଣିଗ୍ରାହୀ ଚିଠିନଂ. ୫୧୯୩/୧୬ା୩ା୨୦୨୨ରେ କେନ୍ଦୁଝର ଜିଲାପାଳଙ୍କୁ ଅଭିଯୋଗର ତଦନ୍ତ ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?