ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଉପରେ ଭୋଟରଙ୍କ ଭରସା ପାଉନିି

ବାଲେଶ୍ୱର ଅଫିସ, ୧୭ା୩: ବାଲେଶ୍ୱର ପୌର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଚୂଡାନ୍ତ ହେବା ପରେ ଅଧ୍ୟକ୍ଷ ଓ କାଉନ୍‌ସିଲର ପ୍ରାର୍ଥୀମାନେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ପ୍ରାର୍ଥୀମାନେ ୱାର୍ଡ଼ର ଘରକୁ ଘର ବୁଲି ଲୋକମାନଙ୍କୁ ସାକ୍ଷାତ୍‌ କରି ବ୍ୟକ୍ତିଗତ ଓ ୱାର୍ଡ଼ର ସମସ୍ୟା ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଉଥିବା ବେଳେ ଭୋଟରମାନେ ଏହାର କଡ଼ା ଜବାବ ଦେଉଛନ୍ତି। ୱାର୍ଡ଼ ସମସ୍ୟା ସୁଧାରିବା ଲାଗି ପ୍ରାର୍ଥୀମାନେ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ଭୋଟରମାନେ ତାହାକୁ ଗ୍ରହଣ କରିପାରୁନାହାନ୍ତି। ବାଲେଶ୍ୱର ପୌରାଞ୍ଚଳର ୧୬ନଂ. ୱାର୍ଡ଼ ସହରର ଏକ ପ୍ରମୁଖ ଅଞ୍ଚଳ। ଯେଉଁଠି ଫକୀରମୋହନ ମହାବିଦ୍ୟାଳୟଠାରୁ ଆରମ୍ଭ କରି ବହୁ ବେସରକାରୀ ଶିକ୍ଷାନୁଷ୍ଠାନ ରହିଛି। ଏଠାରେ ଭୋଟରଙ୍କଠାରୁ ଅଧିକ ଛାତ୍ରୀଛାତ୍ର ଅଛନ୍ତି। ଉକ୍ତ ଅଞ୍ଚଳ ବ୍ୟବସାୟୀମାନଙ୍କୁ ସୁହାଉଛି। ଏହି ଅଞ୍ଚଳ ସମସ୍ୟାବହୁଳ। ପ୍ରାର୍ଥୀମାନେ ପ୍ରଚାର ଲାଗି ଗଲେ ଭୋଟରମାନେ ପାନୀୟଜଳ ଯୋଗାଣଠାରୁ ଆରମ୍ଭ କରି ରାସ୍ତାଘାଟ, ନାଳନର୍ଦ୍ଦମା ସଫେଇ ଓ ନବୀକରଣ ସହ ପୋଖରୀ ପୁନରୁଦ୍ଧାର ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରୁଛନ୍ତି।
୧୬ନଂ. ୱାର୍ଡ଼ ପଢୁଆଁପଦାର ଆଂଶିକ, ବିବିଦେ ରୋଡର ଆଂଶିକ, ଏସ୍‌କେ ଅଗସ୍ତି ରୋଡର ଆଂଶିକ, ଫକୀରମୋହନ କଲେଜରୋଡ ଓ ଜେଲରୋଡ ପାର୍ଶ୍ୱ ଅଞ୍ଚଳକୁ ନେଇ ଗଠିତ। ଏଠାରେ ୩୫୫ ପରିବାରରେ ମୋଟ ୨୨୨୨ ଭୋଟର ଅଛନ୍ତି। ସେଥିମଧ୍ୟରୁ ୧୧୪୨ ପୁରୁଷ ଓ ୧୦୮୦ ମହିଳା ଭୋଟର ଅଛନ୍ତି। ୱାର୍ଡ଼ର ଏକାଧିକ ସମସ୍ୟାକୁ ନେଇ ଲୋକେ ସ୍ବର ଉଠାଇଛନ୍ତି। ବିଶେଷ କରି ଏହି ୱାର୍ଡ଼ର ପୁରାତନ ‘ନୂଆ ପୋଖରୀ’ର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବନ୍ଦ ରହିବାକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପୋଖରୀ ପାର୍ଶ୍ୱରେ ସୁରକ୍ଷା ପ୍ରାଚୀର ନିର୍ମାଣ, ପଙ୍କ ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଆଦି ପାଇଁ ୫୦ଲକ୍ଷରୁ ଅଧିକ ଟଙ୍କାର ସରକାରୀ ଅନୁଦାନ ମଞ୍ଜୁର ହୋଇଥିଲା। ୭ମାସ ପୂର୍ବରୁ ଏହି ପ୍ରକଳ୍ପର ଶିଳାନ୍ୟାସ ଶେଷ ହୋଇଥିଲା। ମାତ୍ର ଅଦ୍ୟାବଧି କାର୍ଯ୍ୟ ଆରମ୍ଭ ହୋଇନାହଁି। ଅନ୍ୟପକ୍ଷରେ ଏହି ପୁନରୁଦ୍ଧାର କାର୍ଯ୍ୟ ହେବ ବୋଲି ଦୁଇବର୍ଷ ପୂର୍ବରୁ ପୋଖରୀକୁ ଶୁଖାଇ ଦିଆଯାଇଥିଲା। ଏବେ ଏହା ପରିତ୍ୟକ୍ତ ଅବସ୍ଥାରେ ରହିଛି। ସେଥିପାଇଁ ପୂଜା ପାର୍ବଣ, ବିବାହ ବ୍ରତରେ ଘଟ ଉତ୍ତୋଳନ ଓ ଅନ୍ୟ କର୍ମକାଣ୍ଡ ସହ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମ ପାଇଁ ୱାର୍ଡ଼ବାସୀ ଅନ୍ୟତ୍ର ଯାଉଛନ୍ତି। ସେହିପରି ଦୀର୍ଘଦିନରୁ ଲାଗି ରହିଥିବା ପାନୀୟଜଳ ସମସ୍ୟା କ୍ରମଶଃ ଜଟିଳ ହେବାରେ ଲାଗିଛି। ପୂର୍ବରୁ ଥିବା ପାଇପ୍‌ ପାଣି ବ୍ୟବସ୍ଥା ୱାର୍ଡ଼ର ସମସ୍ତ ପରିବାରଙ୍କ ପାଇଁ ପର୍ଯ୍ୟାପ୍ତ ହେଉ ନ ଥିବା ବେଳେ ଉକ୍ତ ଅଞ୍ଚଳକୁ ଠିକ୍‌ ଭାବେ ପାଣି ମଧ୍ୟ ଯାଇ ନ ଥିଲା। ବାରମ୍ବାର ଅଭିଯୋଗ ପରେ ଗତବର୍ଷ ଆଉ ଏକ ଗଭୀର ନଳକୂପ ଖନନ ସହ ପାଇପ୍‌ରେ ପାଣି ଯୋଗାଣ କରାଗଲା। ମାତ୍ର ଏଥିରୁ ବାହାରୁଥିବା କାଦୁଅ ପାଣିକୁ ନେଇ ଲୋକେ ବାରମ୍ବାର ଆପତ୍ତି କରିବା ପରେ ମଧ୍ୟ କୌଣସି ପ୍ରତିକାର ହେଉ ନ ଥିବା ୱାର୍ଡ଼ବାସୀ ଆରୋପ କରିଛନ୍ତି। ସେହିଭଳି ପ୍ରୁଫ ରୋଡ଼ରୁ ଏହି ୱାର୍ଡ଼ ଦେଇ ଫକୀରମୋହନ କଲେଜ ହଷ୍ଟେଲ ଦେଇ ଯାଉଥିବା ମୁଖ୍ୟ ରାସ୍ତା ଓ ଜେଲ ରୋଡରୁ ବିବେକାନନ୍ଦ ମାର୍ଗ ପର୍ଯ୍ୟନ୍ତ ରାସ୍ତା ପାଇଁ ଅନୁଦାନ ମଞ୍ଜୁରୀକୁ ବର୍ଷେ ବିତିଛି। ମାତ୍ର ମାସେ ପୂର୍ବରୁ ଆରମ୍ଭ ହୋଇଥିବା କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ତଥା ଅଧପନ୍ତରିଆ ଭାବେ ଚାଲିଛି। ନିର୍ମାଣାଧୀନ ରାସ୍ତାଘାଟ ଓ ନାଳ କାର୍ଯ୍ୟ ଯୋଗୁ ଲୋକେ ଯାତାୟାତରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରତ୍ୟେକ ନିର୍ବାଚନରେ ପ୍ରତିଶ୍ରୁତି ଶୁଣି ଶୁଣି ଦେହସୁହା ହୋଇଯାଇଥିବା ସାଧାରଣ ଲୋକେ ଦୀର୍ଘ ଅଢ଼େଇ ବର୍ଷ ବିଳମ୍ବରେ ହେଉଥିବା ପୌର ନିର୍ବାଚନରେ ପ୍ରାର୍ଥୀଙ୍କ କୌଣସି କଥାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି। ସୂଚନା ଯେ, ଗତ ୨୦୧୩ ପୌରନିର୍ବାଚନରେ ଏହି ୱାର୍ଡ଼ର କାଉନ୍‌ସିଲର ପଦ ଅଣସଂରକ୍ଷିତ ଥିବା ବେଳେ ଚଳିତ ନିର୍ବାଚନରେ ଏହା ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?