ଆମ ଜିଲା ଖବର

ପ୍ରଶାସନ ପାଣ୍ଠି ଦେଲେ ସମାଧାନ

ଅନୁଗୋଳ ଅଫିସ, ୨୦।୧୦ ଅନୁଗୋଳ ସହରରେ ବୁଲା ଗୋରୁଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସକାଳୁ ରାତିଯାଏ ଏମାନେ ବିଭିନ୍ନ ରାସ୍ତାକୁ କବ୍‌ଜା କରି ରଖୁଥିବାରୁ ଦୈନିକ ଏକାଧିକ ଦୁର୍ଘଟଣା ଘଟୁଛି। ସହରର ରାସ୍ତା ମଧ୍ୟ ଅପରିଷ୍କାର...

ଗାଁକୁ ମାଡ଼ୁଛି ସୁବର୍ଣ୍ଣରେଖା

ବାରିପଦା ଅଫିସ,୨୦ା୧୦- ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟ ଦେଇ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀ। ଏହି ନଦୀ ମୟୂରଭଞ୍ଜ ଜିଲାର ଦୁଇଟି ବ୍ଲକ ମଧ୍ୟଦେଇ ବହି ଯାଉଥିବା ବେଳେ କୂଳକ୍ଷୟ ଯୋଗୁ ଗାଁ ଗଣ୍ଡା ପ୍ରତି ବିପଦ ସାଜିଛି।...

ଏସ୍‌ଏଏନ୍‌ଟି ମିଶାଇଲ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୦।୧୦-ବାଲେଶ୍ୱର ଚାନ୍ଦିପୁର ଡିଆରଡିଏ ପକ୍ଷରୁ କ୍ଷେପଣାସ୍ତ୍ର ଷ୍ଟାଣ୍ଡ ଅଫ୍‌ ଆଣ୍ଟି ଟ୍ୟାଙ୍କ ମିଶାଇଲ (ଏସ୍‌ଏଏନ୍‌ଟି) ସୋମବାର ପରୀକ୍ଷଣ କରାଯାଇଛି। ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ୮ କିଲୋଗ୍ରାମ୍‌ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି।...

ଲୋଭର ବଶବର୍ତ୍ତୀ ନ ହୋଇ ଯୁବକ ଫେରାଇଲେ ୨୨ ହଜାର ଟଙ୍କା

ସୁନ୍ଦରଗଡ,୧୯।୧୦(ଡି.ଏନ୍‌.ଏ.)-ଆଜି ବିଞ୍ଚିଛି ମାନବିକତା। ଲୋଭର ବଶବର୍ତ୍ତୀ ନ ହୋଇ ଜଣେ ଯୁବକ ଶହେ କି ହଜାରେ ନୁହେଁ ଏକାବେଳେ ୨୨ ହଜାର ଟଙ୍କା ରାସ୍ତାରୁ ପାଇଥିଲେ ମଧ୍ୟ ଏହାର ପ୍ରକୃତ ମାଲିକଙ୍କୁ ଫେରାଇ ଦେଇଛନ୍ତି। ଏହି ଘଟଣା ସୁନ୍ଦରଗଡ ଜିଲା...

ବେକରେ କଟୁରି ଲଗାଇ ନେଇଗଲେ ଗହଣା, ଟଙ୍କା

ଖୁଣ୍ଟୁଣୀ,୧୯ା୧୦(ଡି.ଏନ୍‌.ଏ.): ଖୁଣ୍ଟୁଣୀ ଥାନା ଖମାରନୂଆଗାଁ ଗ୍ରାମର ଲଛମନ ରାଉତଙ୍କ ଘରେ ରବିବାର ରାତିରେ ଦୁର୍ବୃତ୍ତମାନେ ଘରଲୋକଙ୍କ ବେକରେ କଟୁରି ଲଗାଇ ୬୬ ଗ୍ରାମ ଓଜନର ଗହଣା ଓ ୨୫ ହଜାର ଟଙ୍କା ଲୁଟି ନେଇଯାଇଥିବା ଅଭିଯୋଗ ହୋଇଛି। ଏ ନେଇ...

ଜୁଆଖେଳ ଚାଲିଥିବା ବେଳେ ଚଢ଼ାଉ: ୫ ଜୁଆଡି ଗିରଫ

ଦିଗପହଣ୍ଡି,୧୯।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ରାଜପୁର ଗାଁରେ ଜୁଆଖେଳ ଚାଲିଥିବା ବେଳେ ଦିଗପହଣ୍ଡି ପୋଲିସ ଚଢ଼ାଉ କରି ୫ ଜୁଆଡିଙ୍କୁ ଗିରଫ କରିଛି। ଥାନା ଆଇଆଇସି ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ ଅତର୍କିତ...

କଟକ ସହରରୁ ଆଜି ୬୪ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୧୯।୧୦- କଟକ ସହରରୁ ଆଜି ମୋଟ ୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୩୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୫ ଜଣ ଅଛନ୍ତି। ଏ ନେଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ...

ମାଓବାଦୀଙ୍କ ଆଡ୍ଡାରେ ଚଢାଉ: ବିପୁଳ ପରିମାଣର ବିସ୍ପୋରକ ଜବତ

କୋରାପୁଟ,୧୯।୧୦(ସ୍ବ.ପ୍ର)-କୋରାପୁଟ ଜିଲା ମାଛକୁଣ୍ଡ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଜଙ୍ଗଲରେ ମାଓବାଦୀଙ୍କ ଏକ ଆଡ୍ଡା ଉପରେ ରବିବାର ପୋଲିସ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ, ମାଓବାଦୀ କ୍ୟାଡରଙ୍କ ଫଟୋ, ଅତ୍ୟାଧୁନିକ ବିସ୍ପୋରକ ଜବତ କରାଯାଇଛି। ଏ ନେଇ...

ସ୍ବର୍ଗଦ୍ୱାରରୁ ହଟିଲା କଟକଣା

ପୁରୀ ଅଫିସ,୧୯ା୧୦: ମହାମାରୀ କରୋନା ପାଇଁ ସ୍ବର୍ଗଦ୍ୱାରରେ ମୃତଦେହ ଦାହ ଉପରେ ଲଗାଯାଇଥିବା କଟକଣା ହଟିଛି । ସୋମବାର ଜିଲାପାଳ ବଲୱନ୍ତ ସିଂ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ଏଣିକି ସରକାରଙ୍କ କୋଭିଡ୍‌ ଗାଇଡ୍‌ ଲାଇନ ଅନୁପାଳନ କରି...

ବରଗଡ଼ରୁ ୪୬ ନୂଆ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୮ହଜାର ଟପିଲା

ବରଗଡ଼ ଅଫିସ,୧୯।୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ଜିଲାରୁ ପୁଣି ୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳରୁ ୬ ଝଣ ରହିଥିବା ବେଳେ ବରଗ ବ୍ଲକର...

ଦୁର୍ଗା ମୂର୍ତ୍ତି ଉଚ୍ଚତା ବିବାଦ: ୯ ପୂଜା କମିଟିକୁ ମିଳିଲା ଅନୁମତି

କଟକ ଅଫିସ, ୧୯।୧୦: ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଦୁର୍ଗା ମୁର୍ତ୍ତିର ଉଚ୍ଚତାକୁ ନେଇ ଲାଗି ରହିଥିବା ବେଳେ ବିବାଦ ହାଇକୋର୍ଟକୁ ଯାଇଥିଲା। ଶେଷରେ ୯ ପୂଜା କମିଟିକୁ ହାଇକୋର୍ଟ ଅନୁମତି ଦେଇଛନ୍ତି। ଆଡଭୋକେଟ ଜେନେରାଲଙ୍କ ରିପୋର୍ଟ ଆଧାରରେ...

ବିପୁଳ ପରିମାଣର ମାଓବାଦୀ ବିସ୍ଫୋରକ ସାମଗ୍ରୀ ଜବତ

କୋରାପୁଟ,୧୯ା୧୦(ସ୍ବ.ପ୍ର.): କୋରାପୁଟ ଜିଲାର ସୀମାନ୍ତ ଆଙ୍କଦଳି ଅଞ୍ଚଳରୁ ଏକ ପ୍ଲାଷ୍ଟିକ୍‌ ଡ୍ରମରେ ପୋତା ଯାଇଥିବା ବିପୁଳ ପରିମାରଣର ମାଓବାଦୀ ବିସ୍ଫୋରକ ଜବତ କରାଯାଇଛି। କୋରାପୁଟ ଡିଭିଏଫ୍‌ ଏବଂ ଆଙ୍କଦଳି ବିଏସ୍‌ଏଫ୍‌ର ମିଳିତ ଅପରେଶନ ସମୟରେ ଏହି ସାମଗ୍ରୀ ଜବତ କରାଯାଇଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri