ଗାଁକୁ ମାଡ଼ୁଛି ସୁବର୍ଣ୍ଣରେଖା

ବାରିପଦା ଅଫିସ,୨୦ା୧୦- ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟ ଦେଇ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀ। ଏହି ନଦୀ ମୟୂରଭଞ୍ଜ ଜିଲାର ଦୁଇଟି ବ୍ଲକ ମଧ୍ୟଦେଇ ବହି ଯାଉଥିବା ବେଳେ କୂଳକ୍ଷୟ ଯୋଗୁ ଗାଁ ଗଣ୍ଡା ପ୍ରତି ବିପଦ ସାଜିଛି। ଫଳରେ ନଦୀକୂଳବାସୀ ଆତଙ୍କିତ ଅବସ୍ଥାରେ ଦିନ କାଟୁଥିବା ବେଳେ ବହୁ ଚାଷଜମି ବାଲିଚର ହୋଇଯାଇଛି ା ଆଡ଼ିବନ୍ଧ ନିର୍ମାଣ କରା ନ ଗଲେ ଆଗାମୀ କିଛି ବର୍ଷ ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ଗ୍ରାମ ନଦୀଗର୍ଭରେ ଲୀନ ହେବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ା
୩୯୫ କି.ମି. ଦୈର୍ଘ୍ୟ ବିଶିଷ୍ଟ ସୁବର୍ଣ୍ଣରେଖା ନଦୀ ଝାଡ଼ଖଣ୍ଡ ରାଜ୍ୟର ରାଜଧାନୀ ରାଞ୍ଚି ନିକଟସ୍ଥ ପିସ୍‌କା ଅଞ୍ଚଳରୁ ବାହାରିଛି ା ଏହି ନଦୀ ରାଞ୍ଚିି, ସରେଇକେଲା, ଖରସୁଆଁ, ସିଂହଭୂମି ଜିଲା ଦେଇ ପଶ୍ଚିମବଙ୍ଗର ମେଦିନପୁରରେ ପ୍ରବେଶ କରିଛି ା ୮୩ କି.ମି. ଧରି ପଶ୍ଚିମବଙ୍ଗରେ ପ୍ରବାହିତ ହେବା ପରେ ଓଡ଼ିଶାର ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାର ୭୯ କି.ମି ଦେଇ ବଙ୍ଗୋପସାଗରରେ ମିଶିଛି ା ମୟୂରଭଞ୍ଜ ଜିଲାର ସାରସକଣା ଓ ରାସଗୋବିନ୍ଦପୁର ବ୍ଲକ ଦେଇ ପ୍ରବାହିତ ହୋଇଥିବା ଏହି ନଦୀ ପ୍ରତିବର୍ଷ ବର୍ଷାଦିନେ ଉଛୁଳି ପଡ଼ିବା ସହ କୂଳ ଖାଇଥାଏ ା ରାସଗୋବିନ୍ଦପୁର ବ୍ଲକ ଗୋଡ଼ିଘାଟି ପଞ୍ଚାୟତର ଟିକାୟତପୁର,ବନ୍ଧମୁଣ୍ଡି, ତମ୍ବାଖୁରି, ବରହମପୁରା ଓ ଗୋଡ଼ଘାଟି ଗ୍ରାମ ନଦୀ କୂଳରେ ଅବସ୍ଥିତ। ବର୍ଷାଦିନେ ନଈବଢି ହେଲେ ଟିକାୟତପୁର ଓ ବନ୍ଧମୁଣ୍ଡି ଗ୍ରାମରେ ଉଦବୃତ୍ତ ବନ୍ୟାଜଳ ପ୍ରବେଶ କରି ବହୁ ଧନଜୀବନ ନଷ୍ଟ କରିଥାଏ। ସେହିପରି ସାରସକଣା ବ୍ଲକ ଶୀର୍ଷା ପଞ୍ଚାୟତର ରୁଗୁଡ଼ିସାହି, ନୂଆସାହି, କୁଲସାହି, ମାଲିସାହି, ବେଢ଼ାପାଳ, ତୁଟାସାହି, ଧରାସାହି ଏବଂ ପାଣ୍ଡରା ପଞ୍ଚାୟତର ପାଣ୍ଡରା ଓ ରଳାସାହି ଗ୍ରାମର ଲୋକେ ନଦୀ କୂଳରେ ରହିଛନ୍ତି। ବର୍ଷାଦିନେ ନଦୀରେ ପାଣି ବଢ଼ିଲେ କୂଳବାସୀ ଭୟଭୀତ ହୋଇ ଗାଁର ଉପରମୁଣ୍ଡକୁ ସ୍ଥାନାନ୍ତର ହୋଇଥାନ୍ତି। ପାଣ୍ଡରା ଗ୍ରାମ ବାଲି ସୈରାତରୁ ମାତ୍ରାଧିକ ବାଲି ଉତ୍ତୋଳନ ଦ୍ୱାରା ନଦୀପଠା କ୍ଷୟ ହୋଇ ତଟବର୍ତ୍ତୀ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଗ୍ରାମର ଧୀରେନ ଚନ୍ଦ୍ର କଲିଆ, ସୁଧୀର ମଣ୍ଡଳ, ବୈକୁଣ୍ଠ ପାତ୍ର ପ୍ରମୁଖ ପ୍ରକାଶ କରିଛନ୍ତି। ସେହିପରି ଅନେକ ସ୍ଥାନରୁ ଚୋରାରେ ବେଆଇନ ବାଲି ଉତ୍ତୋଳନ ହେଉଥିବାରୁ ନଦୀଶଯ୍ୟା କ୍ଷୟ ହୋଇ ବନ୍ଧବାଡ଼ ପ୍ରତି ବିପଦ ସୃଷ୍ଟି କରୁଛି। ଏପରିକି ବାଲି ପରିବହନ କରିବା ପାଇଁ ଲିଜଧାରୀମାନେ ନଦୀର ଆଡ଼ିକୁ ମେଶିିନ ସାହାଯ୍ୟରେ ସମତୁଲ କରୁଥିବାରୁ ବର୍ଷାଦିନେ ନଦୀର ଉଦ୍‌ବୃତ୍ତ ଜଳ ଗାଁ ମଧ୍ୟରେ ପ୍ରବେଶ କରୁଛି। ୧୦ବର୍ଷ ମଧ୍ୟରେ ନଦୀକୂଳ ଖାଇବାରୁ ପ୍ରାୟ ୪ ଶହ ମିଟର ଗାଁ ଅଭିମୁଖେ ନଦୀଟି ମାଡ଼ି ଆସିଛି ବୋଲି ରୁଗୁଡ଼ିସାହିର ରଇଦାସ ମାଝି, ଶୁକ୍ରା ହେମ୍ବ୍ରମ, ଜଗଦୀଶ ପାତ୍ର ପ୍ରକାଶ କରିଛନ୍ତି ା ତେବେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗାମୀ କିଛି ବର୍ଷ ମଧ୍ୟରେ ଧରାସାହି ଓ ରଳାସାହି ଗ୍ରାମଟି ନଦୀ ଗର୍ଭରେ ଲୀନ ହେବ ବୋଲି ଗ୍ରାମବାସୀ ବୁଧିଆ ସିଂ ଓ ଭଗବାନ ସିଂ କହିଛନ୍ତି। ବେଆଇନ ବାଲି ଉତ୍ତୋଳନକୁ ରୋକିବା ସହ ଆଡ଼ିବନ୍ଧ ଓ ସ୍ପର ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ଲୋକ ସଭା, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର ବିଧାନସଭା ଆସନରେ ବିଜେଡି ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫: ଆରମ୍ଭ ହୋଇଛି ସାଧାରଣ ନିର୍ବାଚନର ଅନ୍ତିମ ପର୍ବ ଭୋଟଗଣତି। ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ପରେ ଇଭିଏମ୍‌ରୁ ସ୍ପଷ୍ଟ ହେବ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୨୬୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୯ା୨(ବ୍ୟୁରୋ): ଶନିବାର ରାଜ୍ୟରୁ ଆଉ ୧୨୬୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୬୭,୧୦୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୪ା୮(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୪୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୧୪,୭୫୨ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ମୁସଲମାନ ଭଉଣୀଭାଇଙ୍କୁ ଇଦ୍‌ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ଶୁକ୍ରବାର ପାଳନ କରାଯାଉଛି ପବିତ୍ର ଇଦ୍‌ ଉଲ୍‌ ଫିତର। ଏହି ଅବସରରେ ମୁସଲମାନ ଭଉଣୀଭାଇଙ୍କୁ ଟୁଇଟ୍‌ କରି ଇଦ୍‌ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ...

ଉତ୍ତରକୁ ଢଳିଲେ ସିଦ୍ଧେଶ୍ୱର ମହାଦେବ: ସୂର୍ଯ୍ୟଙ୍କ ଗତିର ବିପରୀତ ଦିଗକୁ ଢଳିଥାନ୍ତି ଶିବ ଲିଙ୍ଗ

ଖଣ୍ଡପଡା,୧୮ା୭(ସ୍ବ.ପ୍ର.): ଜଗନ୍ନାଥ ସଂସ୍କୃତିର ଆଦି ପୀଠ ଭାବେ ପରିଚିତ କଣ୍ଟିଲୋ ଶ୍ରୀନୀଳମାଧବ ଜୀଉଙ୍କ ପାର୍ଶ୍ୱଠାକୁର ଭାବେ ସିଦ୍ଧେଶ୍ୱର ମହାଦେବ ବିରାଜମାନ ହୋଇଛନ୍ତି। ବୁଧବାର କର୍କଟ ସଂକ୍ରାନ୍ତି...

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା: ହାଇକୋର୍ଟରେ ନିରଞ୍ଜନଙ୍କ ଜାମିନ ଆବେଦନ

ଭୁବନେଶ୍ୱର,୩।୬(ବ୍ୟୁରୋ): ବହୁଚର୍ଚ୍ଚିତ ନୟାଗଡ଼ର କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ ଗିରଫ ହୋଇ ଜେଲ ଯାଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅବସରପ୍ରାପ୍ତ ବୈଷୟିକ...

୬ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧି

ଭୁବନେଶ୍ୱର, ୧୦।୬(ବ୍ୟୁରୋ)-ରାଜ୍ୟର ୬ କୁଳପତିଙ୍କ କାର୍ଯ୍ୟକାଳ ବଢ଼ିଛି। ଉତ୍କଳ ବିଶ୍ୱବିଦ୍ୟାଳୟ, ରମାବେଦୀ ମହିଳା ବିଶ୍ୱବିଦ୍ୟାଳୟ, ଖଲିକୋଟ ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ...

ଆଜିଠୁ ୭୫ ମିଟର ଉଚ୍ଛେଦ ଅଭିଯାନ

ପୁରୀ ଅଫିସ, ୨୭।୮: ଶ୍ରୀମନ୍ଦିରର ସୁରକ୍ଷା ପାଇଁ ତ୍ୟାଗ କର। ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ବାନ ପରେ ମେଘନାଦ ପ୍ରାଚୀର ଚତୁଃପାର୍ଶ୍ୱର ୭୫ ମିଟର ପରିଧି ମଧ୍ୟରେ...

Advertisement
Archives

Model This Week