ଲୋଭର ବଶବର୍ତ୍ତୀ ନ ହୋଇ ଯୁବକ ଫେରାଇଲେ ୨୨ ହଜାର ଟଙ୍କା

ସୁନ୍ଦରଗଡ,୧୯।୧୦(ଡି.ଏନ୍‌.ଏ.)-ଆଜି ବିଞ୍ଚିଛି ମାନବିକତା। ଲୋଭର ବଶବର୍ତ୍ତୀ ନ ହୋଇ ଜଣେ ଯୁବକ ଶହେ କି ହଜାରେ ନୁହେଁ ଏକାବେଳେ ୨୨ ହଜାର ଟଙ୍କା ରାସ୍ତାରୁ ପାଇଥିଲେ ମଧ୍ୟ ଏହାର ପ୍ରକୃତ ମାଲିକଙ୍କୁ ଫେରାଇ ଦେଇଛନ୍ତି। ଏହି ଘଟଣା ସୁନ୍ଦରଗଡ ଜିଲା ବିଲେଇମୁଣ୍ଡାରେ ଦେଖିବାକୁ ମିଳିଛି।
ଟପରିଆ କନ୍ଦାଢୁଡାର ବିବେକ ମଲ୍ଲିକ ବିଲେଇମୁଣ୍ଡାରେ ଥିବା ଏକ କପଡା ଦୋକାନରେ କାମ କରନ୍ତି। ସୋମବାର ବିବେକ ରାସ୍ତାରେ ଯାଉଥିବାବେଳେ ୨୨ ହଜାର ଟଙ୍କା ସହ ଏକ ବିଲ୍‌ ପାଇଥିଲେ। ବିଲରେ ଗୋଟିଏ ଟେଲିିଫୋନ୍‌ ନମ୍ବର ରହିଥିଲା। ବିବେକ ସେହି ନମ୍ବରରେ ଯୋଗାଯୋଗ କରିବାରୁ ତାହା ରମେଶ ପଟେଲ ନାମକ ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡିଥିଲା। ତେବେ ଅସାବଧାନ ବଶତଃ ପ୍ୟାଣ୍ଟ ପକେଟରୁ ଟଙ୍କା ଓ ବିଲ୍‌ ଖସି ପଡିଥିବା ରମେଶ ବିବେକଙ୍କୁ କହିଥିଲେ। ଏହି ଖବର ଜାଣିବା ପରେ ସୁନ୍ଦରଗଡ ଏସ୍‌ପି ସାଗରିକା ନାଥ ସୋମବାର ବିବେକଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ଧନ୍ୟବାଦ ଦେବା ସହ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବରଗଡ଼ରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ତା’ ପୂର୍ବରୁ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ଜିଲାର ଅତାବିରା ବ୍ଲକ ଅନ୍ତର୍ଗତ…

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୩।୭: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛି। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ…

ରାଜନୀତିରେ ହଲଚଲ: ଓଡ଼ିଶାର ସାଂସଦଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୈଠକ, ସାମିଲ ହେଲେ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

ଏହି ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ: ସରକାର କହିଲେ…

ଭୁବନେଶ୍ୱର,୨୩ା୭(ସୁଚିସ୍ମିତା ସାହୁ): ଆନ୍ଧ୍ରପ୍ରଦେଶ ପରେ ଏବେ ଓଡ଼ିଶାରେ କରୋନା ବ୍ୟାପିବା ଆଶଙ୍କା ଦେଖାଦେଇଛି। ଗଞ୍ଜାମ ଜିଲାରେ ଜଣେ ଆକ୍ରାନ୍ତ ରହିଥିବା କୋଭିଡ୍‌ ଡ୍ୟାସ୍‌ବୋର୍ଡରେ ଦର୍ଶାଯାଇଥିବାବେଳେ ମଙ୍ଗଳବାର ଏମ୍‌କେସିଜି…

ଭାରତୀୟ ପାଣିପାଗ ବିଭାଗର ବଡ଼ ପୂର୍ବାନୁମାନ: ଆଗାମୀ ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨୩ା୭ (ସୌମ୍ୟରଞ୍ଜନ ରାଉତ): ରାଜ୍ୟରେ ବର୍ଷା ପ୍ରକୋପ ଜାରି ରହିଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଗାମୀ ୨ଦିନ ପର୍ଯ୍ୟନ୍ତ…

ମାଲକାନଗିରିରେ ପରୀକ୍ଷାମୂଳକ ବିମାନ ଉଡ଼ାଣ ସଫଳ

ମାଲକାନଗିର,୨୩।୭ (ଦୁର୍ଯ୍ୟୋଧନ ପାତ୍ର/ ଗୌରୀଶଙ୍କର ପଣ୍ଡା): ମାଲକାନଗିରି ଜିଲାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହେବାକୁ ଯାଉଛି। ଜିଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ ବେସାମରିକ ବିମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri