ପ୍ରଶାସନ ପାଣ୍ଠି ଦେଲେ ସମାଧାନ

ଅନୁଗୋଳ ଅଫିସ, ୨୦।୧୦

ଅନୁଗୋଳ ସହରରେ ବୁଲା ଗୋରୁଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସକାଳୁ ରାତିଯାଏ ଏମାନେ ବିଭିନ୍ନ ରାସ୍ତାକୁ କବ୍‌ଜା କରି ରଖୁଥିବାରୁ ଦୈନିକ ଏକାଧିକ ଦୁର୍ଘଟଣା ଘଟୁଛି। ସହରର ରାସ୍ତା ମଧ୍ୟ ଅପରିଷ୍କାର ହେଉଛି। ଏ ନେଇ ପୌରପାଳିକା ନିକଟରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ। ତେବେ କାଞ୍ଜିଆହୁଦା ନିର୍ମାଣ ପାଇଁ ଜିଲା ପ୍ରଶାସନ ପାଣ୍ଠି ଯୋଗାଇ ଦେଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ପୌର କର୍ତ୍ତୃପକ୍ଷ କହିଛନ୍ତି।
ସହରର ଗଳିକନ୍ଦି ଠାରୁ ଆରମ୍ଭ କରି ଜାତୀୟ ରାଜପଥ ଯାଏ ସବୁଆଡ଼େ ପଲ ପଲ ଗୋରୁ ବୁଲୁଛନ୍ତି। ଗାନ୍ଧୀମାର୍ଗ, ସର୍କିଟ ହାଉସ ରାସ୍ତା, ଅମଲାପଡ଼ା, ଶିମିଳିପଡ଼ା, ତାମ୍ରିତ କଲୋନୀ, ମିଶ୍ରପଡ଼ା, ଇଣ୍ଡ୍ରଷ୍ଟିଆଲ ଇଷ୍ଟେଟ୍‌, ହେମସୁରପଡ଼ା ଆଦି ରାସ୍ତାରେ ଏମାନଙ୍କ ସଂଖ୍ୟା ଅଧିକ। ସେହିପରି ୫୫ନଂ. ଜାତୀୟ ରାଜପଥ ଉପରେ ରାତିରେ ଗୋରୁପଲ ଶୋଇ ରହୁଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଫଳରେ ଲୋକଙ୍କ ସହ ଗୋରୁମାନେ ମଧ୍ୟ କ୍ଷତାକ୍ତ ହେଉଛନ୍ତି। ଖୋଦ୍‌ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ପ୍ରାୟତଃ ଦୁର୍ଘଟଣାରେ ଗୋରୁମାନେ ଆହତ ହୋଇ ରାସ୍ତା ଉପରେ ପଡ଼ି ରହୁଥିବା ଦେଖାଯାଉଛି। ସରକାରୀ କଲୋନୀ ସମ୍ମୁଖ ରାସ୍ତାରେ ଏପରି ଦୃଶ୍ୟ ନିତିଦିନିଆ ହୋଇଗଲାଣି। ସହରରେ ବୁଲୁଥିବା ଏହି ଗୋରୁପଲଙ୍କ ମଧ୍ୟରୁ ଅନେକଙ୍କର ମାଲିକ ଅଛନ୍ତି। କିନ୍ତୁ ଗୁହାଳ ନ କରି ସେମାନେ ଗୋରୁ ପାଳୁଥିବାରୁ ଏପରି ଅବସ୍ଥା ସୃଷ୍ଟି ହେଉଥିବା ସହରବାସୀ ଅଭିଯୋଗ କରିଛନ୍ତି। ଏହାର ସ୍ଥାୟୀ ସମାଧାନ ପାଇଁ ବିଭିନ୍ନ ସମୟରେ ସାମାଜିକ କର୍ମୀ ଓ ସହରବାସୀ ପୌରପାଳିକା ନିକଟରେ ଅଭିଯୋଗ କରୁଛନ୍ତି। କିନ୍ତୁ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହି ପୌର ପ୍ରଶାସନ ସମୟ ଗଡ଼ାଇ ଚାଲିଛି। ବାସ୍ତବରେ ଭିତ୍ତିଭୂମି ଓ କର୍ମଚାରୀଙ୍କ ଅଭାବ କାରଣରୁ ଏପରି ସମସ୍ୟାର ସମାଧାନ ହୋଇପାରୁ ନ ଥିବା ବେଳେ କାଞ୍ଜିଆହୁଦା ମଧ୍ୟ ନିର୍ମାଣ କରାଯାଇପାରୁ ନାହିଁ। ଜିଲା ପ୍ରଶାସନ ଏ ନେଇ ପାଣ୍ଠି ଯୋଗାଇ ଦେଲେ କାଞ୍ଜିଆହୁଦା କରାଯାଇପାରିବ ବୋଲି ପୌର କର୍ତ୍ତୃପକ୍ଷ କହିଛନ୍ତି। ଅପରପକ୍ଷରେ ପୌରପରିଷଦର ଏପରି ଅବହେଳାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଜିଲାର ବିକାଶ ପାଇଁ ଅର୍ଥର ଅଭାବ ନାହିଁ ବୋଲି କୁହାଯାଉଥିବାବେଳେ କାଞ୍ଜିଆହୁଦାଟିଏ ନିର୍ମାଣ କରାଯାଇ ନ ପାରିବା କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତାକୁ ପଦାରେ ପକାଇଛି। ତୁରନ୍ତ ପୌରପାଳିକା ଏ ଦିଗରେ ଦୃଷ୍ଟି ଦେଇ ଗୋରୁ ମାଲିକମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରୁ ବୋଲି ସହରବାସୀ ମତ ଦେଇଛନ୍ତି।

କଡ଼ା ଆଭିମୁଖ୍ୟ ଆବଶ୍ୟକ
ବୁଲା ଗୋରୁଙ୍କ ପାଇଁ ସହରରେ ଦୈନିକ ଏକାଧିକ ଦୁର୍ଘଟଣା ଘଟୁଛି। କିନ୍ତୁ ଏ ନେଇ ପ୍ରଶାସନର ନିଘା ନାହିଁ। କାଞ୍ଜିଆହୁଦା ନିର୍ମାଣ ସହ ବୁଲା ଗୋରୁଙ୍କ ମାଲିକମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇ ପାରିଲେ ସେମାନଙ୍କ ଚେତା ଉଦୟ ହୁଅନ୍ତା।
-ରୁକେଶ ରୋସନ ଦାସ, ଅନୁଗୋଳବାସୀ
ମାଲିକମାନଙ୍କୁ ପ୍ରଥମେ ଚିହ୍ନଟ କରାଯାଉ
ସହରରେ ଦେଖାଦେଇଥିବା ଏହି ସମସ୍ୟା ପାଇଁ ଗୋରୁ ମାଲିକମାନେ ଦାୟୀ। ସେମାନଙ୍କୁ ପ୍ରଥମେ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ଏ ଦିଗରେ ପ୍ରଶାସନ କଠୋର ହେଲେ ଯାଇ ମାଲିକମାନେ ସେମାନଙ୍କ ଗୋରୁଙ୍କୁ ରାସ୍ତା ଉପରକୁ ଛାଡ଼ିବେ ନାହିଁ।
-ବିଶ୍ୱଜିତ୍‌ ବିଶ୍ୱାଳ, ଅନୁଗୋଳ ବାସିନ୍ଦା
ଗୋରୁଙ୍କୁ ଧରି ରେଡିୟମ ଟ୍ୟାଗ୍‌ ଲଗାଯାଉ
ସହର ଉପକଣ୍ଠରେ ଏକମାତ୍ର ଘରୋଇ ଗୋଶାଳା ରହିଛି। ସେଠାରେ ଯେତିକି ଗୋରୁ ରହିଛନ୍ତି ସେମାନଙ୍କ ପାଇଁ ଜାଗା ନିଅଣ୍ଟ ପଡ଼ୁଛି। ତେଣୁ ପୌର ପରିଷଦ କାଞ୍ଜିଆହୁଦା ନିର୍ମାଣ ସହ ବୁଲା ଗୋରୁଙ୍କୁ ଧରି ରେଡିୟମ ଟ୍ୟାଗ୍‌ ଲଗାଇଲେ ମାଲିକମାନଙ୍କ ଠାରୁ ଜରିମାନା ଆଦାୟ ସହଜ ହୋଇପାରିବ।
-ପ୍ରତାପ ମହାପାତ୍ର, ଅନୁଗୋଳବାସୀ
ଗୋଶାଳା ପଠାଇବା ବ୍ୟବସ୍ଥା ହେଉଛି
ବୁଲା ଗୋରୁଙ୍କୁ ସହର ଉପକଣ୍ଠ ଗୋ ଶାଳାକୁ ପଠାଯିବାର ବ୍ୟବସ୍ଥା ହେଉଛି। ତେବେ ଅର୍ଥାଭାବରୁ କାଞ୍ଜିଆହୁଦା ନିର୍ମାଣ କରାଯାଇ ପାରୁନାହିଁ। ଏ ନେଇ ଜିଲା ପ୍ରଶାସନ ସହ ଆଲୋଚନା କରାଯାଉଛି। ଅର୍ଥ ମଞ୍ଜୁର ହେଲେ କୌଣସି ଏକ ସ୍ଥାନରେ କାଞ୍ଜିଆହୁଦା ନିର୍ମାଣ କରାଯିବ।
-ବିନୋଦ ଚନ୍ଦ୍ର ପଣ୍ଡା, ପୌରନିର୍ବାହୀ ଅଧିକାରୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?