ପ୍ରଶାସନ ପାଣ୍ଠି ଦେଲେ ସମାଧାନ

ଅନୁଗୋଳ ଅଫିସ, ୨୦।୧୦

ଅନୁଗୋଳ ସହରରେ ବୁଲା ଗୋରୁଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସକାଳୁ ରାତିଯାଏ ଏମାନେ ବିଭିନ୍ନ ରାସ୍ତାକୁ କବ୍‌ଜା କରି ରଖୁଥିବାରୁ ଦୈନିକ ଏକାଧିକ ଦୁର୍ଘଟଣା ଘଟୁଛି। ସହରର ରାସ୍ତା ମଧ୍ୟ ଅପରିଷ୍କାର ହେଉଛି। ଏ ନେଇ ପୌରପାଳିକା ନିକଟରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ। ତେବେ କାଞ୍ଜିଆହୁଦା ନିର୍ମାଣ ପାଇଁ ଜିଲା ପ୍ରଶାସନ ପାଣ୍ଠି ଯୋଗାଇ ଦେଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ପୌର କର୍ତ୍ତୃପକ୍ଷ କହିଛନ୍ତି।
ସହରର ଗଳିକନ୍ଦି ଠାରୁ ଆରମ୍ଭ କରି ଜାତୀୟ ରାଜପଥ ଯାଏ ସବୁଆଡ଼େ ପଲ ପଲ ଗୋରୁ ବୁଲୁଛନ୍ତି। ଗାନ୍ଧୀମାର୍ଗ, ସର୍କିଟ ହାଉସ ରାସ୍ତା, ଅମଲାପଡ଼ା, ଶିମିଳିପଡ଼ା, ତାମ୍ରିତ କଲୋନୀ, ମିଶ୍ରପଡ଼ା, ଇଣ୍ଡ୍ରଷ୍ଟିଆଲ ଇଷ୍ଟେଟ୍‌, ହେମସୁରପଡ଼ା ଆଦି ରାସ୍ତାରେ ଏମାନଙ୍କ ସଂଖ୍ୟା ଅଧିକ। ସେହିପରି ୫୫ନଂ. ଜାତୀୟ ରାଜପଥ ଉପରେ ରାତିରେ ଗୋରୁପଲ ଶୋଇ ରହୁଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଫଳରେ ଲୋକଙ୍କ ସହ ଗୋରୁମାନେ ମଧ୍ୟ କ୍ଷତାକ୍ତ ହେଉଛନ୍ତି। ଖୋଦ୍‌ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ପ୍ରାୟତଃ ଦୁର୍ଘଟଣାରେ ଗୋରୁମାନେ ଆହତ ହୋଇ ରାସ୍ତା ଉପରେ ପଡ଼ି ରହୁଥିବା ଦେଖାଯାଉଛି। ସରକାରୀ କଲୋନୀ ସମ୍ମୁଖ ରାସ୍ତାରେ ଏପରି ଦୃଶ୍ୟ ନିତିଦିନିଆ ହୋଇଗଲାଣି। ସହରରେ ବୁଲୁଥିବା ଏହି ଗୋରୁପଲଙ୍କ ମଧ୍ୟରୁ ଅନେକଙ୍କର ମାଲିକ ଅଛନ୍ତି। କିନ୍ତୁ ଗୁହାଳ ନ କରି ସେମାନେ ଗୋରୁ ପାଳୁଥିବାରୁ ଏପରି ଅବସ୍ଥା ସୃଷ୍ଟି ହେଉଥିବା ସହରବାସୀ ଅଭିଯୋଗ କରିଛନ୍ତି। ଏହାର ସ୍ଥାୟୀ ସମାଧାନ ପାଇଁ ବିଭିନ୍ନ ସମୟରେ ସାମାଜିକ କର୍ମୀ ଓ ସହରବାସୀ ପୌରପାଳିକା ନିକଟରେ ଅଭିଯୋଗ କରୁଛନ୍ତି। କିନ୍ତୁ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହି ପୌର ପ୍ରଶାସନ ସମୟ ଗଡ଼ାଇ ଚାଲିଛି। ବାସ୍ତବରେ ଭିତ୍ତିଭୂମି ଓ କର୍ମଚାରୀଙ୍କ ଅଭାବ କାରଣରୁ ଏପରି ସମସ୍ୟାର ସମାଧାନ ହୋଇପାରୁ ନ ଥିବା ବେଳେ କାଞ୍ଜିଆହୁଦା ମଧ୍ୟ ନିର୍ମାଣ କରାଯାଇପାରୁ ନାହିଁ। ଜିଲା ପ୍ରଶାସନ ଏ ନେଇ ପାଣ୍ଠି ଯୋଗାଇ ଦେଲେ କାଞ୍ଜିଆହୁଦା କରାଯାଇପାରିବ ବୋଲି ପୌର କର୍ତ୍ତୃପକ୍ଷ କହିଛନ୍ତି। ଅପରପକ୍ଷରେ ପୌରପରିଷଦର ଏପରି ଅବହେଳାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଜିଲାର ବିକାଶ ପାଇଁ ଅର୍ଥର ଅଭାବ ନାହିଁ ବୋଲି କୁହାଯାଉଥିବାବେଳେ କାଞ୍ଜିଆହୁଦାଟିଏ ନିର୍ମାଣ କରାଯାଇ ନ ପାରିବା କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତାକୁ ପଦାରେ ପକାଇଛି। ତୁରନ୍ତ ପୌରପାଳିକା ଏ ଦିଗରେ ଦୃଷ୍ଟି ଦେଇ ଗୋରୁ ମାଲିକମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରୁ ବୋଲି ସହରବାସୀ ମତ ଦେଇଛନ୍ତି।

କଡ଼ା ଆଭିମୁଖ୍ୟ ଆବଶ୍ୟକ
ବୁଲା ଗୋରୁଙ୍କ ପାଇଁ ସହରରେ ଦୈନିକ ଏକାଧିକ ଦୁର୍ଘଟଣା ଘଟୁଛି। କିନ୍ତୁ ଏ ନେଇ ପ୍ରଶାସନର ନିଘା ନାହିଁ। କାଞ୍ଜିଆହୁଦା ନିର୍ମାଣ ସହ ବୁଲା ଗୋରୁଙ୍କ ମାଲିକମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇ ପାରିଲେ ସେମାନଙ୍କ ଚେତା ଉଦୟ ହୁଅନ୍ତା।
-ରୁକେଶ ରୋସନ ଦାସ, ଅନୁଗୋଳବାସୀ
ମାଲିକମାନଙ୍କୁ ପ୍ରଥମେ ଚିହ୍ନଟ କରାଯାଉ
ସହରରେ ଦେଖାଦେଇଥିବା ଏହି ସମସ୍ୟା ପାଇଁ ଗୋରୁ ମାଲିକମାନେ ଦାୟୀ। ସେମାନଙ୍କୁ ପ୍ରଥମେ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ଏ ଦିଗରେ ପ୍ରଶାସନ କଠୋର ହେଲେ ଯାଇ ମାଲିକମାନେ ସେମାନଙ୍କ ଗୋରୁଙ୍କୁ ରାସ୍ତା ଉପରକୁ ଛାଡ଼ିବେ ନାହିଁ।
-ବିଶ୍ୱଜିତ୍‌ ବିଶ୍ୱାଳ, ଅନୁଗୋଳ ବାସିନ୍ଦା
ଗୋରୁଙ୍କୁ ଧରି ରେଡିୟମ ଟ୍ୟାଗ୍‌ ଲଗାଯାଉ
ସହର ଉପକଣ୍ଠରେ ଏକମାତ୍ର ଘରୋଇ ଗୋଶାଳା ରହିଛି। ସେଠାରେ ଯେତିକି ଗୋରୁ ରହିଛନ୍ତି ସେମାନଙ୍କ ପାଇଁ ଜାଗା ନିଅଣ୍ଟ ପଡ଼ୁଛି। ତେଣୁ ପୌର ପରିଷଦ କାଞ୍ଜିଆହୁଦା ନିର୍ମାଣ ସହ ବୁଲା ଗୋରୁଙ୍କୁ ଧରି ରେଡିୟମ ଟ୍ୟାଗ୍‌ ଲଗାଇଲେ ମାଲିକମାନଙ୍କ ଠାରୁ ଜରିମାନା ଆଦାୟ ସହଜ ହୋଇପାରିବ।
-ପ୍ରତାପ ମହାପାତ୍ର, ଅନୁଗୋଳବାସୀ
ଗୋଶାଳା ପଠାଇବା ବ୍ୟବସ୍ଥା ହେଉଛି
ବୁଲା ଗୋରୁଙ୍କୁ ସହର ଉପକଣ୍ଠ ଗୋ ଶାଳାକୁ ପଠାଯିବାର ବ୍ୟବସ୍ଥା ହେଉଛି। ତେବେ ଅର୍ଥାଭାବରୁ କାଞ୍ଜିଆହୁଦା ନିର୍ମାଣ କରାଯାଇ ପାରୁନାହିଁ। ଏ ନେଇ ଜିଲା ପ୍ରଶାସନ ସହ ଆଲୋଚନା କରାଯାଉଛି। ଅର୍ଥ ମଞ୍ଜୁର ହେଲେ କୌଣସି ଏକ ସ୍ଥାନରେ କାଞ୍ଜିଆହୁଦା ନିର୍ମାଣ କରାଯିବ।
-ବିନୋଦ ଚନ୍ଦ୍ର ପଣ୍ଡା, ପୌରନିର୍ବାହୀ ଅଧିକାରୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

୧୧ ଡିଗ୍ରୀ ତଳେ ୮ ସହର

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ଉପକୂଳରେ ଶୀତ କମିଥିଲେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପାରଦ ତଳମୁହଁ। ରହିଛି। ରାଜ୍ୟର ୮ ସହରରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ...

ବିଶ୍ୱ ହସ୍ତୀ ଦିବସ : ବନ ବିଭାଗର ହାତୀ ସୁରକ୍ଷା ଫେଲ୍‌, ୮ବର୍ଷରେ ମଲେଣି ୫୪୮ ହାତୀ

ଭୁବନେଶ୍ୱର,୧୨ା୮(ବ୍ୟୁରୋ) : ଆଜି ବିଶ୍ୱ ହସ୍ତୀ ଦିବସ। ଐତିହ୍ୟ ପ୍ରାଣୀ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨କୁ ହସ୍ତୀ ଦିବସ ଭାବେ...

କୋଲାବ ଜଳଭଣ୍ଡାରରେ ବୁଡ଼ିିଗଲେ ୨ ନାବାଳକ

ସୁନାବେଡା, ୧୪ା୧୨(ସ୍ବ.ପ୍ର.)-ମାଲକାନଗିରି ଜିଲା ସୁନାବେଡ଼ା ପୌର ପରିଷଦ ସେମିଳିଗୁଡା ହନୁମାନ ନଗର ନିକଟସ୍ଥ କୋଲାବ ଜଳଭଣ୍ଡାରରେ ବୁଡ଼ିି ୨ଜଣ ନାବାଳକଙ୍କ ସୋମବାର ମୃତ୍ୟୁ ହୋଇଛି। ସେମାନେ...

୧ରୁ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଆସିବ ସମସ୍ତ ବିଏଡ୍‌ କଲେଜ

ଭୁବନେଶ୍ୱର,୩୦।୫(ବ୍ୟୁରୋ): ରାଜ୍ୟରେ ବ୍ୟାଚେଲର ଅଫ୍‌ ଏଜୁକେଶନ(ବିଏଡ୍‌) ପାଠ୍ୟକ୍ରମ ପ୍ରଦାନ କରୁଥିବା ସମସ୍ତ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ଜୁନ୍‌ ୧ରୁ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଆସିବ। ଏନେଇ...

ପୁରୀରୁ ନକଲି ମାଟ୍ରିକ୍‌ ପରୀକ୍ଷାର୍ଥୀ ଗିରଫ

ପୁରୀ ଅଫିସ,୨୨।୨: ପୁରୀ ଜିଲା ସଦର ଥାନା ବାସୁଦେବପୁରର କନକ ଦୁର୍ଗା ହାଇସ୍କୁଲରେ ମାଟ୍ରିକ୍‌ ପରୀକ୍ଷା ଚାଲିଥିବା ବେଳେ ଜଣେ ନକଲି ପରୀକ୍ଷାର୍ଥୀଙ୍କୁ ଶନିବାର ସଦର...

ସରକାର ସମସ୍ତ ସମ୍ବଳ ବିନିଯୋଗ କରିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୭(ବ୍ୟୁରୋ): ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଏହା ହେଉଛି ଆମର ମୂଳମନ୍ତ୍ର। ଶିଶୁମାନଙ୍କୁ ଉପଯୁକ୍ତ ଚିକିତ୍ସା ନିଶ୍ଚିତ କରିବା ଲାଗି ରାଜ୍ୟ ସରକାର ସମସ୍ତ ଉପଲବ୍ଧ ସମ୍ବଳକୁ...

ନାବାଳକଙ୍କୁ ଗୋଇଠା ମାରି ପୋଲିସ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର,୨।୭(ବ୍ୟୁରୋ): ଲକ୍‌ଡାଉନ୍‌ରେ ଚା’ ଦୋକାନ ଖୋଲିଥିବା ଜଣେ ନାବାଳକଙ୍କୁ ଗୋଇଠା ମାରିବା ପୋଲିସ ପାଇଁ ମହଙ୍ଗା ପଡ଼ିଛି। ଗୁରୁବାର ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ଡିସିପି ନିଲମ୍ବିତ...

ସାମାଜିକ କର୍ମୀ ଭାବେ କାର୍ଯ୍ୟ କରିବେ ପୁରାତନ ଛାତ୍ରୀଛାତ୍ର

ଭୁବନେଶ୍ୱର, ୧୪।୪(ବ୍ୟୁରୋ): ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ସର୍ବାଙ୍ଗୀନ ବିକାଶ ପାଇଁ ସ୍କୁଲ୍‌ ଓ ବ୍ଲକ୍‌ସ୍ତରରେ କାର୍ଯ୍ୟକରିବେ ‘ମୋ ସ୍କୁଲ୍‌’ ଦ୍ୱାରା ମନୋନୀତ ସ୍ବତନ୍ତ୍ର...

Advertisement
Archives

Model This Week