ଫିଲ୍ମ ଷ୍ଟାଇଲ୍ରେ ଲୁଟିନେଲ ଏଲ୍ଇଡି ବୋଝେଇ ଟ୍ରକ୍
ଖୋର୍ଦ୍ଧା ଅଫିସ,୩ା୪: ଫିଲ୍ମ ଷ୍ଟାଇଲରେ ଦୁର୍ବୃତ୍ତ ଲୁଟି ନେଇଛନ୍ତି ଏଲ୍ଇଡି ଟିଭି ବୋଝେଇ ଟ୍ରକ୍। ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥରେ ଏଲ୍ଇଡି ଟିଭି ବୋଝେଇ ଟ୍ରକ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଛାନ୍ଭିନ୍ ଆରମ୍ଭ କରିଛି ପୋଲିସ ।…
୨ ବର୍ଷ ପରେ ଏଥର ହେବ ମା’ ହିଙ୍ଗୁଳାଙ୍କ ଯାତ୍ରା, ପ୍ରସ୍ତୁତି ଜୋରଦାର
ତାଳଚେର,୩।୪(ଡି.ଏନ୍.ଏ.): ଦୀର୍ଘ ୨ ବର୍ଷ ପରେ ତାଳଚେରରେ ମା’ ହିଙ୍ଗୁଳାଙ୍କ ଯାତ୍ରା ହେବ। ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପୀଠରେ ଏଥିପାଇଁ ପ୍ରସ୍ତୁତି ବୈଠକ ହୋଇଛି। କୋଭିଡ କଟକଣା ଯୋଗୁ ଦୀର୍ଘ ୨ ବର୍ଷ ହେବ ମା’ଙ୍କର ଯାତ୍ରା ବନ୍ଦ…
ଶ୍ରୀମନ୍ଦିରରେ ଖସାପଡ଼ା ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ ଅଫିସ,୩।୪(ବ୍ୟୁରୋ): ଶୁକ୍ଳ ଦ୍ୱିତୀୟା ତିଥିରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ । ଏ ନେଇ ସୋମବାର ଅପରାହ୍ନ ୪ଟାରୁ ରାତି୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି…
ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ
ପୁରୀ ଅଫିସ, ୩।୪: ଶ୍ରୀମନ୍ଦିର ରୋଷ ଘରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତ ପାଇଁ ରୋଷ ଘରେ ୧୦୦ ଚୁଲିରୁ ଅଧିକ ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି। ଏଥିରେ ୭ଟି କୋଠ ଭୋଗ ଚୁଲି ସମେତ…
ସୁରକ୍ଷା ପାଚେରି କାମ ନିମ୍ନମାନର
ଖଇରା, ୩।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ଖଇରା ନଟାପଡା ଆର୍ଡି ରାସ୍ତାର ନଟାପଡା ଗ୍ରାମ ନିକଟରେ ଚାଲୁଥିବା ସୁରକ୍ଷା ପାଚେରି ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ ପାଚେରିର ସ୍ଥାୟିତ୍ୱ ଉପରେ ପ୍ରଶ୍ନ ଉଠାଇ ଏହାକୁ…
ଗ୍ରୀଷ୍ମ ଆରମ୍ଭରୁ ଜଳ ସଙ୍କଟ
କେନ୍ଦୁଝର,୩।୪(ଡି.ଏନ୍.ଏ.) ଗ୍ରୀଷ୍ମ ଆରମ୍ଭରୁ ହିଁ କେନ୍ଦୁଝରଗଡ଼ ପୌରପାଳିକାର ୨୧ ୱାର୍ଡରେ ଜଳ ସଙ୍କଟ ଦେଖାଦେଇଛି। ପାନୀୟ ଜଳ ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ବିଗତ ଦିନରେ ରାସ୍ତା ପ୍ରଶସ୍ତିକରଣ ଯୋଗୁ ରାସ୍ତାକଡ଼ରେ ଥିବା ନଳକୂପଗୁଡ଼ିକୁ ଉଠାଇ ନିଆଯାଇଛି। ଫଳରେ…
ଦୁଇ ଗୋଷ୍ଠୀ ମୁହାଁମୁହିଁ
ସଜନାଗଡ଼, ୩।୪ (ଡି.ଏନ.ଏ.) ନୀଳଗିରି ବ୍ଲକ ଆରବନ୍ଧ ପଞ୍ଚାୟତରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍ଜିଏନଆରଇଜିଏସ୍)ରେ ଅନିୟମିତତା ଅଭିଯୋଗ କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। କାମ ନ ହୋଇ ବି ବିଲ୍ ହୋଇଥିବା ଗ୍ରାମର ଗୋଟିଏ ଗୋଷ୍ଠୀ ଅଭିଯୋଗ କରିଛନ୍ତି।…
ନିର୍ବାଚନ ହେବ,ଫଳ ଘୋଷଣା ହେବନି: ହାଇକୋର୍ଟ
ହାଟଡିହୀ,୩।୪(ଡି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୩୧ ପଞ୍ଚାୟତରେ ୧୧ା୩ା୨୨ରେ ନାଏବ ସରପଞ୍ଚ ନିର୍ବାଚନ ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା। ସେଥି ମଧ୍ୟରୁ ୨୮ ପଞ୍ଚାୟତରେ ପ୍ରାର୍ଥୀମାନେ ନିର୍ଦ୍ୱଦ୍ୱରେ ନିର୍ବାଚିତ ହୋଇଥିଲେ। ଶଢା ଓ ମରୈଗଁା ପଞ୍ଚାୟତରେ ଅନୁଷ୍ଠିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ୱିତା…
ସରପଞ୍ଚଙ୍କ ଉଦ୍ୟମରେ ଖୋଳାଗଲା ନଳକୂପ
ମାଧପୁର,୩।୪ ଆଠମଲ୍ଲିକ ବ୍ଲକ କୁଦଗାଁ ପଞ୍ଚାୟତ ନୀଳକଣ୍ଠପଡା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଦୀର୍ଘବର୍ଷ ହେବ ଲାଗି ରହିଥିବା ପାନୀୟ ଜଳ ସମସ୍ୟାର ସମାଧାନ ହୋଇଛି। ନୂତନ ସରପଞ୍ଚ ସିଦ୍ଧାର୍ଥ ଶଙ୍କର ଖେତୀଙ୍କ ଉଦ୍ୟମରେ ଶନିବାର ସ୍କୁଲ ପରିସରରେ ନଳକୂପ ଖନନ କରାଯାଇଛି। ସମସ୍ୟା…
ଆଇନ ଜାଲରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ
ଛେଣ୍ଡିପଦା,୩।୪ (ସ୍ବ.ପ୍ର.) ରାଜ୍ୟ ସରକାରଙ୍କ ବିଦ୍ୟାଳୟ ମିଶ୍ରଣ ନିଷ୍ପତ୍ତିକୁ ନେଇ ହୋଇଥିବା ମାମଲା ହାଇକୋର୍ଟରୁ ଯାଇ ସୁପ୍ରିମକୋର୍ଟରେ ଅଟକିଛି। ଏହି କାରଣରୁ ଅନେକ ବିଦ୍ୟାଳୟ ଓ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଆଇନ ଜାଲରେ ଛନ୍ଦି ହୋଇଯାଇଛି। ଏପରି ଏକ ସ୍କୁଲ ହେଲା ଅନୁଗୋଳ…
ପାନୀୟ ଜଳଯୋଗାଣ ନିଶ୍ଚିତ କର
ଢେଙ୍କାନାଳ ଅଫିସ, ୩।୪ ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ଶନିବାର ଜିଲାସ୍ତରୀୟ ଜଳ ଓ ପରିମଳ କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପାନୀୟଜଳ ଯୋଗାଣକୁ ନିଶ୍ଚିତ କରିବା ପାଇଁ ଜିଲାପାଳ ସରୋଜ କୁମାର ସେଠୀ…
ମଶାଲକୁ ଭବ୍ୟ ସମ୍ବର୍ଦ୍ଧନା
ବଇଣ୍ଡା/କଣିହଁା(ଡି.ଏନ୍.ଏ.)/ଛେଣ୍ଡିପଦା(ସ୍ବ.ପ୍ର.), ୩।୪ ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହେଉଥିଲା ପରିବେଶ। କଳାକାରଙ୍କ ଆକର୍ଷଣୀୟ ଲୋକନୃତ୍ୟରେ ଝୁମୁଥିଲେ ଜନତା। ବିଭିନ୍ନ ସ୍ଥାନରେ ଜ୍ୟୋତିକୁ ବନ୍ଦାପନା କରି ଭବ୍ୟ ସମ୍ବର୍ଦ୍ଧନା ଜଣାଉଥିଲେ ମହିଳା। ଅନୁଗୋଳ ଜିଲା ମହୋତ୍ସବ ପାଇଁ ଶନିବାରଠାରୁ ଆରମ୍ଭ ହୋଇଥିବା ମଶାଲ ଶୋଭାଯାତ୍ରାକୁ…

