ଦୁଇ ଗୋଷ୍ଠୀ ମୁହାଁମୁହିଁ

ସଜନାଗଡ଼, ୩।୪ (ଡି.ଏନ.ଏ.) ନୀଳଗିରି ବ୍ଲକ ଆରବନ୍ଧ ପଞ୍ଚାୟତରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନଆରଇଜିଏସ୍‌)ରେ ଅନିୟମିତତା ଅଭିଯୋଗ କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। କାମ ନ ହୋଇ ବି ବିଲ୍‌ ହୋଇଥିବା ଗ୍ରାମର ଗୋଟିଏ ଗୋଷ୍ଠୀ ଅଭିଯୋଗ କରିଛନ୍ତି। ଏହାକୁ ପୂର୍ବତନ ସରପଞ୍ଚ, ନବ ନିର୍ବାଚିତ ସରପଞ୍ଚଙ୍କ ସମେତ ଆଉ ଗୋଟିଏ ଗୋଷ୍ଠୀ ଖଣ୍ଡନ କରିଛନ୍ତି।
ବ୍ଲକ ଆରବନ୍ଧ ପଞ୍ଚାୟତରେ ଜମି ଉନ୍ନତିକରଣ ପାଇଁ ଶୁକ୍ରବାର ରାତି ଅଧରେ ଏମ୍‌ଜିଏନଆରଇଜିଏସ୍‌ରେ ମେଶିନ ଲଗାଇ କାମ ହେଉଥିବା ବେଳେ ୭ଟି ମାଟି ବୋଝେଇ ଟ୍ରାକ୍ଟରକୁ ଗ୍ରାମର ଗୋଟିଏ ଗୋଷ୍ଠୀ ଅଟକ ରଖିଥିଲେ। ଏନେଇ ଗାଁରେ ଉତ୍ତେଜନା ଦେଖାଦେଇଥିଲା। ଶନିବାର ପୂର୍ବାହ୍ନରେ ବରହମପୁର ଥାନା ଅଧିକାରୀ ହେମନ୍ତ କୁମାର ମାଝି ପହଞ୍ଚତ୍ ମାଟି ଟ୍ରାକ୍ଟରକୁ ଥାନାକୁ ନେଇଥିବା ବେଳେ ଉନ୍ନୟନମୂଳକ କାର୍ଯ୍ୟରେ ଅନିୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ଅଭିଯୋଗକୁ ବର୍ତ୍ତମାନର ସରପଞ୍ଚ କୁଳମଣି ନାୟକ ଓ ପୂର୍ବତନ ସରପଞ୍ଚ ତନୁଜାଶ୍ରୀ ନାୟକ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିବା ସହ ପଞ୍ଚାୟତରେ ଦୁର୍ନୀତି ହୋଇନାହିଁ, ସବୁପ୍ରକାର ତଦନ୍ତ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ନିର୍ବାଚନରେ ଯେଉଁମାନେ ପରାଜିତ ହୋଇଥିଲେ ସେମାନେ ଆକ୍ରୋଶ ରଖି କିଛି ଲୋକଙ୍କୁ ଶିଖାଇ ମୋତେ ବଦନାମ କରିବା ପାଇଁ ପ୍ରାୟୋଜିତ ଷଡ଼ଯନ୍ତ୍ର କରିଛନ୍ତି ବୋଲି କହିଛନ୍ତି। ଏ ବିଷୟରେ ନୀଳଗିରି ବିଡିଓ ଅଶେଷ କୁମାର ନାୟକ କହିଛନ୍ତି, ଉକ୍ତ ପଞ୍ଚାୟତରେ ୬ଟି ପ୍ରକଳ୍ପ ତଦନ୍ତ ହୋଇଥିଲା, ସେସବୁ ଠିକ୍‌ ଅଛି। ଏବେ ଯେଉଁ ଅଭିଯୋଗ ହୋଇଛି ଏହାର ମଧ୍ୟ ତଦନ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ପାତ ଶିଳ୍ପକୁ ରପ୍ତାନି କେନ୍ଦ୍ରିକ କର: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୬।୧(ବ୍ୟୁରୋ): ଏକବିଂଶ ଶତାବ୍ଦୀରେ ଭାରତର ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ ପାଇଁ ନରେନ୍ଦ୍ର ମୋଦି ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଶୁକ୍ରବାର ଇଣ୍ଡିଆନ ଷ୍ଟିଲ ଆସୋସିଏଶନ(ଆଇଏସ୍‌ଏ) ପକ୍ଷରୁ...

ଓଡ଼ିଆ ଆଇପିଏସ୍‌ ଅମୂଲ୍ୟଙ୍କ କାର୍ଯ୍ୟକାଳ ବଢ଼ିବ, ନିର୍ବାଚନ କମିଶନରଙ୍କୁୁ ଚିଠି ଲେଖିଲେ ଗୃହ ମନ୍ତ୍ରଣାଳୟ

ଭୁବନେଶ୍ୱର(ବ୍ୟୁରୋ)/ନୂଆଦିଲ୍ଲୀ,୩୦।୧: ଓଡ଼ିଆ ଆଇପିଏସ୍‌ ତଥା ଦିଲ୍ଲୀ ପୋଲିସ କମିଶନର ଭାବେ କାର୍ଯ୍ୟରତ ଥିବା ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ ବଢ଼ିବ। ଚଳିତ ମାସରେ ଓଡ଼ିଆ ଆଇପିଏସ୍‌ ଅମୂଲ୍ୟଙ୍କ...

ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି: ଲୋକାୟୁକ୍ତଙ୍କ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଖାରଜ

କଟକ ଅଫିସ, ୩।୨: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଭିଜିଲାନ୍ସ ଦୁର୍ନୀତି ମାମଲା ରୁଜୁ କରିଛି। ତେଣୁ ଅଭିଯୋଗକାରୀଙ୍କୁ ମାମଲାର ତଦନ୍ତଭାର ଦିଆଯାଇପାରିବ ନାହିଁ...

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷାଫଳ: ଜାଣନ୍ତୁ କାହିଁକି ହେଲା ବିଳମ୍ବ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ କଳା ପରୀକ୍ଷାଫଳ ପ୍ରକାଶ ପାଇବ। ଏହା ସହ ଯୁକ୍ତ ଦୁଇ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ସେହିଦିନ...

କରୋନା ପଜିଟିଭ ଜାଣି ସମୀରଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର ୧୫।୯(ବ୍ୟୁରୋ):ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କରୋନା ସଂକ୍ରମିତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସହ ଟେଲିଫୋନ...

ସ୍ବାସ୍ଥ୍ୟକେନ୍ଦ୍ର ବନ୍ଦ ଥିବାରୁ ରୋଗୀ ଫେରିଲେ ଘରକୁ

ପାଟଣା, ୧୦।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ମୁଖ୍ୟ ଫାଟକରେ ଚାବି ପଡ଼ିଥିବା ଦେଖିବାକୁ ମିଳିଥିଲା।...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଣ୍ଡିତ ଦାମୋଦର ହୋତାଙ୍କ ଶେଷକୃତ୍ୟ

ଭୁବନେଶ୍ୱର, ୯।୨ (ବ୍ୟୁରୋ):ବିଶିଷ୍ଟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଗାୟକ, ଗବେଷକ ତଥା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପଣ୍ତିତ ଡ. ଦାମୋଦର ହୋତାଙ୍କର ମଙ୍ଗଳବାର...

୫୨୦ ଜାତୀୟ ରାଜପଥ ଟ୍ରାଫିକ୍‌ ଜାମ୍‌ରେ ଫସିଲା ଆମ୍ବୁଲାନ୍ସ, ଯନ୍ତ୍ରଣାରେ ଛଟପଟ ହେଲେ ଗର୍ଭବତୀ

ଯୋଡ଼ା,୧।୧୦ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ସହର ଦେଇ ଯାଇଥିବା ୫୨୦ ନଂ ଜାତୀୟ ରାଜପଥର ଲହଣ୍ଡାଠାରେ ମଙ୍ଗଳବାର ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।...

Advertisement
Archives

Model This Week