ଗ୍ରୀଷ୍ମ ଆରମ୍ଭରୁ ଜଳ ସଙ୍କଟ

କେନ୍ଦୁଝର,୩।୪(ଡି.ଏନ୍‌.ଏ.) ଗ୍ରୀଷ୍ମ ଆରମ୍ଭରୁ ହିଁ କେନ୍ଦୁଝରଗଡ଼ ପୌରପାଳିକାର ୨୧ ୱାର୍ଡରେ ଜଳ ସଙ୍କଟ ଦେଖାଦେଇଛି। ପାନୀୟ ଜଳ ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ବିଗତ ଦିନରେ ରାସ୍ତା ପ୍ରଶସ୍ତିକରଣ ଯୋଗୁ ରାସ୍ତାକଡ଼ରେ ଥିବା ନଳକୂପଗୁଡ଼ିକୁ ଉଠାଇ ନିଆଯାଇଛି। ଫଳରେ ବର୍ତ୍ତମାନର ୩୫ରୁ ୪୦ଡିଗ୍ରୀ ତାତିରେ ରାଜରାସ୍ତାରେ ଯାଉଥିବା ବାଟୋଇଙ୍କ ପାଇଁ ମଧ୍ୟ ପାନୀୟ ଜଳର କୌଣସି ପ୍ରକାର ବ୍ୟବସ୍ଥା ନାହିଁ। ଏଥିପ୍ରତି ବିଶେଷ ଧ୍ୟାନ ଦେଇ ସୁବ୍ୟବସ୍ଥା କରିବାକୁ ନବନିର୍ବାଚିତା ପୌରାଧ୍ୟକ୍ଷାଙ୍କୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି। ପୌରପାଳିକାର ୨୧ ୱାର୍ଡ ମଧ୍ୟରୁ ଜିଲା ମୁଖ୍ୟ ଚିକିତ୍ସାଳୟ ପାଖାପାଖି ଅଞ୍ଚଳ ପଟେ ସକାଳେ ଓ ସନ୍ଧ୍ୟା ସମୟରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ ହେଉଛି। ହେଲେ ଅନ୍ୟ ୱାର୍ଡଗୁଡ଼ିକରେ ଏହି ସୁବିଧା ମିଳୁ ନ ଥିବା ଯୋଗୁ ଲୋକେ ହଇରାଣ ହେଉଛନ୍ତି। ମୁଖ୍ୟତଃ ୯ ନଂ. ୱାର୍ଡରେ ଦୈନିକ ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ବର୍ତ୍ତମାନ ପ୍ରାୟତଃ ଖୁବ୍‌ କମ୍‌ ସମୟ ପାଣି ଦେବା ପରେ ବନ୍ଦ ହୋଇଯାଉଛି। ଏପରିକି ବହୁ ସମୟରେ ପାଣି ଆଦୌ ଆସୁ ନ ଥିବା ଅଭିଯୋଗ ହେଉଛି। ଏହି ସମସ୍ୟାର ସମାଧାନ ଲାଗି ଆଇନଜୀବୀ ତଥା ସାମାଜିକ କର୍ମୀ ସୁଶ୍ରୀ ସଙ୍ଗୀତା ସିଂହ ଦାବି କରିଛନ୍ତି। ଏ ଦିଗ ପ୍ରତିି ଧ୍ୟାନ ଦିଆ ନ ଗଲେ ଜନସ୍ବାସ୍ଥ୍ୟ ଖଣ୍ଡ, ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri