ପାନୀୟ ଜଳଯୋଗାଣ ନିଶ୍ଚିତ କର

ଢେଙ୍କାନାଳ ଅଫିସ, ୩।୪ ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶନିବାର ଜିଲାସ୍ତରୀୟ ଜଳ ଓ ପରିମଳ କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପାନୀୟଜଳ ଯୋଗାଣକୁ ନିଶ୍ଚିତ କରିବା ପାଇଁ ଜିଲାପାଳ ସରୋଜ କୁମାର ସେଠୀ ନିର୍ଦ୍ଦେଶ ଦେଇଛନ୍ତି।
ଜିଲାର ବିଭିନ୍ନ ସ୍ଥାନରେ ପିଇବା ପାଣି ସମସ୍ୟା ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଚଳିତବର୍ଷ ଯେପରି କୌଣସି ସ୍ଥାନରେ ଏଭଳି ସ୍ଥିତି ନ ଉପୁଜେ ସେଥିଲାଗି ପାଣି ଯୋଗାଣ ବ୍ୟବସ୍ଥା ତଦାରଖ କରିବାକୁ ଜିଲାପାଳ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅଙ୍ଗନଓ୍ବାଡି କେନ୍ଦ୍ର, ବିଦ୍ୟାଳୟକୁ ଜୁନ୍‌ ସୁଦ୍ଧା ଜଳଯୋଗାଣ କରିବା, ସମ୍ପୃକ୍ତ ସ୍ଥାନରେ ଶୌଚାଳୟ ବ୍ୟବସ୍ଥା, ନଳକୂଅ ଖନନକୁ ପ୍ରାଥମିକତା, ଅଚଳ ସୋଲାର ପାଣିପମ୍ପ ମରାମତି, ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବାକୁ ପରାମର୍ଶ ଦିଆଯାଇଛି। ଜଳସେଚନ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟରେ ଯେପରି କୌଣସି ସମସ୍ୟା ନ ଉପୁଜେ ସେଥିପ୍ରତି ଗୁରୁତ୍ୱ ଦେବାକୁ ଜିଲାପାଳ ତହସିଲଦାରମାନଙ୍କୁ କହିଛନ୍ତି।
୨୦୨୪ ସୁଦ୍ଧା ଜିଲାରେ ପ୍ରସ୍ତାବିତ ପାନୀୟ ଜଳଯୋଗାଣ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହା ପୂର୍ବରୁ କାମ ଶେଷ କରି ଉଦାହରଣ ସୃଷ୍ଟି କରିବାକୁ ଜିଲାପାଳ ଆହ୍ବାନ ଦେଇଛନ୍ତି। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଅଧୀକ୍ଷଣଯନ୍ତ୍ରୀ ସୁରେନ୍ଦ୍ର କୁମାର ବେହେରା ଆଲୋଚନାରେ ଭାଗନେଇ କହିଲେ, ଜିଲାରେ ଅଦ୍ୟାବଧି ୬୨% ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଜିଲାବାସୀଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଥିବା ସେ ସୂଚନା ଦେଇଛନ୍ତି। ବୈଠକରେ ମେଗା ପାନୀୟଜଳ ପ୍ରକଳ୍ପର ମୁଖ୍ୟ, ତହସିଲଦାର, ବିଭିନ୍ନ ବ୍ଲକର କନିଷ୍ଠଯନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧ୍ୱଂସସ୍ତୂପରୁ ଜୀବନ ବଞ୍ଚେଇ ଫେରିଛନ୍ତି ଶାଶ୍ୱତ

ସୋର, ୮ା୩(ଡି.ଏନ.ଏ) ରୁଷିଆ ବୋମାମାଡ଼ରେ ଧ୍ୱଂସବିଧ୍ୱଂସ୍ତ ହୋଇପଡିଥିବା ୟୁକ୍ରେନର ପ୍ରମୁଖ ସହର ଖର୍କିଭରୁ ଜୀବନ ବଞ୍ଚେଇ ୭ ଦିନ ପରେ ଘରେ ପହଞ୍ଚିଛନ୍ତି ବାଲେଶ୍ୱର ଜିଲା...

ଭୁବନେଶ୍ୱରରେ ଅମିତ ଶାହା

ଭୁବନେଶ୍ବର,୮।୮(ବ୍ୟୁରୋ): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ବିଳମ୍ବିତ ରାତିରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ସେ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରଠାରେ...

ମାଛଚାଷ କରିବ ସ୍ବାବଲମ୍ବୀ

ଢେଙ୍କାନାଳ ଅଫିସ, ୨୩।୧୨: ଢେଙ୍କାନାଳ ଜିଲାରେ ମାଛଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ଯୁବଚାଷୀମାନେ ନିଜସ୍ବ ଉଦ୍ୟମରେ ମାଛ ଫାର୍ମିଂ କରି ପର୍ଯ୍ୟାପ୍ତ ରୋଜଗାର କରୁଛନ୍ତି।...

୧୦ ଶିକ୍ଷୟିତ୍ରୀ ଶିକ୍ଷକ ଚାକିରିରୁ ବହିଷ୍କୃତ

ମାଲକାନଗିରି,୧।୧(ଡି.ଏନ.ଏ.): ବର୍ଷ ଆରମ୍ଭରୁ କଡା ଆଭିମୁଖ୍ୟ ଗ୍ରହଣ କରିଛି ମାଲକାନଗିରି ଜିଲା ପ୍ରଶାସନ। କାର୍ଯ୍ୟରେ ଅବହେଳା ପାଇଁ ଜିଲାର ବିଭିନ୍ନ ବିଦ୍ୟାଳୟର କାର୍ଯ୍ୟରତ ୧୦ଜଣ କନିଷ୍ଠ...

ଆସୁଛି ବାତ୍ୟା

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ। ଆସନ୍ତା ୧୫...

ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କୁ ଅଶ୍ରୁଳ ବିଦାୟ

ବରଗଡ଼ ଅଫିସ/ପଦ୍ମପୁର,୪।୧୦: ବରଗଡ଼ ଜିଲା ପଦ୍ମପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କୁ ମଙ୍ଗଳବାର ଅଶ୍ରୁଳ ବିଦାୟ ଦିଆଯାଇଛି । ଏକ...

ପ୍ରଥମ ଦିନରେ ଟିକେଟ ଶେଷ

କଟକ ଅଫିସ, ୧୦ା୬: ବାରବାଟୀ ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ଟି୨୦ମ୍ୟାଚ୍‌ ପାଇଁ ପ୍ରଥମ ଦିନରେ ଟିକେଟ ବିକ୍ରି...

ମୌଳିକ ସୁବିଧାଠାରୁ ଦୂରରେ ଚଣ୍ଡିଜାନିଗୁଡ଼ା

ଦଶମନ୍ତପୁର, ୩ା୨ ( ଡ଼ି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତର ଚଣ୍ଡିଜାନୀଗୁଡା ଗ୍ରାମ। ଏଠାରେ ମୌଳିକ ସୁବିଧାରୁ ଗ୍ରାମବାସୀ ବଞ୍ଚତ୍ତ ହୋଇ ଆସୁଥିବା ଅଭିଯୋଗ...

Advertisement
Archives

Model This Week