ନିର୍ବାଚନ ହେବ,ଫଳ ଘୋଷଣା ହେବନି: ହାଇକୋର୍ଟ

ହାଟଡିହୀ,୩।୪(ଡି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୩୧ ପଞ୍ଚାୟତରେ ୧୧ା୩ା୨୨ରେ ନାଏବ ସରପଞ୍ଚ ନିର୍ବାଚନ ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା। ସେଥି ମଧ୍ୟରୁ ୨୮ ପଞ୍ଚାୟତରେ ପ୍ରାର୍ଥୀମାନେ ନିର୍ଦ୍ୱଦ୍ୱରେ ନିର୍ବାଚିତ ହୋଇଥିଲେ। ଶଢା ଓ ମରୈଗଁା ପଞ୍ଚାୟତରେ ଅନୁଷ୍ଠିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ୱିତା ହୋଇଥିଲା। କିନ୍ତୁ ହାବଳେଶ୍ୱର ପଞ୍ଚାୟତ ଅଧୀନ ୧୭ ୱାର୍ଡରୁ ୧୬ ଟିରେ ୱାର୍ଡ ମେମ୍ବର ନିର୍ବାଚନ ହୋଇଥିଲା l ସଂରକ୍ଷଣ ଦୃଷ୍ଟିରୁ ୧୫ନମ୍ବର ୱାର୍ଡରେ କେହି ପ୍ରାର୍ଥୀ ନ ଥିବାରୁ ନିର୍ବାଚନ ହୋଇ ନ ଥିଲା l କେବଳ ୧୬ନଂ. ଓ୍ବାର୍ଡମେମ୍ବର ଚାନ୍ଦ ମୁଣ୍ଡା ନାଏବ ସରପଞ୍ଚ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ୧୦ ଜଣ ୱାର୍ଡ ମେମ୍ବର ପ୍ରୋସିଡିଂ ରେଜିଷ୍ଟରରେ ଦସ୍ତଖତ କରିଥିଲେ। ଫଳରେ ଚାନ୍ଦ ମୁଣ୍ଡା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ପ୍ରିଜାଇଡିଂ ଅଫିସର ଥିବା ଶିକ୍ଷକ ଶିଶିର ନାୟକ ପ୍ରୋସିଡିଂ ରେଜିଷ୍ଟରରେ ୧୧ା୩ା୨୨ରେ ଉଲ୍ଲେଖ ସହ ଘୋଷଣା କରିଥିଲେ। କିନ୍ତୁ ବ୍ଲକ ପ୍ରଶାଶନ ପକ୍ଷରୁ ହାବଳେଶ୍ୱର ପଞ୍ଚାୟତରେ କୋରମ୍‌ ଅଭାବ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିରୁ ନାଏବ ସରପଞ୍ଚ ନିର୍ବାଚନ ସ୍ଥଗିତ ରହିବା ନେଇ ଚିଠି ନଂ ୯୯୫/୧୧ା୩ା୨୦୨୨ ରେ ପୁନର୍ବାର ନୋଟିସ ଜାରି ହୋଇଥିଲା। ପୁନଶ୍ଚ ଚିଠି ନଂ. ୧୧୪୯/୩୧ା୩ା୨୦୨୨ରେ ବ୍ଲକ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଗଲା ଯେ, ୨ା୪ା୨୦୨୨ ରେ ନାଏବ ସରପଞ୍ଚ ନିର୍ବାଚନ ହେବ ା ପ୍ରିଜାଇଡିଂ ଅଫିସର ଭାବେ ପିଇଓ ନରହରି ନାୟକଙ୍କୁ ବ୍ଲକ ତରଫରୁ ନିଯୁକ୍ତ କରାଗଲା। ମାତ୍ର ହାବଳେଶ୍ୱର ପଞ୍ଚାୟତର ୧୬ ଜଣ ଓ୍ବାର୍ଡମେମ୍ବରରୁ କେହି ଉକ୍ତ ନିର୍ବାଚନରେ ସାମିଲ ହୋଇ ନ ଥିଲେ। ଅପର ପକ୍ଷରେ ଏପରି ଆଦେଶନାମା ବିରୋଧରେ ଚାନ୍ଦ ମୁଣ୍ଡା ୨୫ା୩ା୨୨ରେ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କେସ୍‌ ନଂ. ଡବ୍ଲ୍ୟୁପିସି ୭୮୩୫/୨୦୨୨ରେ ମକଦ୍ଦମା ଦାଏର କରିଥିଲେ।
ଏଥିରେ କେନ୍ଦୁଝର ଜିଲାପାଳ, ଆନନ୍ଦପୁର ଉପଜିଲାପାଳ, ଜିଲା ପଞ୍ଚାୟତ ଅଧିକାରୀ,ହାଟଡିହୀ ବିଡ଼ିଓଙ୍କୁ ପକ୍ଷଭୁକ୍ତ କରି ହାଇକୋର୍ଟ ୨୯ା୩ା୨୦୨୨ ନୋଟିସ ଜାରି କରିଛନ୍ତି। ଏଥିରେ ଉଲ୍ଲେଖ କରିଛନ୍ତି, ନାଏବ ସରପଞ୍ଚ ନିର୍ବାଚନ ହୋଇପାରେ କିନ୍ତୁ ଫଳାଫଳ ପ୍ରକାଶ ନ ହେବାକୁ ଆଦେଶ ଦେଇଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri