ପ୍ରଦୀପ ସାହୁ ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ

ଗୁଣପୁର,୧୪।୫(ଡି.ଏନ.ଏ): ରାୟଗଡା ଜିଲା ଗୁଣପୁର ଅଞ୍ଚଳର ଯୁବ ନେତା ପ୍ରଦୀପ ସାହୁ ଯୁବ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଭାବେ ମନୋନୀତ ହୋଇଛନ୍ତି। ଜାତୀୟ ଯୁବ କଂଗ୍ରେସ ସମ୍ପାଦକ ରିଆଜୁଲ ଅଂସାରିଙ୍କ ଅନୁମୋଦନକ୍ରମେ ତାଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଛି। ଏ ନେଇ ରାଜ୍ୟ ଯୁବ କଂଗ୍ରେସର ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ପ୍ରଦୀପ କଂଗ୍ରେସର ଜାତୀୟ ନେତୃବୃନ୍ଦଙ୍କୁ କୃତଜ୍ଞତା ଏବଂ ଧନ୍ୟବାଦ ଜଣାଇଛନ୍ତି। ସୂଚନାନୁଯାୟୀ, ପ୍ରଦୀପ ୨୦୦୮ରେ ଗୁଣପୁର କଲେଜ ଛାତ୍ର ସଭାପତି ଥିଲେ। ୨୦୧୦ରେ ଏନ୍‌ଏସ୍‌ୟୁଆଇର ରାୟଗଡା ଜିଲା ସଭାପତି ସହ ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଥିଲେ। ୨୦୧୧ରେ ଆଇଏନ୍‌ଟିୟୁସିର ରାଜ୍ୟ ସମ୍ପାଦକ ଥିଲେ। ୨୦୧୨ରେ ଆଇଏନଟିୟୁସି ରାୟଗଡା ଜିଲା ସଭାପତି, ୨୦୧୪ରେ ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଥିଲେ। ୨୦୨୦ରେ ଜିଲା ଯୁବ କଂଗ୍ରେସର ସଭାପତି ଦାୟିତ୍ୱ ତୁଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ସଂସ୍କାର ପରେ ରିପୋର୍ଟ ଆସିଲା ପଜିଟିଭ୍‌

ବୁଗୁଡ଼ା,୧୨ା୭(ଡି.ଏନ୍‌.ଏ.)-ବୁଗୁଡ଼ା ବ୍ଲକ ପାଣିକେଶର ଗ୍ରାମର ବସନ୍ତ ନାୟକ (୪୨)ଙ୍କ ମୃତ୍ୟୁ ପରେ ରବିବାର ସ୍ବାବ୍‌ ରିପୋର୍ଟ ପଜିଟିଭ ଆସିଛି। ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା...

ଢେଙ୍କାନାଳ ସହରରେ ସିରିଜ ଦୁର୍ଘଟଣାକୁ ନେଇ ଉତ୍ତେଜନା:୪ ବାଇକ୍‌କୁ ଧକ୍କା ଦେଲା କାର୍‌

ଢେଙ୍କାନାଳ ଅଫିସ,୨୮ା୧୨ ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ପଛପାଖ କଚେରୀ ରୋଡ୍‌ରେ ଶୁକ୍ରବାର ସିରିଜ ଦୁର୍ଘଟଣା ଘଟିଛି। ନିଶାଶକ୍ତ ଅବସ୍ଥାରେ ଥିବା ଏକ କାର୍‌ ଚାଳକ ଦ୍ରୁତ...

ବିଦ୍ୟାଳୟ ମିଶ୍ରଣକୁ ନେଇ ବଢିଲା ସମସ୍ୟା : ଆସିଲେନି ଶିକ୍ଷକ, ଖୋଲିଲାନି ତାଲା

ବାଲିକୁଦା,୬ା୮(ସ୍ବ.ପ୍ର.): ବାଲିକୁଦା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନ ବଘେଇପୁର ପ୍ରାଥମିକ ବିଦ୍ୟାଳୟ ଓ କପୁରାବେଲାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାକୁ ନେଇ ଉପୁଜିଥିବା ସମସ୍ୟା...

ବାୟୁ ପ୍ରଦୂଷଣ: ୧୭ ସହର ସ୍ଥିତି ନିୟନ୍ତ୍ରଣାଧୀନ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ)- ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ୧୭ ସହର ବାୟୁର ମାନ ପରୀକ୍ଷଣ କରାଯାଇଥାଏ। ଚଳିତ ଅକ୍ଟୋବର ଶେଷ ସୁଦ୍ଧା ମାନ ପରୀକ୍ଷା ସମ୍ବଦ୍ଧିତ ତଥ୍ୟ...

୩୧ ଲକ୍ଷଙ୍କୁ ମିଳିବ ସ୍ମାର୍ଟ ହେଲ୍‌ଥ କାର୍ଡ

ଭୁବନେଶ୍ୱର(ବ୍ୟୁରୋ)/ବାଲେଶ୍ୱର ଅଫିସ/ଭଦ୍ରକ ଅଫିସ, ୨୬ା୧୧: ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ) ଅନ୍ତର୍ଗତ ସ୍ମାର୍ଟ ହେଲ୍‌ଥ କାର୍ଡ ସ୍କିମ୍‌ରେ ଯୋଡ଼ିହୋଇଛି ବାଲେଶ୍ୱର ଏବଂ...

ପ୍ଲାଜ୍‌ମା ଦେଲେ ୨ ପୋଲିସ କର୍ମଚାରୀ

କଟକ ଅଫିସ,୨୬।୭: ଓଡ଼ିଶା ପୋଲିସର ଆଉ ଦୁଇଜଣ କର୍ମଚାରୀ ଶନିବାର ପ୍ଲାଜ୍‌ମା ଦାନ କରିଛନ୍ତି। ସେମାନେ ହେଲେ ଓଏସ୍‌ଏପି ତୃତୀୟ ବାଟାଲିଅନର ସିପାହି ତରୁଣ କୁମାର...

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ: ଦଶହରାକୁ ଫିକା କରିପାରେ ବର୍ଷା

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ଦଶହରାକୁ ଫିକା କରିପାରେ ବର୍ଷା। ଦଶହରା ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର...

ସ୍ତ୍ରୀଙ୍କୁ ହତ୍ୟା କରି ପୋତି ଦେଇଥିଲେ: ୧୮ ଦିନ ପରେ ମୃତଦେହ ଉଦ୍ଧାର, ଅଭିଯୁକ୍ତ ସ୍ବାମୀଙ୍କ ସହ ୫ ଅଟକ

ସମ୍ବଲପୁର,୧୮।୧ (ବ୍ୟୁରୋ)- ସମ୍ବଲପୁର ଜିଲା ଧନୁପାଲି ଥାନା ବାହାଲପଡାରେ ଜଣେ ମହିଳାଙ୍କୁ ହତ୍ୟା କରିବା ପରେ ସ୍ବାମୀ ପୋତି ଦେଇଥିଲେ। ଶନିବାର ପୋଲିସ ମାଟି ତଳୁ...

Advertisement
Archives

Model This Week