ଡାକ୍ତର ନାହାନ୍ତି, ଚିକିତ୍ସାରୁ ବଞ୍ଚିତ ରୋଗୀ

କୁଜଙ୍ଗ, ୧୪ା୫ (ଡି.ଏନ.ଏ.): ସ୍ବାସ୍ଥ୍ୟ ସେବା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହୁଛନ୍ତି। ହେଲେ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାରୁ ରୋଗୀ ଚିକିତ୍ସା ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। କେବଳ ଜଣେ ଆୟୁଷ ଡାକ୍ତରଙ୍କୁ ଭରସା କରି ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ଅଭିଯୋଗ ହେଉଛି।
କୁଜଙ୍ଗ ଅଞ୍ଚଳର ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ତତ୍କାଳୀନ ବଙ୍ଗୀୟ ଜମିଦାର ଉଦୟଚାନ୍ଦ ମହତାବ ୧୮୯୩ରେ ଏଠାରେ ଏକ ଡିସ୍‌ପେନ୍‌ସାରୀ ପ୍ରତିଷ୍ଠା କରିଥିଲେ। ସ୍ବାଧୀନତା ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଉକ୍ତ ଡିସ୍‌ପେନ୍‌ସାରୀକୁ ହାତକୁ ନେଇ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ପିଏଚ୍‌ସି)ର ମାନ୍ୟତା ପ୍ରଦାନ କରିଥିଲେ। ୨୦୦୬ ଏହାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ମିଳିଥିଲା। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟମ ଅନୁସାରେ, ଅଧୀକ୍ଷକଙ୍କ ସମେତ ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ, ଜଣେ ଶିଶୁ ରୋଗ, ଜଣେ ସର୍ଜରୀ, ଜଣେ ଭେଷଜ ବିଶେଷଜ୍ଞ ଓ ଜଣେ ଏମ୍‌ବିବିଏସ୍‌ ଡାକ୍ତର ଏହିପରି ମୋଟ୍‌ ୬ ଜଣ ଡାକ୍ତର ରହିବା କଥା। କିନ୍ତୁ ପରିତାପର ବିଷୟ ଦୀର୍ଘବର୍ଷ ହେବ ଏଠାରେ ଜଣେ ହେଲେ ବିଶେଷଜ୍ଞ ନ ଥିବା ବେଳେ ଅଧୀକ୍ଷକ ଓ ଜଣେ ଏମ୍‌ବିବିଏସ୍‌ ଡାକ୍ତର ନିଯୁକ୍ତ ଅଛନ୍ତି। ଅଧୀକ୍ଷକ ଅଧିକାଂଶ ସମୟ ଜଗତ୍‌ସିଂହପୁର ଜିଲା ସଦର ମହକୁମାକୁ ବିଭିନ୍ନ କାମ ଓ ଅନ୍ୟ ସରକାରୀ କାର୍ଯ୍ୟରେ କ୍ଷେତ୍ର ପରିଦର୍ଶନରେ ଯାଉଥିବାରୁ ଅନୁପସ୍ଥିତ ରହୁଛନ୍ତି। ଅନ୍ୟ ଜଣେ ଏମ୍‌ବିବିଏସ୍‌ ଡାକ୍ତର ସପ୍ତାହକୁ ୩ ଦିନ ଉଭୟ ରାତି ଓ ଦିନ ବେଳା ଡ୍ୟୁଟି କରି ଡାକ୍ତରଖାନାରେ ଅନୁପସ୍ଥିତ ରହନ୍ତି। ଫଳରେ ରୋଗୀ ଅନ୍ୟ ଉପାୟ ନ ପାଇ ଆୟୁଷ ଡାକ୍ତରଙ୍କ ଉପରେ ଭରସା କରୁଛନ୍ତି। ପ୍ରସୂତିଙ୍କ ପ୍ରସବ ଯନ୍ତ୍ରଣା ସମୟରେ ଖର୍ଚ୍ଚାନ୍ତ ହୋଇ ପ୍ରାୟ ୬୦ କିମି ଦୂର ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଛନ୍ତି। ଏଠାରେ ଶିଶୁ ବିଶେଷଜ୍ଞ ନ ଥିବାରୁ ଛୋଟଛୁଆଙ୍କୁ ଖର୍ଚ୍ଚାନ୍ତ ହୋଇ କଟକ ନେବାକୁ ପଡୁଛି। କାହାର କୌଣସି ସାଧାରଣ ଅସ୍ତ୍ରୋପଚାର ଆବଶ୍ୟକତା ପଡିଲେ ବା କୌଣସି ରୋଗ ପାଇଁ ଭେଷଜ ବିଶେଷଜ୍ଞଙ୍କ ଆବଶ୍ୟକତା ପଡିଲେ ଜନସାଧାରଣଙ୍କୁ ୧୦୦ କିମି ଦୂର କଟକ ଯିବାକୁ ପଡୁଛି। ଅନ୍ୟପକ୍ଷେ କୁଜଙ୍ଗ, ଏରସମା, ଜଟାଧାର, ପାରାଦୀପ ଲକ୍‌, ଅଭୟଚାନ୍ଦପୁର, ସାମୁଦ୍ରିକ ଥାନା ଓ ପାରାଦୀପ ଆଦର୍ଶ ଥାନା ଅଞ୍ଚଳରେ କୌଣସି ଅପମୃତ୍ୟୁ ବା ଦୁର୍ଘଟଣାଜନିତ ମୃତ୍ୟୁରେ ମୃତଦେହ ବ୍ୟବଚ୍ଛେଦ ଏଠାରେ ହୋଇଥାଏ। ତେଣୁ ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତର ଚାଲିଗଲେ, ଡାକ୍ତରଖାନାରେ ରୋଗୀ ସେବା ଠପ୍‌ ହୋଇଯାଉଛି। ଏଠାରେ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ କୁଜଙ୍ଗ ବ୍ଲକର ୨୮ଟି ପଞ୍ଚାୟତ ସମେତ ଏରସମା ବ୍ଲକର ୧୦ଟି ପଞ୍ଚାୟତ, କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା, ମାର୍ଶାଘାଇ ଓ ଗରଦପୁର ବ୍ଲକ୍‌ର ୧୦ଟି ପଞ୍ଚାୟତର ଲୋକେ ନିର୍ଭରଶୀଳ। ପ୍ରତ୍ୟହ ୫ ନଂ.(କ) ଜାତୀୟ ରାଜପଥ, ପାରାଦୀପ ଶିଳ୍ପାଞ୍ଚଳ, କଟକ-ପାରାଦୀପ ରାସ୍ତାରେ ଘଟୁଥିବା ଦୁର୍ଘଟଣାରେ ଗୁରୁତର ହୋଇ ଆସୁଥିବା ରୋଗୀ ଉପଯୁକ୍ତ ଚିକିତ୍ସା ନ ପାଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ, ୧୫ ବର୍ଷର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତା ପାଇବା ପରେ କେବଳ ୨ ବର୍ଷ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଏଠାରେ କାର୍ଯ୍ୟ କରିଛନ୍ତି। ଡାକ୍ତର ନ ଥିବା ସମ୍ପର୍କରେ ଅଧୀକ୍ଷକ ଡା. ପ୍ରସନ୍ନ ପଣ୍ଡାଙ୍କୁ ପଚାରିବାରେ ସମସ୍ୟା ସମ୍ପର୍କରେ ଆମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ। ଆମର କିଛି କରିବାର ନାହିଁ। ଡାକ୍ତର ନିଯୁକ୍ତି ସରକାରଙ୍କ ଉପରେ ନିର୍ଭର କରୁଛି। ଆଗକୁ ବର୍ଷାଦିନ ଆସୁଛି। ଜ୍ୱର, ଥଣ୍ଡା, କାଶ, ଝାଡ଼ାବାନ୍ତି, ଡେଙ୍ଗୁ ରୋଗ ବଢ଼ିବା ଆଶଙ୍କା ଅଛି। ବିନା ଡାକ୍ତରରେ କେମିତି ରୋଗୀ ଚିକିତ୍ସା ପାଇବେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥିପ୍ରତି ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେଇ ତୁରନ୍ତ ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?