ଶୁଖିଗଲାଣି ୭ ନଦୀର ଜଳଧାରା

କେନ୍ଦ୍ରାପଡ଼ା ଅଫିସ, ୧୪ା୫: କେନ୍ଦ୍ରାପଡ଼ା ଜିଲାରେ ସାମୁଦ୍ରିକ ଝଡ ଅସାନିର ବର୍ଷା ପାଣି ପଡିଲାନାହିଁ। ଗତ ୪ ତାରିଖରୁ ଅକ୍ଷୟ ତୃତୀୟା ପାଳନ ହୋଇଥିବା ବେଳେ ମୌସମୀ ବର୍ଷା ଜୁନ ପ୍ରଥମ ସପ୍ତାହ ପୂର୍ବରୁ ଆସିବା ସମ୍ଭାବନା ନାହିଁ। ଖରିଫ ଚାଷର ଜମିକୁ ଉପଯୁକ୍ତ କରିବାକୁ ହଳ ହେବା ଆବଶ୍ୟକ। ଖରାଦିନ ଆରମ୍ଭରୁ ଜିଲାରେ ପ୍ରବାହିତ ୭ ନଦୀର ଜଳଧାରା ଶୁଖିଯାଇଛି। କୃଷି ଅର୍ଥନୀତି ଭିତ୍ତିକ ଓ ରାଜ୍ୟର ବୃହତ୍ତମ ନଦୀପଥ ଥିବା ଏହି ଜିଲାରେ କ୍ଷେତକୁ ପାଣି ସମସ୍ୟା ଏବେ ବଢ଼ି ଚାଲିଛି। ନଦୀରେ ପାଣି ନ ଥିବାରୁ ଜିଲାର ୧୧୧୪ ଉଠା ଜଳସେଚନ ପ୍ରକଳ୍ପ ଅଚଳ ହେବାକୁ ବସିଥିବା ବେଳେ ୨୫,୭୧୮ ହେକ୍ଟର ଅଞ୍ଚଳର ଜମି ପଡିଆ ହେବାକୁ ଯାଉଛି। ଯାହା ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି।
ଏ ସମ୍ପର୍କରେ କୃଷକ ନେତା ବିଧୁଭୂଷଣ ମହାପାତ୍ର, ଗୟାଧର ଧଳ, ବିଜୟ କୁମାର ପରିଡା, ଚାଷୀ ନିରଞ୍ଜନ ପରିଡା, ଚିତ୍ତରଞ୍ଜନ ଦାସ ପ୍ରମୁଖ କହିଛନ୍ତି, ଜିଲାର ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ୭ ନଦୀ ଅଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ବନ୍ଧ ନିର୍ମାଣ କରିବା ପରେ ନିମ୍ନ ଅବବାହିକାରେ ଥିବା ଜିଲାର ଲୁଣା, ପାଇକା, ଚିତ୍ରୋପତ୍ଳା, ମହାନଦୀ, ବିରୂପା ନଦୀ ଜଳସ୍ତର ହ୍ରାସ ପାଇଛି। ସେହିପରି ଗୋବରୀ, ବ୍ରାହ୍ମଣୀ, ବୈତରଣୀ ସିଷ୍ଟମରେ ଥିବା ଖରସ୍ରୋତା ନଦୀରେ ଜଳସ୍ତର ହ୍ରାସ ପାଇଛି। କେନାଲ ଶୁଖିଲା ପଡିଥିବା ବେଳେ ଖରା କାରଣରୁ ପୋଖରୀରେ ଜଳ ନାହିଁ। ଜିଲାର ୧ ଲକ୍ଷ ୫୨ ହଜାର ହେକ୍ଟର ଚାଷ ଜମି ମଧ୍ୟରୁ ୮୬,୧୩୨ ହେକ୍ଟରକୁ କେନାଲ, ଉଠା ଜଳସେଚନ ପ୍ରକଳ୍ପ, ସାଲୋ ଟ୍ୟୁବୱେଲ, ଅନ୍ୟାନ୍ୟ ଜଳ ଉତ୍ସକୁ ବ୍ୟବହାର କରାଯାଇଥାଏ। ତେବେ ଏହି ନଦୀଗୁଡିକ ଏବେ ଜଳଧାରଣ କ୍ଷମତା ହରାଇଛି। ନଦୀଗୁଡିକର ବହୁ ସ୍ଥାନରେ ପାଣି ବଦଳରେ କେବଳ ବାଲି ଦେଖାଯାଉଛି। ନଦୀକୂଳିଆ ଅଞ୍ଚଳବାସୀ ପାନୀୟ ଜଳକଷ୍ଟ ଭୋଗୁଛନ୍ତି। ନଦୀଜଳର ସ୍ରୋତ କମିବା ଯୋଗୁ ନଳକୂପ, କୂଅ, ପୋଖରୀରେ ଜଳ ଉତ୍ତୋଳନ କଷ୍ଟ ଲାଗି ରହିଛି। ସେହିପରି ନଦୀଜଳକୁ ନିର୍ଭର କରି ହଜାର ହଜାର ମତ୍ସ୍ୟଜୀବୀ ପରିବାର ପ୍ରତିପୋଷଣ କରୁଥିବା ବେଳେ ତାହା ଏବେ ସଙ୍କଟଜନକ ସ୍ଥିତିରେ ଅଛି। ମୌସୁମୀ ସମୟରେ ଏହି ନଦୀର ଜଳସ୍ତର ବଢ଼ି ଜିଲାର ୫୫ ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି କରେ। ଏବେ ଚାଷ ପାଇଁ ଜଳସଙ୍କଟ ଦେଖାଯାଇଛି। ଖରିଫ ଚାଷ ସମୟରେ ପୂର୍ବରୁ ଉଠା ଜଳସେଚନ ପ୍ରକଳ୍ପ ସହାୟକ ହେଉଥିଲା। ଏଥିପାଇଁ କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳରେ ୮୨ଟି, ଡେରାବିଶରେ ୩୭ଟି, ମାର୍ଶାଘାଇରେ ୧୦୦ଟି, ମହାକାଳପଡ଼ାରେ ୧୧୯ଟି, ଗରଦପୁରରେ ୯୭ଟି, ପଟ୍ଟାମୁଣ୍ଡାଇରେ ୧୩୮ଟି, ଆଳିରେ ୨୪୮ଟି, ରାଜକନିକାରେ ୧୮୦ଟି ଓ ରାଜନଗରରେ ୧୧୩ଟି ଉଠା ଜଳସେଚନ ପ୍ରକଳ୍ପ ସରକାରୀ ପ୍ରୋତ୍ସାହନରେ କାର୍ଯ୍ୟକାରୀ ହେଉଥିଲା। ସେହିପରି ନଦୀ ଜଳକୁ ଭିତ୍ତି କରି ୩,୦୬୩ ସାଲୋ ଟ୍ୟୁବୱେଲ ଓ ୧,୦୬୨୪ଟି ଜଳ ଉତ୍ସ ଚାଷ କାର୍ଯ୍ୟରେ ବ୍ୟବହାର ହେଉଥିଲା। କିନ୍ତୁ ନଦୀ ଜଳସ୍ତର ହ୍ରାସ ଯୋଗୁ ଚାଷ କ୍ଷତିଗ୍ରସ୍ତ ହେବା ଆଶଙ୍କା ଥିବା ବେଳେ ଚାଷୀ ଏବେ ମୌସୁମୀ ବର୍ଷାକୁ ଅପେକ୍ଷା କରିଛନ୍ତି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ କୁମାର ରାଉତଙ୍କୁ ପଚାରିବାରେ ଖରାଦିନ ପାଇଁ ନଦୀ ଜଳସ୍ତର କମିଛି। ଏହି ସମୟରେ ନଦୀବନ୍ଧର ଦୁର୍ବଳ ସ୍ଥାନ ମରାମତି ସହ ନଦୀପଥକୁ ପରିଷ୍କାର କରାଯାଉଛି। ନଦୀ ପଠାଗୁଡିକର ମାଟି କେତେ ସ୍ଥାନରେ ଜଳପଥକୁ ବନ୍ଦ କରୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?