ନ୍ୟାୟ ପାଇଁ ପ୍ରେମିକଙ୍କ ଘରେ ଆଦିବାସୀ ପୀଡ଼ିତା

ମହାକାଳପଡ଼ା,୧୪ା୫ (ଡି.ଏନ.ଏ.): କନ୍ଧମାଳ ଜଲା ଦାରିଙ୍ଗବାଡ଼ି ଅଞ୍ଚଳର ଆଦିବାସୀ ଯୁବତୀ ଝିଲିମା ପ୍ରଧାନ (୨୪) ନ୍ୟାୟ ପାଇଁ ପ୍ରେମିକ ଘରେ ପହଞ୍ଚି ନ୍ୟାୟ ଦାବି କରି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ବ୍ଲକର ଖରିନାସୀ ଗ୍ରାମ କାଳିବାଡ଼ି ଅଞ୍ଚଳର ରାକେଶ ବୈରାଗୀ (୨୮)ଙ୍କ ସହ ୨୦୧୩ ମସିହାରେ ଆନ୍ଧ୍ର ପ୍ରଦେଶର ଏକ ସୂତା ମିଲରେ କାମ କରୁଥିବା ବେଳେ ଝିଲିମାଙ୍କ ସାକ୍ଷାତ ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୁଦୃଢ ହୋଇଥିଲା। ୨୦୧୭ରେ ଉଭୟେ ଏକ ଘର ଭଡ଼ା ନେଇ ଜୀବନ ଅତିବାହିତ କରିଥିଲେ। ପରେ ଆନ୍ଧ୍ର ପ୍ରଦେଶର ଏକ ମନ୍ଦିରରେ ରାକେଶ ଝିଲିମାଙ୍କୁ ଶଙ୍ଖା ସିନ୍ଦୂର ପିନ୍ଧାଇ ସ୍ତ୍ରୀର ମାନ୍ୟତା ପ୍ରଦାନ କରିଥିଲେ ବୋଲି ପୀଡିତା କହିଛନ୍ତି। ପରବର୍ତ୍ତୀ ସମୟରେ ରାକେଶ ଝିଲିମାଙ୍କୁ ଡାକ୍ତରଖାନାକୁ ଦୁଇଥର ନେଇ ଗର୍ଭ ନଷ୍ଟ କରିଥିଲେ। ଝିଲିମା ରାକେଶ ଘରକୁ ଦୁଇଥର ଆସି ଶୁଦ୍ଧକ୍ରିୟାରେ ଯୋଗଦେଇ ପରିବାର ସହ ମିଶିଥିଲେ। ପରେ ଉଭୟେ ମିଶି ପୁଣି ଆନ୍ଧ୍ର ପ୍ରଦେଶ ସୂତା ମିଲରେ କାମ କରିବାକୁ ପଳାଇ ଥିଲେ। ହେଲେ ରାକେଶ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରି ଘରକୁ ଆଣିଥିବା କୁହାଯାଇଛି। ଏହି ଖବରପାଇ ସୁଦୂର ଦାରିଙ୍ଗବାଡି ଅଞ୍ଚଳରୁ ଝିଲିମା ଛୁଟି ଆସିଛନ୍ତି ଖରିନାସୀ ରାକେଶଙ୍କ ଘରକୁ। ରାକେଶଙ୍କ ଘରେ ଝିଲିମା ପହଞ୍ଚତ୍ଲା ପରେ ପରିବାର ଲୋକେ ଧକ୍କା ଦେଇ ତାଙ୍କୁ ଘରୁ ବାହାରକୁ ବିଦା କରି ଦେଇଥିଲେ। ଉପାୟ ଶୂନ୍ୟ ହୋଇ ଝିଲିମା ନ୍ୟାୟ ପାଇଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ସେ ରାକେଶଙ୍କ ଦୁଆର ସମ୍ମୁଖରେ ନ୍ୟାୟ ପାଇଁ ଧାରଣାରେ ବସି ରହିଛନ୍ତି। ଏ ସମ୍ପର୍କରେ ଆଇଆଇସି ପରେଶ କୁମାର ମହାନ୍ତିଙ୍କୁ ପଚାରିବାରେ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି। ଏ ନେଇ ଥାନାରେ ନଂ. ୬୪/୨୨ରେ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri