ଗୋପରେ ପ୍ରାକୃତିକ ଗ୍ୟାସ୍, ପେଟ୍ରୋଲର ସନ୍ଧାନ: ୧୬ ଏକର ଜମିରେ ଆରମ୍ଭ ହେବ କାମ
ଗୋପ, ୧୧ା୪(ଡି.ଏନ୍.ଏ): ପୁରୀ ଜିଲା ଗୋପ ବ୍ଲକ ଅଧୀନ ଗୋପ ପଞ୍ଚାୟତର କୁଶୁପୁର ଏବଂ ମହଲପଡ଼ା ପଞ୍ଚାୟତର ଚିତ୍ରା ଗାଁରେ ପ୍ରାକୃତିକ ଗ୍ୟାସ୍ ଓ ତୈଳର ସନ୍ଧାନ ମିଳିଛି। ସାଟେଲାଇଟ ଚିତ୍ର ଏବଂ ଅଏଲ୍ ଇଣ୍ଡିଆର ସେସମିକ୍ ସର୍ଭେରୁ ଏହା ଜଣାପଡ଼ିବା…
ଅଟୋରେ ନେଉଥିଲେ ୨କୁଇଣ୍ଟାଲ ଗଞ୍ଜେଇ
ଚିତ୍ରକୋଣ୍ଡା,୧୦ା୪(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ ୨୦୮ କେଜି ୮ଶହ ଗ୍ରାମ ଗଞ୍ଜେଇ ଜବତ କରି ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଦିଲଶାଦ କୁରେଶି(୩୦), କସିମ ହୁସେନ(୩୩) ଓ ବିଜୟ କୁମାର ଶର୍ମା(୫୭)। ଗଞ୍ଜେଇ ଚୋରା ଚାଲାଣ ହେଉଥିବା…
ମହିଳାଙ୍କୁ କଚାଡ଼ି ଦେଲା ଦନ୍ତା
କଣ୍ଟାମାଳ,୧୦ା୪(ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତର ଡୁମାଳପଖାଳ ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଖବର ପାଇ ରବିବାର ସ୍ଥାନୀୟ ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।…
ଦୁର୍ଘଟଣାରେ ଏମ୍ସିଏଲ୍ କର୍ମଚାରୀ ମୃତ
ଝାରସୁଗୁଡା ଅଫିସ,୧୦।୪: ଏକ ଗାଡ଼ି ଧକ୍କାରେ ମହାନଦୀ କୋଲଫିଲ୍ଡ ଲିମିଟେଡ(ଏମ୍ସିଏଲ୍) ଲଜକୁରା କୋଇଲା ଖଣିରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ରବିବାର ମୃତ୍ୟୁ ଘଟିଛି। ସେ ହେଲେ ରତିକାନ୍ତ ସାହୁ(୫୮)। ସେ ଲଜକୁରା କୋଇଲା ଖଣିରେ ଇଲେକ୍ଟ୍ରିକାଲ ସେକ୍ସନରେ କାମ କରୁଥିଲେ ।…
ମହାନଦୀରେ ଭାସି ଯାଇ ନାବାଳକ ମୃତ, ଏବେ ବି ୨ ନିଖୋଜ
କଟକ ଅଫିସ,୧୦।୪: ମହାନଦୀ ଯୋବ୍ରାଠାରେ ଗାଧୋଇବା ବେଳେ ୩ଜଣ ନାବାଳକ ରବିବାର ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ନାବାଳକଙ୍କୁ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳକଙ୍କ…
ମହାନଦୀରେ ବୁଡ଼ିଗଲେ ୩ ସାଙ୍ଗ
କଟକ ଅଫିସ,୧୦ା୪: ମହାନଦୀର ଯୋବ୍ରାରେ ଗାଧୋଉଥିବା ବେଳେ ୩ ନାବାଳକ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ଦୁଇ ନାବାଳକଙ୍କ ପତ୍ତା ମିଳୁନାହିଁ। ରବିବାର ଅପରାହ୍ନରେ ଯୋବ୍ରା ଚୂନଭାଟି ଚାରିଘରିଆ ଅଞ୍ଚଳର…
ସ୍କୁଟିକୁ ପିଟିଲା ବାଇକ୍, ଯୁବ ବ୍ୟବସାୟୀ ମୃତ; ୨ ଗୁରୁତର
ଲାଞ୍ଜିଗଡ଼,୧୦ା୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାବେଳେ ରବିବାର ପୁଣି ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ, ଲାଞ୍ଜିଗଡ଼ର ଯୁବ କପଡ଼ା ବ୍ୟବସାୟୀ ଦୀପକ କୁମାର…
ଜଙ୍ଗଲରେ ହାତୀର ମୃତଦେହ ଠାବ
କୁଚିଣ୍ଡା,୧୦ା୪(ଡି.ଏନ୍.ଏ.): ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ଡିଭିଜନ କୁଚିଣ୍ଡା ରେଞ୍ଜ ଅଧିନସ୍ଥ ଜରାବଗା ପଞ୍ଚାୟତ ବିଞ୍ଜିଖୋଲ ଗାଁ ନିକଟରେ ଏକ ହାତୀର ମୃତଦେହକୁ ବନବିଭାଗ ରବିବାର ଠାବ କରିଛି। ଗାଁ ଲୋକଙ୍କ କହିବା ଅନୁଯାୟୀ, ହାତୀଟି ୪/୫ ଦିନ ହେଲା ଅସୁସ୍ଥ…
ତାରା ତାରିଣୀ ପାହାଡ଼ରେ ବସ- ହାଇୱା ମୁହାଁମୁହିଁ , ୭ ଜଣ ଭକ୍ତଙ୍କ ସମେତ ଡ୍ରାଇଭର ଆହତ
ପୁରୁଷୋତ୍ତମପୁର, ୧୦/୪(ଡିଏନ୍ଏ): ଗଞ୍ଜାମ ଜିଲ୍ଲା ର ପ୍ରସିଦ୍ଧ ଇଷ୍ଟ ଦେବି ମା ତାରା ତାରିଣୀଙ୍କ ପାହାଡ ରାସ୍ତାରେ ଅଘଟଣ ଘଟିଛି। ପର୍ଯ୍ୟଟକଙ୍କ ଲାଗି ପ୍ରଶାସନ ପକ୍ଷରୁ ନିୟୋଜିତ ବସ ସହ ଏକ ବାଲି ବୋଝେଇ ହାଇୱା ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା…
ନନ୍ଦନକାନନରେ ବାଘ ଛୁଆ ରକି ଅସୁସ୍ଥ
ବାରଙ୍ଗ,୧୦।୪(ଡି.ଏନ୍.ଏ.): ନନ୍ଦନକାନନରେ ୧୨ ମାସର ବାଘ ଛୁଆ ରକି ଅସୁସ୍ଥ ହୋଇପଡ଼ିଛି। ଗତ ଦୁଇଦିନ ହେଲା ତାକୁ ତରଳ ଝାଢ଼ା ହେଉଥିବା ଯୋଗୁ ବାଘ ଛୁଆଟି ଅତ୍ୟନ୍ତ ଦୂର୍ବଳ ହୋଇଯାଇଛି। ଅସୁସ୍ଥତା ଯୋଗୁ ରକିକୁ ଖିୁଆଡରୁ ବାହାର କରି ନନ୍ଦନକାନନ ଭେଟନାରୀରେ…
ଓପିଜିସି ପାଉଁଶ ପାଇପ୍ ଲାଇନ୍ ଫାଟି ଗାଁ ପ୍ରଭାବିତ ହେବା ପ୍ରସଙ୍ଗ: ଅଞ୍ଚଳ ପରିଦର୍ଶନ କଲେ କମ୍ପାନୀ କର୍ତ୍ତୃପକ୍ଷ
ଝାରସୁଗୁଡା ଅଫିସ୍,୧୦।୪: ଓଡ଼ିଶା ବିଦ୍ୟୁତ ନିଗମ (ଓପିଜିସି)ର ଇବ୍ ଥର୍ମାଲ ପ୍ରକଳ୍ପ ପାଉଁଶ ପାଇପ୍ ଲାଇନ୍ ଗତ ଶୁକ୍ରବାର ଫାଟିଯାଇଥିଲା। ଏଥିରୁ ନିର୍ଗତ ତରଳ ବର୍ଜ୍ୟବସ୍ତୁ ପାଉଁଶ ନିକଟସ୍ଥ ଗ୍ରାମ ବନହରପାଲି ଅଞ୍ଚଳରେ ମାଡିଯାଇଥିଲା। ଏଥିରେ ଗାଁ ପୋଖରୀ, ଚାଷଜମି ଆଦି…
ଓଲଟିଲା ପିକ୍ଅପ୍, ୧୫ ଶ୍ରମିକ ଆହତ
ବରଗଡ଼ ଅଫିସ,୧୦ା୪: ବରଗଡ଼-ବଲାଙ୍ଗୀର ରାସ୍ତାର ବରପାଲି ବ୍ଲକ ଧାଙ୍ଗେରପାଲି ବୁଲାଣିରେ ରବିବାର ସକାଳୁ ଏକ ଦୁର୍ଘଟଣା ଘଟିଛି। ପିକଅପ୍ ଭ୍ୟାନ( ନଂ-ଓଆର୍୧୦୩୭) ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ସେଥିରେ ବସିଥିବା ୧୫ ଶ୍ରମିକ ଆହତ ହୋଇଛନ୍ତି। ପିକ୍ଅପ୍ଟି ବରପାଲିରୁ ସୁବର୍ଣ୍ଣପୁର…

