Posted inଗଜପତି

ପ୍ରଶାସନର ହସ୍ତକ୍ଷେପରେ ହଟାଗଲା ବାଉଁଶ ବାଡ଼

ପାରଳାଖେମୁଣ୍ଡି,୧୯।୫(ଡି.ଏନ୍‌.ଏ.): ଗୋଷାଣୀ ବ୍ଲକ ଅନ୍ତର୍ଗତ ରଣଦେବୀ ଛକ ନିକଟ ମୁଖ୍ୟରାସ୍ତା ଉପରେ ଗତ କିଛି ଦିନ ହେଲା ଜଣେ ବ୍ୟକ୍ତି ନିଜ ଜାଗା ବୋଲି ଦର୍ଶାଇ ରାସ୍ତାକୁ ଲାଗି ବାଉଁଶ ବାଡ ବେଡି ଦେଇଥିଲେ। ବୁଧବାର ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀଙ୍କ ନେତୃତ୍ୱରେ ପୋଲିସ ଟିମ ସମେତ ବିଭିନ୍ନ ଅଧିକାରୀମାନଙ୍କ ଉପସ୍ଥିତିରେ ବାଉଁଶବାଡକୁ ଭାଙ୍ଗି ବାହାର କରିଦିଆଯାଇଛି । ପ୍ରକାଶ ଯେ, ଗତ କିଛି ଦିନ ପୂର୍ବେ ରଣଦେବୀ ଛକ ନିକଟରେ ଜଣେ ବ୍ୟକ୍ତି ଜାଗା ବିବାଦକୁ ନେଇ ସରକାରୀ ଜାଗା ତଥା ସର୍ବସାଧାରଣ ଗମନାଗମନ କରୁଥିବା ରାସ୍ତା ଉପରେ ବାଉଁଶବାଡ ପକାଇ ରାସ୍ତା ଅବରୋଧ କରିଥିଲେ। ଇତିମଧ୍ୟରେ ସ୍ଥାନୀୟ ଲୋକେ ଓ ଯାତାୟାତ କରୁଥିବା ସର୍ବସାଧାରଣ ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏ ନେଇ ସମ୍ପୃକ୍ତ ନିଜ ଜାଗା ବୋଲି ଦର୍ଶାଉଥିବା ବ୍ୟକ୍ତିଜଣକଙ୍କୁ ଲୋକେ ଏସବୁକୁ ହଟାଇବାକୁ ନିବେଦନ କରିଥିଲେ ମଧ୍ୟ ସେ ଶୁଣି ନଥିଲେ। ଖବର ପାଇ ଜିଲାପ୍ରଶାସନ ପହଞ୍ଚତ୍ ପୋଲିସର ଉପସ୍ଥିତିରେ ଜେସିବି ଲଗାଇ ବାଉଁଶବାଡକୁ ହଟାଇ ଥିଲେ। ଏ ନେଇ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ କହିଛନ୍ତି ଯେ, ସର୍ବସାଧାରଣ ରାସ୍ତାରେ ବ୍ୟକ୍ତି ଜଣକ ଏପରି କରିବା ଉଚିତ ନ ଥିଲା। ସେ ଉକ୍ତ ମାମଲାକୁ ନେଇ ବିଭାଗୀୟ ନିକଟରେ ଅଭିଯୋଗ କରିପାରିଥାନ୍ତେ। ତେବେ ଏପରି ସର୍ବସାଧାରଣ ରାସ୍ତାରେ ବା ସମୂହ ଲୋକଙ୍କ କାମରେ ଆସୁଥିବା ସ୍ଥାନ ବା ଜାଗାକୁ କେହି ବି ଦାବି କରିପାରିବେ ନାହିଁ ବୋଲି କହିଛନ୍ତି।ଏ ନେଇ ଅଧିକା ତଦନ୍ତ ଜାରି ରହିବ ଏବଂ ପରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ତ୍ତବିଭାଗର ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ଦାସ ପ୍ରମୁଖଙ୍କ ସହ ଗୁରାଣ୍ଡି ଥାନାଧିକାରୀ ରବୀନ୍ଦ୍ରନାଥ ପାତ୍ରଙ୍କ ନେତୃତ୍ୱରେ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?