Posted inଗଜପତି

ବୃନ୍ଦାବନ ପ୍ୟାଲେସ୍‌ ରାସ୍ତା ଅବସ୍ଥା ସୁଧୁରୁନି

ପାରଳାଖେମୁଣ୍ଡି,୧୯।୫(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହରର ଐତିହାସିକ ପର୍ଯ୍ୟଟନସ୍ଥଳୀ ବୃନ୍ଦାବନ ପ୍ୟାଲେସ୍‌କୁ ଯିବା ପାଇଁ ମହେନ୍ଦ୍ରତନୟା ନଦୀ ବ୍ରିଜ୍‌ ପଟେ ଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇଛି। ଏହି ରାସ୍ତାର ଦୁରବସ୍ଥା ସୁଧୁରିବ କେବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବୃନ୍ଦାବନ ପ୍ୟାଲେସ୍‌କୁ ଯିବା ପାଇଁ ଦୁଇଗୋଟି ରାସ୍ତା ରହିଛି । ଗୋଟିଏ ହେଲା ଆଞ୍ଚଳିକ ପରିବହନ ଛକଠାରୁ ଏବଂ ଦ୍ୱିତୀୟଟି ପୁରୁଣାପାଟଣା ରାସ୍ତା ତଥା ମହେନ୍ଦ୍ରତନୟା ନଦୀ ବ୍ରିଜ୍‌ଠାରୁ ଅନ୍ୟଗୋଟିଏ ରାସ୍ତା। ମହେନ୍ଦ୍ରତନୟା ବ୍ରିଜ୍‌ ପଟରୁ ଥିବା ରାସ୍ତା ଏହି ପର୍ଯ୍ୟଟନସ୍ଥଳୀ ପର୍ଯ୍ୟନ୍ତ ରହିଛି। ଏହାସହ ଏହି ରାସ୍ତାରେ ଶ୍ମଶାନଘାଟର ମୁଖ୍ୟ ଗାଧୁଆତୁଠ ମଧ୍ୟ ରହିଛି। ହେଲେ ରାସ୍ତାର ଅବସ୍ଥା ଅତି ଦୟନୀୟ ରହିଥିବାରୁ ଯାତାୟାତରେ ବିଭିନ୍ନ ସମସ୍ୟା ଉପୁଜୁଛି । ଏହି ରାସ୍ତା ନିର୍ମାଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଭୁଲିଯାଇଛନ୍ତି। ପ୍ରାୟ ୨ ଦଶନ୍ଧି ଧରି ଏହା ମରାମତି କିମ୍ବା ରକ୍ଷଣାବେକ୍ଷଣ ଅଭାବରୁ ଖାଲଖମାରେ ପରିପୂର୍ଣ୍ଣ ହୋଇପଡିରହିଛି। ଏହି ନଦୀ ବ୍ରିଜ୍‌ ତଥା ପମ୍ପହାଉସ୍‌ଠାରୁ ଶ୍ମଶାନଘାଟର ଗାଧୁଆତୁଠ ପର୍ଯ୍ୟନ୍ତ ବଦାନ୍ୟ ବ୍ୟକ୍ତିମାନେ ନିଜ ନିଜ ଉଦ୍ୟମରେ ମାଟି ଗୋଡି ପକାଇ ସମତୁଲ କରିଥାନ୍ତି। ହେଲେ ସେଠାରୁ ବିଏନ୍‌ପ୍ୟାଲେସ୍‌ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ବେହାଲ ହୋଇପଡିଛି । ଅନ୍ୟପକ୍ଷରେ ମାଟିଗୋଡି ପକାଇ ସମତୁଲ କରାଯାଉଥିବା ସ୍ଥାନରେ ପାଣି ଜମିରହି କର୍ଦମାକ୍ତ ହୋଇପଡିଛି । ଏପରିକି ପାଦରେ ଚାଲି ଯିବା ଆସିବା କରିବାକୁ ଲୋକେ ଭୟ କରୁଛନ୍ତି । ଏପରି ଏକ ପର୍ଯ୍ୟଟନସ୍ଥଳୀ ରାସ୍ତାର ଅବସ୍ଥା ଅତି ଶୋଚନୀୟ ଥିବାରୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଡବାରେ ଅବୈଧ ଗଞ୍ଜେଇ ଚାଷ ବନ୍ଦ ପାଇଁ ଏକାଠି ହେଲେ ଜନସାଧାରଣ, ନଶାମୁକ୍ତ ଓଡ଼ିଶା…

ମୋହନା,୨୫।୮(ମନ୍ମଥ ମିଶ୍ର): “ଗଞ୍ଜେଇମୁକ୍ତ ଗଜପତି” ଏବଂ “ନଶାମୁକ୍ତ ଓଡ଼ିଶା” ଅଭିଯାନର ଅଂଶ ସ୍ୱରୂପ ଅଡବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗଜପତି…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri