Posted inଗଜପତି

ବୃନ୍ଦାବନ ପ୍ୟାଲେସ୍‌ ରାସ୍ତା ଅବସ୍ଥା ସୁଧୁରୁନି

ପାରଳାଖେମୁଣ୍ଡି,୧୯।୫(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହରର ଐତିହାସିକ ପର୍ଯ୍ୟଟନସ୍ଥଳୀ ବୃନ୍ଦାବନ ପ୍ୟାଲେସ୍‌କୁ ଯିବା ପାଇଁ ମହେନ୍ଦ୍ରତନୟା ନଦୀ ବ୍ରିଜ୍‌ ପଟେ ଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇଛି। ଏହି ରାସ୍ତାର ଦୁରବସ୍ଥା ସୁଧୁରିବ କେବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବୃନ୍ଦାବନ ପ୍ୟାଲେସ୍‌କୁ ଯିବା ପାଇଁ ଦୁଇଗୋଟି ରାସ୍ତା ରହିଛି । ଗୋଟିଏ ହେଲା ଆଞ୍ଚଳିକ ପରିବହନ ଛକଠାରୁ ଏବଂ ଦ୍ୱିତୀୟଟି ପୁରୁଣାପାଟଣା ରାସ୍ତା ତଥା ମହେନ୍ଦ୍ରତନୟା ନଦୀ ବ୍ରିଜ୍‌ଠାରୁ ଅନ୍ୟଗୋଟିଏ ରାସ୍ତା। ମହେନ୍ଦ୍ରତନୟା ବ୍ରିଜ୍‌ ପଟରୁ ଥିବା ରାସ୍ତା ଏହି ପର୍ଯ୍ୟଟନସ୍ଥଳୀ ପର୍ଯ୍ୟନ୍ତ ରହିଛି। ଏହାସହ ଏହି ରାସ୍ତାରେ ଶ୍ମଶାନଘାଟର ମୁଖ୍ୟ ଗାଧୁଆତୁଠ ମଧ୍ୟ ରହିଛି। ହେଲେ ରାସ୍ତାର ଅବସ୍ଥା ଅତି ଦୟନୀୟ ରହିଥିବାରୁ ଯାତାୟାତରେ ବିଭିନ୍ନ ସମସ୍ୟା ଉପୁଜୁଛି । ଏହି ରାସ୍ତା ନିର୍ମାଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଭୁଲିଯାଇଛନ୍ତି। ପ୍ରାୟ ୨ ଦଶନ୍ଧି ଧରି ଏହା ମରାମତି କିମ୍ବା ରକ୍ଷଣାବେକ୍ଷଣ ଅଭାବରୁ ଖାଲଖମାରେ ପରିପୂର୍ଣ୍ଣ ହୋଇପଡିରହିଛି। ଏହି ନଦୀ ବ୍ରିଜ୍‌ ତଥା ପମ୍ପହାଉସ୍‌ଠାରୁ ଶ୍ମଶାନଘାଟର ଗାଧୁଆତୁଠ ପର୍ଯ୍ୟନ୍ତ ବଦାନ୍ୟ ବ୍ୟକ୍ତିମାନେ ନିଜ ନିଜ ଉଦ୍ୟମରେ ମାଟି ଗୋଡି ପକାଇ ସମତୁଲ କରିଥାନ୍ତି। ହେଲେ ସେଠାରୁ ବିଏନ୍‌ପ୍ୟାଲେସ୍‌ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ବେହାଲ ହୋଇପଡିଛି । ଅନ୍ୟପକ୍ଷରେ ମାଟିଗୋଡି ପକାଇ ସମତୁଲ କରାଯାଉଥିବା ସ୍ଥାନରେ ପାଣି ଜମିରହି କର୍ଦମାକ୍ତ ହୋଇପଡିଛି । ଏପରିକି ପାଦରେ ଚାଲି ଯିବା ଆସିବା କରିବାକୁ ଲୋକେ ଭୟ କରୁଛନ୍ତି । ଏପରି ଏକ ପର୍ଯ୍ୟଟନସ୍ଥଳୀ ରାସ୍ତାର ଅବସ୍ଥା ଅତି ଶୋଚନୀୟ ଥିବାରୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର,୨୦ା୯(ବ୍ୟୁରୋ): ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ସ୍ତ୍ରୀ ବିଦ୍ୟାଭାରତୀଙ୍କର ସୋମବାର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ଭୁବନେଶ୍ୱରସ୍ଥିତ ଷ୍ଟେଟ୍‌...

ତିନି ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ମତଦାନ

ଆର.ଉଦୟଗିରି,୧୬।୨(ଡି.ଏନ୍‌.ଏ): ଗଜପତି ଜିଲା ମୋହନା ବ୍ଲକର ୧୭ନମ୍ବର ୱାର୍ଡର ଧନପଙ୍କ ୱାର୍ଡରେ ୩ଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। ୧୭ନମ୍ବର ଓ୍ବାର୍ଡଟି ୩ଟି ଗ୍ରାମକୁ ନେଇ...

କେରାଣ୍ଡି ଗାଁକୁ ପକ୍କା ରାସ୍ତା ନାହିଁ

ପାରଳାଖେମୁଣ୍ଡି,୧୦ା୨(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହର ଉପକଣ୍ଠ ତଥା ଗୋଷାଣି ବ୍ଲକ ଅନ୍ତର୍ଗତ କେରାଣ୍ଡି ଗ୍ରାମକୁ ପକ୍କା ରାସ୍ତା ନାହିଁ। ରାମସାଗର ଛକ ଦେଇ ଉକ୍ତ ଗ୍ରାମକୁ ଯାଇଥିବା...

ମେଳିରେ ତାତିଲେ ଆଦିବାସୀ, ନଇଁଲା ପ୍ରଶାସନ

ଆର.ଉଦୟଗିରି,୧୭।୭(ଡି.ଏନ୍‌.ଏ.): ତାତିଲେ ଆଦିବାସୀ, ନଇଁଲା ପ୍ରଶାସନ। ଗଜପତି ଜିଲା ମୋହନା ବ୍ଲକରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ସୂଚନା ଅନୁଯାୟୀ, ମୋନହା ବ୍ଲକ ଅଧୀନ...

ପାରଳା ସହରର ରାସ୍ତାଘାଟ ଶୋଚନୀୟ

ପାରଳାଖେମୁଣ୍ଡି,୧୫।୫(ଡି.ଏନ୍‌.ଏ): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦର ରାସ୍ତାଘାଟ ଶୋଚନୀୟ ଅବସ୍ଥାରେ ଥିବା ବେଳେ ପ୍ରଶାସନର ଦୃଷ୍ଟି କେବେ ପଡିବ ବୋଲି ସାଧାରଣରେ ପ୍ରଶ୍ନବାଚୀ...

ଘରୁ ମିଳିଲା ପ୍ରେମୀ ଯୁଗଳଙ୍କ କ୍ଷତାକ୍ତ ମୃତଦେହ : ଅନର କିଲିଂ ସନ୍ଦେହ

ପାରଳାଖେମୁଣ୍ଡି,୮ା୩: ଗଜପତି ଜିଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଆରିବା ଗ୍ରାମରେ ରବିବାର ରାତିରେ ଏକ ଘରୁ ଜଣେ ଯୁବତୀ ଓ ଯୁବକଙ୍କ କ୍ଷତାକ୍ତ ମୃତଦେହ ପୋଲିସ...

ରେଳ ଫାଟକ କଡ଼ରେ ପଡିଛି ମହିଳାଙ୍କ ମୃତଦେହ

ପାରଳାଖେମୁଣ୍ଡି,୧୬ା୧୦(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହର ଜଙ୍ଗମସାହି ରେଳ ଫାଟକ ନିକଟରେ ଜଣେ ମହିଳାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ତାଙ୍କ ପରିଚୟ ମିଳିପାରି ନାହିଁ। ବ୍ରହ୍ମପୁର...

ପ୍ରେମିକାର ଅଶ୍ଳୀଳ ଭିଡିଓ ଭାଇରାଲ କରି ପ୍ରେମିକ ଗିରଫ

ପାରଳାଖେମୁଣ୍ଡି,୨୩ା୨(ଡି.ଏନ୍‌.ଏ): ପ୍ରେମିକାର ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ପ୍ରେମିକ ଜଣକ ଗିରଫ ହୋଇଛନ୍ତି। ଅଭିଯୁକ୍ତ ହେଲେ ଗଜପତି ଜିଲା କେ.ଝାଲରସିଂ ଅଞ୍ଚଳର। ମିଳିଥିବା...

Advertisement
Archives

Model This Week