Posted inଗଜପତି

ମଧ୍ୟାହ୍ନଭୋଜନ ରୋଷେଇ ପାଇଁ ସରିଛି ଏଗ୍ରିମେଣ୍ଟ: ଅର୍ଥ ଜମା କରିଥିଲେ ବି ମିଳୁନି ଦାୟିତ୍ୱ

ଆର.ଉଦୟଗିରି,୧୯।୫(ଡି.ଏନ.ଏ.):  ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ମହିଳା ସଶକ୍ତୀକରଣ ପାଇଁ ମହିଳାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଆଗରେ ରଖାଯାଉଛି ଏବଂ ବିଭିନ୍ନ ଯୋଜନା ଲୋକାର୍ପଣ କରିଛନ୍ତି ରାଜ୍ୟ ସରକାର। ହେଲେ ତାହାକୁ ଅଣଦେଖା କରୁଛନ୍ତି ବିଦ୍ୟାଳୟ ପ୍ରଧାନ ଶିକ୍ଷକ। ମୋହନା ବ୍ଲକ ଅଡ଼ବାର ମହିଳା ମଣ୍ଡଳ ଗ୍ରୁପ ଏଗ୍ରିମେଣ୍ଟ କରି ଅର୍ଥ ଜମା କରିଥିଲେ ମଧ୍ୟ ମହିଳା ସଂଘକୁ ମଧ୍ୟାହ୍ନ ଭୋଜନ ରୋଷେଇ ଦାୟିତ୍ୱ ଦିଆଯାଉ ନ ଥିବା ଅଭିଯୋଗ କରିଛନ୍ତି ସ୍ବୟଂ ସହାୟକ ମହିଳା ସଂଘ। ଗଜପତି ଜିଲା ଅଡ଼ବା ସରକାରୀ ଉଚ୍ଚ ବିଦ୍ୟାଳୟରେ ରୋଷେଇ କରିବା ପାଇଁ ସ୍ଥାନୀୟ ସ୍ବୟଂ ସହାୟିକା ମହିଳା ସଂଘ ଗତ ୨୦୨୧, ଏପ୍ରିଲ ମାସରେ ଚୁକ୍ତି କରି ଅଗ୍ରିମ ଆକାରରେ ବିଇଓଙ୍କ ଜରିଆରେ ୧ ଲକ୍ଷ ୩ ହଜାର ଟଙ୍କା ବ୍ୟାଙ୍କରେ ଜମା କରିବା ପରେ ମଧ୍ୟାହ୍ନ ଭୋଜନ ରୋଷେଇ କରିବା ପାଇଁ ବିଡିଓ ମହିଳା ସଂଘକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ, ନିର୍ଦ୍ଦେଶ ପତ୍ର ପାଇବା ଗୋଟିଏ ବର୍ଷେ ବିତିଯାଇଥିଲେ ମଧ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେହେରା ମହିଳା ସଂଘକୁ ରୋଷେଇ ଦାୟିତ୍ୱ ନ ଦେଇ ନିଜେ ରୋଷେଇ ଦାୟିତ୍ୱ ବହନ କରୁଛନ୍ତି। ଏପରିକି ମହିଳା ସଂଘ ରୋଷେଇ କରିବାକୁ ଦାୟିତ୍ୱ ମାଗିଲେ ପ୍ରଧାନ ଶିକ୍ଷକ ସେମାନଙ୍କୁ ଭୟଭୀତ କରାଇ କହୁଛନ୍ତି ଗାଇଡ ଲାଇନରେ ରହିଛି ରୋଷେଇ ଦାୟିତ୍ୱ ଯିଏ ନେବ ସେ ଚାଉଳ, ପନିପରିବା କିଣିବା ସହ କାଗଜପତ୍ର ତଦାରଖ କରିବେ। ଯାହାକୁ ନେଇ ମହିଳା ସଂଘର ସଦସ୍ୟାମାନେ ଅସନ୍ତୋଷ ପ୍ରକାଶ କରିବା ସହ ବିଇଓଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି। ଶୀଘ୍ର ସମସ୍ୟାର ସମାଧାନ କରି ମହିଳା ସଂଘକୁ ରୋଷେଇ ଦାୟିତ୍ୱ ଦିଆଯିବ ବୋଲି ବିଇଓ ପ୍ରତିଶ୍ରୁତି ଦେଇଛନ୍ତି। ମହିଳା ସଂଘ ସଭାନେତ୍ରୀ କବିତା ଡାକୁଆ କହିଛନ୍ତି ବିଦ୍ୟାଳୟ ଖୋଲି ମଧ୍ୟାହ୍ନ ଭୋଜନ ଆରମ୍ଭ ହୋଇ ଗୋଟିଏ ମାସ ବିତିଲାଣି। ପ୍ରଧାନ ଶିକ୍ଷକ ନିଜେ ରୋଷେଇ ଦାୟିତ୍ୱ ନେଇଛନ୍ତି ଏବଂ ଆମେ ମାଗିଲେ କହୁଛନ୍ତି ଚାଉଳ ଆସିଲେ ରୋଷେଇ କରିବ। ଯଦି ସରକାରୀ ଚାଉଳ ନାହିଁ କିପରି ପ୍ରଧାନ ଶିକ୍ଷକ ସରକାରୀ ଚାଉଳରେ ରୋଷେଇ କରି ଦେଉଛନ୍ତି। ମହିଳା ସଂଘକୁ ହଇରାଣ କରିବାକୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ କିଛି କର୍ମଚାରୀ ଏଭଳି କରୁଛନ୍ତି। ଏହି ବିଷୟର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଚାଉଳ ଅଛି ରୋଷେଇ ଚାଲିଛି। ତାଙ୍କ ନାମରେ ଚାଉଳ ଆସିଲେ ଦିଆଯିବ ବୋଲି କହିଛନ୍ତି। ପ୍ରଧାନ ଶିକ୍ଷକଙ୍କ ଏଭଳି ମହିଳା ସଂଘକୁ ଅଣଦେଖା କରିବା ଓ ତାଙ୍କୁ ଦାୟିତ୍ୱ ନ ଦେବା ଘଟଣାକୁ ନିନ୍ଦା କରିଛି ଅଞ୍ଚଳର ମହିଳା ସଂଘ। ପ୍ରଧାନ ଶିକ୍ଷକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ।


Enter your email to get our daily news in your inbox.

All Right Reserved By Dharitri.Com

୩୫ କୁଇଣ୍ଟାଲ ଗଞ୍ଜେଇ ଜବତ, ୪ ଗିରଫ

ସୋରଡା,୧୨ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବଡଗଡ଼ ପୋଲିସ ଗୁରୁବାର ଏକ ବଡଧରଣର ଗଞ୍ଜେଇ ଚୋରାଚାଲାଣ ଉଦ୍ୟମ ପଣ୍ଡ କରିଛି। ଯାଞ୍ଚବେଳେ ୪୦୭ ଟ୍ରକ୍‌, ପିକ୍‌ଅପ୍‌, ବୋଲେରୋ ଓ...

ଟାଉନ୍‌ହଲ ପରିସର ପାଲଟିଛି ପାର୍କିଂସ୍ଥଳ, ପରିସ୍ରାଗାର

ପାରଳାଖେମୁଣ୍ଡି, ୫ା୩(ସ୍ବ.ପ୍ର.) ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ୧୪ ନଂ. ଓ୍ବାର୍ଡସ୍ଥିତ ଟାଉନ୍‌ହଲ ନବୀକରଣ କାର୍ଯ୍ୟ ଚାଲିଥିବାବେଳେ ଏଥିରେ ଅହେତୁକ ବିଳମ୍ବ ହେଉଥିବା ଜଣାପଡ଼ିଛି। ଜିଲା ସଦରରେ...

ପେସା ଶିକ୍ଷକତା, ନିଶା ଜଙ୍ଗଲ ସୁରକ୍ଷା

ଆର.ଉଦୟଗିରି,୧୧ା୪(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ମଲ୍ଲିପଦର ଗାଁର ଜଣେ ବ୍ୟକ୍ତି ଶିକ୍ଷକତା କରୁଥିଲେ ମଧ୍ୟ ଜଙ୍ଗଲ ସୁରକ୍ଷା ତାଙ୍କ ନିଶା ପାଲଟିଛି। କେବଳ...

ବଂଶଧାରାରେ ବୁଡ଼ି ଜଣଙ୍କ ମୃତ୍ୟୁ, ମିଳୁନି ଅନ୍ୟ ଜଣଙ୍କ ପତ୍ତା

କାଶୀନଗର,୧୦ା୯(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟ ବଂଶଧାରା ନଦୀରେ ଗୁରୁବାର ସନ୍ଧ୍ୟାରେ ୨ ନାବାଳକ ବୁଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ରାତିରେ ଜଣଙ୍କ...

ସ୍କୁଲ ରାସ୍ତାରେ ଆଣ୍ଠୁଏ ପାଣି

ନୂଆଗଡ଼,୨୦।୮: ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ସ୍କୁଲ ପଡ଼ିଆ ପାଲଟିଛି କୃତ୍ରିମ ପୋଖରୀ। ବିଦ୍ୟାଳୟ ସମ୍ମୁଖ ଆଣ୍ଠୁଏ ପାଣି ପଶି ସ୍କୁଲକୁ ଯାଉଛନ୍ତି ଛାତ୍ରୀଛାତ୍ର।...

ଲଙ୍କାକାଲ ଫଳ ଖାଇ ୫ ଛାତ୍ରୀଛାତ୍ର ଗୁରୁତର

ରାମଗିରି,୨୭ା୮(ଡି.ଏନ୍‌.ଏ.)- ଗଜପତି ଜିଲା ଆର୍‌.ଉଦୟଗିରି ବ୍ଲକ ପଦାର ସିଂ ପଞ୍ଚାୟତ ନିକଟ କମଳାଢିଅ ପ୍ରାଥମିକ ବିଦ୍ୟାଳୟର ୨୨ଜଣ ଛାତ୍ରୀଛାତ୍ର ସୋମବାର ଲଙ୍କାକାଲ ଫଳ ଖାଇ ଅସୁସ୍ଥ...

ଏସିଏଫ୍‌ ମୃତ୍ୟୁ ଘଟଣା: ଡିଏଫ୍‌ଓ, ଗୁରାଣ୍ଡି ଓଆଇସି ହେବେ ଜେରା

ପାରଳାଖେମୁଣ୍ଡି,୨୨ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ଘଟଣାର...

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ୨୦ ଭରି ସୁନା ସହ ଲୁଟିନେଲେ ନଗଦ ୨ ଲକ୍ଷ ଟଙ୍କା

ପାରଳାଖେମୁଣ୍ଡି,୬ା୮(ଡି.ଏନ୍‌.ଏ.): ଦିନ ଦ୍ୱିପ୍ରହରରେ ଜନଗହଳି ପୂର୍ଣ୍ଣ ଅଞ୍ଚଳରୁ ଶନିବାର ଚୋରି ହୋଇଛି। ବାହାଘର ଭୋଜିରେ ପରିବାର ଲୋକେ ବ୍ୟସ୍ତ ଥିବା ବେଳେ ଘରେ କଳା କନା...

Advertisement
Archives

Model This Week