ସ୍ମାର୍ଟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜବରଦଖଲ ଉଚ୍ଛେଦ

ଡାବୁଗାଁ,୧୯।୫(ଡି.ଏନ୍‌.ଏ.): ସରକାରଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ନୁଆ ବସ୍‌ଷ୍ଟାଣ୍ଡ ଠାରେ ସ୍ମାର୍ଟ ବସଷ୍ଟାଣ୍ଡନିର୍ମାଣ ହେବ। ଏଥିପାଇଁ ସମସ୍ତ ପ୍ରକ୍ରିୟା ସରିଛି। ପ୍ରଶାସନ ପକ୍ଷରୁ ପୋଲିସ ଫୋର୍ସ ଉପସ୍ଥିତିରେ ନିର୍ମାଣ ହେବାକୁ ଥିବା ସ୍ମାର୍ଟ ବସଷ୍ଟାଣ୍ଡ ପରିସରରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଡାବୁଗାଁ ତହସିଲଦାରଙ୍କ କାର୍ଯ୍ୟାଳୟ ଚିଠି ନଂ – ୭୨୨ ଓ ୯୧୮ ଅନୁଯାୟୀ ଦୁଇଟି ପର୍ଯ୍ୟାୟରେ ଜବରଦଖଲକାରୀଙ୍କୁ ଜବରଦଖଲ ସ୍ଥାନ ଖାଲି କରିବା ପାଇଁ ପୂର୍ବରୁ ୨ ଥର ନୋଟିସ ଜାରି କରାଯାଇଛି। ୨୩ ଜଣ ସରକାରୀ ଜମି ଜବରଦଖଲକାରୀଙ୍କୁ ମେ ୧୭ ତାରିଖ ସୁଦ୍ଧା ଜାଗା ଖାଲି କରିବାକୁ ନୋଟିସ ଦିଆଯାଇଥିଲା। ଉକ୍ତ ବସଷ୍ଠାଣ୍ଡ ଖାତା ନମ୍ବର ୪୬୪, ପ୍ଲଟ ନମ୍ବର ୧୧୩୫ ରୁ ୧ ଏକର ୧୨ ଡିସିମିଲି ଜାଗାରେ ୨୩ ଜଣଙ୍କୁ ଜାଗା ଖାଲି କରିବା ପାଇଁ ନୋଟିସ ଜାରି କରାଯାଇଥିଲା। କେତେକ ଲୋକ ନିଜ ପକ୍ଷରୁ ଭାଙ୍ଗି ଦେଇଥିଲେ। ଯେଉଁମାନେ ଖାଲି କରି ନ ଥିଲେ ସେହି ଜାଗାରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଡାବୁଗାଁ ତହସିଲଦାର ସା ସମରଥ, ଅତିରିକ୍ତ ତହସିଲଦାର ସତିଶ କୁମାର ବୋଇନି, ବିଡିଓ ଶରତ ମାଝି, ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା, ଡାବୁଗାଁ ଆର୍‌ଆଇ ସବ୍ରତ ମିସ୍ତ୍ରୀ, ଘୋଡାଖୁଣ୍ଟା ଆର୍‌ଆଇ ଗଙ୍ଗାଧର ମହଙ୍କୁଡ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉମରକୋଟରେ ଛାତ୍ର ସଂସଦ ନିର୍ବାଚନୀ ହିଂସା: ଅଣଛାତ୍ର ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଉମରକୋଟ,୧୧ା୧୦(ସଦାଶିବ ପ୍ରହରାଜ/ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ପେଣ୍ଡ୍ରାଣୀ କଲେଜ ନିର୍ୱାଚନକୁ କେନ୍ଦ୍ର କରି ଶନିବାର ୨ ଅଣଛାତ୍ର ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀର ଛୁରାମାଡ଼ରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା: ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଛୁରାମାଡ଼

ନବରଙ୍ଗପୁର, ୧୦/୧୦ (ସନ୍ତୋଷ ସନ୍ତୋଷ): ଉମରକୋଟରେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି। ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଦୀପକମଲ ମହାପାତ୍ର ନାମକ…

ଔଷଧ ସେବନ ପରେ ଆଶ୍ରମ ବିଦ୍ୟାଳୟର ୨ ଛାତ୍ର ଗୁରୁତର

ଝରିଗାଁ,୧୦ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ଆଶ୍ରମ ବିଦ୍ୟାଳୟର ଦୁଇଜଣ ଛାତ୍ର ଔଷଧ ସେବନ ପରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?