କନ୍ଧମାଳରେ ପୁଣି ସ୍ଥିତି ଜାହିର କଲେ ମାଓବାଦୀ

ଫୁଲବାଣୀ ଅଫିସ/ତୁମୁଡିବନ୍ଧ (ଡି.ଏନ୍‌.ଏ.),୧୯।୫: କିଛି ଦିନର ନିରବତା ପରେ କନ୍ଧମାଳ ଜିଲାରେ ମାଓବାଦୀ ସଙ୍ଗଠନ ପୁଣି ନିଜ ସ୍ଥିତି ଜାହିର କରିଛନ୍ତି। ଜିଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ, ଖମଣଖୋଲ, ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼, ଗୋଛାପଡା ଥାନା ଅଞ୍ଚଳରେ ମାଓବାଦୀ ସଙ୍ଗଠନ ପକ୍ଷରୁ ପୋଷ୍ଟର, ବ୍ୟାନର ମରାଯାଇଛି। ମାଓବାଦୀମାନେ ଜିଲାରେ ନୂତନ ମୋବଇଲ ଟାୱାର ନିର୍ମାଣକୁ ବିରୋଧ କରିବା ସହ ମେ ୨୦ ତାରିଖ ଓଡ଼ିଶା-ପୂର୍ବ ଛତିଶଗଡ଼ ୨୪ ଘଣ୍ଟିଆ ବନ୍ଦ ପାଳନ କରିବାକୁ ବ୍ୟାନର, ପୋଷ୍ଟର ମାଧ୍ୟମରେ ଆହ୍ବାନ ଦେଇଛନ୍ତି। ମୁକୁନ୍ଦ କହଁର ହତ୍ୟାକାରୀ ପୋଲିସ୍‌ କର୍ମଚାରୀଙ୍କୁ କଠିନରୁ କଠିନ ଦଣ୍ଡ ଦେବା, ଆଗାମୀ ଦିନରେ ପୋଲିସ୍‌ ଓ ସିଆରପିଏଫ୍‌ ଗୁଣ୍ଡାଙ୍କ ଅତ୍ୟାଚାର ଓ ହତ୍ୟା ବିରୋଧରେ ସ୍ଥାନୀୟ ଜନତା ବିଦ୍ରୋହ ଆରମ୍ଭ କରନ୍ତୁ ବୋଲି ବ୍ୟାନରରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ ଗତ ଫେବୃଆରୀ ମାସରେ ପୋଲିସକୁ ଟାର୍ଗେଟ କରି ଆଇଇଡି ଖଞ୍ଜା ଯାଇଥିଲାା କିନ୍ତୁ ଦୁର୍ଭାଗ୍ୟବଶଃତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁଃଖଦ ଘଟଣା ପାଇଁ ଆମେ ଜନତାଙ୍କୁ ଓ ମୃତକଙ୍କ ପରିବାରକୁ କ୍ଷମା ମାଗୁଛୁ। ଏହି ଘଟଣା ପାଇଁ ପୋଲିସ ଦାୟୀ ବୋଲି ଉଲ୍ଲେଖ ରହିଛି। ପୋଷ୍ଟର ତଳେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ଲେଖାଯାଇଛି ା ଗୋଚ୍ଛାପଡା ଥାନା ପକାରୀ ଅଞ୍ଚଳରେ ମାଓବାଦୀମାନେ ଜଣଙ୍କୁ ମାରିଥିବା ଶୁଣିବାକୁ ମିଳୁଛି ା ଏହି ଘଟଣାର ସତ୍ୟାସତ୍ୟ ଜଣାପଡି ନ ଥିବା ବେଳେ ପୋଲିସ ପାଖରେ ମଧ୍ୟ ଏ ନେଇ କିଛି ଖବର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଦାରିଙ୍ଗବାଡ଼ିରେ ଶୀତର ଆଗମନ: ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୯।୧୦(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା…

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା: ୨୫ ଦିନ ହେଲା ନାହିଁ ବିଜୁଳି, ଗରମରେ ସିଝୁଛନ୍ତି ଛାତ୍ରୀଛାତ୍ର

ବାଲିଗୁଡ଼ା,୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ନ ଥିବାରୁ ସେହି ସ୍ମାର୍ଟ କ୍ଲାସ୍‌ରୁମ୍‌…

ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦର ପ୍ରଭାବ: ଦାରିଙ୍ଗବାଡ଼ିରେ ରାସ୍ତା ଅବରୋଧ

ଦାରିଙ୍ଗବାଡ଼ି, ୮।୧୦ (ଅରୁଣ ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକରେ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?